ଡୋରିସ ସ୍ୟାଣ୍ଡସ ଜନସନ

ଉଇକିପିଡ଼ିଆ‌ରୁ

ଡୋରିସ ସ୍ୟାଣ୍ଡସ ଜନସନ
ଫାଇଲ:Doris Louise Sands Johnson.jpg
ସେପ୍ଟେମ୍ବର, ୧୯୬୦ରେ ଜନସନ
ଜନ୍ମ
ଡୋରିସ ଲୁଇସ ସ୍ୟାଣ୍ଡସ

(1921-06-19)୧୯ ଜୁନ ୧୯୨୧
ମୃତ୍ୟୁ୨୧ ଜୁନ ୧୯୮୩(1983-06-21) (ବୟସ ୬୨)
ଜାତୀୟତାBahamian
ଅନ୍ୟ ନାମଡୋରିସ ଲୁଇସ ଜନସନ
ବୃତ୍ତି(ସମୂହ)Teacher, politician, author
ସକ୍ରିୟ ବର୍ଷ1959–83
ପ୍ରସିଦ୍ଧିବାହାମା ସିନେଟର ପ୍ରଥମ ସଭାନେତ୍ରୀ
ବୈବାହିକ-ସାଥୀରାଟଲ ଆଲେନ ଜନସନ

ଡେମ ଡୋରିସ ସ୍ୟାଣ୍ଡସ ଜନସନ (୧୯ ଜୁନ ୧୯୨୧ରୁ ୨୧ ଜୁନ ୧୯୮୩) ବାହାମା ଦେଶର ଶିକ୍ଷୟିତ୍ରୀ ଓ ରାଜନୀତିଜ୍ଞ ଥିଲେ । ବାହାମାର ସେ ପ୍ରଥମ ମହିଳା ଥିଲେ ଯିଏ ନିର୍ବାଚନରେ ଠିଆ ହୋଇଥିଲେ; ପ୍ରଥମ ବାହାମା ସିନେଟର ଭାବରେ ନିଯୁକ୍ତ ହୋଇଥିଲେ ଓ ସିନେଟରେ (Senate) ମହିଳା ନେତୃତ୍ବ ଭୂମିକାର ଅଧିକାରପ୍ରାପ୍ତ ହୋଇଥିଲେ । ତାଙ୍କର ବିଧାନ ମଣ୍ଡଳ ବା ଲେଜିସଲେଚରକୁ ନିର୍ବାଚିତ ହେବା ପରେ ସେ ପ୍ରଥମ ମହିଳା ମନ୍ତ୍ରୀ ହୋଇଥିଲେ ଓ ବାହାମା ସିନେଟର ପ୍ରଥମ ମହିଳା ସଭାପତି ହୋଇଥିଲେ । ପ୍ରଥମ କାର୍ଯ୍ୟ ନିର୍ବାହୀ ଗଭର୍ଣ୍ଣର ଜେନେରାଲ ହେବା ପରେ ତାଙ୍କୁ ‘’’ଡେମ କମାଣ୍ଡର ଅଫ ଡ଼ି ମୋଷ୍ଟ ଟାଲେଣ୍ଟେଡ଼ a ଅର୍ଡର ଅଫ ଦି ବ୍ରିଟିଶ ଏମ୍ପାୟାର’’’ (Excellent Order of the British Empire) ସମ୍ମାନରେ ସମ୍ମାନିତ କରିଥିଲେ ରାଣୀ ଏଲିଜାବେଥ ୨ (Queen Elizabeth II) । ‘’’

