Jump to content

ଡୋରିସ ସ୍ୟାଣ୍ଡସ ଜନସନ

ଉଇକିପିଡ଼ିଆ‌ରୁ

ଡୋରିସ ସ୍ୟାଣ୍ଡସ ଜନସନ
ଫାଇଲ:Doris Louise Sands Johnson.jpg
ସେପ୍ଟେମ୍ବର, ୧୯୬୦ରେ ଜନସନ
ଜନ୍ମ
ଡୋରିସ ଲୁଇସ ସ୍ୟାଣ୍ଡସ

(1921-06-19)୧୯ ଜୁନ ୧୯୨୧
ମୃତ୍ୟୁ୨୧ ଜୁନ ୧୯୮୩(1983-06-21) (ବୟସ ୬୨)
ଜାତୀୟତାBahamian
ଅନ୍ୟ ନାମଡୋରିସ ଲୁଇସ ଜନସନ
ବୃତ୍ତି(ସମୂହ)Teacher, politician, author
ସକ୍ରିୟ ବର୍ଷ1959–83
ପ୍ରସିଦ୍ଧିବାହାମା ସିନେଟର ପ୍ରଥମ ସଭାନେତ୍ରୀ
ବୈବାହିକ-ସାଥୀରାଟଲ ଆଲେନ ଜନସନ

ଡେମ ଡୋରିସ ସ୍ୟାଣ୍ଡସ ଜନସନ (୧୯ ଜୁନ ୧୯୨୧ରୁ ୨୧ ଜୁନ ୧୯୮୩) ବାହାମା ଦେଶର ଶିକ୍ଷୟିତ୍ରୀ ଓ ରାଜନୀତିଜ୍ଞ ଥିଲେ । ବାହାମାର ସେ ପ୍ରଥମ ମହିଳା ଥିଲେ ଯିଏ ନିର୍ବାଚନରେ ଠିଆ ହୋଇଥିଲେ; ପ୍ରଥମ ବାହାମା ସିନେଟର ଭାବରେ ନିଯୁକ୍ତ ହୋଇଥିଲେ ଓ ସିନେଟରେ (Senate) ମହିଳା ନେତୃତ୍ବ ଭୂମିକାର ଅଧିକାରପ୍ରାପ୍ତ ହୋଇଥିଲେ । ତାଙ୍କର ବିଧାନ ମଣ୍ଡଳ ବା ଲେଜିସଲେଚରକୁ ନିର୍ବାଚିତ ହେବା ପରେ ସେ ପ୍ରଥମ ମହିଳା ମନ୍ତ୍ରୀ ହୋଇଥିଲେ ଓ ବାହାମା ସିନେଟର ପ୍ରଥମ ମହିଳା ସଭାପତି ହୋଇଥିଲେ । ପ୍ରଥମ କାର୍ଯ୍ୟ ନିର୍ବାହୀ ଗଭର୍ଣ୍ଣର ଜେନେରାଲ ହେବା ପରେ ତାଙ୍କୁ ‘’’ଡେମ କମାଣ୍ଡର ଅଫ ଡ଼ି ମୋଷ୍ଟ ଟାଲେଣ୍ଟେଡ଼ a ଅର୍ଡର ଅଫ ଦି ବ୍ରିଟିଶ ଏମ୍ପାୟାର’’’ (Excellent Order of the British Empire) ସମ୍ମାନରେ ସମ୍ମାନିତ କରିଥିଲେ ରାଣୀ ଏଲିଜାବେଥ ୨ (Queen Elizabeth II) । ‘’’

