ତାଳପତ୍ର ପୋଥି
ତାଳପତ୍ର ପୋଥିଗୁଡ଼ିକ ଶୁଖିଲା ତାଳପତ୍ରରେ ତିଆରି ଅଭିଲେଖ । ଏଗୁଡ଼ିକ ସାଧାରଣତଃ ଅଭିଲେଖ ତିଆରି କାମରେ ଦକ୍ଷିଣ ଏସିଆ ଓ ଦକ୍ଷିଣପୂର୍ବ ଏସିଆରେ ପଞ୍ଚମ ଶତାବ୍ଦୀରେ ବ୍ୟବହୃତ ହେଉଥିଲା ।[୧] ଏଗୁଡ଼ିକ ତା' ଆଗରୁ ମଧ୍ୟ ବ୍ୟବହୃତ ହୋଇଥାଇପାରେ ।[୨] ତାଳପତ୍ରରେ ଅଭିଲିଖନ ପ୍ରଥମେ ଦକ୍ଷିଣ ଏସିଆରୁ ଆରମ୍ଭ ହୋଇ ପରେ ବାକି ଦେଶମାନଙ୍କରେ ଆରମ୍ଭ ହୋଇଥିଲା । ବୋରାସସ ଜାତିର (ପାଲମାଇରା ତାଳ) ଗଛର ପତ୍ର କିମ୍ବା ତାଳ (ଓଳ ପତ୍ର, କରିଫା ଅମ୍ବ୍ରାକୁଲିଫେରା ବା ତାଳିପଟ ତାଳ) ଶୁଖିଲା ପତ୍ରକୁ ଧୂଆଁରେ ରଖାଯାଇ.[୨]
ନେପାଳରୁ ମିଳିଥିବା ନବମ ଶତାବ୍ଦୀର ସଂସ୍କୃତ ଶୈବବାଦ ରଚନା ଏବେ ଯାଏ ଆବିଷ୍କୃତ ସର୍ବପୁରାତନ ପୋଥି । ଏହା ଅଧୁନା କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପାଠାଗାରରେ ସଂରକ୍ଷିତ ।[୩]
ଇତିହାସ
[ସମ୍ପାଦନା]ତାଳପତ୍ର ପୋଥିଗୁଡ଼ିକ ଚାରିକୋଣିଆ କରି କଟାଯାଇଥିବା ଶୁଖିଲା ତାଳପତ୍ର ଉପରେ କାଳିରେ ଲେଖାଯାଇଥାଏ । ସାଧାରଣତଃ ପ୍ରତିଟି ପତ୍ରରେ କଣା କରାଯାଇଥାଏ ଫଳରେ ସୂତାରେ ସେଗୁଡ଼ିକ ବାନ୍ଧି ବହି ଭଳି କରିହେବ । ତାଳପତ୍ର ପୋଥି କେବଳ ଏକ ନିର୍ଦ୍ଦିଷ୍ଟ ସମୟ ଲାଗି ତିଆରି ହୋଇଥିଲା (କେଇ ଦଶନ୍ଧିରୁ ପାଖାପାଖି ୬୦୦ ବର୍ଷ ଯାଏ) ଓ ତାହା ପରେ ନୂଆ ତାଳପତ୍ରକୁ ଉତରାଯାଉଥିଲା । ପୁରୁଣା ତାଳପତ୍ର ଆର୍ଦ୍ରତା, ପୋକମାନଙ୍କ ବଢ଼ିବା ଓ ପତ୍ରର ଭଙ୍ଗୁର ଗୁଣ ସକାଶେ ନଷ୍ଟ ହୋଇଯାଉଥିବା ହେତୁ ନଷ୍ଟ ହୋଇଯାଉଥିବାରୁ ଏହି ପଦ୍ଧତି ଆପଣାଯାଇଥିଲା । ଓଡ଼ିଶାରେ କରଣମାନେ ପ୍ରଥମେ ଚାଳପତ୍ରରେ ଅଭିଲେଖ କରଣୀରେ ଲେଖି ତାହା ରାଜାଙ୍କ ଅନୁମୋଦନ ନିମନ୍ତେ ପୃଷ୍ଠପୋଷକଙ୍କୁ ଦେଉଥିଲେ । ରାଜାଙ୍କ ଅନୁମୋଦନ ପାଇଲା ପରେ ତାହା ତମ୍ବାପଟାରେ ଖୋଦାଯାଉଥିଲା । ଷଷ୍ଟ ଶତାବ୍ଦୀରେ ପ୍ରଥମେ ଏକ ତମ୍ବାପଟା ଅଭିଲେଖ ତାଳପତ୍ରରୁ ନକଲ ହୋଇଥିଲା । ଏହି ଶତାବ୍ଦୀରେ ବିଧିବଦ୍ଧ ଭାବେ ତାଳପତ୍ରରେ ଲିଖନ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ । ଗୋଲାକାର ଲିପିରେ ତାଳପତ୍ରରେ ଲେଖିବା ଅପେକ୍ଷାକୃତ ସହଜ ହେତୁ ଓଡ଼ିଆରେ ଲିଖିତ ତାଳପତ୍ରର ସଂଖ୍ୟା ସର୍ବାଧିକ । ଅଧୁନା ତନ୍ତ୍ର, ଦର୍ଶନ, ଜ୍ୟୋତିଷ, ଆୟୁର୍ବେଦ, ଧର୍ମଶାସ୍ତ୍ର, ପୁରାଣ, ବୈଦିକ ସାହିତ୍ୟ, ପୁରାଣ ଆଦି ଖୋଦିତ ହୋଇଥିବା ପୋଥିସବୁ ମଠ, ଦେଉଳ, ଗାଦି, ରାଜଉଆସ, ବ୍ରାହ୍ମଣ ଶାସନ ଆଦିରେ ରହିଛି ।[୨][୪]
ଆଧାର
[ସମ୍ପାଦନା]- ↑ http://www.cedar.buffalo.edu/~zshi/Papers/kbcs04_261.pdf
- ↑ ୨.୦ ୨.୧ ୨.୨ "Literature | The Story of India - Photo Gallery". PBS. Retrieved 2013-11-13.
- ↑ Pārameśvaratantra (MS Add.1049.1) with images, Puṣkarapārameśvaratantra, University of Cambridge (2015)
- ↑ "Making of Palmleaf Manuscript". Odisha Museum. Retrieved 18 September 2016.