ଦିୟା ଔର୍ ବାତି ହମ୍
Diya Aur Baati Hum | |
---|---|
ଫାଇଲ:Diya Aur Baati Hum.png | |
ଦେଶ | India |
ମୂଳ ଭାଷା | Hindi |
ଭାସଗ seasons | 1 |
ଅଧ୍ୟାୟ ସଂଖ୍ୟା | 1257 |
Production | |
ସ୍ଥାନ | Pushkar Ajmer Singapore Delhi Karnal Hyderabad Latur Mumbai Kolkata |
Cinematography | Sudesh Kotian Rashid Beg Jitendra Kadam |
Editor(s) | Jay B Ghadiali |
Production company(s) | Shashi Sumeet Productions |
Release | |
ମୂଳ ଚେନାଲ୍ | Star Plus |
ମୁକ୍ତିଲାଭ ତାରିଖ | 29 August 2011 – Present |
External links | |
Official website |
ଦିୟା ଔର୍ ବାତି ହମ୍ (ଓଡ଼ିଆ:ଆମେ ଦୀପ ଓ ସଳିତା ଭଳି) ଏକ ଷ୍ଟାର ପ୍ଲସର ଏକଚ ହିନ୍ଦୀ ଧାରାବାହିକ । ଏହା ୨୯ ଅଗଷ୍ଟ ୨୦୧୧ ରାତି ୯ଟା ଆରମ୍ଭ ହୋଇଥିଲା । ଅନସ ରସିଦ(ସୂରଜ) ଓ ଦୀପିକା ସିଂ(ସନ୍ଧ୍ୟା) ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରନ୍ତି । ସୂରଜ ଏକ ଉତ୍ତମ ପତି ଭୂମିକରେ ଅଭିନୟ କରିଛନ୍ତି ଯିଏ ନିଜେ ପତ୍ନୀଙ୍କ ଆଇପିଏସ ସ୍ୱପ୍ନକୁ ସତ କରିବାକୁ ଆପ୍ରାଣ ଚେଷ୍ଟା କରିଛନ୍ତି ।
ଚରିତ୍ର ପରିଚୟ
[ସମ୍ପାଦନା]- ସନ୍ଧ୍ୟା ରାଠୀ- ଦୀପିକା ସିଂ
- ସୂରଜ ରାଠୀ- ଅନସ ରସିଦ
- ସନ୍ତୋଷ ରାଠୀ (ଭାବୋ)- ନିଲୁ ଭାଘେଲା
- ଅରୁଣ ରାଠୀ (ଭାବସା)- ଅଶୋକ ଲୋଖଣ୍ଡେ
- ବିକ୍ରମ ରାଠୀ - କରନ ଗୋଡୱାନୀ
- ମୋହିତ ରାଠୀ - ବରୁଣ ଜୈନ
- ଇମିଲି ରାଠୀ - ପୂଜା ସିଂ
- ଛବି - ସହରିଶ ଅଲ୍ଲି
- ଛୋଟୁ -ଆର୍ୟ ଶର୍ମା
ଧାରାବାହିକ ସମ୍ପର୍କରେ
[ସମ୍ପାଦନା]ସନ୍ଧ୍ୟା ତା ବାପା ମାଙ୍କ ସ୍ୱପ୍ନକୁ ପରିପୂର୍ଣ କରିବାକୁ ଆଇପିଏସର ସ୍ୱପ୍ନ ନେଇ ବଡ଼ ହୋଇଛି ଓ ଘଟଣା ସ୍ଥଳରେ ବାହା ହେଇଯାଇଛି ସୂରଜକୁ,ଯିଏ ଜଣେ ସାଧାରଣ ମିଠା ଦୋକାନୀ । ସୂରଜର ମା ସନ୍ତୋଷ ରାଠୀ ଜଣେ ସାଧାରଣ ଘରୋଇ ସ୍ତ୍ରୀ ଯିଏ ଚାହାନ୍ତିନି ଯେ ତାଙ୍କ ବୋହୁ ଘର ବାହାରକୁ ଯାଇ ଚାକିରି କରୁ । ସନ୍ଧ୍ୟା