ନାଗଫେଣୀ ଗଛ

ଉଇକିପିଡ଼ିଆ ରୁ
Jump to navigation Jump to search
ସିଙ୍ଗାପୁର ବୋଟାନିକ ଗାର୍ଡେନର ନାଗଫେଣୀ ଗଛ
Many species of cactus have long, sharp spines, like this Opuntia.

ନାଗଫେଣୀ (cactus) ସପୁଷ୍ପକ ପରିବାର ଏକ ଜୀବ-ବୈଜ୍ଞାନିକ ଫୁଲ ଅଟେ , ଯାହା ନିଜର ମୋଟା, ଫୁଲିଥିବା ଶରୀରରେ ପାଣି ଭରିକରି ଶୁଷ୍କ ବା ରେଜିସ୍ତାନ (ବାଲି ଯୁକ୍ତ ସହର) ପରିସ୍ଥିତିରେ ଜୀବିତ ରହିବା ଏବଂ ନିଜ କଣ୍ଟାରେ ସମ୍ପୂର୍ଣ୍ଣ ଭାବେ ଭରି ହୋଇଥିବା ରୂପ ପାଇଁ ଜଣାଯାଏ । ଏହାର ପାଖାପାଖି ୧୨୭ ଜୀବ-ବୈଜ୍ଞାନିକ ବଂଶରେ ଏବଂ ୧୭୫୦ ଜୀବ-ବୈଜ୍ଞାନିକ ଜାତି ସଂଗଠିତ ହୋଇଛନ୍ତି ଏବଂ ସେ ଗୁଡିକ ନବଜଗତ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକାର ମୂଳ ନିବାସୀ ଅଟନ୍ତି । ଏମାନଙ୍କ ମଧ୍ୟରୁ କେବଳ ଗୋଟିଏ ଜାତି ହିଁ ପୂର୍ବଜଗତରେ ଆଫ୍ରିକା ଓ ଶ୍ରୀଲଙ୍କାରେ ବିନା ମାନବୀୟ ହସ୍ତକ୍ଷେପଦ୍ୱାରା ପହଞ୍ଚି ଥିଲେ [୧] ଏବଂ ଜଣାଯାଏ ଯେ, ଏହାକୁ ପକ୍ଷୀ ମାନଙ୍କଦ୍ୱାରା ପ୍ରସାରିତ କରାଯାଇଥିଲା । ନାଗଫେଣୀ ପ୍ରାୟତଃ ସମସ୍ତେ ମାଂସାଳ (ମୋଟା ଯୁକ୍ତ) ଗଛ ହୋଇଥାନ୍ତି , ଯିଏ ନିଜ ଶରୀରରେ ପାଣି ବଞ୍ଚାଇ ରଖିଥାଏ । ଏହାର ପତ୍ର ମଧ୍ୟ ବିଶେଷ ରୂପେ କଣ୍ଟାର ସ୍ୱରୂପ ଧାରଣ କରିଥାଏ । [୨] ଏହି ଗଛ ସାଧାରଣତଃ ଗରମ, ଶୁଷ୍କ ଜଳବାୟୁ ଅନୁକୂଳରେ ଦେଖାଯାଇଥାଏ ।

ନାଗଫେଣୀର ୧,୫୦୦ରୁ ୧,୮୦୦ ପ୍ରଜାତି ଅଧିକାଂଶ "Core Cacti"ର ଦୁଇ ସମୂହ ମଧ୍ୟରୁ ଗୋଟିଏରେ ଆସିଥାନ୍ତି , ଯଥା: Opuntias (ଉପ ପରିବାର Opuntioideae) ଏବଂ Cactoids (ଉପ ପରିବାର Cactoideae) । ଏହି ଦୁଇ ସମୂହରୁ ଅଧିକାଂଶ ସଦସ୍ୟ ମଧ୍ୟରୁ ନାଗଫେଣୀକୁ ଅତି ସହଜରେ ଚିହ୍ନିବା ଯୋଗ୍ୟ ହୋଇଥାଏ ।

