Jump to content

ତାରାନା ହାଲିମ

ଉଇକିପିଡ଼ିଆ‌ରୁ
ତାରାନା ହାଲିମ
তারানা হালিম
୨୦୧୭ରେ ତାରାନା
ଜନ୍ମ (1966-08-16) ୧୬ ଅଗଷ୍ଟ ୧୯୬୬ (ବୟସ ୬୦)[୧]
ତାଙ୍ଗାଇଲ, ପୂର୍ବ ପାକିସ୍ତାନ, ପାକିସ୍ତାନ
Educationଏଲ୍ଏଲ୍ଏମ୍[୧]
Alma materଢାକା ବିଶ୍ୱବିଦ୍ୟାଳୟ
Officeସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ
Predecessorହସନୁଲ ହକ୍ ଇନୁ
ଜୀବନସାଥୀଅହମ୍ମଦ ରୁବେଲ[୨]

ତାରାନା ହାଲିମ (ଜନ୍ମ: ୧୬ ଅଗଷ୍ଟ ୧୯୬୬)[୩] ବଙ୍ଗଳାଦେଶୀ ରାଜନୈତିଜ୍ଞ, ପ୍ରାକ୍ତନ ଆଇନଜୀବୀ, ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଓ ନାଟ୍ୟକାର ।[୪] ସେ ପ୍ରଥମେ ଜଣେ ଦୂରଦର୍ଶନ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଜାନୁଆରୀ ୨୦୧୮ରେ ତାଙ୍କୁ ବଙ୍ଗଳାଦେଶର ଏକ ରାଜ୍ୟର ସୂଚନା ବିଭାଗ ମନ୍ତ୍ରୀ ଭାବରେ ନିଯୁକ୍ତି କରାଯାଇଥିଲା ।[୫] ଏହାପୂର୍ବରୁ ସେ ଦୂରସଞ୍ଚାର ବିଭାଗର ମନ୍ତ୍ରୀ ଭାବରେ ଜୁଲାଇ ୨୦୧୪ରୁ ବଙ୍ଗଳାଦେଶ ସରକାର ପାଇଁ କାର୍ଯ୍ୟ କରିଥିଲେ ।[୬][୭]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ତାରାନା ହାଲିମ ପୂର୍ବ ପାକିସ୍ତାନର ତାଙ୍ଗାଇଲଠାରେ ୧୬ ଅଗଷ୍ଟ ୧୯୬୬ରେ ଜନ୍ମଗ୍ରହଣ କରିଥିଲେ ।[୮][୯] ତାଙ୍କ ବାପା ଏମ୍ଏ ହାଲିମ ଜଣେ ଆୟକର ବିଭାଗର ଆୟୁକ୍ତ ଥିଲେ ଏବଂ ପରେ ଏବଂ ପରେ ସେ ବଙ୍ଗଳାଦେଶର ଅର୍ଥ ବିଭାଗ ମନ୍ତ୍ରାଳୟରେ ଜଣେ ସଚିବ ଭାବରେ ଯୋଗ ଦେଇଥିଲେ । ତାଙ୍କ ମାଆ ଅଖତାର ହାଲିମ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ । ତିନି ଭାଇଭଉଣୀ ମଧ୍ୟରେ ତାରାନା ଥିଲେ କନିଷ୍ଠା ।[୧୦] ତାଙ୍କ ଘର ତାଙ୍ଗାଇଲର ନାଗରପୁର ଉପଜିଲ୍ଲାର ଧୁବରିୟା ଗାଁରେ ।[୯]

ତାରାନା ୧୯୮୨ ମସିହାରେ ଆଜିମପୁର ଅଗ୍ରଣୀ ବାଳିକା ବିଦ୍ୟାଳୟରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଶେଷ କରିଥିଲେ ଏବଂ ୧୯୮୪ରେ ହଲିକସ୍ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଥିଲେ । ସେ ଢାକା ଶିକ୍ଷା ବୋର୍ଡ଼ରେ ଉଭୟ ଶିକ୍ଷାରେ ୯ମ ସ୍ଥାନରେ ରହିଥିଲେ । ଏହାପରେ ସେ ଢାକା ବିଶ୍ୱବିଦ୍ୟାଳୟରେ ଆଇନ ବିଭାଗରେ ପାଠ ପଢ଼ିଥିଲେ ।[୧୦]

ଅଭିନୟ ଜୀବନ

[ସମ୍ପାଦନା]

ତାରାନା ସ୍କୁଲରେ ପଢ଼ୁଥିବାବେଳେ ମାତ୍ର ୫ ବର୍ଷ ବୟସରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ସେ ପିମ୍ପଲ ଓ ସୁଟର ଭଳି ନାଟକରେ ଏକ ଜନ୍ଦାର ଭୂମିକାରେ ଅଭିନୟ କରିଥିଲେ । ଏହାପରେ ତାରାନା କଲେଜରେ ପଢ଼ୁଥିବାବେଳେ ଏକ ଦୂରଦର୍ଶନ ନାଟକରେ ଅଭିନୟ କରିଥିଲେ ଏବଂ ଏହାପରେ ସେ ରଙ୍ଗୀନ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ସେ ଦୂରଦର୍ଶନରେ ସ୍ନେହ ଓ ଧାକେ ଟାକି ଭଳି ନାଟକରେ କାମ କରିଥିଲେ ।[୧୧] ସେ ଏକ ଚଳଚ୍ଚିତ୍ରରେ ଅଭିନେତା ଫାରୁକ୍‌ଙ୍କର ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହାପରେ ସେ ବଙ୍ଗାଳୀ ଚଳଚ୍ଚିତ୍ର ସାହେବରେ କାମ କରିଥିଲେ ।

