ତାତ୍ୟା ତୋପେ

ଉଇକିପିଡ଼ିଆ ରୁ
Jump to navigation Jump to search
ଇଂଲଣ୍ଡ ନିଉଜରେ ପ୍ରକାଶିତ ତତୟା ତୋପେଙ୍କ ସେନାର ଚିତ୍ର 

ରାମଚନ୍ଦ୍ର ପଣ୍ଡୁରଙ୍ଗ ତୋପେ ( ୧୮୧୪-୧୮୫୯) , ୧୯୫୭ ଭାରତୀୟ ବିଦ୍ରୋହର ଜଣେ ଅଗ୍ରଗାମୀ ନେତା ଥିଲେ । 'ତାତ୍ୟା ତୋପେ' ନାମରେ ପରିଚିତ ହେଇଥିବା ତୋପେ ଜଣେ ଧୁରନ୍ଧର ସେନାପତି ଓ ଦେଶ ଭକ୍ତ ଭାବରେ ବ୍ରିଟିଶ ରାଜୁତି ବିରୁଦ୍ଧରେ ଯୁଦ୍ଧରେ ଅବତରଣ ହେଇ ବହୁତ ସାହସିକତାର ପରିଚୟ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମର ସେ ଜଣେ ଆଦ୍ୟ ସଂଗ୍ରାମୀ ଭାବରେ ଇତିହାସରେ ସ୍ଥାନିତ । 

ସଂକ୍ଷିପ୍ତ ଜୀବନୀ [ସମ୍ପାଦନା]

ମହାରାଷ୍ଟ୍ରର ନାସିକ ନିକଟ ଯେଓଳାରେ ମାରାଠି ବ୍ରାହ୍ମଣ ପରିବାରରେ ଜନ୍ମିତ ତୋପେ , ପଣ୍ଡୁରଙ୍ଗ ରାଓ ତୋପେଙ୍କ ଏକମାତ୍ର ସନ୍ତାନ ଥିଲେ । [ଆଧାର ଲୋଡ଼ା] ତାତ୍ୟାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବିଶେଷ କିଛି ତଥ୍ୟ ଲିପିବଦ୍ଧ ନାହିଁଁ ।

୧୮୫୭ ବିପ୍ଲବରେ ତାଙ୍କ ଭୂମିକା [ସମ୍ପାଦନା]

୧୯୫୭ରେ ତୋପେଙ୍କ ସୈନ୍ୟ ବାହିନୀର ଚିତ୍ର 

ଇଂରାଜୀରେ ଲିପିବଦ୍ଧ କିଛି ତଥ୍ୟ ୧୮୫୭ ସିପାହୀ ବିଦ୍ରୋହରେ ତାତ୍ୟାଙ୍କ ଭୂମିକା ବିଷୟରେ ବର୍ଣ୍ଣିତ । ତାତ୍ୟା ଜଣେ ମରାଠା ବ୍ରାହ୍ମଣ ଯିଏ କି ମରାଠାର ପେଶବା ବାଜିରାଓ ଏବଂ ତତ୍ପରେ ତାଙ୍କ ପାଳିତପୁତ୍ର ନାନା ସାହେବଙ୍କ ସେବାରେ ନିଯୁକ୍ତ ହୋଇଥିଲେ । କାନପୁର ବିଦ୍ରୋହରେ ନାନା ସାହେବଙ୍କ ସେନାରେ ସାମିଲ ହୋଇ ସେ ବ୍ରିଟିଶ ବାହିନୀ ବିରୁଦ୍ଧରେ ବିଜୟ ହାସଲ ପୂର୍ବକ ନାନା ସାହେବଙ୍କ ପ୍ରାଧାନ୍ୟ ପ୍ରତିପାଦିତ କରିଥିଲେ । ତାଙ୍କ ପିତା ମରାଠା ପେଶବା ଦ୍ୱୀତୀୟ ବାଜିରାଓଙ୍କ ଜଣେ ପାରିଷଦ ଥିଲେ । କାନପୁର ପୁନଃଅଧିକାର କରିବାପରେ ସେ ରାଣୀ ଲକ୍ଷ୍ମୀବାଇଙ୍କ ସହ ମିଶି ବୁନ୍ଦେଲଖଣ୍ଡରେ ଇଂରେଜ ବିରୋଧୀ ବିଦ୍ରୋହ ପରିଚାଳନା କରିଥିଲେ । ତେବେ ଉକ୍ତ ଯୁଦ୍ଧରେ ରାଣୀ ଲକ୍ଷ୍ମୀବାଈ ନିହତ ହେବା ସହ ତୋପେ ପରାସ୍ତ ହେଲେ ବି, ଇଂରେଜ ବିରୋଧୀ ବିଦ୍ରୋହ ଜାରୀ ରଖିଲେ ।

