ନିର୍ମଳେନ୍ଦୁ ଚୌଧୁରୀ

ଉଇକିପିଡ଼ିଆ‌ରୁ
Jump to navigation Jump to search
ନିର୍ମଳେନ୍ଦୁ ଚୌଧୁରୀ
Born୨୭ ଜୁଲାଇ ୧୯୨୨(1922-07-27)
Dharampasha, Sunamganj (present-day Bangladesh), Assam Province, British India
Died୧୮ ଅପ୍ରେଲ ୧୯୮୧(1981-04-18) (ବୟସ ୫୮)
Kolkata
Occupation(s)Folk musician, singer, artist, playback singer

ନିର୍ମଳେନ୍ଦୁ ଚୌଧୁରୀ (ବଙ୍ଗଳା: নির্মলেন্দু চৌধুরী) (27 July 1922 – 18 April 1981) ଜଣେ ବେଙ୍ଗଲୀ ସଙ୍ଗୀତଜ୍ଞ, ସଂଯୋଜକ, ଗୀତ ଲେଖକ ଓ ଗାୟକ ଥିଲେ ଯାହାର ପୂର୍ବ ଭାରତର ବିଶେଷତଃ ବେଙ୍ଗଲଆସାମରେ ଲୋକ ଗୀତ ସଙ୍ଗୀତକୁ ଉଲ୍ଲେଖନୀୟ ଅବଦାନ ଅଛି ।[୧]

ପ୍ରାକ୍ ଜୀବନ[ସମ୍ପାଦନା]

ସିଲହେଟ ଜିଲ୍ଲାର ସୁନାମଗଞ୍ଜ ସବଡିଭିଜନରେ ଥିବା ଧରମ‌ପାଶାରେ ନିର୍ମଳେନ୍ଦୁ ତାଙ୍କ ଅଜାଙ୍କ ଘରେ ୨୭ ଜୁଲାଇ ୧୯୨୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସୁନାମଗଞ୍ଜର ଜମାଲଗଞ୍ଜ ସବଡିଭିଜନରେ ଥିବା ପୂର୍ବ ପୁରୁଷଙ୍କର ବ‌ହେଲି ଗ୍ରାମରେ ନିର୍ମଳେନ୍ଦୁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନଳିନୀ ନାଥ ଚୌଧୁରୀ ଓ ମାତାଙ୍କ ନାମ ଶ୍ରୀମତୀ ସ୍ନେହଲତା ଚୌଧୁରୀ ଥିଲା । ତାଙ୍କର ପ୍ରାଥମିକ ଶିକ୍ଷା ବ‌ହେଲି ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିଲା । ତାଙ୍କର ପରିବାର ପରବର୍ତ୍ତୀ ସମୟରେ ଲାମାବଜାରକୁ ବଦଳି ହୋଇଗଲେ ଓ ସେଠାରେ ଥିବା ରସମେ ମେମୋରିଆଲ ବିଦ୍ୟାଳୟରେ ନାମ ଲେଖାଇଥିଲେ । ମାଟ୍ରିକ ପାସ କରିବା ପରେ ସେ ଏମସି କଲେଜରେ ସ୍ନାତକ ଶିକ୍ଷା ନିମନ୍ତେ ଯୋଗଦାନ କରିଥିଲେ ।[୨]

ଶିକ୍ଷା ଓ ସଙ୍ଗୀତରେ ପ୍ରଶିକ୍ଷଣ[ସମ୍ପାଦନା]

ବ‌ହୁତ କମ୍ ବୟସରୁ ପିତାମାତା ନିର୍ମଳେନ୍ଦୁଙ୍କୁ ସଙ୍ଗୀତ ଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରି ଆସୁଥିଲେ । ତାଙ୍କର ପରିବାର ସିଲହେଟରୁ ବଦଳି ହୋଇ ମ୍ୟାମାସିଂରେ ପ‌ହଞ୍ଚିଲା ପରେ ଲୋକ ସଙ୍ଗୀତର ଦୁଇ ଜଣ ପ୍ରସିଦ୍ଧ ଲୋକ ସଙ୍ଗୀତ କଳାକାର 'ବଦୁଲ ମଜିଦ' ଓ 'ଅବଦୁର ରହିମ'ଙ୍କ ତ‌ତ୍ତ୍ୱାବଧାନରେ ଲୋକ ସଙ୍ଗୀତ ଶିକ୍ଷା କରିବାର ସୁବିଧା ପାଇଥିଲେ । ଶାନ୍ତିନିକେତନରେ ସେ ଶ୍ରୀ ଅଶୋକବିଜୟ ରାହାଙ୍କଠାରୁ ରବିନ୍ଦ୍ର ସଙ୍ଗୀତ ଶିକ୍ଷା କରିଥିଲେ ।[୧] କଲିକତା (ବର୍ତ୍ତମାନର କୋଲକାତା) ଆସିବା ପରେ ସେ ଶ୍ରୀ ସୁରେଶ ଚକ୍ରବର୍ତ୍ତୀଙ୍କଠାରୁ 'ତାଲିମ' ନେଇଥିଲେ ।[୩]

