ତାଜମହଲ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ତାଜମହଲ
ଅବସ୍ଥିତି ଆଗ୍ରା, ଉତ୍ତର ପ୍ରଦେଶ, ଭାରତ
ଦିଗବାରେଣି 27°10′30″N 78°02′31″E / 27.17500°N 78.04194°E / 27.17500; 78.04194Coordinates: 27°10′30″N 78°02′31″E / 27.17500°N 78.04194°E / 27.17500; 78.04194
ଉଚ୍ଚତା 73 metres (240 ft)
ତୋଳା 1632–53[୧]
ସ୍ଥପତି ଉସ୍ତାଦ ଅହମଦ ଲାହୌରି
ନିର୍ମାଣ ଶୈଳୀ ମୋଗଲ ସ୍ଥାପତ୍ୟ
Visitation 7–8 million[୨]   (in 2014)
ପ୍ରକାର Cultural
Criteria (i)
Designated 1983 (7th session)
Reference # 252
State Party ଭାରତ
Region Asia-Pacific
ତାଜମହଲ is located in India
ତାଜମହଲ
ଭାରତରେ ଆଗ୍ରାର ଅବସ୍ଥାନ

"ତାଜ ମହଲ", pronounced [ˈt̪aːdʒ mɛˈɦɛl]କୁ ‘‘ତାଜ’’ ("the Taj")[୩]) ବୋଲି ମଧ୍ୟ କୁହାଯାଏ। ଏହା ଶଙ୍ଖ ମଲମଲ ପଥର ନିର୍ମିତ ଏକ ସମାଧି। ପୃଥିବୀର ସାତଗୋଟି ଅଦ୍ଭୁତ ବସ୍ତୁ ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ । ଏହାର କାରୁକାର୍ଯ୍ୟ, ଶିଳ୍ପ ଚାତୁରୀ ଏବେଯାଏଁ ଏହାକୁ ଭାରତର ଅମର ଭବନର ମାନ୍ୟତା ଦେଇଛି।

ମୋଗଲ କାରିଗରୀର ମୁଖ୍ୟ ନିଦର୍ଶନ ହେଉଛି ତାଜ ମହଲ ଯାହା ପର୍ସିୟାନ, ତୁର୍କୀ ଓ ଭାରତୀୟ କାରିଗରୀର ସମାହାର। [୪][୫]

ଅବସ୍ଥିତି[ସମ୍ପାଦନା]

ତାଜମହଲ ପାଖାପାଖି ୨୨୧ ହେକ୍ଟର (୫୫୨ ଏକର) ପରିମିତ ସ୍ଥାନରେ ବ୍ୟାପ୍ତ। ଏହା ଭିତରେ କେବଳ ତାଜ ମହଲ ହେଉଛି ୩୮ ହେକ୍ଟରର ଓ ୧୩୮ ହେକ୍ଟର ହେଉଛି ତାଜ ସଂରକ୍ଷିତ ଜଙ୍ଗଲ ଇଲାକା। [୬]

ନିର୍ମାତା[ସମ୍ପାଦନା]

ଏହାର ନିର୍ମାତା ଆଡ଼ମ୍ବରପ୍ରିୟ ମୋଗଲ ସମ୍ରାଟ ଶାହଜାହାନ। ସେ ନିଜ ତୃତୀୟ ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଥିଲେ । ଏହା ମୁସଲିମ କଳାର ଶିରୋମଣି ଭାବେ ଭାରତରେ ପରିଗଣିତ ହୋଇଥାଏ ତଥା ବିଶ୍ୱ ଐତିହ୍ୟର ଏକ ପ୍ରମୁଖ ନମୁନା ବୋଲି ମଧ୍ୟ ଏହା ପ୍ରଖ୍ୟାତ।

