ଡୁଙ୍ଗେଶ୍ଵର ମନ୍ଦିର

Coordinates: 28°47′N 81°35′E / 28.78°N 81.58°E / 28.78; 81.58
ଉଇକିପିଡ଼ିଆ‌ରୁ
Dungeshwor Temple
Sidheshwor Mahadev Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictDailekh
ଦେବାଦେବୀShiva
FestivalsBada Dashain
Location
ସ୍ଥାନNaule Katuwal, Dullu Municipality
StateBheri
Country   Nepal
ଡୁଙ୍ଗେଶ୍ଵର ମନ୍ଦିର is located in Nepal
ଡୁଙ୍ଗେଶ୍ଵର ମନ୍ଦିର
Dungeshwor Temple in Nepal
ଭୌଗଳିକ ଅବସ୍ଥିତି28°47′N 81°35′E / 28.78°N 81.58°E / 28.78; 81.58
Architecture
TypePagoda Style
Specifications
Temple(s)2
InscriptionsWritten in Stone
Elevation544 m (1,785 ft)

ଡୁଙ୍ଗେଶ୍ୱର ମନ୍ଦିର (ନେପାଳୀ: डुङ्गेश्वर मन्दिर) କର୍ନାଲୀ ପ୍ରୋଭିନ୍ସର (Karnali Province) ଦଇଲେଖ ଜିଲ୍ଲାରେ (Dailekh district) ଥିବା ଏକ ପବିତ୍ର ସ୍ଥାନ । ଦଇଲେଖ ଜିଲ୍ଲାର ଉଚ୍ଚତମ ସ୍ଥାନରେ ଥିବା ଡୁଙ୍ଗେଶ୍ୱର ସ୍ଥାନରେ ଏହି ମନ୍ଦିର ଅବସ୍ଥିତ । ଏହା ଲୁହରେ ନଦୀ[୧] ଓ କର୍ନାଲୀ ନଦୀର ସଂଗମ ସ୍ଥଳରେ ସମୁଦ୍ର ପତନଠାରୁ ୫୪୪ ମିଟର ଉପରେ ଅବସ୍ଥିତ । ପୁରା କାଳରେ ଏଠାରେ ଦିବସ ଶେଷ ହେଉଥିବା ବିଶ୍ୱାସ କରାଯାଉଥିଲା । ଡୁଙ୍ଗେଶ୍ୱରରେ ସିଦ୍ଧେଶ୍ୱର ମହାଦେବ ଓ ଡୁଙ୍ଗଳ ମନ୍ଦିର ଦ୍ୱୟ ଅବସ୍ଥିତ ।[୨]

ସ୍ଥାପନ[ସମ୍ପାଦନା]

ଏକ ଜନଶ୍ରୁତି ଅନୁସାରେ ଜଣେ ବ୍ରାହ୍ମଣ ଜ୍ୟୋତିଖ ଉପାଧ୍ୟାୟ ପ୍ରତ୍ୟହ ନିତ୍ୟକର୍ମ ଓ ସଂସ୍କାର ଶେଷ କରି ଏକ ଗୁମ୍ଫାରେ ପ୍ରବେଶ କରୁଥିଲେ । ସେଠାରେ ସେ ଶିବ ପୂଜା ତଥା ଧ୍ୟାନ ସାରି ଘରକୁ ଫେରିବା ପରେ ତାଙ୍କ ହାତରେ କିଛି ଅସୁବିଧା ଦେଖନ୍ତି । ଦୁର୍ବଳ ସ୍ୱାସ୍ଥ୍ୟରେ ସେ ଏହି କାମରେ ଲିପ୍ତ ରହୁଥିଲେ ଓ ୧୯୩୫ ମସିହାରେ କାରଣାଳୀ ନଦୀ କୂଳରେ ସାଗର ଗିରି ନାମକ ଜଣେ ସାଧୁଙ୍କ ଦର୍ଶନ ପାଇଲେ । ନିଜେ ଅକର୍ମଣ୍ୟ ଥିବାରୁ ସେ ଗିରିଙ୍କୁ ପୂଜା ଚାଲୁ ରଖିବାକୁ ଅନୁରୋଧ କରିଥିଲେ । ସେହି ଅନୁରୋଧ ରକ୍ଷା କରି ଗିରି ଉକ୍ତ ଶିବଲିଙ୍ଗକୁ[୩] ଆଣି ଏକ ମନ୍ଦିର ତିଆରି କରେଇ ତା ମଧ୍ୟରେ ସ୍ଥାପନ କଲେ । ରାଜା ପୂଜାର ସମସ୍ତ ବନ୍ଦବୋସ୍ତ କରେଇବାରୁ ଧୀରେ ଧୀରେ ସେଠାକୁ ଜଣ ସମାଗମ ଆରମ୍ଭ ହେଲା ।[୪]


ମନ୍ଦିର ନିର୍ମାଣ[ସମ୍ପାଦନା]

ଡୁଙ୍ଗେଶ୍ୱର ମନ୍ଦିର

କିଛି ଦିନ ପରେ ଆଚ୍ଛମ ଜିଲାରୁ ଦୁଇ ଭଉଣୀ ସେହି ସ୍ଥାନକୁ ଅବିବାହିତା ରହି ପୂଜା କରିବା ଲକ୍ଷ ନେଇ ଆସିଥିଲେ । ସେମାନଙ୍କୁ ଦେଖି ପୂଜକ ଗିରି ତାଙ୍କୁ ପୂଜା କରିବାକୁ ସମର୍ପଣ କରି ହିମାଳୟକୁ ଚାଲିଗଲେ । ସେମାନଙ୍କୁ ଦେବକୀ ବା ଦେବୀ ନାମରେ ଲୋକମାନେ ଡାକିବାକୁ ଲାଗିଲେ । ଭକ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଲା । ପରବର୍ତ୍ତୀ କାଳରେ ଗଙ୍ଗା ଓ ଯମୁନା ବିବାହ କରିଥିଲେ ଓ ସାଗର ଗିରି ତଥା ତାଙ୍କ ପରବର୍ତ୍ତୀ ପିଢୀ ପୂଜା କରିବା ଦାୟିତ୍ୱ ନେଲେ ।[୫] ପରବର୍ତ୍ତୀ କାଳରେ ଗଙ୍ଗା ଓ ଯମୁନା ବିବାହ କରିଥିଲେ ଓ ସାଗର ଗିରି ତଥା ତାଙ୍କ ପରବର୍ତ୍ତୀ ପିଢୀ ପୂଜା କରିବା ଦାୟିତ୍ୱ ନେଲେ । [୫]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Dolma, Tenzin. "Heritage of Surkhet, Dailekh at first glance" (in ଇଂରାଜୀ). Retrieved 2019-03-12. {{cite web}}: Unknown parameter |w ebsite= ignored (help)
  2. "Inseconline » Districts » Dailekh". inseconline.org. Retrieved 2019-03-12.
  3. "डुङ्गेश्वर मन्दिर", विकिपिडिया (in ନେପାଳୀ), 2019-03-09, retrieved 2019-03-12
  4. "Thousand years old heritages in Dailekh await conservation and promotion". Integration Through Media ....! (in ଆମେରିକୀୟ ଇଂରାଜୀ). 2018-08-31. Retrieved 2019-03-12.
  5. ୫.୦ ୫.୧ के.सी. (पोखरेल), विश्व. Kittambam. 1st Edition. pp. 103–105.