ନଲିନୀ ବାଳା ଦେବୀ
ନଳିନୀବାଲା ଦେବୀ নলিনীবালা দেৱী | |
---|---|
ଗୁୱାହାଟିର ପତ୍ତନ ବଜାରରେ ତାଙ୍କର ପ୍ରତିମୂର୍ତି | |
ଜନ୍ମ ଓ ଜନ୍ମସ୍ଥାନ | ୨୩ ମାର୍ଚ ୧୮୮୯ ଗୁୱାହାଟି, ଆସାମ |
ମୃତ୍ୟୁ | ୨୪ ଡିସେମ୍ବର , ୧୯୭୭ |
ବୃତ୍ତି | କବି, ଲେଖକ |
ଭାଷା | ଅସମୀୟା |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତିୟ |
ସାହିତ୍ୟ କୃତି | ସୋନ୍ଦିୟାରା ସୁର ଅଲକାନନ୍ଦା |
ପୁରସ୍କାର | ସାହିତ୍ୟ ଏକାଡେମି ପୁରସ୍କାର ପଦ୍ମଶ୍ରୀ |
ଜୀବନ ସାଥି | ଜିବେସ୍ୱର ଚଙ୍ଗକକୋଟି |
ନଲିନୀ ବାଳା ଦେବୀ ଆସାମର ଭାଷା ର ଜଣେ ଜଣାଶୁଣା ମହିଳା କବି ଓ ଲେଖିକା । [୧] ତାଙ୍କର ଲେଖା ଗୁଡିକରେ ଜାତୀୟତାବାଦୀ ଛାପ ରହୁଥିଲା । .[୨] ଭାରତ ସରକାର ତାଙ୍କୁ ୧୯୫୭ ମସିହାରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ । ୧୯୬୮ ମସିହାରେ ସେ ଭାରତର ଶ୍ରେଷ୍ଠ ସହିତ୍ୟ କୃତି ସମ୍ମାନ କେନ୍ଦ୍ର ସହିତ୍ୟ ଏକାଡେମୀ ପୁରସ୍କାର ତାଙ୍କର କବିତା ସଂକଳନ ପୁସ୍ତକ " ଅଳକାନନ୍ଦା " ପାଇଁ ପାଇଥିଲେ ।
ପ୍ରାରମ୍ଭିକ ଜୀବନୀ ଓ କାର୍ଯ୍ୟ ଅବଦାନ [ସମ୍ପାଦନା]
ତାଙ୍କର ଜନ୍ମ ଆସାମ ରାଜ୍ୟଠାରେ ୧୮୯୮ ମସିହାରେ ହେଇଥିଲା । ତାଙ୍କ ପିତା କର୍ମବୀର ନବୀନ ଚନ୍ଦ୍ର ବର୍ଦୋଲୋଇ ( ୧୮୭୫-୧୯୩୬ ) ଜଣେ ପ୍ରସିଦ୍ଧ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ଆସାମୀୟ ଲେଖକ ଥିଲେ । ନଲିନୀ ଦେବୀ ତାଙ୍କର ପ୍ରଥମ କବିତା " ପିତା " ମାତ୍ର ୧୦ ବର୍ଷ ବୟସରେ ଲେଖିଥିଲେ ଓ ତାଙ୍କର ବିବାହ ମାତ୍ର ୧୨ ବର୍ଷରେ ହୋଇଥିଲା । କିନ୍ତୁ ତାଙ୍କର ଦୁର୍ଭାଗ୍ୟ, ତାଙ୍କର ପତିଙ୍କ ଅକାଳ ଦେହାନ୍ତ ହେଲା ବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହେଇଥିଲା । ସେ ଖୁବ ଅଳ୍ପ ବୟସରେ ତାଙ୍କର ଦୁଇଜଣ ପୁତ୍ରଙ୍କୁ ମଧ୍ୟ ହରେଇଥିଲେ । ତେବେ ସେ ନିରାଶ ନ ହେଇ କବିତା ଲେଖାରେ ନିଜକୁ ନିଯୋଜିତ କରିଥିଲେ । ତାଙ୍କ କବିତାରେ ଦେଶଭକ୍ତି , ହୃଦୟତା , ଓ ନିଷ୍ଠା ଭାରି ରହିଥାଏ । ତାଙ୍କଦ୍ୱାରା ରଚିତ ହେଇଥିବା ସାହିତ୍ୟ କୃତି ସବୁ ଏବେ ମଧ୍ୟ ଅସମୀୟ ଭାଷାରେ ଆଦୃତ ରହିଥିଲା । [୩][୪]
