ଧୁମାବତୀ

ଉଇକିପିଡ଼ିଆ ରୁ
Jump to navigation Jump to search
Dhumavati
A dark woman with a halo, wearing dark clothes and gold ornaments sits on a crow and holding a winnowing basket.
An early 20th century Rajput painting depicting dark-complexioned Dhumavati wearing dark clothes and holding a winnowing basket. She is riding a crow but adorned with jewellery, decorations which are contrary to her traditional description
Goddess which cures strife, loneliness, unfulfilled desires and inauspicious things
Devanagariधूमावती
Sanskrit TransliterationDhūmavatī
AffiliationParvati/Sati, Mahavidyas, Adishakti, Shivasakthi and Mahakali
ଲୋକCremation ground
MantraOm Dhum Dhum Dhumavati Tha Tha Svaha
ସ୍ୱାମୀ/ସ୍ତ୍ରୀShiva
MountCrow

Dhumavati (Sanskrit: धूमावती, Dhūmāvatī, ଆକ୍ଷରିକ ଅର୍ଥରେ ଧୁମାଚ୍ଛାଦିତ ) ଦଶଜଣିଆ ମହାବିଦ୍ୟା (Mahavidyas) ତାନ୍ତ୍ରିକ ଦେବୀଙ୍କ (Tantrik) ମଧ୍ୟରୁ ଜଣେ ଦେବୀ । ହିନ୍ଦୁ (Hindu) ସ୍ୱର୍ଗୀୟ ମାତାଙ୍କର ଭୟାବ‌ହ ଦେବୀ (Devi) ସ୍ୱରୁପ ହେଉଛନ୍ତି ଧୁମାବତୀ । ତାଙ୍କୁ ଚିତ୍ରରେ ଅନେକ ସମୟରେ ଏକ ବୃଦ୍ଧା ଓ ଅସୁନ୍ଦରୀ ବିଧବା ଭାବରେ ଦର୍ଶାଯାଏ, ଅଶୁଭ ଓ ଅନାକର୍ଷଣୀୟ ଯେପରିକି କାଉ ଓ ଚତୁର୍ମାସ୍ୟା (Chaturmas) ସମୟ । ତାଙ୍କ ବର୍ଣ୍ଣନାରେ ସେ ମଶାଣୀରେ (cremation ground) ଘୋଡ଼ା ନଥିବା ରଥରେ ବା କାଉ ଉପରେ ସବାର ହୋଇ ଉଡ଼ୁଥିବା ଦେଖାଯାଏ । ତାଙ୍କ ପ୍ରାର୍ଥନା କଲେ କେତୁ ଗ୍ରହ ଶାନ୍ତ ହେଉଥିବା କୁହାଯାଏ ।

ପ୍ରଳୟ ((pralaya)) ସମୟରେ ଧୁମାବତୀଙ୍କର ଆବିର୍ଭାବ ବୁଏ ଓ ପ୍ରଳୟ ତ‌ଥା ପୁନର୍ବାର ସୃଷ୍ଟି ଆରମ୍ଭ ହେବା ପର୍ଯ୍ୟନ୍ତ ଯେଉଁ ଶୁନ୍ୟ କାଳ ସୃଷ୍ଟି ହୁଏ ସେ ସେହି ସମୟରେ ରହନ୍ତି । ସାଧାରଣଃ ଅଶୁଭ ଗୁଣମାନଙ୍କ ସ‌ହିତ ସମ୍ପର୍କ ଥିବା ଧୁମାବତୀଙ୍କର ଏକ ହଜାର ନାମର ଶ୍ଳୋକ ଗାୟନ କଲେ ତାଙ୍କର ଯୁକ୍ତାତ୍ମକ ଓ ବିଯୁକ୍ତାତ୍ମକ ଉଭୟ ଗୁଣ ପ୍ରକାଶ ପାଏ । ସେ ଜଣେ ନରମ ହୃଦୟ ଦେବୀ ଓ ବରଦାତ୍ରୀ ଭାବରେ ଜଣାଶୁଣା । ଧୁମାବତୀ ଜଣେ ଉତ୍ତମ ଶିକ୍ଷକ ଯିଏ ସଂସାରର ସର୍ବୋତ୍ତମ ଜ୍ଞାନର ଭଣ୍ଡାର ଓ ଶୁଭ, ଅଶୁଭ ଭଳି ମୋହମାୟାରୁ ଦୂରରେ ଥାଆନ୍ତି । ତାଙ୍କର ଅସୁନ୍ଦର ଆକୃତିରୁ ଏହି ଶିକ୍ଷା ମିଳେ ଯେ ବାହ୍ୟ ଆକୃତି କେବଳ ଏକ ମିଥ୍ୟା ଓ ଅନ୍ତର୍ଦୃଷ୍ଟିରେ ଜୀବନର ସତ୍ୟ ଉପଲବ୍‌ଧି କରିବା ଉଚିତ୍ ।

