ଦଶଭୁଜା ଗଣପତି ମନ୍ଦିର, ପୁଣେ
ଦଶଭୁଜା ଗଣପତି ମନ୍ଦିର, ପୁଣେ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ପୁଣେ |
ଦେବାଦେବୀ | Lord Ganapati |
Location | |
ସ୍ଥାନ | Erandwane, Karve Road, Pune |
State | ମହାରାଷ୍ଟ୍ର |
Country | ଭାରତ |
ଭୌଗଳିକ ଅବସ୍ଥିତି | 18°30′20.80″N 73°49′32.88″E / 18.5057778°N 73.8258000°E |
Architecture | |
Type | West Indian |
Unknown |
ଦଶଭୁଜା ମନ୍ଦିର ଭାରତର ମହାରାଷ୍ଟ୍ର ପ୍ରଦେଶରେ ଥିବା ପୁଣେ ସହରରେ ଅବସ୍ଥିତ । ଏହି ମନ୍ଦିରଟି ପ୍ରଥମେ ପେଶୱାର ସର୍ଦ୍ଦାର ହରିପଦ ଫାଦକେ ମାଲିକାନାରେ ଥିଲା ଯାହା ପେଶୱାଙ୍କୁ ଯୌତୁକ ଆକାରରେ ଦାନ କରାଯାଇଥିଲା । ପ୍ରତିଦିନ ଏହି ଦଶଭୁଜା ମନ୍ଦିରକୁ ହଜାର ହଜାର ଭକ୍ତ ଦର୍ଶନ କରିବାକୁ ଆସନ୍ତି ଓ ଏହି ସଂଖ୍ୟା ଗଣେଶ ଚତୁର୍ଥୀରେ ବୃଦ୍ଧି ପାଏ ।[୧] ଏହି ଗଣେଶଙ୍କ ଶୁଣ୍ଢ ଡାହାଣ ପାଖକୁ ଥାଏ ଯାହା କ୍ୱଚିତ ଦେଖିବାକୁ ମିଳେ ଓ ତାହାକୁ ବାମ ପାଖରେ ଥିବା ଶୁଣ୍ଢ ଅପେକ୍ଷା ଅଧିକ ପବିତ୍ର ମାନନ୍ତି ।[୨]
ବିବରଣ
[ସମ୍ପାଦନା]କାର୍ଭେ ରାସ୍ତାରେ ଏହି ମନ୍ଦିର ଅବସ୍ଥିତ । ପାଉଦ ରାସ୍ତାକୁ ଯାଉଥିବା ଲୋକ ଭିଡ଼ କମେଇବା ପାଇଁ ଏକ ଫ୍ଲାଇଓଭର ଅଛି । ଫ୍ଲାଇଓଭର ନଥିବା ବେଳେ ସେହି ସ୍ଥାନକୁ ପାଉଦ ଫାଟ କୁହାଯାଉଥିଲା । ପାଉଦ ଏକ ଗ୍ରାମର ନାମ ଯାହା ରାସ୍ତାର ପଶ୍ଚିମ ପାଖରେ ଅଛି ଓ ଫାଟ ଅର୍ଥ ମୋଡ଼ ।
ଗଣେଶ ବା ଗଣପତି ଏହି ମନ୍ଦିରର ପ୍ରତିଷ୍ଠିତ ଦେବତା । ଏହି ଗଣେଶଙ୍କର ଶୁଣ୍ଢ ବାମ ଦିଗକୁ ଥବାରୁ ଅଧିକ ପବିତ୍ର ମନେ କରାଯାଏ । ମୂଳ ମନ୍ଦିର ପାଖରେ ହନୁମାନଙ୍କର ଏକ ଛୋଟ ମନ୍ଦିର ଅଛି । ପ୍ରତି ଗଣେଶ ଚତୁର୍ଥୀ ଦିନ ମନ୍ଦିରକୁ ହଜାର ହଜାର ଭକ୍ତ ଆସି ପ୍ରାର୍ଥନା କରନ୍ତି ଓ ଆଳତିରେ ଭାଗ ନିଅନ୍ତି ।
ସ୍ଥାନ
[ସମ୍ପାଦନା]ଏହି ମନ୍ଦିରଟି ମହାରାଷ୍ଟ୍ରର ପୁଣେ ସହରରେ ଥିବା ପାଣ୍ଡୁରଙ୍ଗ କଲୋନୀ, ଏରଣ୍ଡବାନେର କାର୍ଭେ ନଗର ରାସ୍ତା ପାଖରେ ଅବସ୍ଥିତ, ପିନ କୋଡ଼ – ୪୧୧୦୦୪ ।
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ବାହ୍ୟ ଲିଙ୍କ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Shilpa (2019-10-31). "Dashabhuja temple, Pune" (in ଆମେରିକୀୟ ଇଂରାଜୀ). Retrieved 2021-11-29.
- ↑ Menon, Anoop. "Ganesh Chaturthi 2017: Famous Ganesh Temples in Pune | India.com". www.india.com (in ଇଂରାଜୀ). Retrieved 2021-11-29.