ଦ୍ରୁପଦ

ଉଇକିପିଡ଼ିଆ ରୁ
Jump to navigation Jump to search

ଦ୍ରୁପଦ (ସଂସ୍କୃତ: द्रुपद), ହେଉଛନ୍ତି ମହାଭାରତ ବର୍ଣ୍ଣିତ ପାଞ୍ଚାଳ ରାଜ୍ୟର ନରେଶ ତଥା ଦ୍ରୌପଦୀଙ୍କ ପିତା [୧]। ହିନ୍ଦୁ ମହାକାବ୍ୟ ମହାଭାରତର ଏହି ଚରିତ୍ର ଯାଜ୍ଞସେନ (ଯାଜ୍ଞସେନୀଙ୍କ ପିତା) ନାମରେ ମଧ୍ୟ ଜଣାଶୁଣା ।

ଦ୍ରୋଣଙ୍କ ସହ ଶତ୍ରୁତା[ସମ୍ପାଦନା]

ଦ୍ରୋଣଙ୍କ ପିତା ଋଷି ଭରଦ୍ୱାଜଙ୍କ ଗୁରୁକୁଳରେ ରାଜା ପ୍ରିଶତଙ୍କ ପୁତ୍ର ଦ୍ରୁପଦ ଏବଂ ଦ୍ରୋଣ, ଭରଦ୍ୱାଜଙ୍କ ଅଧୀନରେ ଏକାଠି ଅଧ୍ୟୟନ କରୁଥିଲେ । ଶିକ୍ଷା ସମୟରେ ଦ୍ରୁପଦ ଏବଂ ଦ୍ରୋଣଙ୍କର ଘନିଷ୍ଠ ବନ୍ଧୁତା ଥିଲା । ଦରିଦ୍ରତା ହେତୁ ଦ୍ରୋଣ ପ୍ରାୟତଃ ଅସନ୍ତୁଷ୍ଟ ଥିଲେ, ତେଣୁ ରାଜା ହେବାପରେ ଦ୍ରୁପଦ ତାଙ୍କୁ ଅଧା ରାଜ୍ୟ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ କେବଳ ତାଙ୍କ ପ୍ରତିଜ୍ଞାକୁ ପ୍ରତ୍ୟାଖ୍ୟାନ କରିନଥିଲେ ବରଂ ଦ୍ରୋଣଙ୍କୁ ମଧ୍ୟ ଅପମାନିତ କରିଥିଲେ । ଦ୍ରୁପଦ ଏବଂ ତାଙ୍କର ବିଶାଳ ସୈନ୍ୟବାହିନୀକୁ ପରାସ୍ତ କରି ତାଙ୍କ ଅପମାନର ପ୍ରତିଶୋଧ ନେଇପାରୁଥିବା ଜଣେ ଶିଷ୍ୟଙ୍କ ସନ୍ଧାନରେ ଦ୍ରୋଣ ଯାତ୍ରା ଆରମ୍ଭ କଲେ ।