ତାଙ୍କ ବିଳାସ ପ୍ରିୟତାର ଅନ୍ୟ ଏକ ନିଦର୍ଶନ ହେଉଛି ମୟୂର ସିଂହାସନ । ‘‘ପର୍ସିଆନ’’ ନାମକ ଗ୍ରନ୍ଥରେ ତାଙ୍କ ନିତିଦିନିଆ ଜୀବନର ଯେଉଁ ବିବରଣୀ ଦେଖିବାକୁ ମିଳେ, ତହିଁରେ ତାଙ୍କ ସୁଶାସନ, କର୍ମନିଷ୍ଠା ଓ ପ୍ରଜାବତ୍ସଳତାର ପ୍ରମାଣ ମିଳିଥାଏ।

ନିର୍ମାଣର ଇତିହାସ ଓ ନାମ କରଣ[ସମ୍ପାଦନା]

ତାଜ ମହଲ ଶବ୍ଦ ମମତାଜ ମହଲ ଶବ୍ଦର ରୂପାନ୍ତର ମାତ୍ର। ପତିପ୍ରାଣା ମମତାଜ ହେଉଛନ୍ତି ଭୁବନମୋହିନୀ ନୁରଜାହାନଙ୍କ ଭାଇ ଆସଫ ଖାଁଙ୍କ ଝିଅ । ଶାହଜାହାନ ଏହାଙ୍କୁ ୧୬୧୨ ମସିହାରେ ବାହା ହୋଇଥିଲେ। ଏହାଙ୍କର ୧୯ ବର୍ଷର ବୈବାହିକ ଜୀବନରେ ସେ ୧୪ ଜଣ ପୁଅଝିଅଙ୍କୁ ଜନ୍ମ ଦେଇଥିଲେ। କୁହାଯାଏ ଶେଷ ସନ୍ତାନ ଜନ୍ମ ନେବାର ଅଳ୍ପ ଦିନ ଆଗରୁ ତା’ର କାନ୍ଦିବା ଶବ୍ଦ ତାଙ୍କୁ ଶୁଭିଥିଲା। ସାଧାରଣ ମାନ୍ୟତା ରହିଛି ଯେ, ଯଦି ମା ଗର୍ଭସ୍ଥ ଶିଶୁର କ୍ରନ୍ଦନ ଧ୍ୱନି ଶୁଣେ, ତେବେ ତା’ର ମୃତ୍ୟୁ ଅବଶ୍ୟମ୍ଭାବୀ। ଏଥିପାଇଁ ସେ ଅଧିର ହୋଇ ଶାହଜାହାନଙ୍କୁ ଏ କଥା ଜଣାଇଲେ । ୩୦ ଘଣ୍ଟାବ୍ୟାପି ପ୍ରସବ ଯନ୍ତ୍ରଣାରେ ପୀଡ଼ିତ ହୋଇ ୧୬୩୧ ମସିହା ଜୁନ ମାସ ୭ ତାରିଖ ମଙ୍ଗଳବାର ଦିନ ତାଙ୍କର ଶେଷ ସନ୍ତାନ ଗୌହରା ବେଗମକୁ ଜନ୍ମ ଦେଇ ସେ ମୃତ୍ୟୁବରଣ କରିଥିଲେ।[୭] ମୃତ୍ୟୁ ପୂର୍ବରୁ ସେ ନିଜ ସ୍ୱାମୀ ସମ୍ରାଟ ଶାହଜାହାନଙ୍କୁ ଦୁଇଟି ଅନୁରୋଧ କରିଥିଲେ: ପ୍ରଥମରେ ସମ୍ରାଟଙ୍କ ଅନ୍ତେ ତାଙ୍କ ଚାରି ପୁଅଙ୍କୁ ସିଂହାସନ ମିଳୁ ଓ ଦ୍ୱିତୀୟରେ ତାଙ୍କ ସମାଧୀ କ୍ଷେତ୍ରରେ ଏକ ଭବ୍ୟ ସମାଧି ମନ୍ଦିର ନିର୍ମିତ ହେଉ। ତାଙ୍କର ଶେଷ ଇଚ୍ଛାକୁ ପୂରଣ କରି ଶାହଜାହାନ ନିର୍ମାଣ କରିଥିଲେ ଏମିତି ଏକ ଆଶ୍ଚର୍ଯ୍ୟ ମହଲ ଓ ଏହାର ନାମ କରଣ ମମତାଜଙ୍କ ନାମାନୁସାରେ କରିଥିଲେ। [୭] ତାଜମହଲର ନିର୍ମାଣ ୧୬୩୨ରେ ଆରମ୍ଭ ହୋଇଥିଲା।[୮]

