ଧେନୁକାସୁର
ହିନ୍ଦୁ ପୁରାଣ ଅନୁଯାୟୀ, ଧେନୁକାସୁର ବା ଧେନୁକା ପୌରାଣିକ କାହାଣିର ଏକ ରାକ୍ଷସ ଥିଲେ । କୃଷ୍ଣଙ୍କ ଭାଇ ବଳରାମଙ୍କ ଦ୍ୱରା ତାଙ୍କର ନିଧନ ହୋଇଥିଲା ।[୧][୨]
ହରିବଂଶ ପୁରାଣର ବର୍ଣ୍ଣନା ଅନୁସାରେ ଗୋବର୍ଦ୍ଧନ ପର୍ବତର ଉତ୍ତର ଭାଗରେ ବହିଯାଉଥିବା ଯମୁନା ନଦୀ କୂଳରେ ଗୋରୁବର୍ଦ୍ଧନ ପର୍ବତର ଉତ୍ତରରେ ଥିବା ଯମୁନା ନଦୀ କୂଳରେ ଅବସ୍ଥିତ ଏକ ତାଳ ବଣରେ ଧେନୁକା ତାହାର ସହଚରମାନଙ୍କ ସହ ଗଧ ରୂପରେ ବାସ କରି ଆସୁଥିଲା । ଥରେ, ବଳରାମ, କୃଷ୍ଣ ଏବଂ ଗୋରୁମାନେ ଖଜୁରୀ ଗଛର ଫଳର ସୁଗନ୍ଧଦ୍ୱାରା ଆକର୍ଷିତ ହୋଇ ଏହି ଜଙ୍ଗଲକୁ ବୁଲି ଆସିଲେ । ଯେତେବେଳେ କୃଷ୍ଣ ଫଳର ସମ୍ଭାବ୍ୟ ମଧୁର ସ୍ୱାଦ ଉପରେ ମନ୍ତବ୍ୟ ଦେଇଥିଲେ, ବଳରାମ ଗଛଗୁଡ଼ିକୁ ହଲାଇବାଦ୍ୱାରା ଫଳଗୁଡିକ ତଳେ ପଡ଼ିଗଲା । ଜଣେ ଇର୍ଷାପରାୟଣ ଧନୁକା ବଳରାମଙ୍କ ଉପରେ କ୍ରୋଧ କରି ତାଙ୍କୁ କାମୁଡି ଦେଲା ଏବଂ ପଛ ଗୋଡରେ ଲାତ ମାରିଲା । ବଳରାମ ଧନୁକାଙ୍କ ଗୋଡକୁ ଧରି ଏକ ଗଛ ଚାରିପଟେ ଜୋରରେ ବୁଲାଇବାକୁ ଲାଗିଲେ । ଫଳରେ, ବୃକ୍ଷଟି ସହିତ ଧେନୁକା ପଡ଼ିଯିବା ଫଳରେ ଧେନୁକାର ଛାତି, ବେକ ଏବଂ ଅଣ୍ଟା ଭାଙ୍ଗିଗଲା । ବଳରାମ ଧନୁକାଙ୍କ ସହଚରମାନଙ୍କୁ ହତ୍ୟା କରିବାଦ୍ୱାରା ଗୋରୁମାନଙ୍କ ଆହାର ତଥା ବିଚରଣ ନିମନ୍ତେ ଏହି ଜଙ୍ଗଲ ଖୋଲା ରହିଲା ।
ଆଧାର
[ସମ୍ପାଦନା]- ↑ Dowson, John (1879). A classical dictionary of Hindu mythology and religion, geography, history, and literature. London: Trübner/Routledge. p. 90. OCLC 248990032.
- ↑ Prabhupada, A.C. Bhaktivedanta Swami (1970). "15: Killing of Dhenukasura". Krsna: the supreme personality of Godhead. International Society for Krishna Consciousness. Los Angeles: Bhaktivedanta Book Trust. OCLC 17312347.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |