ଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍

ଉଇକିପିଡ଼ିଆ‌ରୁ


ଦି ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍
border
ମୁଖ୍ୟ ପୃଷ୍ଠା, ଏପ୍ରିଲ ୨୮, ୨୦୦୮
ପ୍ରକାରଦୈନିକ ଖବରକାଗଜ
FormatBroadsheet
ମାଲିକନ୍ୟୁଜ୍ କର୍ପସ୍ (ଭାୟା ଡାଓ ଜୋନସ୍ ଏଣ୍ଡ କମ୍ପାନୀ)
ମୁଖ୍ୟ ସମ୍ପାଦକଗେରାର୍ଡ ବେକେର
Opinion editorପଲ୍ ଏ ଯାଇଗଟ୍
ପ୍ରତିଷ୍ଠିତଜୁଲାଇ 8, 1889; 134 years ago (1889-୦୭-08)
Political alignmentଇକୋନୋମିକ୍ ଲିବେରାଲିଜମ୍
ଭାଷାଇଂରାଜୀ
ମୁଖ୍ୟାଳୟ୧୨୧୧ ଆଭିନ୍ୟୁ ଅଫ ଦି ଆମେରିକା
ନ୍ୟୁୟର୍କ ସିଟି, NY 10036
ୟୁ.ଏସ୍.
Circulation୨,୩୭୮,୮୨୭ ଦୈନିକ[୧] (as of ମାର୍ଚ୍ଚ ୨୦୧୩)
ISSN0099-9660
ଓ. ସି. ଏଲ. ସି. ନମ୍ବର୭୮୧୫୪୧୩୭୨
ୱେବସାଇଟwww.wsj.com

ଦି ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍

ବର୍ଣ୍ଣନା[ସମ୍ପାଦନା]

ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ନ୍ୟୁୟର୍କ ସିଟି ଆଧାରିତ ଏକ ବ୍ୟବସାୟିକ, ଇଂରାଜୀ ଭାଷାର ଆନ୍ତର୍ଜାତୀୟ ଦୈନିକ ଖବରକାଗଜ ।ଜର୍ଣ୍ଣାଲ ସହ ଏସିଆୟୁରୋପ୍ ସଂସ୍କରଣ ସପ୍ତାହରେ ଛଅ ଦିନ ଡାଓ ଜୋନସ୍ ଓ କମ୍ପାନୀ, ଯାହା କି ନ୍ୟୁଜ୍ କର୍ପ୍ର ଏକ ଅଂଶ,ଦ୍ୱାରା ପ୍ରକାଶିତ ହୁଏ ।ଦି ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ବଣ୍ଟନ ଅନୁଯାୟୀ ଦି ୟୁନାଇଟେଡ୍ ଷ୍ଟେଟ୍ ଅଫ୍ ଆମେରିକାରେ ଖବରକାଗଜ ତାଲିକାରେ ସର୍ବବୃହତ ଅଟେ । ଏଲିଏନସ୍ ଫର୍ ଅଡିଟେଡ୍ ମିଡିଆ ଅନୁଯାୟୀ ମାର୍ଚ୍ଚ ୨୦୧୩,[୨] ସୁଦ୍ଧା ୟୁ ଏସ୍ ଏ ଟୁଡେ'ର ୧.୭ ଏଣ୍ଡ୍ ଏନ୍ ବି ଏସ୍ ପି;ନିୟୁତ ତୁଳନାରେ ପ୍ରାୟ ୨.୪ଏବଂ ଏନ୍ ବି ଏସ୍ ପି;ନିୟୁତ ନକଲ ବଣ୍ଟନ ହେଉଥିଲା (ପ୍ରାୟ ୯୦୦,୦୦୦ ଡିଜିଟାଲ ଗ୍ରାହକ ସହ) । ଦି ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ୨୦୧୫ ମସିହା ସୁଦ୍ଧା ୩୯ଟି ପୁଲିଜର୍ ପୁରସ୍କାର[୩] ପାଇ ସାରିଛି ଏବଂ ଏହାର ନାମକୁ ଲୋୟର୍ ମାନହଟ୍ଟନ୍ର ଆର୍ଥିକ ଜିଲ୍ଲାରେ ଥିବା ଓ୍ବାଲ୍ ଷ୍ଟ୍ରିଟ୍ରୁ ନିଆଯାଇଛି ।ଜର୍ଣ୍ଣାଲ୍ ଅବିଚ୍ଛିନ୍ନ ଭାବରେ ଚାର୍ଲସ୍ ଡାଓ, ଏଡଓ୍ବାର୍ଡ୍ ଜୋନସ୍ ଏବଂ ଚାର୍ଲସ୍ ବର୍ଗସ୍ଟେସର୍ଙ୍କଦ୍ୱାରା ଆରମ୍ଭ ହେବା ସମୟ, ୮ ଜୁଲାଇ ୧୮୮୯ ମସିହାରୁ ପ୍ରକାଶ ପାଇ ଆସୁଛି ।

