ନାକ ଝିଲ୍ଲି ଜମାଟ ରକ୍ତ

ଉଇକିପିଡ଼ିଆ‌ରୁ
Nasal septal hematoma
Nasal septal hematoma
Septal hematoma
ବିଭାଗOtolaryngology
ଲକ୍ଷଣBlockage of the nose, pain[୧]
ଆକ୍ରାନ୍ତ ସମୟWithin 72 hours of trauma[୧]
କାରଣTrauma, bleeding problems[୧]
ରୋଗ ନିର୍ଣ୍ଣୟ ପଦ୍ଧତିExamination[୧]
ସଠିକ ରୋଗ ନିର୍ଣ୍ଣୟNasal polyps, nasal septum deviation, hemangioma[୧]
ଚିକିତ୍ସାIncision and drainage, nasal packingref name=NEJM2015/>
ପୁନଃପୌନିକRare[୧]

ନାକ ଝିଲ୍ଲି ଜମାଟ ରକ୍ତ ବା ନାସାଲ୍ ସେପ୍ଟାଲ୍ ହେମାଟୋମା (ଇଂରାଜୀ ଭାଷାରେ Nasal septal hematoma) ରୋଗରେ ନାକ ଝିଲ୍ଲି ମଧ୍ୟସ୍ଥ କୋମଳାସ୍ଥି କିମ୍ବା ହାଡ ପାଖରେ ରକ୍ତ ଜମାଟ ହୁଏ ।[୧] ଏହାର ଲକ୍ଷଣ ମଧ୍ୟରେ ନାକ ଅବରୋଧ ଏବଂ ଯନ୍ତ୍ରଣା ହୋଇପାରେ ।[୧] ଗୋଟିଏ କିମ୍ବା ଉଭୟ ପାର୍ଶ୍ୱ ଜଡିତ ହୋଇପାରନ୍ତି ।[୧] ଠିକ୍ ସମୟରେ ଚିକିତ୍ସା ନ କଲେ ନାକ ବିକଳାଙ୍ଗ, ଝିଲ୍ଲିରେ ପୂଜ କିମ୍ବା ଛିଦ୍ର ହୋଇପାରେ ।[୨] [୧]

ନାକ ଆଘାତ ଯୋଗୁଁ ସାଧାରଣତଃ ଏହା ଦେଖାଯାଏ ।[୧] ଏହା ବିଭିନ୍ନ କାରଣରୁ ଯେପରିକି ପତନ, ଆକ୍ରମଣ, ଅସ୍ତ୍ରୋପଚାର କିମ୍ବା ଶିଶୁ ନିର୍ଯାତନାରୁ ହୋଇପାରେ ।[୧] ରକ୍ତସ୍ରାବ ସମସ୍ୟା ହେତୁ ଏହା ମଧ୍ୟ ହୋଇପାରେ ।[୧] ଏହି ରକ୍ତ ଜମିବା ଯୋଗୁ ଅନ୍ତର୍ନିହିତ କାର୍ଟିଲେଜକୁ ରକ୍ତ ସରବରାହରୁ ବଞ୍ଚିତ କରିପାରେ | [୨] ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ।[୧]

ଏହି ରୋଗରେ ତୁରନ୍ତ ତାହାକୁ ଖୋଲି ଜମାଟ ରକ୍ତ ବାହାର କରିଦିଆଯାଏ ଓ ନାକ ଭିତର ଗଜ ପ୍ୟାକ କରିଦିଆଯାଏ ।[୨] ଏହି ରୋଗ ବିରଳ ଅଟେ ।[୧] ବିଶେଷକରି ପିଲାମାନଙ୍କ କ୍ଷେତ୍ରରେ ମାମଲା ଜଣାପଡ଼େ ନାହିଁ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Gupta, Gunjan; Mahajan, Kunal (2022). "Nasal Septal Hematoma". StatPearls. StatPearls Publishing. Archived from the original on 5 February 2022. Retrieved 5 February 2022.
  2. ୨.୦ ୨.୧ ୨.୨ Kass, Jason I.; Ferguson, Berrylin J. (2015-05-28). "Treatment of Hematoma of the Nasal Septum". New England Journal of Medicine. 372 (22): e28. doi:10.1056/NEJMvcm1010616. ISSN 0028-4793. PMID 26017844. Archived from the original on 2022-02-05. Retrieved 2022-01-02.