ତୁଙ୍ଗନାଥ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
Tungnath
Tungnath temple.jpg
Tungnath is located in Uttarakhand
Tungnath
Tungnath
Location in Uttarakhand
ନାମ
ମୂଳ ନାମTungnath Temple
ଭୌଗୋଳିକ ଅବସ୍ଥିତି
ଦିଗବାରେଣି30°29′22″N 79°12′55″E / 30.48944°N 79.21528°E / 30.48944; 79.21528Coordinates: 30°29′22″N 79°12′55″E / 30.48944°N 79.21528°E / 30.48944; 79.21528[୧]
ଦେଶIndia
ରାଜ୍ୟUttarakhand
ଉଚ୍ଚତା୩,୬୮୦ m (୧୨,୦୭୩ ft)
ତିଆରି ଶୈଳୀNorth Indian architecture
ଇତିହାସ ଓ ପାଳନ
ନିର୍ମାଣ କାଳUnknown
ନିର୍ମାତାPandavas

ତୁଙ୍ଗନାଥ ,   ପୃଥିବୀର ଉଛତମ ଶିବ ମନ୍ଦିର । ଏହା ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଥିବା ରଙ୍ଗନାଥ ପର୍ବତମାଳାର  ପାଞ୍ଚ କେଦାର ମନ୍ଦିର ଭିତରୁ ଅନ୍ୟତମ ।ତୁଙ୍ଗନାଥ ପର୍ବତମାଳା ମନ୍ଦାକିନୀ ନଦୀ ଓ ଅଳକାନନ୍ଦା ନଦୀର ଉପତ୍ୟକା ଅଞ୍ଚଳ ସୃଷ୍ଟି କରିଥାଏ । ତୁଙ୍ଗନାଥ ମନ୍ଦିର ସମୁଦ୍ରପତ୍ତାନ ଠାରୁ 12,073 ଫୁଟ ଉପରେ ଚନ୍ଦ୍ରଶିଳାର ଶିଖରର ନିକଟରେ ରହିଛି । ଏହା ହିନ୍ଦୁ ଦେବତା ଶିବଙ୍କ ଉପାସନା ପିଠ । ମଦିର 1000 ବର୍ଷ ଆଗରୁ ନିର୍ମିତ ହେଇଥିବାର କୁହାଯାଇଥାଏ ଓ ଏହା ପାଞ୍ଚ କେଦାର ମନ୍ଦିର ମାଳରେ ତୃତୀୟ ମନ୍ଦିର । ଏହାକୁ ତୃତୀୟ କେଦାର ମଧ୍ୟ କୁହାଯାଏ । କିମ୍ବଦନ୍ତୀ ଅନୁସାରେ ଏହା ମହାଭାରତର ପାଣ୍ଡବ ମାନଙ୍କ ସହ ସଂଶ୍ଳିଷ୍ଟ । [୨][୩]

କିମ୍ବଦନ୍ତୀ [ସମ୍ପାଦନା]

ହିନ୍ଦୁ ପୁରାଣ ଅନୁସାରେ ଭଗବାନ ଶିବ ଓ ତାଙ୍କ ପତ୍ନୀ ପାର୍ବତୀ ହିମାଳୟରେ ରହୁଥିଲେ । ଭଗବାନ ଶିବ କୈଲାଶ ପର୍ବତରେ ଅବସ୍ଥାନ କରୁଥିଲେ ଓ ପାର୍ବତୀଙ୍କୁ ଶୈଳ ପୁତ୍ରୀ କୁହାଯାଇଥାଏ ।  [୨]