ନୂଆ ପ୍ରୋଭିଡେନ୍ସ ଦ୍ୱୀପରେ ଜନ୍ମଲାଭ କରି ସେକେଣ୍ଡାରୀ ସ୍କୁଲରୁ ଶିକ୍ଷା ଶେଷ କରିବା ପରେ ଜଣେ ଶିକ୍ଷୟିତ୍ରୀ ଭାବରେ ଯୋଗଦାନ କରିଥିଲେ । ସତର ବର୍ଷର ଶିକ୍ଷକ ଜୀବନ ପରେ ସେ ଏକାଡେମିକ ଆଡମିନିଷ୍ଟ୍ରେସନ ବିଷୟରେ ମାଷ୍ଟର ଓ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । ଏହି ସମୟ ଭିତରେ ସେ ସ୍କୁଲ ଓ ବାହାମିଆନ ହୋମ ଅର୍ଗାନାଇଜିଙ୍ଗ ଲେବର ଓ ମତାଧିକାର (suffrage) ପ୍ରଚେଷ୍ଟା ସଂସ୍ଥାକୁ ଯିବା ଆସିବା କରୁଥିଲେ । ସ୍ନାତକ ହେବା ପରେ ତାଙ୍କର ଏହି ସକ୍ରିୟତା ଯୋଗୁ କାମ ମିଳିଲାନି । ସେ ୧୯୫୯ ମସିହାରେ ବାହାମିଆ ଲେଜିସଲେଚରରେ ଏକ ସମ୍ମୋହକ ବକ୍ତୃତା ଦେଇ ମହିଳା ମତାଧିକାର ନିମନ୍ତେ ଓକିଲାତି କରିଥିଲେ ଓ ପରବର୍ତ୍ତୀ କାଳରେ ଲଣ୍ଡନର କଲୋନୀଆଲ ଅଫିସରେ ମଧ୍ୟ ସେହିଭଳି ସୂଚନା ଦେଇଥିଲେ । ଥରେ ମହିଳା ଭୋଟ ଅଧିକାର ମିଳିଗଲା ପରେ ସେ ୧୯୬୧ ମସିହାରେ ରାଜନୀତିରେ ପ୍ରବେଶ କରି ପ୍ରଥମ ନିର୍ବାଚନରେ ଠିଆ ହୋଇଥିଲେ । ସେଥିରେ ହାରି ଯିବା ପରେ ସେ ପ୍ରୋଗ୍ରେସିଭ ଲିବରାଲ ପାର୍ଟିରେ (Progressive Liberal Party) କାମ କରି ଅବଶେଷରେ ବାହାମା ସ୍ୱାଧୀନତା ହାସଲ କରିଥିଲେ । ସ୍ୱାଧୀନ ହେବା ପରେ ସେ ସିନେଟରେ ନିଯୁକ୍ତ ହୋଇ ସରକାରଙ୍କ ସେବା କଲେ ଓ ଦଶ ବର୍ଷ ପରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ କାମ କରିଥିଲେ ।

ପୃଷ୍ଠଭୂମି ଓ ଶିକ୍ଷା

[ସମ୍ପାଦନା]

