ଦାମନ ବିମାନ ବନ୍ଦର
ଦାମନ ବିମାନ ବନ୍ଦର | |||
---|---|---|---|
IATA: NMB – ICAO: VADN | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Military | ||
ପରିଚାଳକ | Indian Coast Guard | ||
ଅବସ୍ଥାନ | Daman, India | ||
ଉଚ୍ଚତା (ସମୁଦ୍ର ଠାରୁ) | 10 m / 33 ft | ||
ଦିଗବାରେଣି | 20°26′04″N 072°50′36″E / 20.43444°N 72.84333°E | ||
Map | |||
ରନବେ | |||
ଦିଗ | ଲମ୍ବ | ଭୂମି | |
m | ft | ||
03/21 | 1,801 | 5,909 | Asphalt |
09/27 | 1,000 | 3,282 | Asphalt |
ଦାମନ ବିମାନବନ୍ଦର(IATA: NMB, ICAO: VADN)ଏକ ସାମରିକ ଏୟାର ବେସ । ଏହା ଦାମନ ଓ ଦିଉ କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥିତ। ଏଠାରେ ଭାରତୀୟ ତଟରକ୍ଷା ବାହିନୀର ଏୟାର ଷ୍ଟେସନ ରହିଛି । ଏଠାରେ ସାମରିକ ବିମାନ ସହ ବେସାମରିକ ବିମାନ ଚଳାଚଳ ପାଇଁ ସୁବିଧା ରହିଛି ।[୧]
ଇତିହାସ
[ସମ୍ପାଦନା]ଏହି ବିମାନ ବନ୍ଦର ୧୯୫୦ ମସିହାରେ ପର୍ତୁଗୀଜ କର୍ତ୍ତୃପକ୍ଷଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହା ୧୯୫୫ ମସିହାରେ ଦମନରୁ ଗୋଆ, ଦିଉ ଓ କରାଚିକୁ ବିମାନ ଚଳାଚଳ ଆରମ୍ଭ କରିଥିଲା । ୧୯୬୧ ମସିହାରେ ଭାରତୀୟ ସେନା ଏହାକୁ ଅଧିକାର କରିଥିଲେ ଓ ସମସ୍ତ ବିମାନ ସେବା ବନ୍ଦ କରିଥିଲେ ।[୨] ତାହା ପରେ ଭାରତୀୟ ତଟରକ୍ଷା ବାହିନୀ ଏଠାରେ ଡୋର୍ନିଅର ସ୍କ୍ୱାଡ୍ରନ ମୁତୟନ କରିଥିଲେ । ୧୯୮୭ରେ ଏହା ପୂର୍ଣ୍ଣ ବିମାନବନ୍ଦର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲା ।[୩]
ନିର୍ମାଣ
[ସମ୍ପାଦନା]ଏଠାରେ ଦୁଇଟି ପିଚୁ ନିର୍ମିତ ରନୱେ ରହିଛି । ମୁଖ୍ୟ ରନୱେର ଦୈର୍ଘ୍ୟ 5910 ଫୁଟ ଓ ପ୍ରସ୍ଥ 45 ମିଟର । ଅନନ୍ୟ ରାନୱେ 3284 ଫୁଟ ଏବଂ ଏହାର ଦୈର୍ଘ୍ୟ 25 ମିଟର । ଏଠାରେ ରାଡ଼ାର ସହ ସମସ୍ତ ଉନ୍ନତ ଯନ୍ତ୍ରପାତି ମୁତୟନ କରାଯାଇଛି । [୧]
ଭାରତୀୟ ତଟ ସୁରକ୍ଷାବାହିନୀ
[ସମ୍ପାଦନା]ଏଠାରେ ଭାରତୀୟ ତଟ ସୁରକ୍ଷା ବାହିନୀର ଦୁଇଟି ସ୍କ୍ୱାଡ୍ରନ ରହିଛନ୍ତି ।
- 750 SQN(ICG) - operating Dornier 228 Aircraft
- 841 SQN(ICG) - operating Chetak Helicopters
ଏହାରେ ଡର୍ନିଆର ବ୍ଯତୀତ ଚେତକ ହେଲିକପ୍ଟର ରଖା ଯାଇଛି ଓ ଏଠାରେ ନୌବାହିନୀ ସମର ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଇଥାଏ । [୧]
ବିମାନ ଓ ଗନ୍ତବ୍ୟ ସ୍ଥଳ
[ସମ୍ପାଦନା]ବର୍ତ୍ତମାନ ଏଠାରୁ ନିୟମିତ ବିମାନ ସେବା ନାହିଁ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨
{{cite web}}
: Empty citation (help) - ↑ "Dabolim and TAIP". Archived from the original on 27 September 2011. Retrieved 1 November 2011.
- ↑ "Dabolim and TAIP". Archived from the original on 27 September 2011. Retrieved 1 November 2011.
ବାହାର ଲିଙ୍କ
[ସମ୍ପାଦନା]- VADN ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)