ନୂଆ ପ୍ରୋଭିଡେନ୍ସ ଦ୍ୱୀପରେ ଜନ୍ମଲାଭ କରି ସେକେଣ୍ଡାରୀ ସ୍କୁଲରୁ ଶିକ୍ଷା ଶେଷ କରିବା ପରେ ଜଣେ ଶିକ୍ଷୟିତ୍ରୀ ଭାବରେ ଯୋଗଦାନ କରିଥିଲେ । ସତର ବର୍ଷର ଶିକ୍ଷକ ଜୀବନ ପରେ ସେ ଏକାଡେମିକ ଆଡମିନିଷ୍ଟ୍ରେସନ ବିଷୟରେ ମାଷ୍ଟର ଓ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । ଏହି ସମୟ ଭିତରେ ସେ ସ୍କୁଲ ଓ ବାହାମିଆନ ହୋମ ଅର୍ଗାନାଇଜିଙ୍ଗ ଲେବର ଓ ମତାଧିକାର (suffrage) ପ୍ରଚେଷ୍ଟା ସଂସ୍ଥାକୁ ଯିବା ଆସିବା କରୁଥିଲେ । ସ୍ନାତକ ହେବା ପରେ ତାଙ୍କର ଏହି ସକ୍ରିୟତା ଯୋଗୁ କାମ ମିଳିଲାନି । ସେ ୧୯୫୯ ମସିହାରେ ବାହାମିଆ ଲେଜିସଲେଚରରେ ଏକ ସମ୍ମୋହକ ବକ୍ତୃତା ଦେଇ ମହିଳା ମତାଧିକାର ନିମନ୍ତେ ଓକିଲାତି କରିଥିଲେ ଓ ପରବର୍ତ୍ତୀ କାଳରେ ଲଣ୍ଡନର କଲୋନୀଆଲ ଅଫିସରେ ମଧ୍ୟ ସେହିଭଳି ସୂଚନା ଦେଇଥିଲେ । ଥରେ ମହିଳା ଭୋଟ ଅଧିକାର ମିଳିଗଲା ପରେ ସେ ୧୯୬୧ ମସିହାରେ ରାଜନୀତିରେ ପ୍ରବେଶ କରି ପ୍ରଥମ ନିର୍ବାଚନରେ ଠିଆ ହୋଇଥିଲେ । ସେଥିରେ ହାରି ଯିବା ପରେ ସେ ପ୍ରୋଗ୍ରେସିଭ ଲିବରାଲ ପାର୍ଟିରେ (Progressive Liberal Party) କାମ କରି ଅବଶେଷରେ ବାହାମା ସ୍ୱାଧୀନତା ହାସଲ କରିଥିଲେ । ସ୍ୱାଧୀନ ହେବା ପରେ ସେ ସିନେଟରେ ନିଯୁକ୍ତ ହୋଇ ସରକାରଙ୍କ ସେବା କଲେ ଓ ଦଶ ବର୍ଷ ପରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ କାମ କରିଥିଲେ ।

ପୃଷ୍ଠଭୂମି ଓ ଶିକ୍ଷା[ସମ୍ପାଦନା]

