ନେପାଳର ରାଜା

ଉଇକିପିଡ଼ିଆ‌ରୁ
ନେପାଳର ରାଜା
ମହାରାଜାଧିରାଜ ରକ୍ଷିତ ଦାଇ
୨୦୦୬ ପୂର୍ବରୁ ନେପାଳର ଜାତୀୟ ପ୍ରତୀକ
ଶେଷ ରାଜା
ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା
୪ ଜୁନ ୨୦୦୧ — ୧୮ ମଇ ୨୦୦୮
Details
ଉପାଧି ମହାମହିମ
ପ୍ରଥମ ଶାସକ ପୃଥ୍ୱୀ ନାରାୟଣ ଶାହା
ଶେଷ ଶାସକ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା
ଗଠନ ସମୟ ୨୫ ସେପ୍ଟେମ୍ବର ୧୭୬୮
ଶେଷ ସମୟ ୨୮ ମଇ ୨୦୦୮
ମୁଖ୍ୟାଳୟ ନାରାୟଣହିତି ପ୍ରାସାଦ, କାଠମାଣ୍ଡୁ, ନେପାଳ
ନିଯୁକ୍ତିକର୍ତ୍ତା ବଂଶାନୁକ୍ରମିକ
ଦାବିଦାର ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା

ନେପାଳର ରାଜା (ପାରମ୍ପାରିକ ଭାବରେ ମହାରାଜାଧିରାଜ ଭାବରେ ଜଣାଶୁଣା) (ନେପାଳୀ: श्री ५ महाराजधिराज) ୧୭୬୮ ମସିହାରୁ ୨୦୦୮ ପର୍ଯ୍ୟନ୍ତ ନେପାଳରାଜ୍ୟ ମୁଖ୍ୟ ତଥା ସର୍ବୋଚ୍ଚ ପଦାଧିକାରୀ ଥିଲେ । ଏହି ପଦରେ ଥିବା ବ୍ୟକ୍ତି ନେପାଳର ରାଜତନ୍ତ୍ରର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ । ଏହି ରାଜାମାନେ ମୁଖ୍ୟତଃ ଶାହା ରାଜବଂଶର ଦାୟଦ ଥିଲେ । ୨୮ ମଇ ୨୦୦୮ରେ ନେପାଳ ସରକାରଙ୍କ ପ୍ରଥମ ବିଧାନ ସଭାର ଗଠନ ପରେ ରାଜତନ୍ତ୍ରକୁ ରଦ୍ଦ କରାଯାଇଥିଲା ।[୧] ସେହି ବର୍ଷ ଅକ୍ଟୋବରରେ ମୁସ୍ତାଙ୍ଗ, ବଝାଙ୍ଗ, ସାଲୟନ୍ ଏବଂ ଜାଜରକୋଟ ଭାବରେ ଥିବା ପଦବୀଗୁଡ଼ିକୁ ରଦ୍ଦ କରିଦିଆଯାଇଥିଲା ।[୨]

ଇତିହାସ[ସମ୍ପାଦନା]

୧୭୬୮ ମସିହର ସେପ୍ଟେମ୍ବର ୨୫ ତାରିଖରେ ଗୋର୍ଖା ରାଜା ପୃଥ୍ୱୀରାଜ ନାରାୟଣ ଶାହାଙ୍କଦ୍ୱାରା ନେପାଳ ରାଜ୍ୟର ସ୍ଥାପନା କରାଯାଇଥିଲା । ସେ ଶାହା ସାମ୍ରାଜ୍ୟ ଅଧିନରେ କାଠମାଣ୍ଡୁ, ପତନ ଏବଂ ଭକ୍ତପୁର ରାଜ୍ୟକୁ ମିଶାଇ ଏହି ରାଜ୍ୟର ପ୍ରତିଷ୍ଠା କରିଥିଲେ । ନେପାଳ ରାଜ୍ୟ ଏହାର ଅଧିକାଂଶ ଇତିହାସ ପାଇଁ ଏକ ସମ୍ପୂର୍ଣ୍ଣ ରାଜତନ୍ତ୍ର ଥିଲା । ଅବଶ୍ୟ, ୧୮୪୬ରୁ ୧୯୫୧ ବିପ୍ଳବ ପର୍ଯ୍ୟନ୍ତ, ନେପାଳ ରଣା ରାଜବଂଶର ଦାୟଦ ଥିବା ପ୍ରଧାନମନ୍ତ୍ରୀଙ୍କଦ୍ୱାରା ଶାସନ ହୋଇଥିଲା ଏବଂ ଶାହା ସାମ୍ରାଜ୍ୟର ଭୂମିକା ହ୍ରାସ ପାଇଥିଲା । ନଭେମ୍ବର ୧୯୯୦ରେ, ଜନ ଆନ୍ଦୋଳନ ପରେ ଏକ ନୂତନ ସମ୍ବିଧାନ ଗୃହୀତ ହେଲା ଏବଂ ଦେଶ ଏକ ସାମ୍ବିଧାନିକ ରାଜତନ୍ତ୍ରରେ ପରିଣତ ହୋଇଥିଲା ।