 କିମ୍ବଦନ୍ତୀ ଅନୁସାରେ ପାଞ୍ଚ ପାଣ୍ଡବ ଏଠାରେ ପାଞ୍ଚଟି କେଦାର ମନ୍ଦିର ନିର୍ମାଣ କରିଥିଲେ ।ବ୍ଯାସ ଋଷି ପାଣ୍ଡବ ମାନଙ୍କୁ ଉପଦେଶ ଦେଇଥିଲେ ଯେ ଯେହେତୁ ସେମାନେ ତାଙ୍କର ସମ୍ପର୍କିତ କୌରବ ମାନଙ୍କୁ ଯୁଦ୍ଧ କରି ନିପାତ କରି ଥିଲେ  ସେଇଥିପାଇଁ ଆଗରୁ ଭଗବାନ ଶିବଙ୍କ ସନ୍ତୁଷ୍ଟି ପାଇଁ ଆଗରୁ ସେମାନେ ପାଞ୍ଚ କେଦାର ମନ୍ଦିର ସ୍ଥାପନା ପୂର୍ବକ ଶିବଙ୍କୁ ସନ୍ତୁଷ୍ଟ କରିବା ଊପାସନାର ବ୍ୟବସ୍ଥା କରିବା ଭଲ ହେବ । ସେହି ଅନୁସାରେ ପାଣ୍ଡବ ମାନେ ଭଗବାନ ଶିବଙ୍କ ଆବାସ ହିମାଲୟ ପର୍ବତମାଳାରେ ପାଞ୍ଚ କେଦାର ମନ୍ଦିର ନିର୍ମାଣ କରିଥିଲେ ।ଯେତେବେଳେ ପାଣ୍ଡବ ମାନେ ଶିବଙ୍କୁ ଖୋଜିଲେ ଭଗବାନ ଶିବ ତାଙ୍କୁ  ସେମାନେ ନିଜ ବଂଶଜଙ୍କୁ ହଟା ଅପରାଧ କରିଥିବାରୁ ଦେଖା ନ ଦେଇ ଶଣ୍ଢରୂପ ଧାରଣ କରି ଗୁପ୍ତକାଶୀ ସ୍ଥାନରେ ଆତ୍ମଗୋପନ କରିଥିଲେ ।ପାଣ୍ଡବ ମାନେ ଶଣ୍ଢର ପାଞ୍ଚଟି ଅଙ୍ଗକୁ ବୁଝାଉଥିବା ଅପଞ୍ଚତି କେଦାର ମନ୍ଦିର ନିର୍ମାଣ କରିଥିଲେ ।ସେହି ଅନୁସାରେ ତୁଙ୍ଗନାଥ ମନ୍ଦିର ବାହୁକୁ ପ୍ରତିନିଧିତ୍ୱ କରିଥାଏ ।ମସ୍ତକ ରୂପେ ରୁଦ୍ରନାଥ , କୁଜ ର୍ଯପେ କେଦାରନାଥ ଜଟା ରୂପେ କଳ୍ପେଶ୍ୱର ରହିଥିଲା । ମଧ୍ୟ ଅଂଶକୁ ମାଧ୍ୟମେଶ୍ୱର ମନ୍ଦିର ବୋଲି କୁହାଯାଇଥାଏ । [୩][୪][୫][୬]

ପ୍ରବାଦ ଅନୁସାରେ ରାମାୟଣ ସମୟରେ ଭଗବାନ ରାମ ଚନ୍ଦ୍ରଶିଳାଠାରେ ତପସ୍ୟା କରିବାକୁ ଯାଇଥିଲେ । ଏହି ଚନ୍ଦ୍ରଶିଳା ତୁଙ୍ଗନାଥର ନିକଟରେ ରହିଛି । କଥିତ ଅଛି ରବଣ ମଧ୍ୟ ଶିବଙ୍କୁ ଉପାସନା କରିବାକୁ ଏଠାକୁ ଆସିଥିଲେ । .[୩]

ଆରାଧନା [ସମ୍ପାଦନା]

ଅଷ୍ଟମ ଶତାବ୍ଦୀ ଠାରୁ ହିନ୍ଦୁ ମୁଖ୍ୟ ଗୁରୁ ଶଙ୍କାରାଚାର୍ଜ୍ୟଙ୍କ ଆଦେଶ ଅନୁସାରେ ସମସ୍ତ ମନ୍ଦିରକୁ ମାଇଠାଣି ବ୍ରାହ୍ମଣ ପୂଜକ ଦକ୍ଷିଣ ଭାରତରୁ ଆସି ରହିଥାନ୍ତି । କେବଳ ତୁଙ୍ଗନାଥ ମନ୍ଦିର ପାଇଁ ସ୍ଥାନୀୟ ମକୁମମଠ ଗ୍ରାମରୁ ବ୍ରାହ୍ମଣ ପୂଜକ ରହନ୍ତି ।ମନ୍ଦିରର ଦୈନିକ ରୀତି ସକାଳୁ ଆରଭ ହେଇ ଥାଏ । ଶୀତ କାଳରେ ମନ୍ଦିର ବନ୍ଧ ରହେ ଓ ଏଠାରୁ 19 କିଲୋମିଟର ଦୂର ମକୁମମଠକୁ ଅସ୍ଥାୟୀ ଭାବରେ ମୂର୍ତି ରଖି ପୂଜା କରାଯାଇଥାଏ ।  [୭][୮]

