ନନ୍ଦ ଖାରେ

ଉଇକିପିଡ଼ିଆ‌ରୁ
ନନ୍ଦ ଖାରେ
ଜନ୍ମ ଓ ଜନ୍ମସ୍ଥାନଅନନ୍ତ ଯଶବନ୍ତ ଖାରେ
1946 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ନାଗପୁର, ବ୍ରିଟିଶ ଭାରତ[୧]
ବୃତ୍ତିଲେଖକ
ଭାଷାମରାଠୀ ଭାଷା
ଶିକ୍ଷାନୁଷ୍ଠାନଆଇ.ଆଇ.ଟି ବମ୍ବେ
ବିଷୟବିଜ୍ଞାନ, ଭୂବିଜ୍ଞାନ
ସାହିତ୍ୟ କୃତିଉଦୟ
ପିତାମାତାଯଶବନ୍ତ ଅନନ୍ତ ଖାରେ, ସୁମତି ଖାରେ[୨]

ଦସ୍ତଖତ

ଅନନ୍ତ ଯଶବନ୍ତ ଖାରେ (ଜନ୍ମ ୧୯୪୭) ଜଣେ ଭାରତୀୟ ଲେଖକ ଏବଂ ଅବସରପ୍ରାପ୍ତ ସିଭିଲ ଇଞ୍ଜିନିୟର ଥିଲେ । ସେ ବିଜ୍ଞାନ ଏବଂ ଭୂବିଜ୍ଞାକୁ ମରାଠୀ ଭାଷାରେ ଲେଖିଛନ୍ତି । ସେ ପ୍ରାୟ ପଚିଶଟି ପୁସ୍ତକ ପ୍ରକାଶ କରିଛନ୍ତି[୩], ୨୦୧୪ ମସିହାରେ ପ୍ରକାଶିତ 'ଉଦୟ' ଏକ ଉପନ୍ୟାସକୁ ଅନ୍ତର୍ଭୁକ୍ତ କରି ମରାଠୀ ସାହିତ୍ୟର ଏକ ପ୍ରମୁଖ ଲେଖା ମାନ୍ୟତା ପାଇଥିଲା ।[୪]

ସେ ୧୯୪୬ ମସିହାରେ ବ୍ରିଟିଶ ଭାରତର ବମ୍ବେରେ ଜନ୍ମଗ୍ରହଣ କରିଥିଲେ । ସେ ପିତା, ଯଶବନ୍ତ ଅନନ୍ତ ଖାରେ ଏବଂ ମାତା, ସୁମତି ଖାରେଙ୍କ କୋଳରେ ଜାନ୍ମଗ୍ରହଣ କରିଥିଲେ । ସେ ନୂତନ ଇଂରାଜୀ ବିଦ୍ୟାଳୟ ଏବଂ ମହାରାଷ୍ଟ୍ରର ସରସ୍ୱତୀ ବିଦ୍ୟାଲୟରୁ ଶିକ୍ଷା ଲାଭ କରିଥିଲେ । ପରେ ସେ ୧୯୬୭ ମସିହାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ନନ୍ଦ ଖାରେଙ୍କ ପିତା ଖେର ଆଣ୍ଡ ତରକୁଣ୍ଡେ ଇନଫ୍ରାଷ୍ଟ୍ରୁଡଚର ନାମକ ଏକ ପ୍ରତିଷ୍ଠିତ କମ୍ପାନୀ ପ୍ରତିଷ୍ଠା କରିଥିଲେ ।

ବୃତ୍ତି[ସମ୍ପାଦନା]

ଲେଖକ ହେବା ପୂର୍ବରୁ, ସେ ଖାରେ ଏବଂ ତାରକୁଣ୍ଡେ କମ୍ପାନୀରେ ଭାଗୀଦାର ଏବଂ ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ସେ ୨୦୦୧ ମସିହାରେ, କମ୍ପାନୀରୁ ଅବସର ନେଇଥିଲେ । ଅବସର ପୂର୍ବରୁ ସେ ରାଜନୈତିକ, ଅର୍ଥନୈତିକ ଏବଂ ନିର୍ମାଣ ଶିଳ୍ପ ସହିତ ଜଡିତ ଥିଲେ । ୧୯୮୧ ମସିହାରୁ ୧୯୯୨ ମସିହା ମଧ୍ୟରେ ସେ ବିଜ୍ଞାନ ଉପରେ ଆଧାରିତ ଏକ ଶିକ୍ଷଣ କେନ୍ଦ୍ର ମରାଠୀ ବିଦୟନ ପରିଷଦ ସହିତ ଜଡିତ ଥିଲେ । ସେ ୧୯୯୮ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଆଜଛ ସୁଧରକ (ବର୍ତ୍ତମାନ ନିଷ୍କ୍ରିୟ) ଖବରକାଗଜରେ କାମ କରିଥିଲେ ଏବଂ ସେ ସମ୍ପାଦକ ଭାବେ ପଦୋନ୍ନତି ନହେବା ଯାଏଁ ପ୍ରକାଶନ ପାଇଁ ସମ୍ପାଦକୀୟ ବୋର୍ଡ ଭାବେ କାମ କରିଥିଲେ । ତାଙ୍କ କାର୍ଯ୍ୟରେ ଉପନ୍ୟାସ, ଅନୁବାଦ ଏବଂ ଆତ୍ମଜୀବନୀ ଅନ୍ତର୍ଭୁକ୍ତ । ତାଙ୍କର ପ୍ରମୁଖ ପ୍ରକାଶନରେ "ଅନ୍ତଜିଛି ବଖାର, କାହାଣୀ ମାନବପ୍ରନ୍ୟାଚୀ, ଜୀଭୋତପତ୍ତି ... ଆନି ନନ୍ତାର, ବଖାର ଅନ୍ତକଲାଚି, ୱାରୁଲପୂରାଣ, ୨୦୫୦ ଏବଂ ସମ୍ପ୍ରତୀ" ଇତ୍ୟାଦି ଅନ୍ତର୍ଭୁକ୍ତ । "ଇଭାଜୀ" ନାମକ ତାଙ୍କର ଏକ ଆତ୍ମଜୀବନୀ ୨୦୧୧ ମସିହାରେ ପ୍ରକାଶିତ ହୋଇଥିଲା ଯାହା, ତାଙ୍କର ଏକ ପ୍ରମୁଖ ଲେଖା ଭାବରେ ମାନ୍ୟତା ପାଇଥିଲା ।