କୁହାଯାଏ ମମତାଜଙ୍କ ମୃତ୍ୟୁପରେ ବିଳାସୀ ଶାହଜାହାନ ସବୁ ବିଳାସ ବ୍ୟସନ ପରିତ୍ୟାଗ କରି ସାଧାରଣ ଜୀବନ ଯାପନ କରିଥିଲେ। ଏପରିକି ସେ ପ୍ରତିଦିନ ଦୁଇଥର ମମତାଜଙ୍କ ସମାଧିକୁ ବୁଲି ଯାଉଥିଲେ ଓ ତାଙ୍କର ଅନ୍ୟଦୁଇ ପତ୍ନୀଙ୍କ ପ୍ରତି ତଥା ରାଜକାର୍ଯ୍ୟ ଆଦିରୁ ବିମୁଖ ହୋଇ ପଡ଼ିଥିଲେ। ମମତାଜଙ୍କ ବିରହଜନିତ ଦୁଃଖ ହିଁ ଥିଲା ତାଜ ମହଲ ନିର୍ମାଣର ଅନ୍ତର୍ପ୍ରେରଣା।[୯][୧୦] ମମତାଜଙ୍କର ସ୍ମୃତି ସନ୍ତକ ନିର୍ମାଣ କରିବାପାଇଁ ସେ ଯମୁନା ନଦୀର ଡାହାଣ ପାଖ କୂଳରେ ଏକ ପ୍ରଶସ୍ତ ଜାଗା ମାନସିଂହଙ୍କ ପୌତ୍ର ଜୟସିଂହଙ୍କଠାରୁ କିଣିଲେ। ଭାରତୀୟ ଓ ବିଦେଶୀ ବହୁସଂଖ୍ୟକ ଶିଳ୍ପୀ ମହଲର ନକ୍ସା ଅଙ୍କନ କରିଥିଲେ। ସେଥିମଧ୍ୟରୁ ସମ୍ରାଟ ନିଜକୁ ସବୁଠାରୁ ଭଲ ଲାଗିଥିବା ନକ୍ସାକୁ ବାଛିଲେ ଓ ମୁକାରମତ ଖାଁ ଓ ମୀର ଅବଦୁଲ କରିମ ନାମକ ଦୁଇ କର୍ମଚାରିଙ୍କ ତତ୍ତ୍ୱାବଧାନରେ ତାଜ ମହଲର ନିର୍ମାଣ କାର୍ଯ୍ୟ ୧୬୩୨ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହେଲା।[୮] ମୁଖ୍ୟ ମହଲର ନିର୍ମାଣ କାର୍ଯ୍ୟ ୧୬୪୮ରେ ଶେଷ ହୋଇଥିଲେ ହେଁ ଆଖପାଖର ମହଲ ଓ ଉଦ୍ୟାନର ନିର୍ମାଣ ପରେ ଶେଷ ହେଲା। ପ୍ରଚୁର ଅର୍ଥବ୍ୟୟ କରି ସାହାଜାହାନ ଏହାକୁ ବିଶ୍ୱର ଏକ ଆଶ୍ଚର୍ଯ୍ୟ ରୂପେ ଗଢ଼ି ତୋଳିବାର ଚେଷ୍ଟାରେ ସଫଳ ହୋଇଥିଲେ।

