ନିମ୍ରତ କୌର

ଉଇକିପିଡ଼ିଆ‌ରୁ
ନିମ୍ରତ କୌର
୨୦୧୪ର ୫୯ତମ ଫିଲ୍ମ‌ଫେୟାରରେ ନିମ୍ରତ
ଜନ୍ମ (1982-03-13) ୧୩ ମାର୍ଚ୍ଚ ୧୯୮୨ (ବୟସ ୪୨)
ଶିକ୍ଷାନୁଷ୍ଠାନଶ୍ରୀ ରାମ କଲେଜ ଅଫ୍ କମର୍ସ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୨–ଏବେଯାଏଁ

ନିମ୍ରତ କୌର (ଜନ୍ମ: ୧୩ ମାର୍ଚ୍ଚ ୧୯୮୨) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ନିମ୍ରତ ଜଣେ ପେପର ମଡେଲ ଭାବରେ ମଡେଲିଂରେ ଯୋଗ ଦେଇଥିଲେ ଏବଂ ପରେ ଥିଏଟରରେ ଅଭିନୟ କରିବା ପାଇଁ ଯୋଗ ଦେଇଥିଲେ । କିଛି ଚଳଚ୍ଚିତ୍ରରେ ଛୋଟ ଛୋଟ ଅଭିନୟ କରିବା ପରେ ଅନୁରାଗ କଶ୍ୟପଙ୍କର ଚଳଚ୍ଚିତ୍ର ପେଡ୍ଡେଲର୍‌ସ୍‌ରେ ନିମ୍ରତ ଅଭିନୟ କରିଥିଲେ । ଏହାପରେ ସେ ଇଫ୍ରାନ ଖାନ୍‌ଙ୍କ ସ‌ହ ଦ ଲଞ୍ଚ ବକ୍ସ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୨୦୧୫ରେ ନିମ୍ରତ ଆମେରିକାର ଦୂରଦର୍ଶନ ଧାରାବାହିକ ହୋମଲ୍ୟାଣ୍ଡରେ ଜଣେ ଏଜେଣ୍ଟ ଭାବରେ ଅଭିନୟ କରିଥିଲେ । ୨୦୧୬ରେ ନିମ୍ରତ ଅଭିନେତା ଅକ୍ଷୟ କୁମାରଙ୍କ ସ‌ହ ଏୟାରଲିପ୍ଟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୬ରେ ସେ ଆମେରିକାର ଦୂରଦର୍ଶନ ଧାରାବାହିକ ୱେୱାର୍ଡ଼ ପିନ୍‌ସ୍‌ର ୨ୟ ସଂସ୍କରଣରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନିମ୍ରତ ୧୩ ମାର୍ଚ୍ଚ ୧୯୮୨ରେ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ ।[୧][୨][୩] ତାଙ୍କ ବାପା ଜଣେ ଭାରତୀୟ ସେନାଧିକାରୀ ଥିଲେ । ତାଙ୍କର ଜଣେ ସାନ ଭଉଣୀ ଅଛନ୍ତି, ଯେ କି ବାଙ୍ଗାଲୋରରେ ମନସ୍ତ‌ତ୍ୱ‌ବିତ୍ ଭାବରେ କାର୍ଯ୍ୟ କରୁଛନ୍ତି ।[୪] ୧୯୯୪ରେ ତାଙ୍କ ବାପା କାଶ୍ମୀର ମିଲିଟାଣ୍ଟଦ୍ୱାରା ଅ‌ପ‌ହୃତ ହୋଇଥିଲେ ଏବଂ ପରେ ତାଙ୍କୁ ମାରିଦିଆଯାଇଥିଲା ।[୫] ଏହାପରେ ତାଙ୍କ ପରିବାର ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଯାଇଥିଲେ । ସେଠାରେ ସେ ନୋଇଡ଼ାରେ ତାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀ ରାମ କଲେଜ ଅଫ୍ କମର୍ଷରେ ପଢ଼ିଥିଲେ ଏବଂ ସେଠାକାର ସ୍ଥାନୀୟ ଥିଏଟରରେ ଯୋଗ ଦେଇଥିଲେ ।[୨][୬]

ଅଭିନୟ ଜୀବନ[ସମ୍ପାଦନା]

ପାଠପଢ଼ା ସାରିବା ପରେ ନିମ୍ରତ ମୁମ୍ବାଇ ଯାଇଥିଲେ ଏବଂ ସେଠାରେ ଜଣେ ପେପର ମଡେଲ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଜଣେ ଥିଏଟର ଅଭିନେତ୍ରୀ ଭାବରେ ମଧ୍ୟ ଅଭିନୟ କରୁଥିଲେ, ଯେଉଁଠି ସେ ବାଗଦାଦ ୱେଡିଙ୍ଗ, ଅଲ୍ ଏବାଉଟ୍ ଓମେନ, ରେଡ୍ ସ୍ପାରୋ ଭଳି ନାଟକରେ ନିର୍ଦ୍ଦେଶକ ସୁନୀଲ ଶାନବାଗ ଏବଂ ମାନବ କୌଲଙ୍କ ସ‌ହ କାମ କରିଥିଲେ ।[୭]