ଧୁମାବତୀଙ୍କୁ ସିଦ୍ଧିଦାତ୍ରୀ କୁହାଯାଏ ଯିଏ ସକଳ ଅସୁବିଧାରୁ ମୁକ୍ତ କରନ୍ତି, ସମସ୍ତ କାମନା ଓ ବାସନା‌କୁ ପୁରସ୍କୃତ କରନ୍ତି ଓ ଜ୍ଞାନ ତ‌ଥା ମୋକ୍ଷ (moksha) ମଧ୍ୟ ପ୍ରଦାନ କରନ୍ତି । ଶତ୍ରୁମାନଙ୍କୁ ପରାସ୍ତ କରିବାକୁ ମଧ୍ୟ ତାଙ୍କ ପୂଜା କରାଯାଏ । ସମାଜରେ ଥିବା ଅବିବାହିତ, ବିଧବା, ସଂସାରତ୍ୟାଗୀ ଓ ତାନ୍ତ୍ରିକମାନଙ୍କ ନିମନ୍ତେ ଏହା ଏକ ଆଦର୍ଶ ପୂଜା । ବାରାଣସୀରେ ଥିବା ତାଙ୍କ ମନ୍ଦିରରେ ସେ ଅଶୁଭର ଉର୍ଦ୍ଧ୍ୱକୁ ଯାଇ ଏକ ସୁରକ୍ଷାକାରୀ ଦେବୀର ମାନ୍ୟତା ପାଇଛନ୍ତି । ତେଣୁ ସେଠାରେ ବିବାହିତ ଯୋଡ଼ି ମଧ୍ୟ ପୂଜା କରନ୍ତି । ତାଙ୍କର ଅନେକ ସମର୍ପିତ ମନ୍ଦିର ଅଛି କିନ୍ତୁ ମଶାଣି ଓ ଜଙ୍ଗଲ ଭଳି ନିରୋଳା ସ୍ଥାନରେ ତାଙ୍କର ତାନ୍ତ୍ରିକ ମତରେ ପୂଜା ଚାଲିଆସୁଛି ।

A traditional image of Dhumavati as an old hag with a winnowing basket on a horseless chariot

ମହାବିଦ୍ୟା ଦଳ ବାହାରେ ଧୁମାବତୀଙ୍କର କ୍ୱଚିତ ସ୍ୱାଧୀନ ସ୍ଥିତି ଅଛି । ମହାବିଦ୍ୟା ସ‌ହିତ ତାଙ୍କର ଯୋଗଦାନର ପୂର୍ବର କୌଣସି ଐତିହାସିକ ତ‌ଥ୍ୟ ମିଳୁନି । [୧] ଦାରିଦ୍ର୍ୟ, ନିରାଶା ଓ ଯନ୍ତ୍ରଣାକୁ ଧୁମାବତୀଙ୍କୁ ନିରିତ୍ରି ସ‌ହିତ ଯୋଡ଼ାଯାଇଛି; ନିରିତ୍ରି ହେଉଛନ୍ତି ରୋଗ, କଷ୍ଟ ଲକ୍ଷ୍ମୀଛଡ଼ା ଓ ଦୁର୍ଭାଗ୍ୟର ଦେବୀ । [୨] ଏହି ଲିସ୍ଟ ବା ଚିଠା ସ‌ହିତ କିନସ୍ଲେ ଜ୍ୟେଷ୍ଠା (Jyestha) ନାମକ ଆଉ ଜଣେ ଦେବୀଙ୍କୁ ଯୋଡ଼ିଛନ୍ତି । [୩]