ସରାହ ଏଲିଜାବେଥ ଓ ଜନ ଆଲବର୍ଟ ସାଣ୍ଡସଙ୍କ ଔରସରୁ ୧୯ ଜାନୁଆରୀ ୧୯୨୧ ମସିହାରେ ବାହାମାର ନିଉ ପ୍ରୋଭିନସରେ ଥିବା ସେଣ୍ଟ ଆଗନେଶ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ।[୧] ସେକେଣ୍ଡାରୀ ଶିକ୍ଷା ସମାପ୍ତ କରିବା ପରେ ୧୫ ବର୍ଷ ବୟସରେ ଶିକ୍ଷୟିତ୍ରୀ କାମ ଆରମ୍ଭ କଲେ ।[୨] ନାସାଉରେ ଥିବା ଜିଅନ ବାପଟିଷ୍ଟ ଚର୍ଚ୍ଚରେ ସେ ରାତାଲ ଆଲେନ ଜନସନଙ୍କ ପାଣି ଗ୍ରହଣ କରିଥିଲେ ।[୩] ତାଙ୍କର ଏକ ପୁତ୍ର ଜାତ ହେବା ପରେ[୪] ଜନସନ ୧୭ ବର୍ଷ ଧରି ଉଚ୍ଚ ଶିକ୍ଷା କରିବାକୁ ଅର୍ଥ ସଂଗ୍ରହ କରିବାକୁ ଲାଗିଲେ । ପ୍ରାୟ ୧୯୫୩ ମସିହାରେ,[୫] ସେ ଭିରଜିନିଆରେ ଥିବା ରିଚମଣ୍ଡର ‘ଭିରଜିନିଆ ଯୁନିଅନ ବିଶ୍ୱବିଦ୍ୟାଳୟ’ରୁ ପ୍ରଶିକ୍ଷଣରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ବାହାମାକୁ ସେ ୧୯୫୬[୨] ମସିହାରେ ଫେରିଆସି ପ୍ରୋଗ୍ରେସିଭ ଲିବରାଲ ପାର୍ଟିରେ ଯୋଗ ଦେଲେ ।[୬] ଉଚ୍ଚ ଶିକ୍ଷା ନିମନ୍ତେ ଚାରି ବର୍ଷିୟା ସରକାରୀ ବୃତ୍ତି ପାଇବା ପରେ କାନାଡ଼ାରେ ଶିକ୍ଷା ପ୍ରଶାସନ ବିଷୟରେ ମାଷ୍ଟର ଡିଗ୍ରୀ କୋର୍ଷରେ ଜନସନ ନାମ ଲେଖାଇଥିଲେ । [୨] ମ୍ୟାକଗିଲ ବିଶ୍ୱବିଦ୍ୟାଳୟର ମ୍ୟାକଡୋନାଲ୍ଡ କଲେଜ ଅଫ ଏଜୁକେଶନରେ ଶିକ୍ଷା ଲାଭ କରି ସେ ମାଷ୍ଟର ଡିଗ୍ରୀ ହାସଲ କଲେ ଓ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଓଣ୍ଟାରିଓ କଲେଜ ଅଫ ଏଜୁକେଶନରେ ଡକ୍ଟରେଟ କୋର୍ସ ନିମନ୍ତେ କାମ ଆରମ୍ଭ କଲେ । [୪] ତୃତୀୟ ବର୍ଷ ଶିକ୍ଷା ଚାଲିଥିବା ବେଳେ ସେ ମାଷ୍ଟର ଡିଗ୍ରୀ ହାସଲ କରିନଥିବା ଆକ୍ଷେପ କରି ସରକାର ବୃତ୍ତି ବନ୍ଦ କରିଦେଲେ । ସେ ଆନ୍ଦୋଳନାତ୍ମକ ପାର୍ଟିରେ ସକ୍ରିୟ ଥିବାରୁ ତାଙ୍କର ବୃତ୍ତି ବନ୍ଦ ହୋଇଥିଲା ବୋଲି ଜନସନ ବିଶ୍ବାସ କଲେ । ମହିଳା ମତାଧିକାର ଆନ୍ଦୋଳନ ପାଇଁ ସେ ବାହାମାର ମତାଧିକାର ଆନ୍ଦୋଳନ (Women’s Suffrage Movement in the Bahamas) ସ୍ଥାପନାକୁ[୨] ଓ ୧୯୫୮ ମସିହାରେ ବାହାମିଆନ ଫେଡେରେସନ ଅଫ ଲେବର ଓ ମହିଳା ଜାତୀୟ କାଉନସିଲକୁ ସାହାଯ୍ୟ କଲେ, [୬] ଯାହା ନିମନ୍ତେ ଶିକ୍ଷା କରୁଥିବା ସମୟରେ ମଧ୍ୟ ସେ ଆନ୍ଦୋଳନ (enfranchisement) କରିବାକୁ ଘରକୁ ଯାଉଥିଲେ । ପ୍ରଶିକ୍ଷକ ପ୍ରଶାସନ କାମ ନିମନ୍ତେ ବାହାର ଦ୍ୱୀପରେ ଚାକିରୀ ମିଳିବା ଉପଦେଶ ପାଇଲେ ।[୨]

ରାଜନୈତିକ ଉତ୍ଥାନ[ସମ୍ପାଦନା]

"ଆମେ ମହିଳାମାନେ ଏହି ଦାବୀ କରୁଛୁ ଯେ କିଏ ସଠିକ ସେ କଥା ନଭାବି ଦେଶ ପାଇଁ ଯେଉଁଟା ସଠିକ, ସେହି ନିୟମ ପ୍ରଣୟନ କରାଯାଉ । ଆମେ କେବଳ ଏହାରି ଉପରେ ଦ୍ରୁତ ବିଚାର ଆବଶ୍ୟକ କରୁଛୁ । ଆମେ ମିଳାମିଶା ଚାହୁଁନୁ । ଏଥି ନିମନ୍ତେ କୌଣସି ବିକଳ୍ପ ନାହିଁ । ଏହି ବିଲମ୍ବିତ କାମକୁ ଆମେ ଘୃଣା କରୁ । ଭଦ୍ରବ୍ୟକ୍ତିମାନେ, ଆମେ ଚାହୁଁ ୫୪,୦୦୦ ମହିଳାଙ୍କର ଅଧିକାର ଯେଉଁଥିରେ ଆପଣମାନଙ୍କର ପତ୍ନୀ ଓ କନ୍ୟା ସମ୍ମିଳିତ ଅଛନ୍ତି । "