ନେପାଳର ଗୃହଯୁଦ୍ଧ[ସମ୍ପାଦନା]

୧୩ ଫେବୃଆରୀ ୧୯୯୬ରେ, କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ (ମାଓବାଦୀ)ଦ୍ୱାରା ନେପାଳ ଗୃହଯୁଦ୍ଧର ଆରମ୍ଭ ହୋଇଥିଲା, ଯେଉଁଥିରେ ରାଜତନ୍ତ୍ରକୁ ରଦ୍ଧ କରାଯାଇ ସାଧାରଣତନ୍ତ୍ର ଆରମ୍ଭ ହୋଇଥିଲା ।

ନେପାଳର ରାଜକୀୟ ହତ୍ୟାକାଣ୍ଡ[ସମ୍ପାଦନା]

୧ ଜୁନ ୨୦୦୧ରେ, ରାଜା ବୀରେନ୍ଦ୍ର ଏବଂ ରାଣୀ ଐଶ୍ୱର୍ଯ୍ୟାଙ୍କ ସମେତ ରାଜ ପରିବାରର ନଅ ଜଣ ସଦସ୍ୟଙ୍କୁ ରାଜଭବନରେ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପଛରେ ଯୁବରାଜ ଦୀପେନ୍ଦ୍ରଙ୍କ ସମ୍ପୃକ୍ତି ଥିବା କଥା ଏକ ସରକାରୀ ଅନୁସନ୍ଧାନରୁ ଜଣାପଡ଼ିଥିଲା । କିନ୍ତୁ ଏହି ଅନୁସନ୍ଧାନକୁ ଅଧିକାଂଶ ନେପାଳୀ ଲୋକ ସଠିକ୍ ବୋଲି ମାନନ୍ତି ନାହିଁ, କାରଣ ଏହି ଘଟଣା ପଛରେ ବୀରେନ୍ଦ୍ରଙ୍କ ହାତ ଥିବାର କିଛି ପ୍ରମାଣ ମିଳିନଥିଲା । ତା' ଛଡ଼ା ସେ ଅନ୍ୟମାନଙ୍କୁ ଗୁଳି କରିବା ପରେ ନିଜେ ନିଜକୁ କରିଦେଇଥିବାରୁ ଏହା ପଛରେ ଅନ୍ୟ କାହାର ହାତ ଥିବା କଥା ଲୋକମାନେ ବିଶ୍ୱାସ କରନ୍ତି ।[୩] ଏହି ହତ୍ୟାକାଣ୍ଡ ପରେ ଦୀପେନ୍ଦ୍ର କୋମାରେ ଥିବାବେଳେ ତାଙ୍କୁ ନେପାଳର ରାଜା ଘୋଷିତ କରାଯାଇଥିଲା । ୪ ଜୁନ ୨୦୦୧ରେ ତାଙ୍କ ମୃତ୍ୟୁ ହେବାରୁ ସେ ମାତ୍ର ୩ ଦିନ ଧରି ଏହି ପଦବୀରେ ଥିଲେ ।[୪] ତାଙ୍କ କାକା ପ୍ରିନ୍ସ ଜ୍ଞାନେନ୍ଦ୍ର ଏହି ତିନି ଦିନ ପାଇଁ ରାଜାଙ୍କ ଅନୁପସ୍ଥିତିରେ କାର୍ଯ୍ୟକାରୀ ରାଜା ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଦୀପେନ୍ଦ୍ରଙ୍କ ମୃତ୍ୟୁ ପରେ ସେ ସିଂହାସନର ଉତ୍ତରାଧିକାରୀ ଭାବରେ ରାଜା ହୋଇଥିଲେ ।

ହତ୍ୟାକାଣ୍ଡ ପରେ[ସମ୍ପାଦନା]

