ତିନି ତଲାକ

ଉଇକିପିଡ଼ିଆ‌ରୁ

ତିନି ତଲାକ ହେଉଛି ଭାରତରେ ପ୍ରଚଳିତ ମୁସଲିମ ଆଇନ ଅନ୍ତର୍ଗତ ତୁରନ୍ତ ବିବାହ ବିଚ୍ଛେଦ ସମ୍ବନ୍ଧିତ ଏକ ପ୍ରାବଧାନ ।[୧] [୨] ବିଶେଷଭାବେ ହନାଫି ସୁନ୍ନି ଇସଲାମିକ ପନ୍ଥାର ଅନୁଗାମୀମାନେ ଏହି ନ୍ୟାୟିକ ପରମ୍ପରାରେ ବିଶ୍ୱାସ କରନ୍ତି ।[୩][୪] ଉକ୍ତ ପ୍ରାବଧାନ ପ୍ରକାରେ ମୁସଲମାନ ପୁରୁଷଟିଏ ମାତ୍ର ତିନିଥର ତଲାକ (ଆରବୀ ଭାଷାରେ ବିବାହ ବିଚ୍ଛେଦର ପ୍ରତିଶବ୍ଦ ) ଶବ୍ଦ ଉଚ୍ଚାରଣ କରି (ମୌଖିକ, ଲିଖିତ କିମ୍ବା କୌଣସି ଇଲେକ୍ଟୋନିକ ଉପକରଣ ମାଧ୍ୟମରେ) ନିଜ ସ୍ତ୍ରୀକୁ ଆଇନତଃ ଛାଡପତ୍ର (ବିବାହବେଚ୍ଛେଦ) ଦେଇପାରିବେ । ଅବୈଧ ଘୋଷିତ ହୋଇଥିବା ଏହି ତିନି ତଲାକକୁ ପୁଣିଥରେ ଚାଲୁ କରିବାକୁ କ୍ୟାବିନେଟ ମଞ୍ଜୁରୀ ମିଳିଯାଇଛି ।[୫]

ପୃଷ୍ଠଭୂମି[ସମ୍ପାଦନା]

ମୁସଲମାନ ଧର୍ମାବଲମ୍ବୀମାନଙ୍କ ପାରିବାରିକ ମାମଲା ସବୁ "Muslim Personal Law"ର ବିଭିନ୍ନ ପ୍ରବଧାନଦ୍ୱାରା ପରିଚାଳିତ । ମୁସଲିମ ବ୍ୟକ୍ତିଗତ ଆଇନ ବ୍ରିଟିଶ ଅମଳର Government of India Act, 1935 କାର୍ଯ୍ୟକାରୀ ହେବା ପର ପ୍ରଥମ ଅଧିନିୟମ । ତା ପୂର୍ବରୁ ପ୍ରଚଳିତ "Anglo-Mohammedan Law" ବଦଳରେ ଭାରତରେ "Muslim Personal Law" ବା The Muslim Personal Law (Shariat) Application Act, 1937 (ଶାରିୟତ)ର ପ୍ରଚଳନ ହେଲା । ହାନାଫି ସୁନ୍ନୀ ମୁସଲିମ ଗୋଷ୍ଠିର ନ୍ୟାୟ ଶାସ୍ତ୍ରବେତ୍ତାଙ୍କ ମତରେ ତିନି ତଲାକ କେବଳ ସେତେବେଳେ ବୈଧ ଯଦି ଏହା ମୁସଲମାନ ସାକ୍ଷୀଙ୍କ ଉପସ୍ଥିତିରେ ଉଚ୍ଚାରିତ ତଥା ଶାରିୟା ଅଦାଲତଦ୍ୱାରା ଅନୁମୋଦିତ ।

ସପକ୍ଷ ତଥା ବିପ଼କ୍ଷବାଦ[ସମ୍ପାଦନା]

ସପକ୍ଷ[ସମ୍ପାଦନା]

ତିନି ତଲାକ ଭଳି ବ୍ୟବସ୍ଥାକୁ All India Muslim Personal Law Boardର, ଯିଏକି ମୁସଲିମ ବ୍ୟକ୍ତିଗତ ଆଇନର ତର୍ଜମା ତଥା ଅନୁମୋଦନ କରେ, ଯୁକ୍ତି ଅନୁସାରେ ତିନି ତଲାକ ହେଉଛି ମୁସଲିମ ବ୍ୟକ୍ତିଗତ ଆଇନ ତଥା ଧାର୍ମିକ ବ୍ୟାପାରର ଅନ୍ତର୍ଗତ ଏବଂ ସେଇଥିପାଇଁ ରାଜ୍ୟ ସରକାର ଏଭଳି ଧାର୍ମିକ ବ୍ୟାପାରରେ ହସ୍ତକ୍ଷେପ କରିପାରିବେ ନାହିଁ । [୬] ତିନି ତଲାକ ସପକ୍ଷରେ ଯୁକ୍ତି ବାଢୁଥିବା ଆଇନଜ୍ଞ କପିଳ ଶିବଲଙ୍କ ମତରେ ଭାରତର ସମ୍ବିଧାନର ଧାରା ୩୭୧(କ) ଅନୁଯାୟୀ ମୁସଲିମମାନଙ୍କର ବ୍ୟକ୍ତିଗତ ଆଇନ ତଥା ଧାର୍ମିକ ପରମ୍ପରାରେ ସରକାରଙ୍କର ହସ୍ତକ୍ଷେପ ସମ୍ବିଧାନ ବିରୋଧୀ । .[୭]

ବିପକ୍ଷ[ସମ୍ପାଦନା]

ନିକଟରେ ଭାରତର ଉଚ୍ଚତମ ନ୍ୟାୟାଳୟ ତିନି ତଲାକକୁ ଅସାମ୍ବିଧାନିକ ତଥା ଅବୈଧ ଘୋଷଣା କରିଛନ୍ତି ।[୮]

ଆଧାର[ସମ୍ପାଦନା]

  1. "Triple Talaq verdict: What exactly is instant divorce practice banned by court?". Hindustan Times. 2017-08-22. Retrieved 2018-06-04.
  2. Mohammed Siddique Patel. "The different methods of Islamic separation – Part 2: The different types of Talaq". www.familylaw.co.uk. Retrieved 2018-06-05.
  3. "Hanafi jurisprudence sanctions triple talaq".
  4. "Law, morality, triple talaq".
  5. Bureau, Samajalive. "ତିନି ତଲାକ ଅଧ୍ୟାଦେଶ ପୁଣି ଲାଗୁ ପାଇଁ କ୍ୟାବିନେଟର ମଞ୍ଜୁରୀ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-02-19.
  6. "Kapil Sibal in court opposed ending Triple Talaq. His reaction to the ban". NDTV.
  7. "Women can say Triple talaq, Muslim law board tells Supreme Court". Times of India.
  8. "Instant triple talaq declared illegal, unconstitutional". Retrieved 5 June 2018.

ଆହୁରି ପଢ଼ନ୍ତୁ[ସମ୍ପାଦନା]