ନିମ୍ରତ ପରେ ପରେ ୨୦୦୪ରେ କୁମାର ସାନୁ ଏବଂ ଶ୍ରେୟା ଘୋଷାଲଙ୍କର ଦୁଇଟି ଗୀତ ଆଲବମ୍‌ରେ ଅଭିନୟ କରିଥିଲେ ।[୨][୮] ଏଥି ସ‌ହ ସେ ଦୂରଦର୍ଶନ ବିଜ୍ଞାପନରେ ଅଭିନୟ କରିଥିଲେ ।[୯]

ନିମ୍ରତ ୨୦୦୬ରେ ଏକ ଇଂରାଜୀ ଚଳଚ୍ଚିତ୍ର ୱାନ୍ ନାଇଟ୍ ଉଇଥ୍ ଦ କିଙ୍ଗ୍ ଜରିଆରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୨ରେ ନିମ୍ରତ ହିନ୍ଦୀ କଥାଚିତ୍ର ପେଡ୍ଡଲର୍‌ସ୍‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୧୦] କ୍ୟାଡାବରି ଚକୋଲେଟର ସିଲ୍କ ବିଜ୍ଞାପନ ନିମ୍ରତଙ୍କୁ ଲୋକପ୍ରିୟ କରାଇଥିଲା ।[୧୧]

ପରେ ୨୦୧୫ରେ ନିମ୍ରତ ଅଭିନେତା ଇର୍ଫାନ ଖାନଙ୍କ ସ‌ହ ଲଞ୍ଚ ବକ୍ସରେ ଅଭିନୟ କରିଥିଲେ ।[୧][୧୨][୧୩][୧୪] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହେବା ସ‌ହ ସମୀକ୍ଷକମାନେ ମଧ୍ୟ ପସନ୍ଦ କରିଥିଲେ ।[୧୫][୧୬][୧୭][୧୮] ଏହି ଚଳଚ୍ଚିତ୍ରରେ ନିମ୍ରତଙ୍କର ଭୂମିକାକୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ ।[୧୯][୨୦][୨୧]

୨୦୧୪ରେ ନିମ୍ରତ ହୋମଲ୍ୟାଣ୍ଡ ନାମକ ଆମେରିକାର ଦୂରଦର୍ଶନ ଧାରାବାହିକର ୪ର୍ଥ ସଂସ୍କରଣରେ ଅଭିନୟ କରିଥିଲେ ।[୨୨][୨୩][୨୪]

୨୦୧୬ରେ ନିମ୍ରତ ହିନ୍ଦୀ କଥାଚିତ୍ର ଏୟାରଲିଫ୍ଟରେ ଅଭିନେତା ଅକ୍ଷୟ କୁମାରଙ୍କ ସ‌ହ ଅଭିନୟ କରିଥିଲେ ।[୧][୨୫] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇଥିଲା ।[୨୬]

୨୦୧୬ରେ ସେ ଆମେରିକାର ଦୂରଦର୍ଶନ ଧାରାବାହିକ ୱେୱାର୍ଡ଼ ପିନ୍‌ସ୍‌ର ୨ୟ ସଂସ୍କରଣରେ ଅଭିନୟ କରିଥିଲେ ।[୨୭]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୨: ତେରା ମେରା ପ୍ୟାର
  • ୨୦୦୪: ୟେ କ୍ୟା ହୁଆ
  • ୨୦୦୫: ୟହାନ୍
  • ୨୦୦୬: ୱାନ ନାଇଟ୍ ୱିଥ୍ ଦ କିଙ୍ଗ୍
  • ୨୦୧୦: ଏନ୍‌କାଉଣ୍ଟର
  • ୨୦୧୨: ପେଡ୍ଡେଲର୍‌ସ୍
  • ୨୦୧୨: ଲଭ୍ ସଭ୍ ତେ ଚିକେନ ଖୁରାନା
  • ୨୦୧୩: ଦ ଲଞ୍ଚବକ୍ସ
  • ୨୦୧୪: ହୋମଲ୍ୟାଣ୍ଡ (ଆମେରିକାର ଦୂରଦର୍ଶନ ଧାରାବାହିକ)
  • ୨୦୧୬: ଏୟାରଲିଫ୍ଟ
  • ୨୦୧୬: ୱେୱାର୍ଡ଼ ପିନ୍‌ସ୍
  • ୨୦୧୭: ଦ ଟେଷ୍ଟ କେସ୍