ଇତିହାସ[ସମ୍ପାଦନା]

ଆରମ୍ଭ[ସମ୍ପାଦନା]

Front page of the first issue of The Wall Street Journal, July 8, 1889

୧୮୮୦ ମସିହାରେ ଜର୍ଣ୍ଣାଲ୍ର ପ୍ରକାଶକ ଡାଓ ଜୋନସ୍ ଓ କମ୍ପାନୀର ପ୍ରଥମ ଉତ୍ପାଦନ ଥିଲା, ଷ୍ଟକ୍ ଏକ୍ସଚେଞ୍ଜ୍ ନିକଟରେ ଦିନସାରା ବ୍ୟବସାୟୀମାନଙ୍କୁ ସଂକ୍ଷିପ୍ତ ହାତ ତିଆରି ଖବର ଇସ୍ତାହାର । ପରେ ସେମାନେ ଏହାକୁ ଛପା ଯାଇଥିବା ଦୈନିକ ସାରାଂଶକୁ ରୂପାନ୍ତରଣ କଲେ, ଯାହାର ନାମ ଥିଲା, କଷ୍ଟମରସ୍ ଆଫ୍ଟରନୁନ୍ ଲେଟର୍ ।ରିପୋର୍ଟରସ୍ ଚାର୍ଲସ୍ ଡାଓ, ଏଡଓ୍ବାର୍ଡ୍ ଜୋନସ୍ ଏବଂ ଚାର୍ଲସ୍ ବର୍ଗସ୍ଟେସର୍ ପରେ ଏହାକୁ ଦି ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍କୁ ପରିବର୍ତ୍ତନ କଲେ, ଯାହା ପ୍ରଥମ କରି ୮ଜୁଲାଇ ୧୮୮୯ ମସିହାରେ ପ୍ରକାଶ ପାଇଲା ଏବଂ ଡାଓ ଜୋନସ୍ ନ୍ୟୁଜ୍ ସର୍ଭିସ୍କୁ ଟେଲିଗ୍ରାଫ୍ ମାଧ୍ୟମରେ ପହଁଞ୍ଚାଇବାକୁ ଲାଗିଲା ।[୪] ୧୮୯୬ ମସିହାରେ ଡାଓ ଜୋନସ୍ ଇଣ୍ଡସ୍ଟ୍ରିଆଲ୍ ଆଭରେଜ୍ ଆନୁଷ୍ଠାନିକ ଭାବେ ପ୍ରବେଶ କଲା । ଏହା ଷ୍ଟକ୍ ଓ ନ୍ୟୁୟର୍କ୍ ଷ୍ଟକ୍ ଏକ୍ସଚେଞ୍ଜ୍ର ବଣ୍ଡ୍ ମୂଲ୍ୟର ବିଭିନ୍ନ ସଙ୍କେତ ମଧ୍ୟରୁ ଗୋଟିଏ ଥିଲା ।ଜର୍ଣ୍ଣାଲ୍ର 'ରିଭ୍ୟୁ ଓ ଆଉଟଲୁକ୍' ସ୍ତମ୍ଭ, ଯାହା ପ୍ରଥମେ ୧୮୯୯ ମସିହାରେ ଚାର୍ଲସ୍ ଡାଓଙ୍କଦ୍ୱାରା ଲେଖା ଯାଇଥିଲା, ତାହା ଏବେ ମଧ୍ୟ ଚାଲୁଅଛି ।

