ତେଜସ୍ୱିନୀ ପ୍ରିୟଦର୍ଶିନୀ
ତେଜସ୍ୱିନୀ ପ୍ରିୟଦର୍ଶିନୀ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଯୁବ ବୈଜ୍ଞାନିକ |
ଦିନକୁ ଦିନ ବାୟୁ ପ୍ରଦୁଷଣ ବଢୁଥିବା ସମୟରେ ୧୪ ବର୍ଷୀୟ ତେଜସ୍ୱିନୀ ପ୍ରିୟଦର୍ଶିନୀ ବାୟୁଚାଳିତ ବାଇକ୍ ଉଦ୍ଭାବନ କରି ଲୋକଲୋଚନକୁ ଆସିଥିଲେ, ଯାହା ସମ୍ପିଡ଼ୀତ ବାୟୁକୁ ବ୍ୟବହାର କରି ଘଣ୍ଟା ପ୍ରତି ୬୦ କିମି ବେଗରେ ଗତି କରିବାର କ୍ଷମତା ରଖେ ।[୧]
ଆଦ୍ୟ ଜୀବନ
[ସମ୍ପାଦନା]ଉଦ୍ଭାବନ
[ସମ୍ପାଦନା]ତେଜସ୍ୱିନୀ ତାଙ୍କର ସିଦ୍ଧାନ୍ତକୁ ଏକ ସାଇକେଲ୍ ମରାମତି ଦୋକାନରୁ ପାଇଥିଲେ । ମରାମତି କରୁଥିବା କାରିଗର ବାୟୁ ଚାଳିତ ବନ୍ଧୁକ ବ୍ୟବହାର କରି ଟାୟାର୍ରୁ ନଟ୍ କାଢୁଥିବା ସିଦ୍ଧାନ୍ତକୁ ଅନ୍ୟ ପ୍ରକାରରେ ଉପଯୋଗ କରିବା କଠା ଭାବିଥିଲେ । ତାଙ୍କ ମତରେ, ବାୟୁ ଚାପର ସିଦ୍ଧାନ୍ତକୁ ନେଇ ଯଦି ଏକ ବନ୍ଧୁକ କାମ କରି ପାରୁଛି, ତେବେ ଏହି ସିଦ୍ଧାନ୍ତକୁ ନେଇ ଏକ ସାଇକେଲ୍ ମଧ୍ଧ୍ୟ ଚଲାଇହେବ ।[୨] ତେବେ ଏହି ଭାବନାକୁ କାର୍ଯ୍ୟକାରୀ କରିବା ପାଇଁ ଓ ଆବଶ୍ୟକୀୟ ଯନ୍ତ୍ରପାତି ପାଇଁ ତାଙ୍କ ବାପା ଶ୍ରୀଯୁକ୍ତ ନଟବର ଗୋଚ୍ଛାୟତ ସାହାଯ୍ୟ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ବିଫଳ ହୋଇଥିଲେ ମଧ୍ଧ୍ୟ କ୍ମାଗତ ଚେଷ୍ଟା ଫଳରେ ସେ ସଫଳତା ପାଇଥିଲେ । ଏକ ପ୍ରବେଶ ନଳୀ ସହ ବାୟୁ ଥିବା ଏକ ସିଲିଣ୍ଡର ଆଣିଥିଲେ, ଯହାକୁ ଆରମ୍ଭ ନବ୍ (starting knob), ମାପିବା ଡାଏଲ୍ (measuring dial), ଓ ସୁରକ୍ଷା କପାଟିକା (safety valve) ସହ ସଂଯୋଗ କରାଯାଇଥିଲା । ଟ୍ୟାଙ୍କରୁ ଅତ୍ୟଧିକ ବାୟୁକୁ କାଢିବା ପାଇଁ ସୁରକ୍ଷା କପାଟିକାକୁ ବ୍ୟବହାର କରାଯାଇଥିଲା । ନବ୍ଟିକୁ ଚାଲୁ ରଖି ବାୟୁକୁ ସିଲିଣ୍ଡରରୁ ବାୟୁ ଚାଳିତ ବନ୍ଧୁକ୍କୁ ଛଡ଼ାଯାଏ, ଯାହା ସାଇକେଲ୍ର ପ୍ୟାଡ଼େଲ୍ରେ ସଂଯୁକ୍ତ ଥାଏ । ପ୍ୟାଡ଼େଲ୍ଟି ଛଅଟି ଅଲଗା ଅଲଗା ବ୍ଲେଡ୍ର ସାହାଯ୍ୟରେ ଗିଅର୍କୁ ବୁଲାଏ । ଯାହାଫଳରେ ସାଇକେଲ୍ଟି ଗତି କରିବାକୁ ଲାଗେ । ତେଜସ୍ୱିନୀଙ୍କ ବାପା ନଟବରଙ୍କ ମତରେ, ସାଇକେଲ୍ଟି ୧୦କିଗ୍ରା ସମ୍ପିଡ଼ୀତ ବାୟୁରେ ୬୦କିମି ଯାଇପାରବ । ତେଜସ୍ୱିନୀଙ୍କ ମତରେ, ଏହି ସିଦ୍ଧାନ୍ତକୁ ମୋଟର ସାଇକେଲ୍ରେ ମଧ୍ଧ୍ୟ ବ୍ୟବହେର କରାଯାଇପାରିବ, ଯାହାଫଳରେ ଇନ୍ଧନର ଆବଶ୍ୟକତା ପଡ଼ିବ ନାହିଁ ଓ ପରିବଶ ପ୍ରଦୂଷଣ କମ୍ ହୋଇପାରିବ ।[୩]
ସମ୍ମାନ
[ସମ୍ପାଦନା]ଏହି ଉଦ୍ଭାବନକୁ ବ୍ୟବାସାୟୀ ଓ ସୃଜନଶୀଳ ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜିତ Yi INNOVEX @ Make in Odisha Conclaveରେ ପ୍ରଦର୍ଶନ କରାଯାଇଥିଲା ।[୪]
ଆଧାର
[ସମ୍ପାଦନା]- ↑ [୧], Rourkela girl invents 'air bike'
- ↑ [୨], Meet the 14-year-old girl from Odisha who has invented a fuel-free bike
- ↑ [୩] Archived 2017-12-26 at the Wayback Machine., Wondergirl from Odisha comes up with the idea of a fuel free bike
- ↑ [୪] Archived 2021-03-03 at the Wayback Machine., Yi INNOVEX @ Make in Odisha Conclave to encourage start-up and inspire young minds to innovate