ସରାହ ଏଲିଜାବେଥ ଓ ଜନ ଆଲବର୍ଟ ସାଣ୍ଡସଙ୍କ ଔରସରୁ ୧୯ ଜାନୁଆରୀ ୧୯୨୧ ମସିହାରେ ବାହାମାର ନିଉ ପ୍ରୋଭିନସରେ ଥିବା ସେଣ୍ଟ ଆଗନେଶ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ।[] ସେକେଣ୍ଡାରୀ ଶିକ୍ଷା ସମାପ୍ତ କରିବା ପରେ ୧୫ ବର୍ଷ ବୟସରେ ଶିକ୍ଷୟିତ୍ରୀ କାମ ଆରମ୍ଭ କଲେ ।[] ନାସାଉରେ ଥିବା ଜିଅନ ବାପଟିଷ୍ଟ ଚର୍ଚ୍ଚରେ ସେ ରାତାଲ ଆଲେନ ଜନସନଙ୍କ ପାଣି ଗ୍ରହଣ କରିଥିଲେ ।[] ତାଙ୍କର ଏକ ପୁତ୍ର ଜାତ ହେବା ପରେ[] ଜନସନ ୧୭ ବର୍ଷ ଧରି ଉଚ୍ଚ ଶିକ୍ଷା କରିବାକୁ ଅର୍ଥ ସଂଗ୍ରହ କରିବାକୁ ଲାଗିଲେ । ପ୍ରାୟ ୧୯୫୩ ମସିହାରେ,[] ସେ ଭିରଜିନିଆରେ ଥିବା ରିଚମଣ୍ଡର ‘ଭିରଜିନିଆ ଯୁନିଅନ ବିଶ୍ୱବିଦ୍ୟାଳୟ’ରୁ ପ୍ରଶିକ୍ଷଣରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ବାହାମାକୁ ସେ ୧୯୫୬[] ମସିହାରେ ଫେରିଆସି ପ୍ରୋଗ୍ରେସିଭ ଲିବରାଲ ପାର୍ଟିରେ ଯୋଗ ଦେଲେ ।[] ଉଚ୍ଚ ଶିକ୍ଷା ନିମନ୍ତେ ଚାରି ବର୍ଷିୟା ସରକାରୀ ବୃତ୍ତି ପାଇବା ପରେ କାନାଡ଼ାରେ ଶିକ୍ଷା ପ୍ରଶାସନ ବିଷୟରେ ମାଷ୍ଟର ଡିଗ୍ରୀ କୋର୍ଷରେ ଜନସନ ନାମ ଲେଖାଇଥିଲେ । [] ମ୍ୟାକଗିଲ ବିଶ୍ୱବିଦ୍ୟାଳୟର ମ୍ୟାକଡୋନାଲ୍ଡ କଲେଜ ଅଫ ଏଜୁକେଶନରେ ଶିକ୍ଷା ଲାଭ କରି ସେ ମାଷ୍ଟର ଡିଗ୍ରୀ ହାସଲ କଲେ ଓ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଓଣ୍ଟାରିଓ କଲେଜ ଅଫ ଏଜୁକେଶନରେ ଡକ୍ଟରେଟ କୋର୍ସ ନିମନ୍ତେ କାମ ଆରମ୍ଭ କଲେ । [] ତୃତୀୟ ବର୍ଷ ଶିକ୍ଷା ଚାଲିଥିବା ବେଳେ ସେ ମାଷ୍ଟର ଡିଗ୍ରୀ ହାସଲ କରିନଥିବା ଆକ୍ଷେପ କରି ସରକାର ବୃତ୍ତି ବନ୍ଦ କରିଦେଲେ । ସେ ଆନ୍ଦୋଳନାତ୍ମକ ପାର୍ଟିରେ ସକ୍ରିୟ ଥିବାରୁ ତାଙ୍କର ବୃତ୍ତି ବନ୍ଦ ହୋଇଥିଲା ବୋଲି ଜନସନ ବିଶ୍ବାସ କଲେ । ମହିଳା ମତାଧିକାର ଆନ୍ଦୋଳନ ପାଇଁ ସେ ବାହାମାର ମତାଧିକାର ଆନ୍ଦୋଳନ (Women’s Suffrage Movement in the Bahamas) ସ୍ଥାପନାକୁ[] ଓ ୧୯୫୮ ମସିହାରେ ବାହାମିଆନ ଫେଡେରେସନ ଅଫ ଲେବର ଓ ମହିଳା ଜାତୀୟ କାଉନସିଲକୁ ସାହାଯ୍ୟ କଲେ, [] ଯାହା ନିମନ୍ତେ ଶିକ୍ଷା କରୁଥିବା ସମୟରେ ମଧ୍ୟ ସେ ଆନ୍ଦୋଳନ (enfranchisement) କରିବାକୁ ଘରକୁ ଯାଉଥିଲେ । ପ୍ରଶିକ୍ଷକ ପ୍ରଶାସନ କାମ ନିମନ୍ତେ ବାହାର ଦ୍ୱୀପରେ ଚାକିରୀ ମିଳିବା ଉପଦେଶ ପାଇଲେ ।[]

ରାଜନୈତିକ ଉତ୍ଥାନ

[ସମ୍ପାଦନା]

"ଆମେ ମହିଳାମାନେ ଏହି ଦାବୀ କରୁଛୁ ଯେ କିଏ ସଠିକ ସେ କଥା ନଭାବି ଦେଶ ପାଇଁ ଯେଉଁଟା ସଠିକ, ସେହି ନିୟମ ପ୍ରଣୟନ କରାଯାଉ । ଆମେ କେବଳ ଏହାରି ଉପରେ ଦ୍ରୁତ ବିଚାର ଆବଶ୍ୟକ କରୁଛୁ । ଆମେ ମିଳାମିଶା ଚାହୁଁନୁ । ଏଥି ନିମନ୍ତେ କୌଣସି ବିକଳ୍ପ ନାହିଁ । ଏହି ବିଲମ୍ବିତ କାମକୁ ଆମେ ଘୃଣା କରୁ । ଭଦ୍ରବ୍ୟକ୍ତିମାନେ, ଆମେ ଚାହୁଁ ୫୪,୦୦୦ ମହିଳାଙ୍କର ଅଧିକାର ଯେଉଁଥିରେ ଆପଣମାନଙ୍କର ପତ୍ନୀ ଓ କନ୍ୟା ସମ୍ମିଳିତ ଅଛନ୍ତି । "