ସାମ୍ବାଦିକ କ୍ଲାରେନସ୍ ବାରନ୍ ୧୯୦୨ ମସିହାରେ କମ୍ପାନୀକୁ ୟୁ ଏସ୍ $୧୩୦,୦୦୦ରେ କିଣିଥିଲେ; ଯେତେବେଳେ ତାହାର ବଣ୍ଟନ ପ୍ରାୟ ୭,୦୦୦ ଥିଲା, ମାତ୍ର ୧୯୨୦ ମସିହାର ଶେଷ ଭାଗକୁ ଏହା ୫୦,୦୦୦କୁ ଛୁଇଁଥିଲା । ଏକ ନିର୍ଭୀକ ବାତାବରଣ, ସ୍ୱାଧୀନ ଆର୍ଥିକ ବିବରଣୀ-ବ୍ୟବସାୟିକ ସାମ୍ବାଦିକତାର ଏକ ନୂତନତ୍ୱ ସୃଷ୍ଟି କରିବାର ବାହାଦୂରୀ ବାରନ୍ ଓ ତାଙ୍କ ପୂର୍ବଜଙ୍କୁ ଦିଆଯାଏ । ୧୯୨୧ ମସିହାରେ ଆମେରିକାର ପ୍ରଧାନ ଆର୍ଥିକ ସାପ୍ତାହିକୀ ବାରନ୍'ସ୍ ପ୍ରତିଷ୍ଠା ହେଲା ।[୫] କଳା ମଙ୍ଗଳବାର, ଯାହା ଆମେରିକାର ଗ୍ରେଟ୍ ଡିପ୍ରେସନ୍କୁ ବହୁଳ ଭାବେ ପ୍ରଭାବିତ କରିଥିଲା, ତା'ର ଏକ ବର୍ଷ ପୂର୍ବରୁ, ୧୯୨୮ ମସିହାରେ ବାରନ୍ ମୃତ୍ୟବରଣ କରିଥିଲେ । ବାରନ୍ଙ୍କ ଦାୟାଦ, ବାଙ୍କରଫ୍ଟ୍ ପରିବାର ୨୦୦୭ ମସିହା ପର୍ଯ୍ୟନ୍ତ କମ୍ପାନୀକୁ ନିଜ ଅଧୀନରେ ରଖିଥିଲେ ।[୫]

ଜର୍ଣ୍ଣାଲ୍ର ଆଧୁନିକରଣ ୧୯୪୦ ମସିହାରେ ହୋଇଥିଲା, ଯାହା ଆମେରିକାରେ ଶିଳ୍ପ ଭିତ୍ତିକ ପ୍ରସାରଣ ଓ ନ୍ୟୁୟର୍କରେ ଆର୍ଥିକ ଅନୁଷ୍ଠାନମାନଙ୍କ ସମୟ ଥିଲା । ବର୍ଣ୍ଣାଡ୍ କିଲଗୋରେ ୧୯୪୧ ମସିହାରେ କମ୍ପାନୀର ପରିଚାଳକ ସମ୍ପାଦକ ଏବଂ ୧୯୪୫ ମସିହାରେ ସି ଇ ଓ ହେଲେ ଓ ତା' ସହିତ ଜର୍ଣ୍ଣାଲ୍ର ମୁଖ୍ୟ ଭାବେ ନିଜର ୨୫ ବର୍ଷର ବୃତ୍ତି ମଧ୍ୟ ପୂର୍ଣ୍ଣ କରିଥିଲେ । କିଲଗୋର୍ ଖବରକାଗଜର ମୁଖ୍ୟ ପୃଷ୍ଠାର ସାଜ୍ଜସଜା ଓ ହ୍ୱାଟସ୍ ନ୍ୟୁଜ୍ର ସ୍ଥପତି ଥିଲେ । ଏବଂ ଏହାର ଜାତୀୟ ବଣ୍ଟନର କୌଶଳ ଏହି ଖବରକାଗଜର ବଣ୍ଟନ ସଂଖ୍ୟା ୧୯୪୧ ମସିହାରେ ଥିବା ୩୩,୦୦୦ରୁ ୧୯୬୬ ମସିହାରେ କିଲଗୋରଙ୍କ ମୃତ୍ୟୁ ବେଳକୁ ୧.୧&ଏନ୍ ବି ଏସ୍ ପି;ନିୟୁତରେ ପହଁଞ୍ଚାଇଥିଲା । କିଲଗୋରଙ୍କ ଅଧୀନରେ ୧୯୪୭, ଏହି ଖବରକାଗଜ ଓ୍ବିଲିୟମ୍ ହେନରୀଙ୍କ ସମ୍ପାଦକୀୟ ପାଇଁ ପ୍ରଥମ ପୁଲିଜର୍ ପୁରସ୍କାର ପାଇଥିଲା[୫]