ତାଙ୍କର ପ୍ରଥମ କବିତା ସଂକଳନ " ସନ୍ଧ୍ୟାର ସୁର " ୧୯୨୮ ମସିହାରେ ପ୍ରକାଶିତ ହେଇଥିଲା ଓ ତାହା ଗୌହାଟି ଓ କଲିକତା ବିଶ୍ୱବିଦ୍ୟାଳୟରେ ପାଠ୍ୟ ପୁସ୍ତକ ଭାବରେ ଗୃହିତ ହେଇଥିଲା । [୫]
ତାଙ୍କର ଅନ୍ୟ କୃତି ସବୁ " ଅଳକାନନ୍ଦା " ," ସୋପୁନାର ସୁର " , ପରଶମଣି , " ଯୁଗ ଦେବତା " , " ଶେଷ ପୂଜା " " ପାରିଜାତର ଅଭିଷେକ " " ମେଘଦୂତ " ଆଦି ଖୁବ ଜନପ୍ରିୟ ।
ଲେଖାବଳି [ସମ୍ପାଦନା]
- Sandhiyar Sur (Evening Melody, 1928)
- Sopunar Sur (Melody of Dreams, 1943)
- Smritir Tirtha (Biography, 1948)
- Paroshmoni (Touchstone, 1954)
- Jagriti (Awakening, 1962)
- Alakananda (1967)[୪]
ପୁରସ୍କାର ସମୂହ [ସମ୍ପାଦନା]
ସେ ତାଙ୍କର କବିତା ସଂକଳନ " ଆଲକାନନ୍ଦା" ପାଇଁ କେନ୍ଦ୍ର ସହିତ୍ୟ ଏକାଡେମି ପୁରସ୍କାର ୧୯୬୮ ମସିହାରେ ପାଇଥିଲେ । [୬]ଏହା ପୂର୍ବରୁ ଭାରତ ସରକାର ତାଙ୍କୁ ୧୯୫୭ ମସିହାରେ ପଦ୍ମଶ୍ରୀ ପୁରସ୍କାର ଦେଇଥିଲେ । .[୭]
୨୪ ଡିସେମ୍ବର ୧୯୭୭ରେ ତାଙ୍କର ପରଲୋକ ହେଇଥିଲା ।
ଆଧାର ସମୂହ [ସମ୍ପାଦନା]
- ↑ "An author & a trailblazer personality". The Telegraph. 9 February 2004. Retrieved 18 September 2012.
- ↑ Das, p. 197
- ↑ "Nalinibala Devi remembered". Assam Tribune. 1 January 2009. Retrieved 18 September 2012.
- ↑ ୪.୦ ୪.୧ Natrajan, p. 31
- ↑ Barua, p. 15
- ↑ "Sahitya Akademi Award year wise". Official listings, Sahitya Akademi website.
- ↑ "Padma Awards Directory (1954–2009)" (PDF). Ministry of Home Affairs.
ପୁନଶ୍ଚ ପଠନ [ସମ୍ପାଦନା]
- Das, Sisir Kumar (1995). History of Indian Literature: 1911–1956: struggle for freedom: triumph and tragedy, Vol. 2. Sahitya Akademi. ISBN 978-81-7201-798-9.
- Nalini Natarajan; Emmanuel Sampath Nelson (1996). Handbook of Twentieth-Century Literatures of India. Greenwood Publishing Group. ISBN 0313287783.
- Preeti Barua (2000). Nalinibala Devi. Sahitya Akademi. ISBN 8126009160.