Jump to content

ନୁସରତ ଫରିୟା

ଉଇକିପିଡ଼ିଆ‌ରୁ
ନୁସରତ ଫରିୟା ମଜହାର
୨୦୧୭ରେ ନୁସରତ ଫରିୟା ମଜହାର
ଜନ୍ମ (1993-09-08) ୮ ସେପ୍ଟେମ୍ବର ୧୯୯୩ (ବୟସ ୩୩)
Educationଏଲ୍ଏଲ୍‌ବି
ପେଷାs
  • ଅଭିନେତ୍ରୀ
  • ମଡେଲ
  • ଦୂରଦର୍ଶନ ଉପସ୍ଥାପିକା
  • ରେଡ଼ିଓ ଉପସ୍ଥାପିକା
  • ଗାୟିକା
କାର୍ଯ୍ୟକାଳ୨୦୧୩–ଏବେଯାଏଁ
Musical career
ଶୈଳୀପପ୍ ସଙ୍ଗୀତ
ଲେବଲ
  • ଏସ୍‌‌ଭିଏଫ୍ ମ୍ୟୁଜିକ
  • ସିଭିଏମ୍

ନୁସରତ ଫରିୟା ମଜହାର (pronounced [nusrʌt ˈfʌrɪə]; ଜନ୍ମ: ୮ ସେପ୍ଟେମ୍ବର, ୧୯୯୩) ଜଣେ ବଙ୍ଗଳାଦେଶି ଅଭିନେତ୍ରୀ, ମଡେଲ ତ‌ଥା ଉପସ୍ଥାପିକା । ବିଜ୍ଞାପନରେ ଗ୍ଲାମର ଏବଂ ଭିନ୍ନଧରଣର ଉପସ୍ଥାପନା ଶୈଳୀ ପାଇଁ ସେ ମୁଖ୍ୟତଃ ପରିଚିତା ।[୧] ନୁସରତ ୨୦୧୫ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଆଶିକୀ, ଯାହାକି ଭାରତ-ବଙ୍ଗଳାଦେଶର ଯୌଥ ପ୍ରଯୋଜନାରେ ନିର୍ମିତ ହୋଇଥିଲା । ଏହି କଥାଚିତ୍ରଟିର ତେଲୁଗୁ ଅଭିନେତା ନିତୀନ ଓ ନିତ୍ୟାଙ୍କର ଚଳଚ୍ଚିତ୍ର ଇସ୍କର କାଥାବସ୍ତୁ ଉପରେ ଆଧାରିତ ଥିଲା । ଏହି କଥାଚିତ୍ର ପାଇଁ ତାଙ୍କୁ ମେଲିଲ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତ ପୁରସ୍କାର ମିଳିଥିଲା ।[୨]

ଜନ୍ମ ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ନୁସରତ ଫରିୟା ମଜହାର ୧୯୯୩ ମସିହା ସେପ୍ଟେମ୍ବର ମାସ ୮ ତାରିଖ ଦିନ ବଙ୍ଗଳାଦେଶର ଚିତ୍ତଗଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ନୁସରତଙ୍କର ପିଲାଦିନ ମୁଖ୍ୟତଃ ଢାକାର ଆର୍ମି କାଣ୍ଟାନମେଣ୍ଟରେ କଟିଥିଲା । ତାଙ୍କ ଜେଜେବାପା ଜଣେ ସେନା ଅଧିକାରୀ ଥିଲେ । ପିଲାଦିନରୁ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ଜଣେ ସେନା ଅଧିକାରୀ ହେବାକୁ ସେ ସ୍ୱପ୍ନ ଦେଖିଥିଲେ, ମାତ୍ର ରଙ୍ଗୀନ ଦୁନିଆର ବଡ଼ ବ୍ୟବସାୟରେ ନିଜକୁ ଏକ ସଫଳ ସ୍ଥାନରେ ଦେଖିବାକୁ ସେ ତାଙ୍କର ସେ ଇଚ୍ଛାକୁ ବଦଳାଇ ମିଡ଼ିଆ ଉପରେ ଗୁରୁତ୍ୱ ଦେଇଥିଲେ ।[୩]