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

View of Himalayas from Tungnath

ମନ୍ଦାକିନୀ ନଦୀ ଓ ଅଳକାନନ୍ଦା ନଦୀର ଜଳକୁ ବିଭାଜନ କରୁଥିବା ପର୍ବତର ଶିଖରରେ ତୁଙ୍ଗନାଥ ମନ୍ଦିର ଅବସ୍ଥିତ । ତୁଙ୍ଗ ନାଥର ତୁଙ୍ଗ ଠାରୁ 3ଟି ଝରଣା ବାହାରି ସେଥିରୁ ଆକାଶକାମିନୀ ନଦୀ  ସୃଷ୍ଟି ହେଇଥାଏ । ଏହି ଶ୍ରୁଙ୍ଗ ଚନ୍ଦ୍ରଶିଳା ଶ୍ରୁଙ୍ଗ ଠାରୁ 2 କିଲୋମିଟର ଦୂର । ଏଠାରେ ଟ୍ରେକିଙ୍ଗ ସ୍ଥଳ ଥିବା ବେଳେ ନିକଟରେ କେଦାରନାଥ ବନ୍ୟ ପ୍ରାଣୀ ଅଭୟାରଣ୍ୟ ରହିଛି । ଏଠାରୁ ନନ୍ଦା ଦେବୀ , କେଦାରନାଥ ଆଦି ନରଫାବୃତ ଶ୍ରୁଙ୍ଗ ସବୁ ଦ୍ରୁଷ୍ଟି ଗୋଚର ହେଇ ସନ୍ଧ୍ଯା ସମୟରେ ସୂର୍ଯ୍ୟର ଆଲୋକ ପଡି ଚମତ୍କାର ରାଗ ଦେଖାଯାଇଥାଏ । [୯][୧୦][୧୧]

ଟ୍ରେକିଙ୍ଗ ଓ ଗମନାଗମନ [ସମ୍ପାଦନା]

ଛାଞ୍ଚ:Panch Kedar

Tungnath Trail in Uttarakhand

ହିନ୍ଦୁ ଧର୍ମ ପାଇଁ ଏହା ଏକ ଅତୀବ ମହତ୍ୱପୂର୍ଣ ସ୍ଥଳୀ ହେବା ସହ ପର୍ଯ୍ୟଟକ ମାନଙ୍କ ପାଇଁ ଏହା ଖୁବ ଆକର୍ଷକ । ପ୍ରକୃତି ଏଠାରେ ତାର ସମସ୍ତ ସଂଭର ଅଜାଡି ଦେଇଥିବା ବେଳେ ଦେଶ ଓ ବିଦେଶରୁ ଅନେକ  ପର୍ଯ୍ୟଟକ ମାନେ ଏଠାରେ ଖୁସିରେ ଟ୍ରେକିଂ କରିବାକୁ ଆସିଥାନ୍ତି । ରୁଦ୍ରପ୍ରୟାଗରୁ 63 କିଲୋମିଟର ରାସ୍ତା ଜାତୀୟ ରାଜପଥ 58ରେ ଆସି ଚୋପତାରେ ପହଞ୍ଚିଲେ ସେଠାରୁ ଏହି ସ୍ଥାନ 4 କିଲୋମିଟର । 

 ଶୀତ କାଳ  ଛଡା ଅନ୍ୟ ଦିନ ଏଠାକୁ ଆସି 2 କିଲୋମିଟର ଟ୍ରେକିଙ୍ଗ କରି ଚନ୍ଦ୍ର ଶିଳା ବା ନୀଳକଣ୍ଠ ଓ କେଦାରନାଥ ଶ୍ରୁଗକୁ ଯାଇ ହୁଏ । [୨][୩][୯]

ଗେଲେରୀ [ସମ୍ପାଦନା]

ଆଧାର ସମୂହ [ସମ୍ପାଦନା]

  1. http://wikimapia.org/12378979/Tungnath-temple
  2. ୨.୦ ୨.୧ ୨.୨ Empty citation (help)
  3. ୩.୦ ୩.୧ ୩.୨ ୩.୩ Rajmani Tigunai (2002). At the Eleventh Hour. Shrine of Tungnath. Himalayan Institute Press. pp. 93–94. ISBN 9780893892128. Retrieved 2009-07-15.
  4. Empty citation (help)
  5. Empty citation (help)
  6. Kapoor. A. K.; Satwanti Kapoor. Ecology and man in the Himalayas. M.D. Publications Pvt. Ltd. p. 250. ISBN 9788185880167.
  7. Empty citation (help)
  8. Jha, Makhan (1998). India and Nepal. Sacred Complex in Garhwal Himalayas. M.D. Publications Pvt. Ltd. p. 143. ISBN 9788175330818.
  9. ୯.୦ ୯.୧ Roma Bradnock (2000). Indian Himalaya handbook. The Panch Kedars. Footprint Travel Guides. pp. 114–115. ISBN 9781900949798.
  10. Vishwambhar Prasad Sati; Kamlesh Kumar (2004). Uttaranchal: Dilemma Of Plenties And Scarcities. Kedarnath. Mittal Publications. pp. 202–204. ISBN 9788170998983. Retrieved 2009-07-15.
  11. Bill Aitken (2003). Footloose in the Himalaya. Chapter 15:The best little Trek. Orient Blackswan. pp. 134–137. ISBN 9788178240527.

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]