—Doris Johnson, 1959 speech to the Members of the House of Assembly, Nassau, Bahamas.[୭]

ତାଙ୍କର ଚାକିରୀ ସୁବିଧା ଅବରୋଧ କରୁଥିବା ଅନୁଭବ କରି,[୨] ୧୯୫୯ ମସିହା ଜାନୁଆରୀ ୧୯ ତାରିଖରେ ସେ ବାହାମିଆ ଆସେମ୍ବ୍ଲିରେ (House of the Assembly,[୮]) ସଭ୍ୟମାନଙ୍କୁ ସମ୍ବୋଧନ କରିବାକୁ କହିଥିଲେ କିନ୍ତୁ ସଭା ସ୍ଥଗିତ ହେବା ପରେ ସୁଯୋଗ ଦିଆଯିବା କଥାରେ ସେ ଏକମତ ହେଲେ ।[୯] ମହିଳାମାନେ ଟିକସ ଦେଉଥିବାରୁ ତାଙ୍କୁ ମତାଧିକାର ଦେବା ଉଚିତ; ନହେଲେ ସେମାନେ ଟିକସ ଦେବା ବନ୍ଦ କରିଦେବେ ।[୭] ସେ ଜୋର ଦେଇ କହିଲେ, ମହିଳାମାନେ କର୍ମଜୀବି ଓ ସମାଜର ଅଂଶ ଭାବରେ ସମ୍ପୂର୍ଣ୍ଣ ନାଗରିକ ଭାବରେ କାମ କରିବାକୁ ପ୍ରସ୍ତୁତ ଓ ଇଚ୍ଛୁକ ।[୧୦] ପାର୍ଲିଆମେଣ୍ଟ ସଦସ୍ୟମାନେ ତାଙ୍କ କଥା ଶୁଣି ପ୍ରଭାବିତ ହେଲେ କିନ୍ତୁ କିଛି କଲେ ନାହିଁ ।

[୧୧]

ଜନସନ ୧୯୬୦ ମସିହାରେ ମହିଳା ମତାଧିକାର ଆନ୍ଦୋଳନ ସଂସ୍ଥାର ସେକ୍ରେଟାରୀ ଭାବରେ ମତାଧିକାର ନିମନ୍ତେ ଓକିଲାତି କରିବାକୁ ଲଣ୍ଡନ ଗଲେ । ସେଠାରେ ଆନ୍ତର୍ଜାତୀୟ ମହିଳା ସଂଗଠନ ସାଥିରେ ମିଶି ବାହାମ ବିଷୟରେ ଆଲୋଚନା କରି କହିଲେ ଅଧିକାଂଶ ମହିଳା ଅନୁମୋଦନ ସପକ୍ଷରେ ଥିଲେ ମଧ୍ୟ ସରକାର ଓ ଅନ୍ୟ କର୍ମର ମାଲିକମାନଙ୍କ ଡରରେ ସମ୍ମତି ଦେଉନାହାନ୍ତି । [୧୧] ତାଙ୍କ ସାଥିରେ ପିଏଲପି ଚେୟାରମ୍ୟାନ ହେନରି ମିଲଟନ ଟେଲର (Henry Milton Taylor) ଥିଲେ ।[୫] ସେମାନେ କଲୋନୀ ସେକ୍ରେଟାରୀ ଇଆନ ମ୍ୟାକଲିଓଡ଼ ସହିତ ଦୁଇଜଣ ମହିଳା ପାର୍ଲିଆମେଣ୍ଟ ସଭୟଙ୍କୁ ଭେଟିଲେ । ତାଙ୍କ କେଶ ଗ୍ରହଣ କରାଗଲା ଓ ଶୀଘ୍ର ପରିବର୍ତ୍ତନ ହେବ କହି ଆଶ୍ୱାସନା ଦିଆଗଲା । [୧୨] ସେମାନେ ଫେରିଗଲେ କିନ୍ତୁ ପରିବର୍ତ୍ତନର କୌଣସି ଲକ୍ଷଣ ଦେଖାଗଲା ନାହିଁ । [୧୧]