ଅଭିନୟ ଜୀବନ

[ସମ୍ପାଦନା]

ନୁସରତ ଜଣେ ପ୍ରଥମେ ବିଟିଭିରେ ପ୍ରସାରିତକ ଏକ ତର୍କ ଭିତ୍ତିକ କାର୍ଯ୍ୟକ୍ରମ ଜରିଆରେ କାମ କରିବା ଆରମ୍ଭ କରିଥିଲେ । ୨୦୧୦ ଏବଂ ୨୦୧୧ ମସିହାରେ ଜାତୀୟ ସ୍ତରୀୟ ତର୍କ ପ୍ରତିଯୋଗୀତାରେ ସେ ପ୍ରଥ ପ୍ରଥମ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ମଡେଲିଂରେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ବ୍ୟବସାୟିକ ସଂସ୍ଥା ତ‌ଥା ବ୍ରାଣ୍ଡ ପାଇଁ ସେ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ସେ ଅନେକ ଦୂରଦର୍ଶନ ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି ।[୪][୫] ଏଥିସ‌ହ ନୁସରତ ଫରିୟା ମଜହାର ରେଡ଼ିଓରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୬] ସେ ଦୂରଦର୍ଶନ କାର୍ଯ୍ୟକ୍ରମମାନଙ୍କରେ ମଧ୍ୟ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ସେ ବଙ୍ଗଳାଦେଶର ଦୂରଦର୍ଶନରେ ପ୍ରସାରିତ ଏକ କାର୍ଯ୍ୟକ୍ରମ, ଫେୟାର ଆଣ୍ଡ ହେଣ୍ଡସମ: ଦ ଅଲ୍‌ଟିମେଟ୍ ମ୍ୟାନ୍‌ର ଉପସ୍ଥାପନା କରିଥିଲେ ।[୭]

୨୦୧୫ ମସିହାରେ ସେ ଦୁଇଟି କଥାଚିତ୍ର ଆଶିକୀ ଓ ହିରୋ ୪୨୦ରେ ଅଭିନୟ କରିବା ପାଇଁ ଜାଜ୍ ମଲ୍ଟିମିଡ଼ିଆ ସହ ଚୁକ୍ତି କରିଥିଲେ ।[୩] ଏହାପରେ ସେ ନବାଗତା ଭାବରେ ୨୦୧୫ ମସିହାର ଶେଷ ଭାଗରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୮] ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ କଥାଚିତ୍ର ଥିଲା ଆଶିକୀ, ଯାହାକି ଉଭୟ ଭାରତ ଓ ବଙ୍ଗଳାଦେଶର ଯୌଥ ପ୍ରଯୋଜନାରେ ନିର୍ମିତ ହୋଇଥିଲା । ଏହି କଥାଚିତ୍ରଟି ତେଲୁଗୁ କଥାଚିତ୍ର ଅଭିନେତା ନୀତିନ ଓ ନିତ୍ୟାଙ୍କ ଅଭିନୀତ କଥାଚିତ୍ର ଇସ୍କ ଉପରେ ଆଧାରିତ ଥିଲା । ଏହାପରେ ୨୦୧୬ ମସିହାର ପ୍ରାରମ୍ଭରେ ତାଙ୍କର ୨ୟ କଥାଚିତ୍ର ହିରୋ ୪୨୦ ମୁକ୍ତିଲାଭ କରିଥିଲା । ସେ ତାଙ୍କର ପ୍ରଥମ କଥାଚିତ୍ର ଆଶିକୀ ପାଇଁ ମେରିଲ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ ।[୯]

ବିବାଦ

[ସମ୍ପାଦନା]