ତାଜ ମହଲ ନିର୍ମାଣରେ ପାରସ୍ୟ କାରିଗରୀ, ତଥା ମୋଗଲ କାରିଗରୀର ଉପଯୋଗ ଓ ଅଭିବୃଦ୍ଧି କରା ଯାଇଥିଲା। ତିମୁରିଦ ରାଜବଂଶ ଓ ଅନ୍ୟ କେତେକ ମୋଗଲ ଭବନ ଯଥା, ଗୁର-ଇ-ଅମିର (ସମରକନ୍ଦଠାରେ ଥିବା ମୋଗଲ ରାଜବଂଶର ଜନକ ତିମୁରଙ୍କ ସମାଧି),[୧୧] ହୁମାୟୁନଙ୍କ ସମାଧି, ଇତମାଦ-ଉଦ-ଦୌଲାଙ୍କ ସମାଧି (କେହି କେହି ଏହାକୁ ଶିଶୁ ତାଜ କହନ୍ତି), ସାହାଜାହାନଙ୍କ ନିର୍ମିତ ଦିଲ୍ଲୀର ଜାମା ମସଜିଦ। ଯଦିଓ ପୂର୍ବତନ ମୋଗଲ ଭବନ ଗୁଡ଼ିକ ଅଧିକତର ଲୋହିତ ଶିଳା ଖଣ୍ଡରେ ନିର୍ମିତ ହୋଇଥିଲେ, ତାଜ ମହଲ ନିର୍ମାଣରେ ସାହା ଜାହାନ ଧଳା ଶଙ୍ଖ ମଲମଲ ପଥରରେ ମୂଲ୍ୟବାନ ପଥରର ଖୋଦେଇ କରାଇଥିଲେ। ତାଙ୍କର ତତ୍ତ୍ୱାବଧାନରେ ନିର୍ମିତ ଏଇ ପ୍ରାସାଦମାନ ଶିଳ୍ପ ଚାତୁର୍ଯ୍ୟ ସଂସ୍କାରର ଏକ ନୂତନ ସ୍ତରକୁ ଉପଲବ୍ଧି କରିଥିଲା। [୧୨]

ନିର୍ମାଣ ସାମଗ୍ରୀ[ସମ୍ପାଦନା]

ତାଜ ନିର୍ମାଣରେ ଲୋହିତ ପଥର ଛଡ଼ା ଶଙ୍ଖମଲମଲ ପଥର ସମେତ କୋଡ଼ିଏଟି ମୂଲ୍ୟବାନ ପଥର ଉପଯୋଗ କରା ଯାଇଛି । କୁହାଯାଏ ଫତେପୁର ସିକ୍ରିରୁ ଏକ ଲକ୍ଷ ଚଉଦ ହଜାର ଶଗଡ଼ରେ ଲୋହିତ ପଥର ଏଠାକୁ ଅଣା ଯାଇଥିଲା। ତଦାନୀନ୍ତନ ମୋଗଲ ସାମ୍ରାଜ୍ୟର ଅଧସ୍ତନ ରାଜାମାନେ ଉପଢୌକନ ସଦୃଶ ବହୁସଂଖ୍ୟକ ଶିଳାଖଣ୍ଡ ତାଜ ନିର୍ମାଣ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ। ଏପରିକି ପ୍ରଜାମାନେ ବାର୍ଷିକ କର ବଦଳରେ ଶିଳା ଦାନ କରି ସମ୍ରାଟଙ୍କର ପ୍ରିୟ ଭାଜନ ହେଉଥିଲେ।

ବିଶେଷତା, ସୁନ୍ଦରତା ଓ ଆକର୍ଷଣ[ସମ୍ପାଦନା]