୧୯୬୭ ମସିହାରେ, ଡାଓ ଜୋନସ୍ ଆମେରିକା ବାହାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସାରଣ ଆରମ୍ଭ କଲେ, ଯାହା ସାମ୍ବାଦିକମାନଙ୍କୁ ୟୁରୋପ୍, ଏସିଆ, ଲାଟିନ୍ ଆମେରିକା, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାର ମୁଖ୍ୟ ଆର୍ଥିକ କେନ୍ଦ୍ରରେ ନିଯୁକ୍ତି ଦେଲା । ୧୯୭୦ ମସିହାରେ, ଡାଓ ଜୋନସ୍ ଅଟ୍ଟାଓ୍ବା ଖବରକାଗଜ ଶୃଙ୍ଖଳକୁ କିଣିଥିଲେ, ଯାହା ସେ ସମୟରେ ୯ଟି ଦୈନିକ ଏବଂ ୩ଟି ରବିବାର ଖବରକାଗଜ ପ୍ରକାଶ କରୁଥିଲା । ପରେ ଏହାର ନାମ ଡାଓ ଜୋନସ୍ ଲୋକାଲ୍ ମିଡିଆ ଗ୍ରୁପ୍[୬]କୁ ପରିବର୍ତ୍ତିତ ହେଲା ।

୧୯୭୧ରୁ ୧୯୯୭ ମସିହା ପ୍ରାୟ ଏକ ଶ୍ରେଣୀର ନୂତନ ପ୍ରବେଶ, ଅଧିଗ୍ରହଣ ଓ ଯୌଥିକରଣ ଦେଖିଥିଲା । ଏଥିରେ ଫାକ୍ଟିଭା, ଦି ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏସିଆ, ଦି ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ୟୁରୋପ୍, ଦି wsj.com ଓ୍ବେବସାଇଟ୍, ଡାଓ ଜୋନସ୍ ଇଣ୍ଡେକ୍ସେସ୍, ମାର୍କେଟ ଓ୍ବାଚ୍, ଏବଂ ଡବ୍ଲ୍ୟୁ.ଏସ୍.ଜେ ଓ୍ବିକେଣ୍ଡ୍ ଏଡିସନ୍ ସାମିଲ୍ ଥିଲା । ୨୦୦୭ ମସିହାରେ ନ୍ୟୁଜ୍ କର୍ପ୍ ଡାଓ ଜୋନସ୍ ଅଧିଗ୍ରହଣ କଲା । ଡବ୍ଲ୍ୟୁ.ଏସ୍.ଜେ, ଏକ ଜୀବନଚର୍ଯ୍ୟା ପତ୍ରିକା, ୨୦୦୮ ମସିହାରେ ପ୍ରକାଶ ପାଇଲା ।[୭]

ଇନ୍ଟରନେଟ ପ୍ରସାରଣ[ସମ୍ପାଦନା]

