ଦାନ୍ତବିନ୍ଧା

ଉଇକିପିଡ଼ିଆ‌ରୁ
ଦାନ୍ତବିନ୍ଧା
ଉଚ୍ଚାରଣ
ବିଭାଗDentistry

ଦାନ୍ତବିନ୍ଧା, ଅନ୍ୟାନ୍ୟ ନାମ ଦନ୍ତଶୂଳ, ଦାନ୍ତପିଡ଼ା, ଦାନ୍ତ ଯନ୍ତ୍ରଣା, ଦାନ୍ତଶୂଳା (ଇଂରାଜୀ ଭାଷାରେ Toothache, ବା dental pain),[୩] କ‌ହିଲେ ଦାନ୍ତରେ ଯନ୍ତ୍ରଣା (pain) ବା ତାହାର ସ‌ହାୟକ ସଂରଚନାରେ କୌଣସି ଦାନ୍ତ ରୋଗ (dental disease ବା ଅଣଦାନ୍ତ ରୋଗର ରେଫରଡ଼ ଯନ୍ତ୍ରଣାକୁ (pain referred) ବୁଝାଏ । ଅତ୍ୟଧିକ ଯନ୍ତ୍ରଣା ହେଲେ ନିଦ୍ରା ବ୍ୟାଘାତ, ଖାଇବା ଓ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ।

ବିଭିନ୍ନ କାରଣ ଯଥା:- ଦାନ୍ତରେ ଆଘାତ, ଦନ୍ତ କ୍ଷୟ (dental trauma), ପଲ୍ପର ପ୍ରଦାହ (inflammation of the pulp), ଡେଣ୍ଟିନ ଅତିସମ୍ବେଦନଶୀଳତା (dentin hypersensitivity), ଏପିକାଲ ପେରିଓଡୋଣ୍ଟାଇଟିସ (apical periodontitis) ବା ପେରିଓଡୋଣ୍ଟାଲ ଲିଗାମେଣ୍ଟର ପ୍ରଦାହ, ଦାନ୍ତ ମୁଳ ଚାରପାଖରେ ଆଲଭିଓଲାର ବୋନ (alveolar bone) ଥିବା ଯୋଗୁ, ଡେଣ୍ଟାଲ ଆବସେସ ବା ଦାନ୍ତ ପାଖରେ ପୂଯ, ଆଲଭିଓଲାର ଓଷ୍ଟାଇଟିସ (alveolar osteitis), ଆକ୍ୟୁଟ ନେକ୍ରୋଟାଇଜିଙ୍ଗ ଅଲସରେଟିଭ ଜିଞ୍ଜିଭାଇଟିସ (acute necrotizing ulcerative gingivitis) ଓ ଟେମ୍ପୋରୋମାଣ୍ଡିବୁଲାର ଡିଜଅର୍ଡ଼ର (temporomandibular disorder) ଯୋଗୁ ଦାନ୍ତବିନ୍ଧା ହୋଇପାରେ ।

ପଲ୍‌ପାଇଟିସ ଯୋଗୁ ସାମାନ୍ୟ ବା ମଧ୍ୟମ ଧରଣର ଦାନ୍ତବିନ୍ଧା ହେଉଥିଲେ ଥଣ୍ଡା ଉପ‌ଯୋଗ କଲେ ଅଳ୍ପ ସମୟ ମଧ୍ୟରେ ଉପଶମ ହୋଇଯାଏ, ଅତ୍ୟଧିକ ଯନ୍ତ୍ରଣା ହେଉଥିଲେ କମିନପାରେ ବା ଦୀର୍ଘ ସମୟ ପର୍ଯ୍ୟନ୍ତ ଯନ୍ତ୍ରଣା ରହିପାରେ । ଚିକିତ୍ସା ନ କଲେ ଏହି ରୋଗ ଅପରିବର୍ତ୍ତନୀୟ ହୋଇ ରହିଯାଏ ଓ ପରେ ପଲ୍ପ ନେକ୍ରୋସିସ (pulp necrosis) ଓ ଏପିକାଲ ପେରିଓଡୋଣ୍ଟାଇଟିସ ହୋଇଯାଏ । ପୁଞ୍ଜିତ ପୂଯ ହେଲେ ଥ୍ରବିଙ୍ଗ ଯନ୍ତ୍ରଣା ହୁଏ । ପଲ୍ପ ନେକ୍ରୋସିସ ପରେ ଏପିକାଲ ଆବସେସ ହୋଇଯାଏ, ତଳ ଜ୍ଞାନ ଦାନ୍ତର (wisdom tooth) ଆକ୍ୟୁଟ ପେରିକରୋନାଇଟିସ (pericoronitis) ସାଥିରେ ପେରିକରୋନାଲ ଆବସେସ ହୋଇପାରେ ଓ କ୍ରନିକ ପେରିଓଡୋଣ୍ଟାଇଟିସ (chronic periodontitis) ଜଟିଳ ହେଲେ ପେରିଓଡୋଣ୍ଟାଲ ଆବସେସ ହୁଏ । ଅଣଦାନ୍ତ ରୋଗ ମଧ୍ୟରେ ସାଇନୁସାଇଟିସ (maxillary sinusitis) ରୋଗ ହେଲେ ଉପର ପଛ ଦାନ୍ତରେ ଯନ୍ତ୍ରଣା ହୁଏ ବା ଆଞ୍ଜାଇନା ପେକ୍ଟୋରିସ (angina pectoris) ରୋଗରେ ତଳ ଦାନ୍ତରେ ଯନ୍ତ୍ରଣା ହୋଇପାରେ । ସଠିକ ରୋଗ ନିର୍ଣ୍ଣୟ କରିବା ଏକ ଚାଲେଞ୍ଜ ହୋଇପାରେ ।