ଦକ୍ଷିଣ ଦିଗରୁ ତାଜମହଲର ଶୋଭା
ଯମୁନା କୂଳରୁ ତାଜମହଲର ଦୃଶ୍ୟ
ତାଜମହଲ ମସ୍ଜିଦ୍

ତାଜର ଚାରିପାଖରେ ଲୋହିତ ଶିଳା ନିର୍ମିତ ଏକ ବିଶାଳ ପ୍ରାଚୀର ରହିଛି। ଏହି ପ୍ରାଚୀର ପୂର୍ବରୁ ପଶ୍ଚିମ ୧୨୪୦ ହାତ ଲମ୍ବା ଓ ଉତ୍ତର-ଦକ୍ଷିଣରେ ୬୬୭ ହାତ ଓସାର। ପ୍ରାଚୀରର ପାଦ ଦେଶରେ କାଳିନ୍ଦୀ ନଦୀ ପ୍ରବହମାନା। ଏହି ସୁବିଶାଳ ପ୍ରାଚୀରର ଚାରି କୋଣରେ ଚାରିଟି ଟରେଟ ବା ଚୂଡ଼ା ଓ ତିନି ପାଖରେ ତିନିଟି ଉଚ୍ଚ ତୋରଣ ବିଦ୍ୟମାନ। ସବୁଠାରୁ ଉଚ୍ଚ ତୋରଣଟି ହେଉଛି ତାଜମହଲକୁ ପ୍ରବେଶର ପ୍ରଧାନ ମାର୍ଗ। ତୋରଣର ଉପରିଭାଗରେ ମନୋହର ସ୍ତମ୍ଭଗୃହ, ତା’ ଉପରେ ୨୬ଟି ସୁନା କଳସ ଗୋଟିଏ ଧାଡ଼ିରେ ସଜା ହୋଇ ରହିଛି। ପ୍ରାଚୀର ଅତିକ୍ରମ କରି ତୋରଣ ପଥ ଦେଇ ଭିତରକୁ ପ୍ରବେଶ କଲେ ତରୁଲତା ଗୁଳ୍ମରାଜି ଶୋଭିତ, ବିବିଧ ରଙ୍ଗର ପୁଷ୍ପ ମଣ୍ଡିତ, ଏକ ଉଦ୍ୟାନ ଦେଖିବାକୁ ମିଳେ। ଏହା ତାଜମହଲର ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।

ପୂର୍ବ ଦିଗରୁ ତାଜମହଲର ଶୋଭା

ତାଜମହଲରେ ଥିବା ମୟୁର ସିଂହାସନକୁ ଅବିକଳ ଜୀବନ୍ତ ମୟୁର ସଦୃଶ ଆକର୍ଷଣୀୟ କରିବାଲାଗି ସେ ଯେଉଁଠି ଯେଉଁ ରଙ୍ଗର ପଥର ଦରକାର ତାକୁ ଖଞ୍ଜାଇ ଥିଲେ। ତାଜମହଲରେ ଖଚିତ ଫୁଲ ଫଳ ଆଦି ଚିତ୍ରକୁ ସଜୀବ କରିବାଲାଗି ସେ ହୀରା, ନୀଳା, ମାଣିକ୍ୟ ଆଦି ବହୁ ମୂଲ୍ୟବାନ ଚିଜକୁ କାମରେ ଲଗାଇଥିଲେ। ତାଜ ର ଭିତ୍ତି, ବୃତ୍ତି, ଯବନିକା, ଛାତ ଆଦି ଏତେ ନିପୁଣତାର ସହିତ ନିର୍ମିତ ଯେ, ଏବେବି ତାକୁ ଦେଖିଲେ ଲାଗେ ସତେ ଯେମିତି ଏଇ କିଛି କାଳ ଆଗରୁ ନିର୍ମାଣ କରା ଯାଇଅଛି। ପତ୍ରର ସୂକ୍ଷ୍ମ ଶିରା, ଫୁଲର କେଶର, ବୃନ୍ତାଦି ଅତି ସୂକ୍ଷ୍ମାତିସୂକ୍ଷ୍ମ ଅଂଶ ଗୁଡ଼ିକ ମଧ୍ୟ ଅତି ବିଚକ୍ଷଣତାର ସହିତ ଚିତ୍ରିତ ହୋଇଛି। ବିଭିନ୍ନ ପଥରଖଣ୍ଡକୁ ଏତେ ଦକ୍ଷତାର ସହିତ ଯୋଡ଼ି ଦିଆ ଯାଇଛି ଯେ, ଏହାର ଯୋଡ଼େଇକୁ ଧରିବା କାଠିକର ପାଠ।

