ନର୍ମଦା ଆକ୍କା

ଉଇକିପିଡ଼ିଆ‌ରୁ
ନର୍ମଦା
ଜନ୍ମ
ମୃତ୍ୟୁ୪ ଡିସେମ୍ବର ୨୦୧୨(୨୦୧୨-୧୨-୦୪)
ଆହେରି, ଗଡ଼ଚିରୋଲି
ଜାତୀୟତାଭାରତୀୟ
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ)
ପ୍ରସିଦ୍ଧିଜଣେ ରାଜନୀତିଜ୍ଞ ଏବଂକେନ୍ଦ୍ରୀୟ କମିଟି ସିପିଆଇର ସଦସ୍ୟ
Criminal chargeବାମପନ୍ଥୀ ବିଦ୍ରୋହ
Criminal statusଏନକାଉଣ୍ଟରରେ ନିହତ

ନର୍ମଦା ଆକ୍କା ଜଣେ ଭାରତୀୟ ମାଓବାଦୀ ନେତା ତଥା କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ)ର କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ ।[୧][୨] ସେ ମାଓବାଦୀଙ୍କ ମୁଖ୍ୟ ମହିଳା ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ ।[୩]

ରାଜନୀତି ଏବଂ ଗରିଲା ଯୁଦ୍ଧ[ସମ୍ପାଦନା]

୧୮ ବର୍ଷ ବୟସରେ ନର୍ମଦା ଆକ୍କା କଲେଜ ଛାଡି ମାଓବାଦୀ ରାଜନୀତିରେ ଯୋଗ ଦେଇଥିଲେ । ତାଙ୍କ ପିତା ଜଣେ ସାମ୍ୟବାଦୀ ବିଚାରକ ଥିଲେ । ତାଙ୍କ ପିତାଙ୍କର ବାମପନ୍ଥୀ ରାଜନୀତି ତାଙ୍କୁ ପ୍ରଭାବିତ କରିଥିଲା । ତିରିଶ ବର୍ଷ ଧରି ନର୍ମଦା ଜଙ୍ଗଲରେ ଲୁଚି ରହି ଏକ ଗରିଲା ଯୁଦ୍ଧ ଆରମ୍ଭ କରିଥିଲେ । ସେ ଦଣ୍ଡକାରଣ୍ୟର ସାମ୍ବାଦିକ, ଲେଖକ ରାହୁଲ ପଣ୍ଡିତ ଏବଂ ଫ୍ରାନ୍ସର ସାମ୍ବାଦିକ ଭେନେସାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ପିତାଙ୍କ ସାମ୍ପ୍ରଦାୟିକ ମନୋଭାବ ତାଙ୍କୁ ବୈପ୍ଳବିକ ବାମପନ୍ଥୀ ରାଜନୀତିରେ ପ୍ରେରଣା ଦେଇଥିଲା । ମାଓବାଦୀ ଦଳରେ ଯୋଗଦେବା ପରେ ସେ ଦକ୍ଷିଣ ଗାର୍ଚିରାଉଳି ଅଞ୍ଚଳରେ ବିଭାଗୀୟ ସଚିବ ହୋଇଥିଲେ । ତାଙ୍କୁ ଦଳର ମହିଳା ବାହିନୀ ଏବଂ ମହିଳାଙ୍କ ବିଷୟରେ ଆଦର୍ଶଗତ ନିଷ୍ପତ୍ତି ନେବାର ଦାଇତ୍ୱ ଦିଆଯାଇଥିଲା । ଲେଖକ ଅରୁନ୍ଧତୀ ରାୟଙ୍କ ମତ ଅନୁଯାୟୀ, ସର୍ବ ବୃହତ ମାଓବାଦୀ ମହିଳା ସଂଗଠନ ଦଣ୍ଡକାରଣ୍ୟର କ୍ରାନ୍ତିକାରୀ ଆଦିବାସୀ ମହିଳା ସଂଗଠନ ନର୍ମଦା ଆକ୍କାଙ୍କ ନେତୃତ୍ୱରେ ଥିଲା । ଏହି ସଂଗଠନର ସଦସ୍ୟତା ୯୦,୦୦୦ ରହିଥିଲା ।[୪] ମହାରାଷ୍ଟ୍ର ରାଜ୍ୟରେ ତାଙ୍କ ବିରୋଧରେ ୫୩ଟି ଅପରାଧିକ ମାମଲା ବିଚାରାଧୀନ ଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ନର୍ମଦା ଆକ୍କା ସୁଧାକର (ଛଦ୍ମନାମ: କିରଣ)ଙ୍କୁ ବିବାହ କରିଥିଲେ । ସୁଧାକର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) ଆଦର୍ଶବାଦୀର ନେତା ତଥା ପ୍ରକାଶନ ବିଭାଗ ସହିତ ଜଡିତ ଥିଲେ ।

ମୃତ୍ୟୁ[ସମ୍ପାଦନା]

୪ ଡିସେମ୍ବର ୨୦୧୨ ମସିହାରେ ଦକ୍ଷିଣ ଗଡ଼ଚିରୋଲି ଅଞ୍ଚଳର ଛତିଶଗଡର ଆବୁଜମାର ସୀମାବର୍ତ୍ତୀ ଥିବା ହାଇକର ଗ୍ରାମ ନିକଟରେ ମାଓବାଦୀ ଏବଂ ରାଜ୍ୟ ପୋଲିସ ବାହିନୀ ମଧ୍ୟରେ ୪ ଘଣ୍ଟା ଧରି ଗୁଳି ବିନିମୟ ସମୟରେ ନର୍ମଦାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ଆଧାର[ସମ୍ପାଦନା]

  1. Pandita, Rahul (18 September 2010), 100lb Guerillas, OPEN, retrieved 19 January 2013
  2. Staff Reporter (10 January 2013). "Dreaded Naxal leader active in Gadchiroli". The Hindu. Nagpur. Retrieved 19 January 2013.
  3. Maitra, Pradip Kumar (27 December 2012). "Woman naxal leader killed in Gadchiroli". Hindustan Times. Nagpur. Archived from the original on 1 January 2013. Retrieved 19 January 2013.
  4. Roy, Arundhati (2011). Walking with the Comrades. Penguin Books. pp. 72, 76. ISBN 978-0-670-08553-8. Page 72: "Comrade Narmada talks about the many years she worked in Gadchiroli before becoming the DK head of the Krantikari Adivasi Mahila Sangathan." Page 76: "In 1986 it [CPI (Maoist)] set up the Adivasi Mahila Sangathan (AMS), which then evolved into the Krantikari Adivasi Mahila Sangathan and now has 90,000 enrolled members. It could well be the largest women's organization in the country."