ବାହାମାର ପାର୍ଲିଆମେଣ୍ଟ ଭବନ

ସମର୍ଥନକାରୀମାନେ ଯୁକ୍ତ ରାଷ୍ଟ୍ରରେ ତାଙ୍କ ଶିକ୍ଷା ନିମନ୍ତେ ଚାନ୍ଦା ଯୋଗାଡ଼ କରିବାକୁ ଲାଗିଲେ,[୨] ଓ ସେ ୧୯୬୨ ମସିହାରେ ନିଉ ୟର୍କ ବିଶ୍ୱବିଦ୍ୟାଳୟରୁ ଡକ୍ଟର ଅଫ ଏଜୁକେଶନ କାମ ଶେଷ କଲେ ।[୧୩] ମତାଧିକାର ୧୯୬୧ମସିହାରେ ପାଇବା ପରେ ସେ ଏଲୁଥେରା ଜିଲ୍ଲାର ପିଏଲପି ପ୍ରତିନିଧି ଭାବରେ ନାମାଙ୍କନ ପ୍ରସ୍ତାବ ଗ୍ରହଣ କଲେ ।[୫][୬] ସେ “ପରବର୍ତ୍ତୀ ପଦକ୍ଷେପ ମହିଳାଙ୍କୁ ଭୋଟ ଦିଅ” ନାମକ ଏକ ପୁସ୍ତକ ଲେଖିଥିଲେ ।[୧୪] ଯେଉଁଥିରେ ସେ ଭୋଟ ଦେବା ପ୍ରଣାଳୀ ଲେଖିଥିଲେ ।[୧୫] ୧୯୬୭ ମସିହାର ନିର୍ବାଚନରେ ପିଏଲପି ସଂଖ୍ୟାଧିକ ସିଟ ପାଇବା ପରେ [୪] ସେ ବାହାମା ସିନେଟରେ ପ୍ରଥମ ମହିଳା ଭାବରେ ଯୋଗ ଦେଲେ ।[୪][୫] ଏହା ପରବର୍ଷରେ ପିଏଲପି ସଂଖ୍ୟାଧିକ ଭୋଟରେ ଜିତିଲେ ଓ ଜନସନ ସିନେଟ ସଭ୍ୟ ଭାବରେ ପୁନଃ ନିର୍ବାଚିତ ହୋଇ ପ୍ରଥମ ମହିଳା ଭାବରେ ସରକାରୀ କାମର ନେତୃତ୍ୱ ନେଇଥିଲେ ।[୪]

ଜନସନ ୧୯୬୮ରୁ ୧୯୭୩ ପର୍ଯ୍ୟନ୍ତ ପରିବହନ ମନ୍ତ୍ରୀ ଥିଲେ[୫][୧୬] ଓ ସେ ବାହାମା କ୍ୟାବିନେଟର ପ୍ରଥମ ମହିଳା ସଦସ୍ୟ ହୋଇଥିଲେ ।[୪] ସେ ୧୯୭୨ ମସିହାରେ ‘ବାହାମାର ଶାନ୍ତି ଆନ୍ଦୋଳନ’ ନାମକ ଏକ ପୁସ୍ତକ ଲେଖିଥିଲେ ଯେଉଁଥିରେ ସେହି ଆନ୍ଦୋଳନକୁ ଆମେରିକା ସିଭିଲ ରାଇଟ ଓ ମାର୍ଟିନ ଲୁଥର କିଙ୍ଗଙ୍କ ଲଢେଇ ସହିତ ତୁଳନା କରିଥିଲେ । [୧୭] ତା’ପର ବର୍ଷ ବ୍ରିଟେନରୁ ସ୍ୱାଧୀନତା (independence from Britain) ପାଇବା ପରେ ସେ ମନ୍ତ୍ରୀପଦ ତ୍ୟାଗ କରିଥିଲେ[୪] ଓ ସିନେଟର ପ୍ରଥମ ମହିଳା ସଭାନେତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ।[୧୮] ୧୯୭୭ ମସିହାରେ ସଭାନେତ୍ରୀ ଭାବରେ ପୁନଃନିର୍ବାଚିତ ହୋଇ ସେ ରାଣୀ ଏଲିଜାବେଥ ୨ଙ୍କୁ ସ୍ୱାଗତ କରିଥିଲେ ।[୧୯] ସେ ୧୯୭୯ ମସିହାରେ ଅଳ୍ପ କାଳ ନିମନ୍ତେ ବାହାମାର ପ୍ରଥମ ମହିଳା ଭାବରେ କାର୍ଯ୍ୟନିର୍ବାହୀ ରାଜ୍ୟପାଳ ହୋଇଥିଲେ ଓ ସେହି ବର୍ଷ ତାଙ୍କୁ ଡେମ କମାଣ୍ଡର ଅଫ ଦି ମୋଷ୍ଟ ଏକସେଲେଣ୍ଟ ଅର୍ଡର ଅଫ ଦି ବ୍ରିଟିଶ ଏମ୍ପାୟାର (Order of the British Empire) ପଦବୀରେ ସମ୍ମାନିତ କରାଯାଇଥିଲା । [୨୦]