—Doris Johnson, 1959 speech to the Members of the House of Assembly, Nassau, Bahamas.[]

ତାଙ୍କର ଚାକିରୀ ସୁବିଧା ଅବରୋଧ କରୁଥିବା ଅନୁଭବ କରି,[] ୧୯୫୯ ମସିହା ଜାନୁଆରୀ ୧୯ ତାରିଖରେ ସେ ବାହାମିଆ ଆସେମ୍ବ୍ଲିରେ (House of the Assembly,[]) ସଭ୍ୟମାନଙ୍କୁ ସମ୍ବୋଧନ କରିବାକୁ କହିଥିଲେ କିନ୍ତୁ ସଭା ସ୍ଥଗିତ ହେବା ପରେ ସୁଯୋଗ ଦିଆଯିବା କଥାରେ ସେ ଏକମତ ହେଲେ ।[] ମହିଳାମାନେ ଟିକସ ଦେଉଥିବାରୁ ତାଙ୍କୁ ମତାଧିକାର ଦେବା ଉଚିତ; ନହେଲେ ସେମାନେ ଟିକସ ଦେବା ବନ୍ଦ କରିଦେବେ ।[] ସେ ଜୋର ଦେଇ କହିଲେ, ମହିଳାମାନେ କର୍ମଜୀବି ଓ ସମାଜର ଅଂଶ ଭାବରେ ସମ୍ପୂର୍ଣ୍ଣ ନାଗରିକ ଭାବରେ କାମ କରିବାକୁ ପ୍ରସ୍ତୁତ ଓ ଇଚ୍ଛୁକ ।[୧୦] ପାର୍ଲିଆମେଣ୍ଟ ସଦସ୍ୟମାନେ ତାଙ୍କ କଥା ଶୁଣି ପ୍ରଭାବିତ ହେଲେ କିନ୍ତୁ କିଛି କଲେ ନାହିଁ ।

[୧୧]

ଜନସନ ୧୯୬୦ ମସିହାରେ ମହିଳା ମତାଧିକାର ଆନ୍ଦୋଳନ ସଂସ୍ଥାର ସେକ୍ରେଟାରୀ ଭାବରେ ମତାଧିକାର ନିମନ୍ତେ ଓକିଲାତି କରିବାକୁ ଲଣ୍ଡନ ଗଲେ । ସେଠାରେ ଆନ୍ତର୍ଜାତୀୟ ମହିଳା ସଂଗଠନ ସାଥିରେ ମିଶି ବାହାମ ବିଷୟରେ ଆଲୋଚନା କରି କହିଲେ ଅଧିକାଂଶ ମହିଳା ଅନୁମୋଦନ ସପକ୍ଷରେ ଥିଲେ ମଧ୍ୟ ସରକାର ଓ ଅନ୍ୟ କର୍ମର ମାଲିକମାନଙ୍କ ଡରରେ ସମ୍ମତି ଦେଉନାହାନ୍ତି । [୧୧] ତାଙ୍କ ସାଥିରେ ପିଏଲପି ଚେୟାରମ୍ୟାନ ହେନରି ମିଲଟନ ଟେଲର (Henry Milton Taylor) ଥିଲେ ।[] ସେମାନେ କଲୋନୀ ସେକ୍ରେଟାରୀ ଇଆନ ମ୍ୟାକଲିଓଡ଼ ସହିତ ଦୁଇଜଣ ମହିଳା ପାର୍ଲିଆମେଣ୍ଟ ସଭୟଙ୍କୁ ଭେଟିଲେ । ତାଙ୍କ କେଶ ଗ୍ରହଣ କରାଗଲା ଓ ଶୀଘ୍ର ପରିବର୍ତ୍ତନ ହେବ କହି ଆଶ୍ୱାସନା ଦିଆଗଲା । [୧୨] ସେମାନେ ଫେରିଗଲେ କିନ୍ତୁ ପରିବର୍ତ୍ତନର କୌଣସି ଲକ୍ଷଣ ଦେଖାଗଲା ନାହିଁ । [୧୧]