ମସଜିଦରୁ ତାଜ
ପ୍ରତିଫଳିତ ତାଜ

ରକ୍ଷଣା ବେକ୍ଷଣ[ସମ୍ପାଦନା]

ମମତାଜଙ୍କ ମୃତ୍ୟୁର ୧୨ ବର୍ଷ ଉତ୍ତାରୁ, ୧୬୪୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ମାସ ୨୭ ତାରିଖରେ ସମ୍ରାଟ ତାଜ ମହଲ ପରିଦର୍ଶନ କରି ଆଗ୍ରା ନଗରୀ ଅନ୍ତର୍ଗତ ତିରିଶିଟି ପ୍ରଗଣାର ଆୟ, ଯାହା ତତ୍କାଳୀନ ଏକ ଲକ୍ଷମୁଦ୍ରାଥିଲା, ତାକୁ ତାଜର ସୌନ୍ଦର୍ଯ୍ୟ ସଂରକ୍ଷଣ, ଆଗତ ପର୍ଯ୍ୟଟକଙ୍କର ଅଭ୍ୟର୍ଥନା ଓ ବାର୍ଷିକ ଉତ୍ସବାଦିରେ ବ୍ୟୟ କରିବାକୁ ନିଶ୍ଚିତ କରିଥିଲେ। ଏହା ସହିତ ତତ୍ ସଂଲଗ୍ନ ସରାଇ ବା ପାନ୍ଥନିବାସ ଆଦିରୁ ମିଳୁଥିବା ଏକଲକ୍ଷ ମୁଦ୍ରା ମଧ୍ୟ ଏଥିପାଇଁ ନିର୍ଦ୍ଧାରିତ ହୋଇଥିଲା ।

ଅବକ୍ଷୟ[ସମ୍ପାଦନା]

କାଳକ୍ରମେ ତାଜମହଲରେ ଖଚିତ ହୋଇଥିବା ମୂଲ୍ୟବାନ ପଥର ଖଣ୍ଡ ଅପହୃତ ହୋଇ ଯାଇଛି । ରାଜଦମ୍ପତିଙ୍କ ସମାଧି ପ୍ରକୋଷ୍ଠ ମଧ୍ୟସ୍ଥ ବେଦୀ ଉପରେ ଯେଉଁ ଦୁଇଖଣ୍ଡ ଉଜ୍ଜ୍ୱଳ ଶିଳା ଖଚିତ ହୋଇଥିଲା ତାହା କିଏ ଅପହରଣ କଲା ତାର ଇୟତ୍ତା ନାହିଁ। ଏପରିକି ସୁବର୍ଣ୍ଣ ରତ୍ନ ଆଦି ତାଜରେ ଖଚିତ ହୋଇଥିଲା, ଯାହା ଆଜି ଦେଖିବାକୁ ମିଳେନାହିଁ ।

ପରିବେଶ ପ୍ରଦୂଷଣର ପ୍ରଭାବ[ସମ୍ପାଦନା]

ବୈଞ୍ଜାନିକ ମାନେ ମତ ଦିଅନ୍ତି ଯେ ଆଗ୍ରା ଓ ଆଖ ପାଖ ଅଞ୍ଚଳରେ ଅବାଧ ଭାବେ ଶିଳ୍ପ କାରଖାନା ଆଦି ଗଢ଼ି ଉଠି ଥିବାରୁ ଯମୁନା ଦୂଷିତ ହେବା ସଙ୍ଗେ ସଙ୍ଗେ ବାୟୁମଣ୍ଡଳ ଦୂଷିତ ହେଉଛି । ଯାହା ପ୍ରଭାବ ତାଜମହଲ ଉପରେ ପଡୁଛି। ଏହା ତାଜମହଲଲ ଶଙ୍ଖମଲମଲ କାନ୍ଥକୁ ଦୁର୍ବଳ କରି ଦେଉଛି ।