ଅଫିସ ଭୂମିକା ବ୍ୟତୀତ ସେ ବାହାମା ଲୋକସଙ୍ଗୀତ ଦଳର ଜଣେ ସ୍ଥାପୟିତା ଥିଲେ ଓ ବାହାମା ତଥା ଯୁକ୍ତରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସମ୍ବୋଧନ କରୁଥିଲେ । ଏହା ବ୍ୟତୀତ ସେ ଜାତୀୟ ମହିଳା ଦଳ ଆସୋସିଏସନର ସଭାନେତ୍ରୀ ଓ ବାହାମା ବାପଟିଷ୍ଟ ମିସନାରୀ ତଥା ଶିକ୍ଷା କନଭେନସନ ମହିଳା ଶାଖାର କୋଅର୍ଡ଼ିନେଟର ଥିଲେ ।[୧୪]

ଜନସନ ୧୯୮୩ ମସିହାରେ ୬୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ।[୫] ମୃତ୍ୟୁ ଉପରାନ୍ତ ୨୦୦୨ ମସିହାରେ ନାଶୋରେ ଖୋଲିଥିବା ଏକ ସ୍କୁଲକୁ ତାଙ୍କ ନାମରେ ୨୦୧୧ ମସିହାରେ ନାମିତ କରାଯାଇଥିଲା।[୨୧]

ଆଧାର[ସମ୍ପାଦନା]

  1. "Bahamas Civil Registration, 1850–1959". FamilySearch. Nassau, Bahamas: Registrar General. 30 June 1921. p. 746. Retrieved 2 February 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Where Suffragettes fight on". The Guardian. London, England. 29 October 1960. p. 3. ଛାଞ୍ଚ:ProQuest.
  3. "Bahamas Civil Registration, 1850–1959". Family Search. Nassau, Bahamas: Registrar General. 3 January 1943. p. 12. Retrieved 2 February 2016.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ White, P. Anthony (20 January 2011). "Dr. Doris Johnson Helped Shape the Quiet Revolution". The Punch. Nassau, Bahamas. Retrieved 2 February 2016.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Doris Johnson". Nassau, Bahamas: Women's Suffrage Bahamas. 2012. Archived from the original on 28 November 2012. Retrieved 2 February 2016.
  6. ୬.୦ ୬.୧ ୬.୨ "Dr. Doris Johnson's speech on Women's Suffrage (1959)". The Bahamas Weekly. Nassau, Bahamas. 27 November 2012. Retrieved 2 February 2016.
  7. ୭.୦ ୭.୧ Fawkes 2003, p. 206.
  8. Fawkes 2003, p. 203.
  9. Fawkes 2003, p. 204.
  10. Fawkes 2003, p. 209.
  11. ୧୧.୦ ୧୧.୧ ୧୧.୨ Fawkes 2003, p. 210.
  12. Outten-Stubbs 1962, p. 11.
  13. Johnson 1962.
  14. ୧୪.୦ ୧୪.୧ "Bahamian Leader Will Speak Here". San Mateo County Times. San Mateo, California. 24 May 1973. p. 14. Retrieved 2 February 2016 – via Newspapers.com. open access publication – free to read
  15. Outten-Stubbs 1962, pp. 12–13.
  16. "Bahamas Not Affected by Airline Closing". Naples Daily News. Naples, Florida. 12 October 1970. p. 5. Retrieved 2 February 2016 – via Newspapers.com. open access publication – free to read
  17. Baldwin & Dekar 2013, p. 276.
  18. Wells, Erica. "The Woman's Role". 40: The Bahamas 1973–2013. Nassau, Bahamas: The Nassau Guardian: 21. Retrieved 2 February 2016.
  19. Leapman, Michael (21 October 1977). "First throne speech by the Queen in Nassau". The Times. London, England. p. 10. Retrieved 2 February 2016.
  20. Hanna-Ewers 2013, p. 67.
  21. Vedrine, Betty (5 May 2011). "Doris Johnson School Officially Opened". Bahamas Weekly. Nassau, Bahamas. Retrieved 31 January 2017.