ତୀଜନ ବାଇ

ଉଇକିପିଡ଼ିଆ‌ରୁ

Teejan Bai
ଜନ୍ମ (1956-08-08) ୮ ଅଗଷ୍ଟ ୧୯୫୬ (ବୟସ ୬୭)
Ganiyari village, Durg, Chhattisgarh
ବୃତ୍ତିPandavani Folk Singer
ଜୀବନସାଥୀTukka Ram
ପୁରସ୍କାର(ଗୁଡ଼ିକ)Padma Vibhushan 2019
Padma Bhushan 2003
Padma Shri 1987
Sangeet Natak Akademi Award 1995 Fukuoka Prize 2018

ତୀଜନ ବାଇ (ଜନ୍ମ ୮ ଅଗଷ୍ଟ ୧୯୫୬) ଛତିସଗଡ଼ର ଜଣେ ପାରମ୍ପରିକ ପଣ୍ଡବାନି (Pandavani) କଳାକାର ଥିଲେ ଯିଏ ମହାଭାରତ ଗାଥାକୁ ବାଦ୍ୟ ସଙ୍ଗୀତ ବ୍ୟାଖ୍ୟା କରି ମଞ୍ଚରେ ପ୍ରଦର୍ଶନ କରୁଥିଲେ ।

ତାଙ୍କୁ ଭାରତ ସରକାର ୧୯୮୭ ମସିହାରେ ପଦ୍ମଶ୍ରୀ ଓ ୨୦୦୩ ମସିହାରେ ପଦ୍ମ ଭୂଷଣ ଓ ୨୦୧୯ ମସିହାରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ ତ‌ଥା ଭାରତର ଜାତୀୟ ସଙ୍ଗୀତ, ନୃତ୍ୟ ଓ ନାଟକ ଏକାଡେମୀ ତରଫରୁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ୧୯୯୫ ମସିହାରେ ପ୍ରଦାନ କରାଯାଇଥିଲା ।

ଜୀବନୀ[ସମ୍ପାଦନା]

ପ୍ରାକ୍ ଜୀବନ[ସମ୍ପାଦନା]

ଭିଲାଇର ୧୪ କିମି ଉତ୍ତରକୁ ଥିବା ଗନିୟାରି ଗ୍ରାମର ଚୁନୁକ ଲାଲ ପାଢ଼ି ଓ ତାଙ୍କ ପତ୍ନୀ ସୁଖବତୀଙ୍କ ଔରଷରୁ ତୀଜାନ ବାଇ ଜନ୍ମ ଗ୍ରହଣ କରିଥିଲେ । [୧] ସେ ଛତିଶ ଗଡ଼ର ପାଢି ଜନ‌ଜାତି ଲୋକ ଥିଲେ ।

ସେ ପାଞ୍ଚ ସନ୍ତାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଥିଲେ । ତାଙ୍କ ଅଜା ବ୍ରିଜଲାଲ ପାଢ଼ି ମହାଭାରତ ବର୍ଣ୍ଣନା କରୁଥିବା ଶୁଣିଥିଲେ ଯାହା ଛତିଶଗଡ଼ି ଲେଖକ ସବଲ ସିଂ ଚୌହାନ ହିନ୍ଦୀ ଭାଷାରେ ରଚନା କରିଥିଲେ । ଏହା ଶୁଣି ତୀଜନ ଆକର୍ଷିତ ହୋଇଥିଲେ ଓ ପସନ୍ଦ କରିଥିଲେ । ସେ ତା ମଧ୍ୟରୁ ଆନେକ ଗୁଡ଼ିଏ ଲେଖା କଣ୍ଠସ୍ଥ କରିଥିଲେ ଓ ପରବର୍ତ୍ତୀ କାଳରେ ଉମେକ ସିଂ ଦେଶମୁଖଙ୍କଠାରୁ ପ୍ରଶିକ୍ଷଣ ପାଇଥିଲେ ।

ବୃତ୍ତି[ସମ୍ପାଦନା]

