ତଲବାର

ଉଇକିପିଡ଼ିଆ‌ରୁ
ତଲବାର, ମାର୍ଚ୍ଚ ୧୯୧୦

ମଦନଙ୍କ ତଲୱାର, ଯାହା ପରେ ଦି ତଲବାର ଭାବରେ ଜଣାଶୁଣା, ବର୍ଲିନରୁ ପ୍ରକାଶିତ ବିଂଶ ଶତାବ୍ଦୀର ଭାରତୀୟ ଜାତୀୟତାବାଦୀ ସାମୟିକ ପତ୍ରିକା ଅଟେ ।[୧] ମୂଳତଃ ଏହି ପ୍ରକାଶନ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ନାୟକ ମଦନ ଲାଲ ଢ଼ିଙ୍ଗରାଙ୍କ ନାମରେ ନାମିତ, ଯାହାଙ୍କୁ ବିଲିୟମ ହଟ କର୍ଜନ ବାୟଲିଙ୍କ ରାଜନୈତିକ ହତ୍ୟା ପାଇଁ ଫାଶୀ ଦିଆଯାଇଥିଲା । ଏହାର ସ୍ଥାପନା ୧୯୦୯ ମସିହାରେ ପ୍ୟାରିସରେ ଭିକାଜୀ କାମାଙ୍କଦ୍ୱାରା କରାଯାଇଥିଲା । ବର୍ଲିନରେ ସମ୍ପାଦକୀୟର ଦାୟିତ୍ୱ ବିରେନ୍ଦ୍ରନାଥ ଚଟ୍ଟୋପାଧ୍ୟାୟଙ୍କ ଉପରେ ରହିଥିଲା ।[୨] ଏହି ସାପ୍ତାହିକର ଉଦ୍ଦେଶ୍ୟ ଥିଲା; ଜାତୀୟତାବାଦୀ ଅଶାନ୍ତି ସୃଷ୍ଟି କରିବା ଏବଂ ବ୍ରିଟିଶ ଭାରତୀୟ ସେନାର ସିପାହୀଙ୍କ ବିଶ୍ୱସ୍ତତାକୁ ପ୍ରଭାବିତ କରିବା । ପ୍ୟାରିସ ଇଣ୍ଡିଆନ ସୋସାଇଟିଦ୍ୱାରା ପ୍ୟାରିସରୁ ପ୍ରକାଶିତ ବନ୍ଦେ ମାତରମ ପରି ଏହା ମଧ୍ୟ ଇଣ୍ଡିଆନ ସୋସିଓଲୋଜିଷ୍ଟଙ୍କ ବାର୍ତ୍ତା ଜାରି କରିଥିଲା ​​ଯାହା ପୂର୍ବରୁ ଲଣ୍ଡନରୁ ପ୍ରକାଶିତ ହୋଇଥିଲା ।[୩]

ଗ୍ରନ୍ଥସମୂହ[ସମ୍ପାଦନା]

  • Chirol, Valentine (2000), Indian Unrest, Boston: Adamant Media, ISBN 0-543-94122-1
  • Radhan, O.P, ed. (2002), Encyclopaedia of Political Parties, New Delhi: Anmol, ISBN 81-7488-865-9
  • Sareen, Tilak R (1979), Indian Revolutionary Movement Abroad, 1905-1921, New Delhi: Sterling
  • Yadav, Bishamber Dayal (1992), P.T. Acharya, Reminiscences of an Indian Revolutionary, Anmol, p. 44, ISBN 81-7041-470-9

ଆଧାର[ସମ୍ପାଦନା]

  1. Yadav 1992, p. 23
  2. Yadav 1992, p. 26
  3. Chirol 2000, p. 149