୫ ଜୁନ ୧୮୫୭ ବେଳକୁ କାନପୁରରେ ବିଦ୍ରୋହର ସୂତ୍ରପାତ ହେଲାବେଳକୁ ନାନାସାହେବ ବିଦ୍ରୋହୀମାନଙ୍କର ନେତା ବନିଗଲେ । ବ୍ରିଟିଶ ଫୌଜ ୨୫ ଜୁନ ୧୮୫୭ରେ ଆତ୍ମ ସମର୍ପଣ କରିବାପରେ ସେମାନଙ୍କୁ ସତୀଚୌରା ଘାଟକୁ ସ୍ଥାନାନ୍ତର କରାଗଲା ଯେଉଁଁଠାରେ କି ସେମାନଙ୍କୁ ଗଣସଂହାର କରିଦିଆଗଲା । ଜୁନ ମାସର ଶେଷ ଆଡକୁ ନାନା ସାହେବକୁ ପେଶବା ଘୋଷିତ କରିଦିଆଗଲା । ବ୍ରିଟିଶ ସେନାପତି ଜେନେରାଲ ହାଭଲୋକ ନାନା ସାହେବଙ୍କ ସୈନ୍ୟବାହିନୀ ସହ ଦୁଇଥର ଯୁଦ୍ଧ କରିଥିଲେ , ତେବେ ତୃତୀୟ ଥର ପରାସ୍ତ ହୋଇ ବିଠୁର ଆଡକୁ ପଳାୟନ କଲେ । ତାତ୍ୟା ବିଠୁରରେ ରହି ନାନା ସାହେବଙ୍କ ନାମରେ କାର୍ଯ୍ୟକ୍ରମ ଜାରୀ ରଖିଲେ । ଏହି ସମୟରେ ନାନା ସାହେବ କିଛି ବ୍ରିଟିଶ ପଣବନ୍ଦୀ ରଖି ବ୍ରିଟିଶ ସହ ସୌଦା କରିବାକୁ ମନସ୍ଥ କଲେ । ହେଲେ, ଜେନେରାଲ ହେନେରୀ ହାଭଲୋକଙ୍କ ଆଦେଶରେ କମ୍ପାନୀ ସେନା ଅଲ୍ଲାହାବାଦରୁ କାନପୁର ଆଡକୁ ଆଗେଇବାକୁ ଲାଗିଲେ । ଏହି କମ୍ପାନୀ ସେନାକୁ ଅଟକାଇବାପାଇଁଁ ନାନା ସାହେବ ପଠାଇଥିବା ଦୁଇ ଦଳ ସୈନ୍ୟବାହିନୀ ଇଁରେଜ ହାତରେ ପରାସ୍ତ ହେଲେ ଏବଂ କଥିତ ଅଛି ଏହି ପରାଜୟର ପ୍ରତିଶୋଧ ସ୍ୱରୁପ ନାନା ସାହେବ ପ୍ରାୟ ୨୦୦ ବ୍ରିଟିଶ ସ୍ତ୍ରୀ ଏବଂ ଛୋଟ ପିଲାଙ୍କୁ ଜନେ ପାରିଷଦର ପରାମର୍ଷ କ୍ରମେ ଗଣ ହତ୍ୟା କରିଥିଲେ । ତେବେ ଏହି ବିଷୟରେ ସଠିକ ତଥ୍ୟ ଲିପିବଧ ନାହିଁଁ ।[୧] କେତେକଙ୍କ ମତରେ ତାତ୍ୟା ଏଭଳି ଗଣ ହତ୍ୟାର ପକ୍ଷପାତୀ ନ ଥିଲେ , ବରଂ ସେ ନିଜେ ୫୩ ଜଣ ବ୍ରିଟିଶ ମହିଳା ଏବଂ ପିଲାଙ୍କ ଜୀବନ ରକ୍ଷା କରିଥିଲେ । ଉକ୍ତ ଘଟଣା ପରେ ବ୍ରିଟିଶ ସେନା ଜେନେରାଲ ଅଟ୍ରମଙ୍କ ନେତୃତ୍ୱରେ ଆକ୍ରମଣ କରି ବିଠୁର ସ୍ଥିତ ନାନାଙ୍କ ରାଜପ୍ରାସାଦ ତୋପ ଲଗେଇ ଉଡାଇଦେଇଥିଲେ । ଫଳରେ ପ୍ରାସାଦରେ ଥିବା ବହୁ ଭାରତୀୟ ମହିଳା, ପିଲା ଏବଂ ନାନା ସାହେବଙ୍କ ଛୋଟ ଝିଅ ମୈନାବତୀ ଜୀବନ୍ତ ଦଗ୍‌ଧ ହୋଇଗଲେ ।[୨]

ଅନ୍ତିମ ବଳିଦାନ[ସମ୍ପାଦନା]

ଇଂରେଜ ବାହିନୀକୁ ଚକ୍‌ମା ଦେଇ ବହୁଦିନ ବିଦ୍ରୋହ ଜାରୀ ରଖିବା ପରେ ବନ୍ଧୁ ମାନ ସିଂଙ୍କ ବିଶ୍ୱାସଘାତକତାର ଶୀକାର ହୋଇ ଶୋଇଥିବା ଅବସ୍ଥାରେ ଇଂରେଜ ହାତରେ ଧରା ହେଲେ । ଇଂରେଜ ସରକାର ଏକ ସାମରିକ ଅଦାଲତରେ ବିଚାର ପୂର୍ବକ ତୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ।  ସେ ସାହସର ସହ ତାଙ୍କ ବିରୁଦ୍ଧରେ ହେଇଥିବା ଅଭିଯୋଗକୁ ସ୍ୱୀକାର କରି, ସେ କେବଳ ମରଠା ରାଜା ପେସବାଙ୍କ ଆନୁଗତ୍ୟ ସ୍ୱୀକାର କରନ୍ତି କହି ପ୍ରାଣ ବଳି ପାଇଁ ସ୍ୱୀକୃତି ଦେଇଥିଲେ । ତାଙ୍କୁ ୧୮ ଏପ୍ରିଲ ୧୮୫୯ରେ ମୃତ୍ୟୁ ଦଣ୍ଡ ଦିଆ ଯାଇଥିଲା । [୩]

ତର୍ଜମା [ସମ୍ପାଦନା]

  1. "Triala That changed history". Retrieved 13 May 2018.
  2. "Chapala Devi". Retrieved 13 May 2018.
  3. "Tantya Tope". Retrieved 19 March 2018.

ଅତିରିକ୍ତ ପଠନ [ସମ୍ପାଦନା]

ବାହ୍ୟ ଆଧାର [ସମ୍ପାଦନା]