୨୦୧୭ ମଇମାସରେ ନୁସରତଙ୍କ ଚଳଚ୍ଚିତ୍ର ବସ୍ ୨‌ରେ ଆଲ୍ଲା ମେହେରବାନ ଗୀତ ମୁକ୍ତିଲାଭ କରିଥିଲା । ଯେଉଁଥିରେ ଧର୍ମିୟ ଭାବନାକୁ ଆଘତ ଲାଗିଥିଲା ବୋଲି ଅଭିଯୋଗ ହୋଇଥିଲା ଏବଂ ତାଙ୍କ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଜାଜ୍ ମଲ୍ଟିମେଡ଼ିଆ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସ‌ହ ଏହାକୁ ଚଳଚ୍ଚିତ୍ରରୁ ବାହାର କରିଦିଆଯାଇଥିଲା ।[୧୦] ନୁସରତ ମଧ୍ୟ କିଛି ଆପତ୍ତିଜନକ ପୋଷାକ ପରିଧାନ କରିଥିବା କାରଣରୁ ସମାଲୋଚନାର ଶିକାର ହୋଇଥିଲେ ।[୧୧] ଏହି ଗୀତଟି ଥିଲା ମୋକରୀ ଅଫ ଇସ୍‌ଲାମ୍, ଯାହାକି ରମଜାନ ମାସରେ ମୁ୍କ୍ତିଲାଭ କରିଥିଲା ।[୧୨] ପରବର୍ତ୍ତୀ ସମୟରେ ଏହି ଗୀତଟି ଇଣ୍ଟରନେଟରୁ ଅପସାରଣ କରାଯାଇଥିଲା ଏବଂ ୟାରା ମେହେରବାନ ନାମରେ ପୁଣିଥରେ ଏକ ନୂଆ ଗୀତ ଅପଲୋଡ଼ ହୋଇଥିଲା ।[୧୩]

  1. ↑ "Nusrat Faria in new TVCs". দ্য নিউ নেশন. 2 June 2014. Archived from the original on 25 May 2015. Retrieved 28 May 2015.
  2. ↑ "মেরিল-প্রথম আলো পুরস্কার পেলেন যাঁরা". দৈনিক প্রথম আলো (in Bengali). 29 April 2016. Retrieved 5 September 2018.
  3. 1 2 Chaity, Afrose Jahan (4 June 2014). "Big screen is the place to be'". Dhaka Tribune. Retrieved 13 May 2015.
  4. ↑ "Nusrat Faria in new TVCs". The New Nation. 2 June 2014. Archived from the original on 25 May 2015. Retrieved 28 May 2015.
  5. ↑ "Nusrat Faria endorsing for commercials". Dhaka Tribune. 21 December 2014. Retrieved 28 May 2015.
  6. ↑ "Faguner Bhalobasha on Channel i". The Daily Star. Transcom Group. 13 February 2015. Retrieved 13 May 2015.
  7. ↑ "Faria at the Naval Base". priyo.com (Blog). Retrieved 13 May 2015.
  8. ↑ "Nusraat Faria's first hit on the movie screen". Dhaka Tribune (in ଇଂରାଜୀ). 16 August 2015. Retrieved 18 July 2017. {{cite web}}: Cite has empty unknown parameter: |dead-url= (help)
  9. ↑ "Meril-Prothom Alo Award-2015 conferred". Prothom Alo (in ଇଂରାଜୀ). Archived from the original on 29 July 2017. Retrieved 18 July 2017.
  10. ↑ "Legal notice served to remove 'Allah Meherban' from Youtube". Prothom Alo (in ଇଂରାଜୀ). Archived from the original on 1 June 2017. Retrieved 18 July 2017.
  11. ↑ "Music video 'Allah Meherban' removed from Youtube". Prothom Alo (in ଇଂରାଜୀ). Archived from the original on 4 July 2017. Retrieved 18 July 2017.
  12. ↑ "Allah Maherbaan banned in Bangladesh". The Times of India. Retrieved 18 July 2017. {{cite news}}: Cite has empty unknown parameter: |dead-url= (help)
  13. ↑ "'Allah Meherbaan' changing to 'Yaara Meherbaan'". www.dhakatribune.com (in ଆମେରିକୀୟ ଇଂରାଜୀ). Retrieved 18 July 2017. {{cite web}}: Cite has empty unknown parameter: |dead-url= (help)

ବାହାର ଆଧାର

[ସମ୍ପାଦନା]