ମାତ୍ର ୧୩ ବର୍ଷ ବୟସରେ ସେ ପଡ଼ୋଶୀ ଗ୍ରମ ଚନ୍ଦ୍ରଖୁରିରେ ୧୦ ଟଙ୍କା ପାରିଶ୍ରମିକ ପାଇ ପ୍ରଥମ ସାର୍ବଜନୀନ ପ୍ରଦର୍ଶନ କରିଥିଲେ ଯେଉଁଥିରେ ସେ ପଣ୍ଡବାନିର ବେଦମତୀ ଶୈଳୀରେ ସେ ପ୍ରଥମ ଥର ପାଇଁ ଗାଇଥିଲେ ଓ ତା' ପୂର୍ବରୁ ପରମ୍ପରା ଅନୁସାରେ ମହିଳାମାନେ ବେଦମତୀ ବୈଠକି ଶୈଳୀରେ ଗାଉଥିଲେ । ପୂର୍ବରୁ ଏହିଭଳି ଗୀତ କେବଳ ପୁରୁଷମାନେ ଗାଉଥିଲେ ଯାହା ସ ଅତି ବଡ଼ ପାଟିରେ ଠିଆ ହୋଇ ତାଙ୍କର ସ୍ୱତନ୍ତ୍ର ଗଳାରେ ଗାଇଥିଲେ ।[୨]

ଏହି ଘଟଣାର ଅଳ୍ପ ଦିନ ପରେ ସେ ପଡ଼ୋଶୀ ଗ୍ରମାମାନଙ୍କରେ ବିଖ୍ୟାତ ହୋଇଗଲେ ଓ ବିଭିନ୍ନ ବିଶେଷ ଘଟଣାରେ ଓ ଉତ୍ସବରେ ନିମନ୍ତ୍ରଣ ପାଇ ପ୍ରଦର୍ଶନ କରିଥିଲେ ।

ଏକଦା ମଧ୍ୟ ପ୍ରଦେଶର ଜଣେ ଥିଏଟର କଳାକାର ହବିବ ତନବିର ତାଙ୍କ ପ୍ରତିଭା ଦେଖି ପ୍ରଭାବିତ ହେଲେ ଓ ସେତେବେଳର ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମ୍ମୁଖରେ ପ୍ରଦର୍ଶନ କରିବାକୁ ଡକରା ପାଇ ଗଲେ ଓ ପ୍ରଦର୍ଶନ କରିଥିଲେ । ସମୟକ୍ରମେ ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇ ୧୯୮୭ ମସିହାର ପଦ୍ମଶ୍ରୀ,[୩] ୧୯୯୫ ମସିହାର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ୨୦୦୩ରେ ପଦ୍ମ ଭୂଷଣ ପାଇଥିଲେ ।

୧୯୮୦ ମସିହାରୁ ଆରମ୍ଭ କରି ସେ ସାଂସ୍କୃତିକ ରାଷ୍ଟ୍ରଦୂତ ଭାବରେ ବିଭିନ୍ନ ଦେଶ ଯେପରିକି ଇଂଲଣ୍ଡ, ଫ୍ରାନ୍ସ, ସ୍ୱିଜରଲାଣ୍ଡ, ଜର୍ମାନୀ, ତୁର୍କୀ, ଟ୍ୟୁନିସିଆ, ମାଲଟା, ସାଇପ୍ରସ, ରୋମାନିଆ ଓ ମରିସସ ଭଳି ଦେଶମାନଙ୍କୁ ଯାଇ ସେଠାରେ ପ୍ରଦର୍ଶନ କରିଥିଲେ ।[୪] ଜ‌ୱାହରଲାଲ ନେହୁରୁଙ୍କ 'ପୁସ୍ତକ ଭାରତ ଏକ ଖୋଜ' ଉପରେ ପର୍ଯ୍ୟବେଶିତ ଶ୍ୟାମ ବେନେଗଲଙ୍କର ମହାଭାରତ ଟିଭି ସିରିଆଲରେ ସେ କେତେକ ଦୃଶ୍ୟରେ ପ୍ରଦର୍ଶନ କରିଥିଲେ [୫]

ଏବେ ମଧ୍ୟ ସେ ଦର୍ଶକ ଓ ଶ୍ରୋତାମାଙ୍କୁ ସାରା ପୃଥିବୀରେ ତାଙ୍କର ସଶକ୍ତ ଗଳାରେ ଅପୂର୍ବ ଲୋକ ସଙ୍ଗୀତ ଗାଇ ଶୁଣଉଛନ୍ତି ଓ ପରବର୍ତ୍ତୀ ପିଢ଼ିକୁ ତାଙ୍କର ଗୀତ ପ୍ରଦାନ କରୁଛନ୍ତି । ସେ ୨୦୧୯ ମସିହାର ସର୍ବଶ୍ରେଷ୍ଠ ପଦ୍ମ ବିଭୂଷଣ ସମ୍ମାନ ପାଇଛନ୍ତି ।


ଆଧାର[ସମ୍ପାଦନା]