ଥିୟୋଫ୍ରାଷ୍ଟସ(Theophrastus) "ନାଗଫେଣୀ" ଶବ୍ଦର ବ୍ୟବହାର କରୁଥିବା ପ୍ରଥମ ବ୍ୟକ୍ତି ଥିଲେ । ଏହା ପ୍ରାଚୀନ ଗ୍ରୀକରୁ ଆସିଛି ପ୍ରାଚୀନ ଗ୍ରୀକ: κάκτος kaktos । ଥିୟୋଫ୍ରାଷ୍ଟସ ଏହାର ବ୍ୟବହାର ଏକ ମେରୁଦଣ୍ଡ ଯୁକ୍ତ ଗଛ ପାଇଁ କରିଥିଲେ , ଯାହାର ପରିଚୟ ନିଶ୍ଚିତ ରୂପେ ଜ୍ଞାତ ନାହିଁ ।[୩] ନାଗଫେଣୀ ଗଛ ଶୁଖିଲା, ଗରମ ଜଳବାୟୁରେ ଏକ ମହତ୍ତ୍ୱପୂର୍ଣ୍ଣ ଖାଦ୍ୟ ଶୃଙ୍ଖଳାର ଅଂଶ ଅଟେ । ଏବେ ଏହା ଦୁନିଆର ବିଭିନ୍ନ ଅଂଶରେ ବ୍ୟାପିଯାଇଛି , ଏବଂ ବହୁତ ଲୋକ ସେହି ଗଛ ଗୁଡିକୁ ମାଟି ପାତ୍ର କିମ୍ବା ବଗିଚାରେ ଲାଗେଇବାକୁ ପସନ୍ଦ କରିଥାନ୍ତି ।

20ବିଂ ଶତାବ୍ଦୀର ଆରମ୍ଭରୁ ନାଗଫେଣୀରେ ରୁଚି ବଢିଛି । ପ୍ରତ୍ୟେକ ବର୍ଷ ବୈଜ୍ଞାନିକ ମାନେ ନୂତନ ପ୍ରକାର ନାଗଫେଣୀର ଅନୁସନ୍ଧାନ କରିଥାନ୍ତି । ଏହାର ଖରାପ ପ୍ରଭାବ ହେଉଛି, ନାଗଫେଣୀକୁ ଖୋଜିବା ପାଇଁ ଜଙ୍ଗଲର ବିଭିନ୍ନ ଯାଗାକୁ ଖୋଳି ଥାନ୍ତି , ଯାହାଦ୍ୱାରା କିଛି ପ୍ରକାର ସଙ୍କଟ ଅନୁଭବ ହୋଇଥାଏ ।

ଉପଯୋଗୀକାରଣ[ସମ୍ପାଦନା]

ଉପଯୋଗୀକରଣ ଏପରି ଏକ ପ୍ରକ୍ରିୟା ଅଟେ ଯାହା ଜୀବନ୍ତ ଜିନିଷକୁ ଜୀବନ୍ତ ରଖିବା ଏବଂ ନିଜପରି ଆହୁରି ଅଧିକ ବନେଇବା ପାଇଁ ସାହାଯ୍ୟ କରିଥାଏ । ନାଗଫେଣୀ ପାଖେ ସେହି ଜାଗାରେ ରହିବା ପାଇଁ ବହୁ ଅନୁକୂଳନ ପରିସ୍ଥିତି ରହିଛି ଯାହା ବେଳେ ବେଳେ ଅଧିକ ସମୟ ପର୍ଯ୍ୟନ୍ତ ଶୁଖିଥାଏ । ଅନ୍ୟ ସମୟରେ ଏହି ସ୍ଥାନରେ ବହୁତ ବର୍ଷା ହୋଇପାରେ ।

ମାଟିର ଶୀର୍ଷ ପାଖେ ନାଗଫେଣୀରେ ବହୁ ଛୋଟ, ପତଳା ମୂଳ ରହିପାରେ । ଏହି ମୂଳ ବର୍ଷା ପରେ ପାଣିରେ ଯଥା ଶୀଘ୍ର ଭରିଯାଏ । ଗୋଟିଏ ନାଗଫେଣୀରେ ଏକ ଲମ୍ବା, ମୋଟା ମୂଳ ରହିପାରେ, ଯାହାକୁ "ଟ୍ୟାପରୁଟ" କୁହାଯାଏ । ଟ୍ୟାପରୁଟ ମାଟିରେ ଅତି ଗଭୀରତାରୁ ବଢିଥାଏ । ଯେତେବେଳେ ଶିର୍ଷରେ ମାଟି ଶୁଖିଯାଏ ସେତେବେଳେ ଏହା ପାଣି ପର୍ଯ୍ୟନ୍ତ ପହଞ୍ଚି ପାରେ ।

