ତିରିଚ ମୀର

Coordinates: 36°15′15″N 71°50′36″E / 36.25417°N 71.84333°E / 36.25417; 71.84333
ଉଇକିପିଡ଼ିଆ‌ରୁ
ତିରିଚ ମୀର
ତିରିଚ ମୀର is located in Pakistan
ତିରିଚ ମୀର
ତିରିଚ ମୀର
ପାକିସ୍ତାନରେ ସ୍ଥିତ
Elevation୭,୭୦୮ m (୨୫,୨୮୯ ft)
୩୩ତମ ସବୁଠାରୁ ଉଚ୍ଚ
Prominence୩,୦୯୮ m (୧୦,୧୬୪ ft)
୩୦ତମ ସବୁଠାରୁ ଉଚ୍ଚ
Listingଚରମ
Location
Location ପାକିସ୍ଥାନ
Rangeହିନ୍ଦୁ କୁଶ
Coordinates36°15′15″N 71°50′36″E / 36.25417°N 71.84333°E / 36.25417; 71.84333[୧]
Climbing
First ascent1950
Easiest routeହିମାନି ଏବଂ ବରଫ

ତିରିଚ ମୀର (ترچ میر, Tirich Mir) ପାକିସ୍ତାନର ଚିତ୍ରାଳ ସହର ପାଖେସ୍ଥିତ ଏକ ପର୍ବତ ଅଟେ , ଯାହା ହିନ୍ଦୁ କୁଶ ପର୍ବତ ଶୃଙ୍ଖଳର ସବୁଠାରୁ ଉଚ୍ଚ ପର୍ବତ ଅଟେ । ୭,୭୦୮ ମିଟର (୨୫୨୮୯ ଫିଟ) ଉଚ୍ଚ ଏହି ପର୍ବତ ହିମାଳୟ - କରକୋରାମ ଶ୍ରେଣୀ ବାହାରର ସବୁଠାରୁ ଉଚ୍ଚ ପର୍ବତ ଅଟେ ଏବଂ ଦୁନିଆର ୩୩ତମ ସବୁଠାରୁ ଉଚ୍ଚ ଶିଖର ଅଟେ (ବାକି ୩୨ତମ ହିମାଳୟ - କରକୋରାମରେସ୍ଥିତ ରହିଛି ) । ଚିତ୍ରାଳ ସହରରୁ ତିରିଚ ମୀର ଦେଖାଯାଏ କିନ୍ତୁ ଏହି ପାହାଡ଼ ଏତେ ବିଶାଳ କି, ଏହାଦ୍ୱାରା ପାକିସ୍ତାନର ଆର ପାର୍ଶ୍ୱ "ଆଫଗାନିସ୍ତାନ"ର କିଛି ସୀମା ଦେଖାଯାଏ ।[୨]

ନାମର ଉତ୍ପତ୍ତି[ସମ୍ପାଦନା]

"ମୀର" ଶବ୍ଦର ଅର୍ଥ "ରାଜା" କିମ୍ବା "ମାଲିକ" ହୋଇଥାଏ । ତିରିଚ ମୀରର ପୁରା ନାମରେ ଦୁଇ ପ୍ରକାର ଧାରଣା ରହିଛି । ପ୍ରଥମଟି ହେଲା ଏହା ଚିତ୍ରାଳର ଏକ ଛୋଟ ତିରିଚ ନାମକ ବାଦୀ ପାଖରେ ରହିଛି , ହୋଇପାରେ କି ଏହାର ଅର୍ଥ "ତିରିଚ ବାଦୀର ରାଜା" ଅଟେ । ଦ୍ୱିତୀୟ ସମ୍ଭାବନା ଏହିକି, ଏହି ନାମ "ବାଖୀ ଭାଷା"ରୁ ହୋଇଛି ଯେଉଁଥିରେ "ତିରିଚ"ର ଅର୍ଥ "ଛାଇ" ହୋଇଥାଏ ,ମାନେ ପୁରା ନାମର ଅର୍ଥ "ଛାଇର ରାଜା" ଅଟେ । ଏହି ପର୍ବତର ଲମ୍ବା ଛାଇ ବଖାନର କ୍ଷେତ୍ରରେ ପଡିଥାଏ ।

ସର୍ବପ୍ରଥମ ଚଢାଳି[ସମ୍ପାଦନା]

ତିରିଚ ମୀରର ଶିଖର ଉପରକୁ ସର୍ବପ୍ରଥମେ ୧୯୫୦ ମସିହାରେ "ନୋର୍ବେ"ରୁ ଆସିଥିବା ପର୍ବତ ଆରୋହିମାନଙ୍କ ମଧ୍ୟରୁ ଜଣେ ଯୁବକ ସଫଳତା ପୂର୍ବକ ଚଢ଼ିଥିଲେ । ଏହାର ପାଖାପାଖି ଅଞ୍ଚଳର ଲୋକମାନେ ବିଶ୍ୱାସ କରନ୍ତି କି , ଏହି ପାହାଡ଼ରେ ଜିନ୍ନ-ଭୂତ, ଡାହାଣୀ ଏବଂ ପରୀମାନେ ରହିଥା'ନ୍ତି ଯିଏ ଚଢାଳି ମାନଙ୍କ ପାଇଁ ସଙ୍କଟ ହୋଇଥା'ନ୍ତି । ବାସ୍ତବରେ ମଧ୍ୟ ପ୍ରତିବର୍ଷ ଏଠାକୁ ଆସୁଥିବା ଲୋକ ଏହାର ଆଖ-ପାଖରେ ବୁଲାବୁଲି କରି ଏବଂ ଚଢ଼ି ମରିଯା'ନ୍ତି । ପ୍ରାୟତଃ ବହୁ ତଳକୁ ପଡିଯିବାଦ୍ୱାରା ସେମାନଙ୍କ ଶରୀର ମିଳେନାହିଁ । वास्तव में भी हर साल यहाँ आये कुछ सैलानी इसकी ढलानों पर घूमते-चढ़ते मारे जाते हैं। अक्सर यह गहरी खाईयों में गिर जाते हैं और इनके शरीर नहीं मिलते।[୩]

ଏହାକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.peaklist.org/WWlists/ultras/afghan.html
  2. Himalaya, Michael Palin, Basil Pao, Macmillan, 2005, ISBN 978-0-312-34162-6, ... the solitary bulk of Tirich Mir, 25228 feet (7708 m), the highest mountain in the Hindu Kush ...
  3. Maps and scientific reports, Sir William Martin Conway, T. Fisher Unwin, 1894, ... in Tirich Mir, horses are hag-ridden and found with witches' stirrups in their manes, children are carried off, men have passed days in the fairies' company, and that two generations ago a Mehtar of Chitral married a fairy bride ...