ଏହିପରି ସମୟରେ ଏକ ଘଟଣା ଘଟିଲା । ପାଣ୍ଡବ ଏବଂ କୌରବ ଏକ ପେଣ୍ଡୁ ନେଇ ଖେଳୁଥିବା ବେଳେ ପେଣ୍ଡୁଟି ନିକଟବର୍ତ୍ତୀ ଏକ କୂଅରେ ପଡ଼ିଗଲା । ଦୁଇ ପକ୍ଷର ବାଳକ ଅନେକ ଚେଷ୍ଟା କରି ମଧ୍ୟ ପେଣ୍ଡୁଟିକୁ ଉଦ୍ଧାର କରିପାରିଲେ ନାହିଁ । ଏହିପରି ସମୟରେ ଦୁରୁ ଦ୍ରୋଣ ସେହି ରାସ୍ତା ହେଇ ଯାଉଥିଲେ । ବାଳକମାନଙ୍କର ଏହି ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ସେ ନିଜର ଧନୁର୍ବିଦ୍ୟା ବଳରେ ତୃଣ ସହ ତୃଣ ଯୋଡି ଶର ଭାବେ ବ୍ୟବହାର କରି କୂଅ ମଧ୍ୟରୁ ପେଣ୍ଡୁଟି ଉଦ୍ଧାର କରିଥିଲେ । ଏହା ପରେ ସେ କୌରବ ଏବଂ ପାଣ୍ଡବ ରାଜକୁମାର ମାନଙ୍କର ଗୁରୁ ହେଲେ ଏବଂ ଶିକ୍ଷା ସମାପ୍ତ ହେବା ପରେ ସେ ଶିଷ୍ୟମାନଙ୍କୁ କହିଲେ ସେ ଚାହାନ୍ତି ତାଙ୍କ ଶିଷ୍ୟ ଗୁରୁ ଦକ୍ଷିଣା ଭାବରେ ଦ୍ରୁପଦଙ୍କୁ ପରାସ୍ତ କରି ତାଙ୍କ ସମ୍ମୁଖରେ ହାଜର କରାନ୍ତୁ । ପ୍ରଥମେ କୌରବ ସେନା ସହାୟତାରେ ତଥା ଦୁର୍ଯୋଧନଙ୍କ ନେତୃତ୍ୱରେ ଦୁଃଶାସନ, ଯୁଯୁତ୍ସୁ, ବିକର୍ଣ୍ଣ ଏବଂ ଅନ୍ୟ କୌରବ ଭାଇମାନେ ଦ୍ରୁପଦଙ୍କ ବିରୁଦ୍ଧରେ ଯୁଦ୍ଧ କରି ପରାସ୍ତ ହେଲେ । । କିନ୍ତୁ ଶିଷ୍ୟ ଅର୍ଜୁନ ଯୁଦ୍ଧରେ ପରାସ୍ତ କରି ଦ୍ରୁପଦଙ୍କୁ ଯେତେବେଳେ ବନ୍ଦୀ କରି ଆଣିଲେ, ଦ୍ରୋଣ ତାଙ୍କ ଅପମାନର ପ୍ରତିଶୋଧ ନେଲେ ଏବଂ କ୍ଷମା କରି ତାଙ୍କ ରାଜ୍ୟ ତାଙ୍କୁ ଫେରାଇଲେ । ଅପମାନିତ ଦ୍ରୁପଦ ପରବର୍ତ୍ତୀ ସମୟରେ ଏକ ଯଜ୍ଞର ଆୟୋଜନ କରିଥିଲେ ଏବଂ ଫଲ ସ୍ୱରୂପ ପୁତ୍ରୀ ଯାଜ୍ଞସେନୀ ବା ଦ୍ରୌପଦୀଙ୍କୁ ପାଇଥିଲେ । ଯଜ୍ଞରୁ ଜାତ ହେବାରୁ ଦ୍ରୁପଦଙ୍କ ପୁତ୍ରୀର ଅନ୍ୟନାମ ଯାଜ୍ଞସେନି ମଧ୍ୟ । କାଳାନ୍ତରରେ ଦ୍ରୁପଦଙ୍କ ପୁତ୍ର ତଥା ଦ୍ରୌପଦୀଙ୍କ ଭାଇ ଧୃଷ୍ତଦ୍ୟୁମ୍ନ ହିଁ ମହାଭାରତ ଯୁଦ୍ଧରେ ଦ୍ରୋଣଙ୍କ ବଧ କରିଥିଲେ ।[୨][୩]

ଦ୍ରୌପଦୀଙ୍କ ସ୍ୱୟଂବର[ସମ୍ପାଦନା]