ବାହାମାର ପାର୍ଲିଆମେଣ୍ଟ ଭବନ

ସମର୍ଥନକାରୀମାନେ ଯୁକ୍ତ ରାଷ୍ଟ୍ରରେ ତାଙ୍କ ଶିକ୍ଷା ନିମନ୍ତେ ଚାନ୍ଦା ଯୋଗାଡ଼ କରିବାକୁ ଲାଗିଲେ,[] ଓ ସେ ୧୯୬୨ ମସିହାରେ ନିଉ ୟର୍କ ବିଶ୍ୱବିଦ୍ୟାଳୟରୁ ଡକ୍ଟର ଅଫ ଏଜୁକେଶନ କାମ ଶେଷ କଲେ ।[୧୩] ମତାଧିକାର ୧୯୬୧ମସିହାରେ ପାଇବା ପରେ ସେ ଏଲୁଥେରା ଜିଲ୍ଲାର ପିଏଲପି ପ୍ରତିନିଧି ଭାବରେ ନାମାଙ୍କନ ପ୍ରସ୍ତାବ ଗ୍ରହଣ କଲେ ।[][] ସେ “ପରବର୍ତ୍ତୀ ପଦକ୍ଷେପ ମହିଳାଙ୍କୁ ଭୋଟ ଦିଅ” ନାମକ ଏକ ପୁସ୍ତକ ଲେଖିଥିଲେ ।[୧୪] ଯେଉଁଥିରେ ସେ ଭୋଟ ଦେବା ପ୍ରଣାଳୀ ଲେଖିଥିଲେ ।[୧୫] ୧୯୬୭ ମସିହାର ନିର୍ବାଚନରେ ପିଏଲପି ସଂଖ୍ୟାଧିକ ସିଟ ପାଇବା ପରେ [] ସେ ବାହାମା ସିନେଟରେ ପ୍ରଥମ ମହିଳା ଭାବରେ ଯୋଗ ଦେଲେ ।[][] ଏହା ପରବର୍ଷରେ ପିଏଲପି ସଂଖ୍ୟାଧିକ ଭୋଟରେ ଜିତିଲେ ଓ ଜନସନ ସିନେଟ ସଭ୍ୟ ଭାବରେ ପୁନଃ ନିର୍ବାଚିତ ହୋଇ ପ୍ରଥମ ମହିଳା ଭାବରେ ସରକାରୀ କାମର ନେତୃତ୍ୱ ନେଇଥିଲେ ।[]

ଜନସନ ୧୯୬୮ରୁ ୧୯୭୩ ପର୍ଯ୍ୟନ୍ତ ପରିବହନ ମନ୍ତ୍ରୀ ଥିଲେ[][୧୬] ଓ ସେ ବାହାମା କ୍ୟାବିନେଟର ପ୍ରଥମ ମହିଳା ସଦସ୍ୟ ହୋଇଥିଲେ ।[] ସେ ୧୯୭୨ ମସିହାରେ ‘ବାହାମାର ଶାନ୍ତି ଆନ୍ଦୋଳନ’ ନାମକ ଏକ ପୁସ୍ତକ ଲେଖିଥିଲେ ଯେଉଁଥିରେ ସେହି ଆନ୍ଦୋଳନକୁ ଆମେରିକା ସିଭିଲ ରାଇଟ ଓ ମାର୍ଟିନ ଲୁଥର କିଙ୍ଗଙ୍କ ଲଢେଇ ସହିତ ତୁଳନା କରିଥିଲେ । [୧୭] ତା’ପର ବର୍ଷ ବ୍ରିଟେନରୁ ସ୍ୱାଧୀନତା (independence from Britain) ପାଇବା ପରେ ସେ ମନ୍ତ୍ରୀପଦ ତ୍ୟାଗ କରିଥିଲେ[] ଓ ସିନେଟର ପ୍ରଥମ ମହିଳା ସଭାନେତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ।[୧୮] ୧୯୭୭ ମସିହାରେ ସଭାନେତ୍ରୀ ଭାବରେ ପୁନଃନିର୍ବାଚିତ ହୋଇ ସେ ରାଣୀ ଏଲିଜାବେଥ ୨ଙ୍କୁ ସ୍ୱାଗତ କରିଥିଲେ ।[୧୯] ସେ ୧୯୭୯ ମସିହାରେ ଅଳ୍ପ କାଳ ନିମନ୍ତେ ବାହାମାର ପ୍ରଥମ ମହିଳା ଭାବରେ କାର୍ଯ୍ୟନିର୍ବାହୀ ରାଜ୍ୟପାଳ ହୋଇଥିଲେ ଓ ସେହି ବର୍ଷ ତାଙ୍କୁ ଡେମ କମାଣ୍ଡର ଅଫ ଦି ମୋଷ୍ଟ ଏକସେଲେଣ୍ଟ ଅର୍ଡର ଅଫ ଦି ବ୍ରିଟିଶ ଏମ୍ପାୟାର (Order of the British Empire) ପଦବୀରେ ସମ୍ମାନିତ କରାଯାଇଥିଲା । [୨୦]