ତାରାନା ଅଭିନୟ ସ‌ହିତ ନିଜର ପାଠ ପଢ଼ା ଜାରି ରଖିଥିଲେ ଏବଂ ସେ ବିଶ୍ୱବିଦ୍ୟାଳୟରେ ଆଇନ ବିଜ୍ଞାନରେ ପାଠ ପଢ଼ୁଥିବାବେଳେ ଉମୟ ଟିଭିର ଏକ ନାଟକରେ ମଦିନା ଭୂମିକାରେ ଅଭିନୟ କରିଥିଲେ ଏବଂ ସେତେବେଳେ ଦର୍ଶକ ତାଙ୍କୁ ଅଧିକ ପସନ୍ଦ କରିଥିଲେ ।[୧୨] ସେ ୧୯୭୮ ମସିହାରେ ଅମଜାଦ ହୁସେନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅମିତାଭ ଗୋଲାପିରେ ଅଭିନୟ କରିଥିଲେ ।[୧୩]

ରାଜନୀତି ଓ ଅନ୍ୟାନ୍ୟ କାମ

[ସମ୍ପାଦନା]

ତାରାନା ବଙ୍ଗବନ୍ଧୁ ସାଂସ୍କୃତିକ ଜାତି ନାମକ ଏକ ସାଂସ୍କୃତି ସଂସ୍ଥାରେ କାମ କରୁଥିଲେ ।[୧୪] ୨୦୦୯ ମସିହା ମାର୍ଚ୍ଚ ମାସ ୨୦ ତାରିଖରେ ସେ ବଙ୍ଗଳାଦେଶର ସଂସଦରେ ଥିବା ୪୫ଟି ସଂରକ୍ଷିତ ମହିଳା ଆସନରୁ ଗୋଟିଏ ପାଇଁ ନିର୍ବାଚିତ ହୋଇଥିଲେ ।[୧୫]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ତାରାନା ପ୍ରଥମେ ଜଣଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କର ଏକ ପୁଅ ଅଛି । ମାତ୍ର ପରେ ଏହି ଦମ୍ପତିଙ୍କର ବିବାହ ବିଚ୍ଛେଦ ହେବାପରେ ସେ ଅଭିନେତା ଅହମ୍ମଦ ରୁବେଲଙ୍କୁ ବିବାହ କରିଥିଲେ ।[୧୬]

  1. 1 2 "Constituency 308". Bangladesh Government. Archived from the original on September 24, 2015. Retrieved September 3, 2015.
  2. ↑ "Thoughts for the day". The Daily Star (Bangladesh). February 14, 2006. Archived from the original on November 5, 2015. Retrieved Sep 3, 2015.
  3. ↑ Abu Saeed Khan (July 26, 2015). "Takeaway for Tarana as new state minister". The Daily Star. Retrieved September 3, 2015.
  4. ↑ Nusrat Jahan Pritom (March 8, 2010). "Tarana Halim: Making a difference". The Daily Star. Archived from the original on November 24, 2015. Retrieved September 3, 2015.
  5. ↑ "Council of Ministers: Reshuffle comes with surprises". The Daily Star (in ଇଂରାଜୀ). 2018-01-04. Retrieved 2018-01-03.
  6. ↑ "মাননীয় প্রতিমন্ত্রিগণ". Government of Bangladesh. Retrieved April 22, 2016.
  7. ↑ "Asaduzzaman, Yeafesh, Nurul take oath as ministers. Tarana Halim, Md Nuruzzaman sworn in as state ministers". The Daily Star. July 14, 2015. Retrieved September 3, 2015.
  8. ↑ আবু সাঈদ খান (জুলাই ২৬, ২০১৫). "Takeaway for Tarana as new state minister". দ্য ডেইলি স্টার. Retrieved সেপ্টেম্বর ৩, ২০১৫. {{cite news}}: Check date values in: |accessdate= and |date= (help)
  9. 1 2 "Constituency 308". parliament.gov.bd. parliament.gov.bd. Archived from the original on 24 September 2015. Retrieved 14 July 2015.
  10. 1 2 "তারানা হালিমের অন্য ভুবন". মানবজমিন. 21 June 2015. Archived from the original on 23 January 2022. Retrieved 13 July 2015.
  11. ↑ Shah Alam Shazu (October 31, 2014). "The Five Generations of TV Heroines". The Daily Star. Retrieved Sep 3, 2015.
  12. ↑ উৎপল রায় (21 June 2015). "তারানা হালিমের অন্য ভুবন". মানবজমিন. Archived from the original on 23 January 2022. Retrieved 13 July 2015.
  13. ↑ "তারানা হালিম". bmdb.com.bd. বিএমডিবি. Retrieved 14 July 2015.
  14. ↑ "Steps to be taken to check road crashes". The Daily Star. February 6, 2010. Archived from the original on March 4, 2016. Retrieved September 3, 2015.
  15. ↑ UNB (March 20, 2009). "45 woman MPs elected". The Daily Star. Archived from the original on March 4, 2016. Retrieved September 3, 2015.
  16. ↑ ""Being marooned on an island would be a blessing in disguise." --Tarana". The Daily Star. August 9, 2005. Archived from the original on February 7, 2016. Retrieved September 3, 2015.

ବାହାର ଆଧାର

[ସମ୍ପାଦନା]