କମ୍ମ୍ୟୁନିଷ୍ଟ ପାର୍ଟି ସଭ୍ୟ[ସମ୍ପାଦନା]

ପୂର୍ବରୁ ଏମସି କଲେଜରେ ଯୋଗଦାନ କରିବା ପରେ କମ୍ମୁନିଷ୍ଟ ପାର୍ଟି ସ‌ହିତ ନିର୍ମଳେନ୍ଦୁ ଶାମିଲ ହୋଇଥିଲେ । କୋଡ଼ିଏ ବର୍ଷ ବୟସରେ ସେ ୧୯୪୧ ମସିହାରେ ସେ ପାର୍ଟି ସଭ୍ୟ ହୋଇଥିଲେ । ବ୍ରିଟିଶ ସରକାରର ଅତ୍ୟାଚାର ବିଦୁଦ୍ଧରେ ଲୋକମାନଙ୍କୁ ଜାଗରଣ ନିମନ୍ତେ ଗୀତ ଏକ ପ୍ରଧାନ ଆୟୁଧ ଥିଲା ଓ ସେହି ଲକ୍ଷରେ ସେ ନିଜକୁ ନିୟୋଜିତ କରିଥିଲେ । ସେହି ସମୟରେ ସେ ଗ୍ରାମମାନଙ୍କରେ ବ୍ୟାପକ ଭାବରେ ବଙ୍ଗଳାରେ ବିଶେଷ କରି ସିଲହେଟରେ ଭ୍ରମଣ କରି ସେଠାକାର ଉନ୍ନତ ଲୋକ ସଙ୍ଗୀତ ଓ ଲୋକ ସଂସ୍କୃତି ସଂସ୍ପର୍ଶରେ ଆସିଥିଲେ । ସିଲହେଟ ମାଟିର ଏନ୍ୟ ଏକ ସନ୍ତାନ ହେମାଙ୍ଗ ବିଶ୍ୱାସଙ୍କ ସ‌ହିତ ତାଙ୍କର ପରିଚୟ ହେଲେ ଯିଏ କି ଜଣେ ସଙ୍ଗୀତ ବିଶାରଦ ଥିଲେ ଓ କମ୍ମ୍ୟୁନିଷ୍ଟ ପାର୍ଟି ସ‌ହିତ ସମ୍ପର୍କ ରଖିଥିଲେ । ବିଭିନ୍ନ ରାଲି ଓ ସଭାମାନଙ୍କରେ ହେମାଙ୍କ ବିଶ୍ୱାସଙ୍କ ସୃଷ୍ଟ ଅନେକ ଗୀତ ନିର୍ମଳେନ୍ଦୁ ଗାଇଥିଲେ ।[୨]

ସଙ୍ଗୀତ ବୃତ୍ତି[ସମ୍ପାଦନା]