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Gupta, Priya (9 December 2015). "Nimrat Kaur:She spent years of her childhood in Khajuwala,a town in Bikaner district of Rajasthan. My father was killed by the Hizb-ul-Mujahideen for not conceding to their demands in Kashmir". The Times of India. Retrieved 9 May 2017.
  2. ୨.୦ ୨.୧ ୨.୨ "Personal Agenda: Nimrat Kaur". Hindustan Times. 20 September 2013. Archived from the original on 28 September 2013. Retrieved 9 May 2017.
  3. "Trailer out: Irrfan and Nimrat Kaur in Cannes-winning film Lunch Box". India Today. 14 August 2013. Retrieved 9 May 2017.
  4. Kandpal, Kathika (9 December 2013). ""I wanted to sex up Ila from The Lunchbox" – Nimrat". Filmfare. Retrieved 9 May 2017.
  5. Gupta, Priya (9 December 2015). "Nimrat Kaur: My father was killed by the Hizb-ul-Mujahideen for not conceding to their demands in Kashmir". The Times of India. Retrieved 9 May 2017.
  6. "Nimrat Kaur: I am living my dream". Hindustan Times. 27 September 2013. Archived from the original on 6 December 2014. Retrieved 9 May 2017.
  7. "Stage of reason". Chennai, India: The Hindu. 29 March 2012. Retrieved 9 May 2017.
  8. Tera Mera Pyar at Allmusic. Retrieved 9 May 2017.
  9. "'The Lunchbox' new stills: Why Nimrat Kaur is a talent to watch out for". IBN Live. 16 September 2013. Archived from the original on 9 October 2013. Retrieved 9 May 2013.
  10. Young, Deborah (21 May 2012). "Peddlers-Cannes-Review". Hollywoodreporter.com. Retrieved 4 July 2013.
  11. "New Cadbury girl Nimrat Kaur is making waves in Bollywood". Indian Express. 19 July 2013. Retrieved 9 May 2017.
  12. "Nimrat Kaur on her second appearance at Cannes". Mid-day.com. 22 May 2013. Retrieved 9 May 2017.
  13. "'The Lunchbox' at Cannes, actress Nimrat Kaur not surprised". The Times Of India. 19 May 2013. Archived from the original on 16 July 2013. Retrieved 9 May 2017.
  14. "You don't always get the right films, says 'Lunchbox' star Nimrat Kaur". CNN-IBN. 24 July 2013. Archived from the original on 27 July 2013. Retrieved 9 May 2017.
  15. "Box Office: Veena Malik's Super Model is a disaster". Rediff.com. 30 September 2013. Retrieved 9 May 2017.
  16. "The Lunchbox (2013)". Rotten Tomatoes. Retrieved 9 May 2017.
  17. "'The Lunchbox' Critics Review Roundup: A Must Watch Film!". International Business Times. 20 September 2013. Retrieved 9 May 2017.
  18. Rastogi, Tavishi Paitandy (27 September 2013). "Nimrat Kaur: I am living my dream". Hindustan Times. Archived from the original on 6 December 2014. Retrieved 9 May 2017.
  19. Sen, Raja (20 September 2013). "Review: The Lunchbox is the best Indian film in years". Rediff.com. Retrieved 9 May 2017.
  20. Weissberg, Jay (19 May 2013). "Cannes Film Review: 'The Lunchbox'". Variety. Retrieved 9 May 2017.
  21. Gupta, Pratim D. (21 September 2013). "The lunchbox". The Telegraph. Retrieved 9 May 2017.
  22. "'Homeland' Adds Trio to Season 4 (Exclusive)". The Hollywood Reporter. 31 July 2014.
  23. K, Bhumika (10 July 2014). "LOVE coming her way". The Hindu. Retrieved 15 July 2014.
  24. "Nimrat Kaur, Rajkummar Rao in Nikhil Advani's next". Bollywood Hungama. 11 June 2014. Retrieved 15 July 2014.
  25. Masand, Rajeev (22 January 2016). "'Airlift' review: The film turns the real-life story into a one-man mission". CNN-IBN. Retrieved 9 May 2017.
  26. "Airlift box office collections: Akshay Kumar's patriotic theme powers take to Rs 122.65 crore". The Financial Express. 11 February 2016. Retrieved 9 May 2017.
  27. Andreeva, Nellie (19 February 2016). "Wayward Pines Adds Kacey Rohl & Nimrat Kaur For Season 2". Deadline.com. Retrieved 9 May 2017.

ଅଧିକ ତ‌‌ଥ୍ୟ[ସମ୍ପାଦନା]