ମଧ୍ୟ ତା କଠୋର ଶାଶୁଙ୍କ ସମସ୍ତ ପରୀକ୍ଷାରେ ସଫଳ ହେଇଛି । ତଥାପି ସନ୍ତୋଷ ରାଠୀ ତାଙ୍କ ଜିଦରେ ଅଟଳ ରହନ୍ତି । ଧାରାବାହିକରେ ଦର୍ଶା ଯାଇଛି ଯେ କିପରି ସୂରଜ ସନ୍ଧ୍ୟା ସ୍ୱପ୍ନକୁ ନିଜ ସ୍ୱପ୍ନ ଭାବେ ନେଇ,ତା ପାଖରେ ଛାଇ ଭଳି ରହି ତାକୁ ସବୁ କାମରେ ସାହାଯ୍ୟ କରୁଛି ଓ ତାର ଆପ୍ରାଣ ଚେଷ୍ଟା ବଳରେ ଶେଷରେ ସନ୍ଧ୍ୟାକୁ ଆଇପିଏସ ବନେଇ ବାରେ ସଫଳ ହେଇଛି । ଏହା ପୂର୍ବରୁ ସନ୍ଧ୍ୟା ମଧ୍ୟ ସୂରଜକୁ ନେଇ ଯାଇଥିଲେ ସିଙ୍ଗାପୁର । ସେଠାରେ ସୂରଜ ତାଙ୍କ ପତ୍ନୀ ସନ୍ଧ୍ୟାର ଭରସା, ମାଙ୍କ ଆଶୀର୍ବାଦ ବଳରେ ଜିତିଥିଲେ ଦୁନିଆର ସବୁଠୁ ରୋଷେଇୟା ପ୍ରତିଯୋଗୀତାରେ ।
ଘଟଣା କ୍ରମରେ ୨ ଜଣ ଆତଙ୍କବାଦୀ ଛଦ୍ମ ବେଶରେ ପଶି ଆସିଛନ୍ତି ସନ୍ଧ୍ୟା ଘରକୁ । ଜଣେ ଏକ ଗରିବ ସ୍ତ୍ରୀ ଲୋକ ବେଶରେ (ପ୍ରେମା) ଓ ଆଉଜଣେ ସୂରଜର ସାହାଯ୍ୟକାରୀ ରୂପରେ (ଦିଶା) । ସେମାନେ ସୂରଜକୁ ଦୁବାଇ ଯିବା ପାଇଁ ପ୍ରବର୍ତୟୀ ଥିଲେ । ତେଣୁ ସମସ୍ତେ ଦୁବାଇ ଯିବା ପ୍ରସ୍ତୁତିରେ ମାତି ଯାଇଛନ୍ତି । ସୂରଜ,ଚତୁରୀ,ଭାବୋ,ବାବସା ଉଡାଜାହାଜରେ ଯାଉଥିବା ବେଳେ ତାଙ୍କ ଉଡାଜାହାଜ ଟିକୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ । ଜଣାପଡିଲା ସେମାନେ ହେଉଛନ୍ତି ପ୍ରେମା , ଦିଶା ଓ ତାଙ୍କ ମୁଖ୍ୟ ବାଇଜି(ମାୟା) ଯିଏକି ରାଜକୁମାର'ର ଭଉଣୀ ଥିଲା । ରାଜକୁମାର ଥିଲା ପୁରୁଣା ଆତଙ୍କବାଦୀ ଯିଏ ଗିରଫ ହୋଇ ଜେଲରେ ଥିଲା । ଆତଙ୍କବାଦୀମାନେ ରାଜକୁମାରକୁ ଛାଡି ଦବାର ଦାବି କରିଥିଲେ । କିନ୍ତୁ ସନ୍ଧ୍ୟା, ଜାକିର ଓ ଅର୍ଜୁନଙ୍କ ସାହାଯ୍ୟ ନେଇ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ସନ୍ଧ୍ୟା ଗୁଳିକରି ଦିଶାକୁ ଘଟନା ସ୍ଥଳିରେ ମାରି ଦେଇଥିଲା । ଜାକିର ମାୟାକୁ ମାରିବାରେ ସଫଳ ହୋଇଥିଲେ,କିନ୍ତୁ ଦୁଃର୍ଭାଗ୍ୟ ବଶତ ସୂରଜକୁ ବଞ୍ଚେଇବାକୁ ଯାଇ ଭାବୋ ଗୁଳି ଖାଇଥିଲେ । ଏହା ପାଇଁ ବାବସା ସନ୍ଧ୍ୟାକୁ ଦୋଷୀ ବୋଲି ଭାବିନେଇଥିଲେ । ସନ୍ଧ୍ୟା ଓ ଜାକିରଙ୍କ ବାହାଦୁରି ପାଇଁ ସେମାନେ ଦେଶସାରା ପ୍ରଶଂସାର ପାତ୍ର ହୋଇଥିଲେ ।