ଜନ ସାଧାରଣଙ୍କର ଉତ୍ସବରେ ନିର୍ମଳେନ୍ଦୁ ଅତି ଅଳ୍ପ ବୟସରୁ ବାହାରିବା ଆରମ୍ଭ କରିଥିଲେ । ୧୯୫୩ ମସିହା ପୂର୍ବରୁ ସେ ଭାରତକୁ ବିସ୍ଥାପିତ ହୋଇଥିଲେ । ତାଙ୍କର ଖ୍ୟାତି ବ୍ୟାପିବାକୁ ଲାଗିଲା । ସେତେବେଳର ବାହ୍ୟ ମାମଲାର ଡେପୁଟି ମିନିଷ୍ଟର ଅନିକ କୁମାର ଚନ୍ଦା ନିର୍ମଳେନ୍ଦୁ ଓ ତାଙ୍କ ଭାଇ ନିରେନ୍ଦୁ ଚୌଧରୀଙ୍କୁ ଭାରତୀୟ ସଂସ୍କୃତି ପ୍ରତିନିଧି ମଣ୍ଡଳୀରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ ଯାହା ପଣ୍ଡିତ ଜ‌‌ୱାହରଲାଲ ନେହୁରୁଙ୍କ ସୋଭିଏଟ ୟୁନିଅନ ଯିବା ପୂର୍ବର ଏକ ପ୍ରସ୍ତୁତି ପ୍ରୋଗ୍ରାମ ଥିଲା । ନର୍ତ୍ତକୀ ସିତାରା ଦେବୀ, ଗାୟକ ଲଳିତ ଏସ ଉଭୟକର, ରବିନ୍ଦ୍ର ସଙ୍ଗୀତ କଳାକାର ଦ୍ୱିଜେନ ମୁଖର୍ଜୀ, ତବଲା ବାଦକ ପଣ୍ଡିତ ଶାନ୍ତା ପ୍ରସାଦ ଇତ୍ୟାଦି ସେହି ପ୍ରତିନିଧି ମଣ୍ଡଳୀର ସଦସ୍ୟ ଥିଲେ ।[୪] ମସ୍କୋର ୧୯୫୫ ମସିହାରେ ବୋଲସୋଇ ଥିଏଟରରେ ନିକିତା କୃଶ୍ଚେଭଙ୍କର ଉପସ୍ଥିତିରେ ନିର୍ମଳେନ୍ଦୁ ତାଙ୍କର ପ୍ରଦର୍ଶନ କରିଥିଲେ ଓ ପରବର୍ତ୍ତୀ ସମୟରେ ୱାରସରେ ଏକ ଆନ୍ତର୍ଜାତୀୟ ଲୋକ ସଙ୍ଗୀତ ମେଳଣରେ ସେ ଏକ ସ୍ୱର୍ଣ୍ଣ ପଦକ ପାଇଥିଲେ । ବିଦେଶରେ ଅନେକ ସାଂସ୍କୃତିକ ଉତ୍ସବରେ ସେ ଯୋଗ ଦେଇଥିଲେ । ୱାରସ, ସୋଫିଆ, ପ୍ରେଗ, ବେଲଗ୍ରେଡ଼ ଓ ମସ୍କୋରେ ତାଙ୍କ ପ୍ରଦର୍ଶନ‌କୁ ଲୋକମାନେ ଅନେକ ପସନ୍ଦ କରିଥିଲେ ଓ ଏହାଦ୍ୱାର ବିଦେଶରେ ଭାରତୀୟ ଲୋକ ସଙ୍ଗୀତ ଲୋକପ୍ରିୟ ହୋଇପାରିଥିଲା ।[୧] ସେ ସୋଭିଏତ ୟୁନିଅନ, ଯୁଗୋସ୍ଲାଭିଆ, ପୋଲାଣ୍ଡ, ରୋମାନିଆ, ଚେକୋସ୍ଲାଭାକିଆ, ବୁଲଗେରିଆ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଚୀନ, ଯୁକ୍ତରାଜ୍ୟ, ଫ୍ରାନ୍ସ, ଜର୍ମାନୀ, ହଲାଣ୍ଡ, ଫିନଲାଣ୍ଡ, ଯୁକ୍ତରାଷ୍ଟ୍ର, କାନାଡ଼ା ଓ ଜାପାନ ଇତ୍ୟାଦି ରାଜ୍ୟମାନ ସେ ଭ୍ରମଣ କରି ପ୍ରଦର୍ଶନ କରିଥିଲେ ।[୨] କୋଲକାତାର ବଙ୍ଗ ସଂସ୍କୃତ ସମ୍ମିଳନୀରେ ସେ ଉଲ୍ଲଖନୀୟ ପ୍ରଦର୍ଶନ କରିଥିଲେ । ଏକ ଶହରୁ ଅଧିକ ଗୀତ ସେ ରେକର୍ଡ଼ କରିଥିଲେ । ପ୍ରଚ୍ଛଦପଟ ଗାୟକ ଓ ଅଭିନେତା ଭାବରେ ସେ ଚଳଚ୍ଚିତ୍ର ଜଗତରେ ସମ୍ମିଳିତ ହୋଇଥିଲେ । ସେ ଜଣେ ଖ୍ୟାତନାମା ସଂଯୋଜକ ମଧ୍ୟ ଥିଲେ । ତାଙ୍କର ଏକ ଗୀତ ସଂଗ୍ରହ ପ୍ରକାଶିତ ହୋଇଥିଲେ ଯାହାର ନାମ ଥିଲେ ଏପାର ବାଦଗଲା ଓପାର ଗଣ[୧]

ପୁରସ୍କାର[ସମ୍ପାଦନା]

ଲୋକ ସଙ୍ଗୀତକୁ ତାଙ୍କର ଅବଦାନ ନିମନ୍ତେ ତାଙ୍କୁ ଭାରତ ସରକାର ପଦ୍ମ ଭୂଷଣ ସମ୍ମାନ ଦେଇଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Nimalendu Choudhury". Retrieved 22 April 2019.
  2. ୨.୦ ୨.୧ ୨.୨ Sharma, Apurba. "নির্মলেন্দু চৌধুরী: লোকগানে বিশ্বলোকে". Retrieved 22 April 2019.
  3. Menon, Rekha (1961). Cultural Profiles, Volume 1. International Cultural Center.
  4. Kumar, Dr. Ravindra, ed. (1992). Selected Works of Maulana Abul Kalam Azad. Atlantic Publishers and Distributors.