ବୈଦିକ ଠାକୁରାଣୀ ନିରିତିଙ୍କୁ ମୃତ୍ୟୁ, କ୍ଷୟ, ଦୁର୍ଭାଗ୍ୟ, କ୍ରୋଧ ଓ ଆବଶ୍ୟକତାର ଦେବୀ ଭାବରେ ମାନନ୍ତି । ଶ୍ଳୋକଦ୍ୱାରା ତାଙ୍କୁ ଦୂରରେ ରହିବାକୁ ଜୋର ଦିଆଯାଏ । ନିରିତିଙ୍କ ଭଳି ଧୁମାବତୀଙ୍କୁ କଷ୍ଟ ଓ ନିରାଶା ଶାସ୍ତ୍ର ସ‌ହିତ ଯୋଡ଼ାଯାଏ । ଜ୍ୟେଷ୍ଠା ଏକ ପ୍ରାରମ୍ଭିକ ହିନ୍ଦୁ ଠାକୁରାଣ ଯାହାଙ୍କର ଧୁମାବତୀଙ୍କ ସ‌ହିତ କିଛି ସାମଞ୍ଜସ୍ୟ ଅଛି । ଧୁମାବତୀଙ୍କ ଭଳି ସେ କଳା, ଅସୁନ୍ଦରୀ ଓ କାଉ ସ‌ହିତ ତାଙ୍କୁ ଯୋଡ଼ାଯାଇଛି । କୌଣସି ଶୁଭକୁ ଜ୍ୟେଷ୍ଠା ସ‌ହ୍ୟ କରିପାରନ୍ତିନି । ଯ୍ୟେଷ୍ଠାଙ୍କ ଭଳି ଧୁମାବତୀ କଳହ, ଅଶୁଭ ସ୍ଥାନ ଓ କୁଭାବନା ସ‌ହିତ ରହନ୍ତି । [୩] କମେଣ୍ଟେଟର ଲକ୍ଷ୍ମଣ ଦେସିକା ସାରାଦାତିଳକ ସାଥିରେ ଧୁମାବତୀ ଓ ଜ୍ୟେଷ୍ଠାଙ୍କୁ ଯୋଡ଼ିଛନ୍ତି । [୪] ଧନ, ଭାଗ୍ୟ ଓ ସୌନ୍ଦର୍ଯ୍ୟର ଦେବୀ ଲକ୍ଷ୍ମୀଙ୍କର ଠିକ୍ ଓଲଟା ଅଲକ୍ଷ୍ମି ଓ ଧୁମାବତୀଙ୍କୁ ହାତରେ ଝାଡ଼ୁ ଓ କାଉ ଧ୍ୱଜ ଧରିଥିବା ବୃଦ୍ଧା ଭଳି ଚିତ୍ରିତ କରାଯାଏ । ଉଭୟ କ୍ଷୁଧା, ତୃଷା, ଆବଶ୍ୟକତା ଓ ଦାରିଦ୍ର୍ୟର ପ୍ରତୀକ । [୩]

ଆଧାର[ସମ୍ପାଦନା]

  1. Kinsley (1997), p.176
  2. Daniélou, Alain (1991-12-01). The myths and gods of India. Inner Traditions / Bear & Company. pp. 282–3. ISBN 978-0-89281-354-4.
  3. ୩.୦ ୩.୧ ୩.୨ Kinsley (1997), pp.178-181
  4. Gupta, Sanyukta (2001). White, David Gordon (ed.). Tantra in practice. Motilal Banarsidass Publ. p. 472. ISBN 978-81-208-1778-4.