ପର୍ଯ୍ୟଟନ[ସମ୍ପାଦନା]

ତାଜମହଲ ପ୍ରତି ବର୍ଷ ବହୁ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଆକର୍ଷିତ କରିଥଏଵ।ୟୁନେସକୋ ଅନୁସାରେ ୨୦୦୧ ରେ ୨୦୦୦,୦୦୦ ରୁ ଅଧିକ ପର୍ଯ୍ୟଟକ ତାଜମହଲ ଭ୍ରମଣରେ ଆସିଥିଲେ।[୧୩] ତାଜମହଲରେ ପ୍ରବେଶଶୁଳ୍କ ଭାରତୀୟମାନଙ୍କ ପାଇଁ କମ ଥିବାବେଳେ ବିଦେଶୀ ନାଗରିକଙ୍କ ଠାରୁ ଅଧିକ ଶୁଳ୍କ ଆଦାୟ କରାଯାଇଥାଏ । ଏଠାକୁ ଅକ୍ଟୋବର,ନଭେମ୍ବର ଓ ଫେବୃୟାରୀ ମାସରେ ଅଧିକ ପର୍ଯ୍ୟଟକମାନେ ଅସିଥାନ୍ତି।

ଆଉ କିଛି ଛପା[ସମ୍ପାଦନା]

ଆଧାର[ସମ୍ପାଦନା]

  1. Dutemple, Lesley A (2003). The Taj Mahal. Lerner Publications Co. p. 32. ISBN 0-8225-4694-9. Retrieved 7 February 2015. 
  2. "Archaeological Survey of India Agra working on compiling visual archives on Taj Mahal". The Economic Times. 29 November 2015. http://articles.economictimes.indiatimes.com/2015-11-29/news/68644851_1_agra-circle-taj-mahal-asi. Retrieved 16 January 2016. 
  3. taj. CollinsDictionary.com. Collins English Dictionary - Complete & Unabridged 11th Edition. Retrieved November 14, 2012.
  4. Hasan, Parween (November 1994). "Review of Mughal Architecture: Its outline and its history". The Journal of Asian Studies 53 (4): 1301. 
  5. Lesley A. DuTemple, "The Taj Mahal", Lerner Publishing Group (March 2003). pg 26: "The Taj Mahal, a spectacular example of Moghul architecture, blends Islamic, Hindu and Persian styles"
  6. http://whc.unesco.org/en/list/252
  7. ୭.୦ ୭.୧ "Public Broadcasting Service". PBS. Retrieved 2 February 2010. 
  8. ୮.୦ ୮.୧ "Taj Mahal History". 
  9. Muhammad Abdullah Chaghtai Le Tadj Mahal D'Agra (Hindi). Histoire et description (Brussels) 1938 p. 46.
  10. 'Abd al-Hamid Lahawri Badshah Namah Ed. Maulawis Kabir al-Din Ahmad and 'Abd al-Rahim u-nder the superintendence of Major W.N. Lees. Vol. I Calcutta 1867 pp384-9 ; Muhammad Salih Kambo Amal-i-Sal\lih or Shah Jahan Namah Ed. Ghulam Yazdani Vol.I (Calcutta) 1923 p. 275.
  11. Chaghtai Le Tadj Mahal p. 146.
  12. Copplestone, p. 166.
  13. UNESCO date =2002. "Periodic Reporting Exercise On The Application Of The World Heritage Convention" (PDF). UNESCO. Retrieved 25 May 2012. 

ଅଧିକ ତଥ୍ୟ[ସମ୍ପାଦନା]