ସେ ପ୍ରଥମେ ବିଦର୍ଭରେ ନିର୍ମାଣ କାର୍ଯ୍ୟ ସହିତ ଜଡିତ ଥିଲେ । ସେ ସିଭିଲ୍ ଇଞ୍ଜିନିୟରିଂ କ୍ୟାରିଅର ସମୟରେ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ କରିଥିଲେ, କିନ୍ତୁ ଚାକିରୀରୁ ଅବସର ନେବା ପରେ ସେ ପୁସ୍ତକ ଲେଖିବା ଆରମ୍ଭ କରିଥିଲେ ।

ପୁରସ୍କାର[ସମ୍ପାଦନା]

  • ପାଣ୍ଡୁଲିପି 'ଜନ୍ତାଚେ କୁମ୍ପନାଭାରୁ' ୧୯୮୫ ମସିହାରେ ବିଜ୍ଞାନ ପୁସ୍ତକ / ପାଣ୍ଡୁଲିପି ପାଇଁ ଗ୍ରାଣ୍ଟାଲିଙ୍କ ଦ୍ୱିତୀୟ ପୁରସ୍କାର ଲାଭ କରିଥିଲେ ।
  • ଉପନ୍ୟାସ 'ଉଦୟ' ୨୦୧୫ ମସିହାରେ ଲୋକମଙ୍ଗଲଳ ସାହିତ୍ୟ ପୁରସ୍କାର ଲାଭ କରିଥିଲା ​​।

ଯେହେତୁ ସେ ୨୦୧୭ର ମସିହାରେ କୌଣସି ପୁରସ୍କାର ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଥିଲେ, ତେଣୁ ସେ ୨୦୨୦ ମସିହାରେ ଉପନ୍ୟାସ 'ଉଦୟ' ପାଇଁ ଘୋଷିତ ସାହିତ୍ୟ ଏକାଡେମୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହି ମନା ପଛରେ କୌଣସି ରାଜନୈତିକ କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତାଙ୍କର ଉପନ୍ୟାସ ଉଦୟ ଡିଜିଟାଲ୍ ବିପ୍ଳବର ଏକ ଭବିଷ୍ୟତ ବିଶ୍ଳେଷଣ ଧାରଣ କରିଥାଏ ଯାହା ମୁଖ୍ୟତ ମେସିନ‌ଦ୍ୱାରା ନିୟନ୍ତ୍ରିତ ମାନବ ଜୀବନକୁ ଘେରିଥାଏ ।[୫]

ଆଧାର[ସମ୍ପାଦନା]

  1. "Sahitya Akademi Award for engineer author Nanda Khare - Nagpur NYOOOZ". NYOOOZ. 2021-03-13. Retrieved 2021-03-13.
  2. Hitavada, The (2021-03-13). "Sahitya Akademi Award for engineer-author Nanda Khare". The Hitavada. Retrieved 2021-03-13.
  3. "nanda khare: सत्याची गरज असेपर्यंत लिहित राहणार - marathi writer nanda khare refuses sahitya akademi award". Maharashtra Times (in ମରାଠୀ). 1970-01-01. Retrieved 2021-03-13.
  4. नागपूर, रजत वशिष्ट, एबीपी माझा (March 12, 2021). "आजवर समाजाने मला भरपूर दिलं, त्यामुळे साहित्य अकादमी पुरस्कार मी नाकारतो : नंदा खरे". ABP Majha.{{cite web}}: CS1 maint: multiple names: authors list (link)
  5. "Marathi writer Nanda Khare refuses Sahitya Akademi award". March 12, 2021.