ଛାପା ଖବରକାଗଜର ପରିପୂରକ, ଦି ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍ ଅନଲାଇନ୍, ୧୯୯୬ ମସିହାରେ ପ୍ରସାରଣ କରାଗଲା ।୨୦୦୩ ମସିହାରେ ଡାଓ ଜୋନସ୍ ଜର୍ଣାଲ୍ର ଉଭ୍ୟ ଛାପା ଓ ଅନଲାଇନ୍ ଗ୍ରାହକଙ୍କୁ ଅଡିଟ୍ ବ୍ଯୁରୋ ଅଫ୍ ସରକୁଲେସନସ୍ଦ୍ୱାରା ଏକ ସଙ୍ଗରେ ଖବର ଦେବାକୁ ଲାଗିଲେ ।[୮] ୨୦୦୭ ମସିହାରେ, ସାଧାରଣ ଭାବେ, ୯୮୦,୦୦୦ ବେତନ ଗ୍ରାହକଙ୍କୁ ନେଇ, ୱେବରେ ଏହାକୁ ସର୍ବବରୁହତ୍ ବେତନ ଗ୍ରାହକ ଖବର ସାଇଟ୍ ରୂପେ ବିଶ୍ୱାସ୍ କରାଗଲା ।[୫] ଏହା ପରଠାରୁ, ଛାନ୍ଦା ମୂଲ୍ଯ ବଢିବାରୁ ଅନଲାଇନ୍ ଗ୍ରାହକଙ୍କ ସଂଖ୍ୟା କମିଲା, ଏବଂ ମାର୍ଚ୍ଚ ୨୦୧୦ରେ ଏହି ସଂଖ୍ୟା ୪୦୦,୦୦୦ ବୋଲି ପ୍ରକାଶ ପାଇଲା ।[୨] ମେ ୨୦୦୮ରେ, ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣାଲ୍ର ଯେଉଁମାନେ ଛାପା ସଂସ୍କରଣର ଗ୍ରାହକ ନଥିଲେ, ସେମାନଙ୍କର ଅନଲାଇନ୍ ସଂସ୍କରଣର ବାର୍ଷିକ ଖର୍ଚ୍ଚ $୧୧୯ ଥିଲା । ଜୁନ୍ ୨୦୧୩ ସୁଦ୍ଧା, ଅନଲାଇନ୍ ସଂସ୍କରନର ମୂଲ୍ଯ ପ୍ରାଥମିକ ପ୍ରସ୍ତାବ ଛାଡି ମାସିକ $୨୨.୯୯, କିମ୍ବା ବାର୍ଷିକ $୨୭୫.୮୮ ଥିଲା ।[୯]

Vladimir Putin with Journal correspondent Karen Elliott House in 2002

ନଭେମ୍ବର ୩୦ ୨୦୦୪ରେ, ଓଆସିସ୍ ମୋବାଇଲ୍ ଏବଂ ଦି ୱାଲ ସ୍ଟ୍ରିଟ୍ ଜର୍ଣାଲ୍ released ଏକ ପ୍ର୍ୟୋଗ ଉନ୍ମୋଚନ କଲେ, ଯାହା ବ୍ଯଭାରିଇଙ୍କୁ ସେମାନଙ୍କ ମୋବାଇଲ୍ ଫୋନ୍ଦ୍ୱାରା ୱାଲ୍ ସ୍ଟ୍ରିଟ୍ ଜର୍ଣାଲ୍ରୁ ବିଷ୍ୟବସ୍ତୁ ନେବା ପାଇଁ ଅନୁମତି ଦେଲା । ଏହା ଅନଲାଇନ ଜର୍ଣାଲ୍ରୁ ବ୍ଯବସାୟ ଓ ଆର୍ଥିକ ସମ୍ବାଦ ବିସ୍ତୀର୍ନ ବଜାର, ଷ୍ଟକ୍, ପଣ୍ଯଦ୍ରବ୍ଯ ତ୍ଥ୍ୟ ଏବଂ ବ୍ୟକ୍ତିଗତ ତ୍ଥ୍ୟ ବିସୟରେ ପ୍ରତି ମୁହୂର୍ତ୍ତର ଖବର, ସିଧାସଳଖ ଏକ ମୋବାଇଲକୁ ଦେଲା ।[୧୦]

ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣାଲ୍'ର ବହୁତ୍ ଖବର ମାଗଣା ଅନଲାଇନ୍ ଖବରକାଗଜ ମାଦ୍ଧମରେ ଉପଲବ୍ଧ ଯାହା ଦାଓ ଜୋନସ୍ ବ୍ଯବସାଯ ସଂଘର ଗ୍ରାହକ ଥିଲା । ପୁଲିଜର୍ ପୁରସ୍କାର - ବିଜ୍ୟୀ ଖବର ୧୯୯୫ ପରଠାରୁ ପୁଲିଜରରେ ମାଗଣା ଉପଲବ୍ଧ ହେଉଛି ।[୧୧] web site.

