ଡେଲା ଗଡଫ୍ରେ

ଉଇକିପିଡ଼ିଆ‌ରୁ
ଡେଲା ଗଡଫ୍ରେ‌
ଆନ୍ଧ୍ରପ୍ରଦେଶ ବିଧାନ ସଭା
କାର୍ଯ୍ୟକାଳ
୧୯୯୪ – ୨୦୦୪
ନିର୍ବାଚନ ମଣ୍ଡଳୀଆଙ୍ଗ୍ଲୋ-ଭାରତୀୟଙ୍କ ପାଇଁ ମନୋନୀତ ସଦସ୍ୟତା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୨୩ ଅପ୍ରେଲ ୨୦୧୯(୨୦୧୯-୦୪-୨୩)
ରାଜନୀତିକ ଦଳତେଲୁଗୁ ଦେଶମ୍ ପାର୍ଟି

ଡେଲା ଗଡଫ୍ରେ ଜଣେ ଭାରତୀୟ ରାଜନୀତିଜ୍ଞ, ଯିଏକି ତେଲୁଗୁ ଦେଶମ ପାର୍ଟିର ଭାବରେ କାର୍ଯ୍ୟ କରୁଥିଲେ । ସେ ଆନ୍ଧ୍ରପ୍ରଦେଶ ବିଧାନ ସଭାର ମନୋନୀତ ଆଙ୍ଗ୍ଲୋ-ଭାରତୀୟ ସଦସ୍ୟା ଥିଲେ । ସେ ସେଠାରେ ଦୁଇଟି ସଭାରେ କାର୍ଯ୍ୟ କରିଥିଲେ ।

ଜୀବନୀ[ସମ୍ପାଦନା]

ଗଡଫ୍ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ତାଙ୍କ ପିତା ଆଲେନ୍ ଗଡଫ୍ରେ ହାଇଦ୍ରାବାଦର ନିଜାମ ପାଇଁ ରୟାଲ ମେଣ୍ଟରେ ଜଣେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ମାତା ମାରଜୋରୀ ଗଡଫ୍ରେ ଜଣେ ଶିକ୍ଷାବିତ୍, ସାଂସଦ ତଥା ବିଧାୟକା ଥିଲେ । ସେ ରୋଜାରୀ କନଭେଣ୍ଟ ହାଇସ୍କୁଲରେ ପଢ଼ୁଥିଲେ ଏବଂ ପରେ କୋଟି ମହିଳା ମହାବିଦ୍ୟାଳୟରେ ପଢ଼ିଥିଲେ ।

ସେ ରୟାଲ ଡଚ୍ ଏୟାରଲାଇନ୍ସର ମ୍ୟାନେଜର ଭାବରେ କାର୍ଯ୍ୟ କରିଥିଲେ । ସେ ଆନ୍ଧ୍ରପ୍ରଦେଶ ବିଧାନ ସଭାର ଦୁଇ ଥର ମନୋନୀତ ହୋଇଥିଲେ ଏବଂ ୨୦୦୪ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ। ସେ ୨୩ ଅପ୍ରେଲ ୨୦୧୯ରେ ମୃତ୍ୟୁବରଣ କରିଥିଲେ ।[୧][୨][୩]

ଆଧାର[ସମ୍ପାଦନା]

  1. "Hyderabad: Former nominated MLA Della Godfrey passes away". Telangana Today. 23 April 2019. Retrieved 31 October 2019.
  2. "Della Godfrey dies after cardiac arrest". Deccan Chronicle. 24 April 2019. Retrieved 31 October 2019.
  3. "Former MLA Della Godfrey passes away". The Times of India. 24 April 2019. Retrieved 31 October 2019.