ରାଜା ଦ୍ରୁପଦ ତାଙ୍କ ଝିଅ ଦ୍ରୌପଦୀଙ୍କ ପାଇଁ ଏକ ସ୍ୱୟଂବରର ଆୟୋଜନ କରିଥିଲେ । ଦ୍ରୁପଦଙ୍କ ନିମନ୍ତ୍ରଣ କ୍ରମେ ଦ୍ରୌପଦୀଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ, ଅନେକ ରାଜା ସ୍ୱୟଂବରରେ ଅଂଶଗ୍ରହଣ କରିଥିଲେ ।ସ୍ୱୟଂବରର ସର୍ତ୍ତ ଅନୁସାରେ ସମସ୍ତେ ନିଜେ ଏକ ରାଜକୀୟ ଧନୁରେ ତୀର ଯୋଖି, ଏକ ଘୂର୍ଣ୍ଣନକାରୀ ମାଛ ଆଖିରେ ଏହାର ଛାୟାକୁ ଲକ୍ଷ୍ୟକରି ଏକକାଳୀନ ପାଞ୍ଚଟି ତୀର ମାରିବା ଆବଶ୍ୟକ । ଶଲ୍ୟ ଏବଂ ଜରାସନ୍ଧ ସମେତ ସମସ୍ତ ରାଜା ଏହି ଲକ୍ଷ୍ୟ ଭେଦରେ ବିଫଳ ହେଲେ । ତା’ପରେ କର୍ଣ୍ଣଙ୍କ ପାଳି ସିନା ଆସିଲା, ତେବେ ଦ୍ରୌପଦୀ କର୍ଣ୍ଣଙ୍କୁ ସୂତ୍ରପୁତ୍ର ନାମରେ ପ୍ରତ୍ୟାଖ୍ୟାନ କରିଥିଲେ । ହସ୍ତିନାପୁରର ସ୍ୱର୍ଗତ ରାଜା ପାଣ୍ଡୁଙ୍କ ପାଞ୍ଚ ପୁତ୍ର ବ୍ରାହ୍ମଣ ପରି ଛଦ୍ମ ବେଶରେ ଉକ୍ତ ସ୍ୱୟଂବର ସଭାରେ ଉପସ୍ଥିତ ହୋଇଥିଲେ । ଅର୍ଜୁନ ଏହି ତୀରଭେଦରେ ସଫଳ ହୋଇଥିଲେ ଏବଂ ଦ୍ରୌପଦୀ ତାଙ୍କୁ ତାଙ୍କ ସ୍ୱାମୀ ଭାବରେ ଗ୍ରହଣ କରିଥିଲେ । ଯେତେବେଳେ ଦ୍ରୌପଦୀ ସ୍ୱୟଂବରରେ ଜିତି ପାଣ୍ଡବ ପାଞ୍ଚ ଭାଇ ମାତା କୁନ୍ତିଙ୍କ ପାଖକୁ ଫେରନ୍ତି, ସେମାନେ କିଛି ଦାନ ଆଣିଛନ୍ତି ବୋଲି ଘୋଷଣା କରିଥିଲେ । ମାତା କୁନ୍ତି ଦ୍ରୌପଦୀଙ୍କ ବିଷୟରେ ନ ଜାଣି ତାଙ୍କ ପୁଅମାନଙ୍କୁ ଯାହା ଆଣିଥିଲେ ତାହା ବାଣ୍ଟିବାକୁ ଆଦେଶ ଦିଅନ୍ତି । ଏକଥା ଦ୍ରୁପ ଜାଣିବା ପରେ ଭାଇ ଧୃଷ୍ଟଦ୍ୟୁମ୍ନ ଦ୍ରୌପଦୀଙ୍କ ସହ ଅର୍ଜୁନଙ୍କ ବ୍ୟତୀତ ଅନ୍ୟ କାହାକୁ ବିବାହ କରିବାକୁ ତୀବ୍ର ବିରୋଧ କରିଛନ୍ତି । ତେବେ ଋଷି ବ୍ୟାସଦେବ ଏବଂ ଭଗବାନ କୃଷ୍ଣ କୁନ୍ତୀଙ୍କ ପ୍ରସ୍ତାବକୁ ସମର୍ଥନ କରି ଏବଂ ଦ୍ରୁପପଦଙ୍କ ଭୟକୁ ଦୂର କରି ବିବାହ ସଂପନ୍ନ କରାଇବାରେ ସଫଲ ହୁଅନ୍ତି ।[୪]

ମହାଭାରତ ଯୁଦ୍ଧରେ ଭୂମିକା[ସମ୍ପାଦନା]

ଆଧାର[ସମ୍ପାଦନା]

  1. "The Mahabharata, Book 1: Adi Parva: Sambhava Parva: Section CXXXI". www.sacred-texts.com. Retrieved 23 December 2020.
  2. Sargeant, Winthrop; Smith, Huston (2009). The Bhagavad Gītā. SUNY Press. p. 16. ISBN 978-1-4384-2841-3.
  3. Bonnefoy, Yves (1993). Asian Mythologies. University of Chicago Press. p. 56. ISBN 978-0-226-06456-7.
  4. Kapoor, Subodh (2002). The Indian Encyclopaedia. Cosmo Publications. p. 6894. ISBN 978-81-7755-257-7.