ଉପ‌ଯୁକ୍ତ ପାଟି ସ୍ୱାସ୍ଥ୍ୟରକ୍ଷା (oral hygiene) କଲେ ଦାନ୍ତବିନ୍ଧାକୁ ପ୍ରତିରୋଧ କରିହୁଏ । ସଠିକ କାରଣ ଅନୁସାରେ ଯନ୍ତ୍ରଣାର ଚିକିତ୍ସା କରାଯାଏ । ଦାନ୍ତ ଫିଲିଙ୍ଗ (filling), ରୁଟ କେନାଲ ଚିକିତ୍ସା (root canal treatment), ଦାନ୍ତ ଉପୁଡ଼ା (extraction), ପୂଯ ଡ୍ରେନ କରିବା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଚିକିତ୍ସା କରାଯାଏ । ଦାନ୍ତବିନ୍ଧା ଭଲ କରିବା ଦନ୍ତ ଚିକିତ୍ସକଙ୍କ ମୂଖ୍ୟ ଦାୟିତ୍ୱ । ପାଟି ଓ ମୁଖ (pain in the mouth or face) ଯନ୍ତ୍ରଣା ମଧ୍ୟରୁ ଦାନ୍ତବିନ୍ଧା ସର୍ବାଧିକ ଓ ସାଧାରଣ ରୋଗ ଭାବରେ ଧରାଯାଏ । [୪] ଦାନ୍ତ ଆଶୁ ଚିକିତ୍ସା ନିମନ୍ତେ ଏହା ସର୍ବାଧିକ ସାଧାରଣ ରୋଗ । [୫] ସନ ୨୦୧୩ରେ ଦନ୍ତ‌କ୍ଷୟ ଯୋଗୁ ୨୨୩ ନିୟୁତ ଦାନ୍ତବିନ୍ଧା ରୋଗୀ ଥିଲେ ଓ ୫୩ ନିୟୁତ ଶିଶୁଙ୍କର ଦାନ୍ତବିନ୍ଧା ହୋଇଥିଲା ।[୬] ଇତିହାସ ଅନୁସାରେ ଦାନ୍ତବିନ୍ଧା ରୋଗ ଯୋଗୁ ସର୍ବ ପ୍ରଥମେ ଚିକିତ୍ସା ବିଜ୍ଞାନର ଦାନ୍ତ ଶଲ୍ୟ ଚିକିତ୍ସା ବିଭାଗ ଖୋଲିବା ନିମନ୍ତେ ଦାବୀ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Duncan L, Sprehe C (2008). Mosby's dental dictionary (2nd ed.). St. Louis, Mo.: Mosby. ISBN 978-0-323-04963-4.
  2. Tollison CD, Satterthwaite JR, Tollison JW (2001). Practical pain management (3rd ed.). Philadelphia, Pa.: Lippincott Williams & Wilkins. ISBN 978-0-7817-3160-7.
  3. Segen JC. (2002) McGraw-Hill Concise Dictionary of Modern Medicine. The McGraw-Hill Companies, Inc.
  4. Scully C (2013). Oral and maxillofacial medicine : the basis of diagnosis and treatment (3rd ed.). Edinburgh: Churchill Livingstone/Elsevier. ISBN 978-0-7020-4948-4.
  5. Agnihotry, Anirudha; Fedorowicz, Zbys; van Zuuren, Esther J.; Farman, Allan G.; Al-Langawi, Jassim Hasan (2016-02-17). "Antibiotic use for irreversible pulpitis". The Cochrane Database of Systematic Reviews. 2: CD004969. doi:10.1002/14651858.CD004969.pub4. ISSN 1469-493X. PMID 26886473.
  6. Global Burden of Disease Study 2013, Collaborators (August 22, 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990–2013: a systematic analysis for the Global Burden of Disease Study 2013". Lancet. 386 (9995): 743–800. doi:10.1016/S0140-6736(15)60692-4. PMC 4561509. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)