ଅଫିସ ଭୂମିକା ବ୍ୟତୀତ ସେ ବାହାମା ଲୋକସଙ୍ଗୀତ ଦଳର ଜଣେ ସ୍ଥାପୟିତା ଥିଲେ ଓ ବାହାମା ତଥା ଯୁକ୍ତରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସମ୍ବୋଧନ କରୁଥିଲେ । ଏହା ବ୍ୟତୀତ ସେ ଜାତୀୟ ମହିଳା ଦଳ ଆସୋସିଏସନର ସଭାନେତ୍ରୀ ଓ ବାହାମା ବାପଟିଷ୍ଟ ମିସନାରୀ ତଥା ଶିକ୍ଷା କନଭେନସନ ମହିଳା ଶାଖାର କୋଅର୍ଡ଼ିନେଟର ଥିଲେ ।[୧୪]

ଜନସନ ୧୯୮୩ ମସିହାରେ ୬୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ।[] ମୃତ୍ୟୁ ଉପରାନ୍ତ ୨୦୦୨ ମସିହାରେ ନାଶୋରେ ଖୋଲିଥିବା ଏକ ସ୍କୁଲକୁ ତାଙ୍କ ନାମରେ ୨୦୧୧ ମସିହାରେ ନାମିତ କରାଯାଇଥିଲା।[୨୧]

  1. "Bahamas Civil Registration, 1850–1959". FamilySearch. Nassau, Bahamas: Registrar General. 30 June 1921. p. 746. Retrieved 2 February 2016.
  2. 1 2 3 4 5 6 7 "Where Suffragettes fight on". The Guardian. London, England. 29 October 1960. p. 3. ଛାଞ୍ଚ:ProQuest.
  3. "Bahamas Civil Registration, 1850–1959". Family Search. Nassau, Bahamas: Registrar General. 3 January 1943. p. 12. Retrieved 2 February 2016.
  4. 1 2 3 4 5 6 7 White, P. Anthony (20 January 2011). "Dr. Doris Johnson Helped Shape the Quiet Revolution". The Punch. Nassau, Bahamas. Retrieved 2 February 2016.
  5. 1 2 3 4 5 6 "Doris Johnson". Nassau, Bahamas: Women's Suffrage Bahamas. 2012. Archived from the original on 28 November 2012. Retrieved 2 February 2016.
  6. 1 2 3 "Dr. Doris Johnson's speech on Women's Suffrage (1959)". The Bahamas Weekly. Nassau, Bahamas. 27 November 2012. Retrieved 2 February 2016.
  7. 1 2 Fawkes 2003, p. 206.
  8. Fawkes 2003, p. 203.
  9. Fawkes 2003, p. 204.
  10. Fawkes 2003, p. 209.
  11. 1 2 3 Fawkes 2003, p. 210.
  12. Outten-Stubbs 1962, p. 11.
  13. Johnson 1962.
  14. 1 2 "Bahamian Leader Will Speak Here". San Mateo County Times. San Mateo, California. 24 May 1973. p. 14. Retrieved 2 February 2016 via Newspapers.com. open access publication – free to read
  15. Outten-Stubbs 1962, pp. 12–13.
  16. "Bahamas Not Affected by Airline Closing". Naples Daily News. Naples, Florida. 12 October 1970. p. 5. Retrieved 2 February 2016 via Newspapers.com. open access publication – free to read
  17. Baldwin & Dekar 2013, p. 276.
  18. Wells, Erica. "The Woman's Role". 40: The Bahamas 1973–2013. Nassau, Bahamas: The Nassau Guardian: 21. Archived from the original on 23 February 2016. Retrieved 2 February 2016.
  19. Leapman, Michael (21 October 1977). "First throne speech by the Queen in Nassau". The Times. London, England. p. 10. Retrieved 2 February 2016.
  20. Hanna-Ewers 2013, p. 67.
  21. Vedrine, Betty (5 May 2011). "Doris Johnson School Officially Opened". Bahamas Weekly. Nassau, Bahamas. Retrieved 31 January 2017.