୧ ଫେବୃଆରୀ ୨୦୦୫ରେ, ଗୃହଯୁଦ୍ଧ ଫଳରେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିବା ପରେ ରାଜା ଜ୍ଞାନେନ୍ଦ୍ର ଜରୁରୀକାଳିନ ପରିସ୍ଥିତିର ଘୋଷଣା କରିଥିଲେ ଏବଂ ଦେଶର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନିଜ ଅଧିନକୁ ଆଣିଥିଲେ ।[୫] ୨୪ ଅପ୍ରେଲ ୨୦୦୬ରେ, ଜନ ଆନ୍ଦୋଳନ ପରେ, ରାଜା ସମ୍ପୂର୍ଣ୍ଣ କ୍ଷମତା ତ୍ୟାଗ କରିବାକୁ ଏବଂ ଲୋକ ସଭା ପୁନଃ ସ୍ଥାପନ କରିବାକୁ ରାଜି ହୋଇଥିଲେ ।[୬][୭] ୨୧ ନଭେମ୍ବର ୨୦୦୬ରେ, ବ୍ୟାପକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହେବା ସହିତ ଗୃହଯୁଦ୍ଧ ସମାପ୍ତ ହୋଇଥିଲା ।[୮] ୧୫ ଜାନୁୟାରୀ ୨୦୦୭ରେ, ନୂତନ ଭାବରେ ଗଠିତ ମଧ୍ୟବର୍ତ୍ତୀ ବିଧାନ ସଭାଦ୍ୱାରା ରାଜାଙ୍କୁ ତାଙ୍କ କାର୍ଯ୍ୟଭାରରୁ ନିଲମ୍ବିତ କରାଯାଇଥିଲା । ଶେଷରେ, ୨୮ ମଇ ୨୦୦୮ରେ, ପ୍ରଥମ ବିଧାନ ସଭାଦ୍ୱାରା ଆନୁଷ୍ଠାନିକ ଭାବରେ ରାଜତନ୍ତ୍ର ରଦ୍ଦ ହୋଇଥିଲା ଏବଂ ନେପାଳର ଫେଡେରାଲ୍ ଡେମୋକ୍ରାଟିକ୍ ରିପବ୍ଲିକ୍ ଘୋଷିତ ହୋଇଥିଲା ।[୯] ଅକ୍ଟୋବର ୨୦୦୮ରେ ମୁସ୍ତାଙ୍ଗ, ବଝାଙ୍ଗ, ସାଲୟନ୍ ଏବଂ ଜାଜରକୋଟ ଆଦି ଉପ-ରାଜତନ୍ତ୍ର ମଧ୍ୟ ରଦ୍ଦ କରାଯାଇଥିଲା ।[୧୦]

ନୋଟ୍[ସମ୍ପାଦନା]

ପୃଥ୍ୱୀ ନାରାୟଣ ଶାହା ଏକତ୍ରିତ ନେପାଳର ପ୍ରଥମ ଶାସକ ଥିଲେ । ଅବଶ୍ୟ, ୧୭୬୮ ମସିହା ପୂର୍ବରୁ, ଆଧୁନିକ ନେପାଳର ବିଭିନ୍ନ ଛୋଟ ରାଜ୍ୟକୁ ନେଇ ଗଠିତ ହୋଇଥିଲା, ସେଗୁଡ଼ିକ ମଧ୍ୟରୁ ଗୋର୍ଖା ରାଜ୍ୟକୁ ଶାହା ବଂଶ ଶାସନ କରୁଥିଲେ । ତେଣୁ ଶାହା ରାଜବଂଶର ପ୍ରକୃତ ଇତିହାସ ପ୍ରୀତି ନାରାୟଣ ଶାହାଙ୍କ ବହୁ ପୂର୍ବରୁ ରହିଛି ।[୧୧]

ଆଧାର[ସମ୍ପାଦନା]

  1. "Nepal votes to abolish monarchy". 28 May 2008. Archived from the original on 2017-01-07. Retrieved 2009-07-20.
  2. "Abolishment of subnational monarchies". Archived from the original on 2009-06-09. Retrieved 2009-07-20.
  3. "Why Nepal's Crown Prince Went on a Killing Spree | Public Radio International". Archived from the original on 2020-02-12. Retrieved 2020-08-23.
  4. "Nepal mourns slain king". BBC News. 2 June 2001. Archived from the original on 7 January 2009. Retrieved 31 May 2009.
  5. Staff writer (2005-02-01). "Nepal's king declares emergency". BBC News. Archived from the original on 2012-05-30. Retrieved 2012-10-29.
  6. Sengupta, Somini (25 April 2006). "In a Retreat, Nepal's King Says He Will Reinstate Parliament". The New York Times. Archived from the original on 22 December 2017. Retrieved 22 February 2017.
  7. "Full text: King Gyanendra's speech". BBC. 24 April 2006. Archived from the original on 22 December 2006. Retrieved 29 October 2012.
  8. "Peace deal ends Nepal's civil war". BBC News. 21 November 2006. Archived from the original on 23 November 2020. Retrieved 22 November 2006.
  9. "Nepal votes to abolish monarchy". 28 May 2008. Archived from the original on 2017-01-07. Retrieved 2009-07-20.
  10. "Abolishment of subnational monarchies". Archived from the original on 2009-06-09. Retrieved 2009-07-20.
  11. "The History of Nepal". Archived from the original on 2009-08-16.