ମୋଟା କାଣ୍ଡରେ ନାଗଫେଣୀର ପାଣି ଜମା ହୋଇ ରହିଥାଏ । କାଣ୍ଡ ଶକ୍ତ ଶରୀରରେ ଆବରଣ ହୋଇଥାଏ ଏବଂ ମହମ (ମହୁସିଠା)ରେ ଘୋଡେଇ ହୋଇଥାଏ । ମୋଟା ମହମ ଯୁକ୍ତ ଶରୀର ପାଣିର ଅସୁବିଧାକୁ କମେଇ ଥାଏ । ଏହାର ପତ୍ରରେ ବହୁତ ଶକ୍ତ ଏବଂ ବଡ଼ ବଡ଼ କଣ୍ଟା ରହିଥାଏ । ବହୁ ଜୀବଜନ୍ତୁ ନାଗ ଫେଣୀ ଭିତରର ପାଣିକୁ ଆଶା କରିଥାନ୍ତି, କିନ୍ତୁ ଏହାର ମୋଟା ଚମଡା ଏବଂ ଶକ୍ତ କଣ୍ଟା ପାଇଁ ସେମାନେ ପାଣିକୁ ସଂଗ୍ରହ କରି ପାରନ୍ତି ନାହିଁ ।

ବ୍ୟବହାର[ସମ୍ପାଦନା]

ନାଗଫେଣୀ ସାଧାରଣତଃ "House Plant" (ଘରୋଇ ଗଛ) ରୂପେ ଉପଜାତ ହୋଇଥାଏ । ସେଗୁଡିକ ସୁନ୍ଦର ଏବଂ ବିକଶିତ କରିବା ପାଇଁ ଅତ୍ୟନ୍ତ ସହଜ ଅଟେ । କିଛି ନାଗଫେଣୀ ଗଛ ବଗିଚାରେ ଲଗାଯାଏ, ମୁଖ୍ୟତଃ ଶୁଖିଲା ଜାଗାରେ । ଏହାକୁ ସାଧାରଣତଃ ଜୀବିତ ବାଡ଼ ରୂପେ ବ୍ୟବହାର କରାଯାଏ । ମରିଯାଇଥିବା ଗଛକୁ ବେଳେ ବେଳେ କୋଠା ଘରପାଇଁ ବ୍ୟବହାର କରାଯାଏ ।

କିଛି ଲୋକ ନାଗଫେଣୀକୁ ଖାଦ୍ୟପେୟ ରୂପେ ବ୍ୟବହାର କରିଥାନ୍ତି । Dactylopius coccus ଏକ ପ୍ରକାର ସ୍କେଲ କୀଟ ଅଟେ ଯେଉଁଥିରୁ କୋଚିନିୟଲ ଡ଼ାଇ ମୋଲିଥାଏ । ଏହି କୀଟ ନାଗଫେଣୀରେ ପୋଷକ ତତ୍ତ୍ୱ ଭରପୁର ମାନରେ ରଖିଥାଏ । କୀଟ କର୍ମେନିକ ଏସିଡ଼ର ଉତ୍ପାଦନ କରିଥାଏ, ଯାହା ଅନ୍ୟ କୀଟ ମାନଙ୍କଦ୍ୱାରା ଭବିଷ୍ୟବାଣୀର ଅନୁସନ୍ଧାନ କରିଥାଏ । ଲାଲ ଡ଼ାଇ ତିଆରି କରିବା ପାଇଁ କୀଟ ଶରୀର ଏବଂ ଅଣ୍ଡାରୁ କୈରାମିନିକ ଏସିଡ଼ ବାହାର କରାଯାଇ ପାରେ ।

ଗ୍ୟାଲେରୀ[ସମ୍ପାଦନା]

  1. Anderson, Edward F. 2001. The cactus family. Pentland, Oregon: Timber Press. ISBN 978-0-88192-498-5
  2. Angiosperm Phylogeny Group (2009). "An update of the Angiosperm Phylogeny Group classification for the orders and families of flowering plants: APG III" (PDF). Botanical Journal of the Linnean Society. 161 (2): 105–121.
  3. Johnson, A.T. & Smith, H.A. (1972), Plant names simplified : their pronunciation, derivation & meaning, Buckenhill, Herefordshire: Landsmans Bookshop, ISBN 978-0-900513-04-6, p. 19