ସେପ୍ଟେମ୍ବର ୨୦୦୫ରେ, ଜର୍ଣାଲ୍ ସପ୍ତାହର ଶେଷ ଅବକାଶ ଦିନରେ ଏକ ସଂସ୍କରଣ ସମସ୍ତ ଗ୍ରାହକଙ୍କୁ ଯୋଗାଇଦେଲା, ଯାହା ଫଳରେ ଦୀର୍ଘ ୫୦ ବର୍ଷ ପରେ ଏହା ଶନିବାର ପ୍ରକାଶନକୁ ଫେରିଲା । ଏହି କାର୍ଯ ଅଧିକ ଖାଉଟି ବିଜ୍ଞାପନ ଆକର୍ଷନ କରିବା ଉଦ୍ଦେଶ୍ୟରେ କରାଯାଇଥିଲା ।[୫]

୨୦୦୫ ମସିହାରେ ଜର୍ଣାଲ୍ ୬୦ ପ୍ରତିଶତ ଉଚ୍ଚ ପରିଚାଳନାର ପାଠକ ସମୂହର ଖବର ଦେଲା, ଯାହା ହାରାହାରି ରୋଜଗାର $୧୯୧,୦୦୦, ଏକ ହାରାହାରି ପାରିବାରିକ ମୂଲ୍ଯ $୨.୧&ଏନ୍ ବି ଏସ୍ ପି; ମିଲିୟନ୍ ଏବଂ ହାରାହାରି ବ୍ୟସ ୫୫ ବର୍ଷ ।[୧୨]

୨୦୦୭ ମସିହାରେ, ଜର୍ଣାଲ୍ ମୁଖ୍ୟ ବିଦେଶୀ ଭାଷାର ସଂସ୍କରଣକୁ ଅର୍ନ୍ତଭୁକ୍ତ କରିବା ପାଇଁ ନିଜ ୱେବସାଇଟର ବିଶ୍ୱବ୍ୟାପୀ ପ୍ରସାରଣ କଲା । ଏହି ଖବରକାଗଜ ମଦ୍ଧ ଏହାର ପ୍ରତିଦ୍ୱନ୍ଦୀ ଫାଇନାନସିଆଲ୍ ଟାଇମସ୍'କୁ କିଣିବା ପାଇଁ ଆଗ୍ରହ ଦେଖାଇଲା ।[୧୩]


ଆଧାର[ସମ୍ପାଦନା]

  1. "Total Circ for US Newspapers". ଏଲିଆନ୍ସ ଫର୍ ଦି ଅଡିଟେଡ୍ ମିଡିଆ. Archived from the original on ମାର୍ଚ୍ଚ 14, 2006. Retrieved ଜୁନ 9, 2013.
  2. ୨.୦ ୨.୧ Plambeck, Joseph (ଅପ୍ରେଲ 26, 2010). "Newspaper Circulation Falls Nearly 9%". The New York Times.
  3. "The Pulitzer Prizes - What's New". pulitzer.org. Retrieved ସେପ୍ଟେମ୍ବର 2, 2015.
  4. Dow Jones & Co. Inc., "Dow Jones History – The Late 1800s", Retrieved July 25, 2013.
  5. ୫.୦ ୫.୧ ୫.୨ ୫.୩ ୫.୪ Crossen, Cynthia. "It All Began in the Basement of a Candy Store", The Wall Street Journal (New York), p. B1, August 1, 2007.
  6. "Dow Jones Local Media Group, Inc". dowjoneslmg.com. Archived from the original on ଅପ୍ରେଲ 12, 2022. Retrieved ଫେବୃଆରୀ 8, 2016.
  7. Edgecliffe-Johnson, Andrew (ସେପ୍ଟେମ୍ବର 3, 2008). "WSJ magazine targets upscale market". The Financial Times. The Financial Times.
  8. "The Wall Street Journal Announces New Integrated Print and Online Sales and Marketing Initiatives". Press release. November 3, 2003.
  9. "Subscribing to the Wall Street Journal". WSJ. ଜୁନ 17, 2013.
  10. "Oasys Mobile, Inc. News Release". Phx.corporate. Retrieved ଜୁନ 5, 2011.
  11. "The Pulitzer Prizes - What's New". pulitzer.org.
  12. Mitchell, Bill. "The Wall Street Journal Weekend Edition: Expectations, Surprises, Disappointments". Poynter Online, September 21, 2005.
  13. Wray, Richard (ଫେବୃଆରୀ 1, 2007). "How the word on Wall Street will spread around the world". The Guardian. UK. Retrieved ଫେବୃଆରୀ 3, 2007.