ନାକ ଅସ୍ଥି ଭଗ୍ନ

ଉଇକିପିଡ଼ିଆ‌ରୁ
ନାକ ଅସ୍ଥି ଭଗ୍ନ (Nasal fracture)
ଭଙ୍ଗା ନାକ (Broken nose)
ସାଧାରଣ ଏକ୍ସ-ରେ ଚିତ୍ରରେ ନାକ ଅସ୍ଥି ଭଗ୍ନ ପ୍ରଦର୍ଶିତ
ବିଭାଗଆଶୁ ଭେଷଜ (Emergency medicine), ଇଏନଟି (otorhinolaryngology)
ଲକ୍ଷଣନାକ ରକ୍ତସ୍ରାବ (Nose bleed), ଫୁଲା (swelling), ବ୍ରୁଇସିଙ୍ଗ (bruising)[୧][୨]
ଆକ୍ରାନ୍ତ ସମୟଯୁବ ପୁରୁଷ[୩]
କାରଣଆକ୍ରମଣ (Assault), ଖେଳ ଆଘାତ, ପଡ଼ିଯିବା (falls), ଗାଡ଼ି ଦୁର୍ଘଟଣା (motor vehicle collisions)[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣରୁ ନିର୍ଣ୍ଣୟ, ବେଳେ ବେଳେ ଏକ୍ସ-ରେ (plain X rays)[୧]
ଚିକିତ୍ସାଯନ୍ତ୍ରଣା ନିବାରକ ଔଷଧ (Pain medication), ଥଣ୍ଡା ସେକ (cold compresses)
Prognosisସାଧାରତଃ ଭଲ ।[୪]
ପୁନଃପୌନିକସାଧାରଣ[୩]

ନାକ ଅସ୍ଥି ଭଗ୍ନ (ଇଂରାଜୀରେ nasal fracture) ବା ସାଧାରଣତଃ ନାକ ଭଙ୍ଗା କୁହାଯାଉଥିବା ଅବସ୍ଥାରେ ନାକ (nose) ଅସ୍ଥି (bone) ଭାଙ୍ଗିଯାଇଥାଏ ।[୨] ଏହି ଭଙ୍ଗାରେ ନାକ ରକ୍ତସ୍ରାବ (bleeding), ଫୁଲା, ବ୍ରୁଇସିଙ୍ଗ, ନାକରେ ଶ୍ୱାସକ୍ରିୟା ଅକ୍ଷମତା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧][୨] ଏହି ଭଙ୍ଗା ସ‌ହିତ ମୁଖ ଅସ୍ଥି ଭଙ୍ଗା (facial fractures) ଓ ସେପ୍ଟାଲ ହେମୋଟୋମା (septal hematoma) ଥାଇପାରେ ।[୧]

ଆକ୍ରମଣ (Assault), ଖେଳ ଆଘାତ, ପଡ଼ିଯିବା (falls), ଗାଡ଼ି ଦୁର୍ଘଟଣା (motor vehicle collisions) ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ଧରଣର ଅସ୍ଥି ଭଗ୍ନ ହୁଏ ।[୧] ଲକ୍ଷଣ ଓ ଚିହ୍ନ ଦେଖି ଏହି ନାକ ଅସ୍ଥି ଭଙ୍ଗା ନିର୍ଣ୍ଣୟ କରାଯାଏ ଓ ଏହା ନିଧାର୍ଯ୍ୟ କରିବା ପାଇଁ ଏକ୍ସ-ରେ plain X-ray ସାହାଯ୍ୟ ନିଆଯାଏ ।[୧]

ଯନ୍ତ୍ରଣା ନିବାରକ ଔଷଧ (Pain medication) ଓ ଥଣ୍ଡା ସେକ (cold compresses) ଦେଇ ଏହାର ଚିକିତ୍ସା କରାଯାଏ ।[୧] ଫୁଲା କମିଗଲା ପରେ ଆବଶ୍ୟକ ହେଲେ ଅସ୍ଥି ରିଡକସନ କରାଯାଏ ।[୧] ପ୍ରକାର ଅନୁସାରେ କ୍ଲୋଜଡ ବା ଓପନ ରିଡକସନ (reduction may be closed or open) କରାଯାଇପାରେ ।[୨] ଚିକିତ୍ସାର ଫଳାଫଳ ସାଧାରଣତଃ ଭଲ ହୁଏ ।[୪] ନାକ ଅସ୍ଥି ଭଙ୍ଗା ଏକ ସାଧାରଣ ଭଙ୍ଗା ଓ ଏହା ମୁଖ ଅସ୍ଥି ଭଙ୍ଗାର ପ୍ରାୟ ୪୦% ଥାଏ । [୧][୩] ୨୦ରୁ ୩୦ ବର୍ଷ ବୟସ୍କ ପୁରୁଷମାନଙ୍କର କ୍ଷେତ୍ରରେ ଏହା ଅଧିକ ଦେଖାଯାଏ ।[୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Das, D; Salazar, L (April 2017). "Maxillofacial Trauma: Managing Potentially Dangerous And Disfiguring Complex Injuries". Emergency medicine practice. 19 (4): 1–24. PMID 28362252.
  2. ୨.୦ ୨.୧ ୨.୨ ୨.୩ ୨.୪ Kühnel, TS; Reichert, TE (2015). "Trauma of the midface". GMS current topics in otorhinolaryngology, head and neck surgery. 14: Doc06. PMID 26770280.
  3. ୩.୦ ୩.୧ ୩.୨ Fonseca, Raymond J. (2017). Oral and Maxillofacial Surgery - E-Book: 3-Volume Set (in ଇଂରାଜୀ) (3 ed.). Elsevier Health Sciences. ISBN 9780323444422. Archived from the original on 2017-09-10.
  4. ୪.୦ ୪.୧ Marston, AP; O'Brien, EK; Hamilton GS, 3rd (April 2017). "Nasal Injuries in Sports". Clinics in sports medicine. 36 (2): 337–353. PMID 28314421.{{cite journal}}: CS1 maint: numeric names: authors list (link)

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