ଡିବି

ଉଇକିପିଡ଼ିଆ‌ରୁ

ଡିବି (ଚୁଙ୍ଗି-ବାଲେଶ୍ୱରୀ ଉପଭାଷା) କିରୋସିନିଦ୍ୱାରା ଜଳାଯାଉଟିବା ବତୀ । ସାଧାରଣତଃ ଏହା ଏକ ଧାତୁ ନିର୍ମିତ ଆବଦ୍ଧ ଡବା କିମ୍ବା ପାତ୍ରରେ ତିଆରି ହୋଇଥାଏ। ଡବାର ଠିପି ଊପରେ ବଳିତା/ସଳିତାଟିଏ ପଶିପାରିଲା ଭଳି ଥାଏ। ଡବା ଭିତରେ ସଳିତାଟିଏ ପଶିଥାଏ, ଯାହାକି ଠିପିରେ ଥିବା କଣା ମଧ୍ୟ ଦେଇ ବାହାରକୁ ବାହାରିଥାଏ। ଡବା ଭିତରେ କିରୋସିନି ପଶିଥାଏ। ସଳିତାଟି ତେଲ (କିରୋସିନି)ରେ ସମ୍ପୂର୍ଣ୍ଣ ଭିଜିକରି ଥାଏ। ତେଣୁ ଠିପିରେ ବାହାରକୁ ବାହାରିଥିବା ସଳିତାରେ ଅଗ୍ନୀ ସଂଯୋଗ କଲେ ତାହା ଜଳେ ଏବଂ ଆଲୋକ ଦିଏ। ଯେକୌଣସି ଅବ୍ୟବ‌ହୃତ ଧାତବ ଡବାକୁ ବ୍ୟବ‌ହାର କରି ସ‌ହଜରେ ଘରେ ବସି ଡିବି ତିଆରି କରାଯାଇପାରେ। ଯେତେବେଳେ ପ୍ରତି ଘରେ ବିଜୁଳି ସଂଯୋଗ କରିବା ସମ୍ଭବପର ନ ଥିଲା, ସେତେବେଳେ ଗାଁ ମାନଙ୍କରେ ଏହା ବ‌ହୁଳ ଭାବରେ ବ୍ୟବ‌ହୃତ ହେଉଥିଲା। ଏବେ ମଧ୍ୟ ଗାଁ ମାନ‌ଙ୍କରେ ରାତିରେ ବିଜୁଳି କଟିଗଲେ ଡିବିକୁ ଖୋଜା ପଡେ। ଆଜିକାଲି ବଜାରରେ ଅନେକ ବିନା-ବିଜୁଳି-ଚାଳିତ ଆଲୋକ ମିଳୁଥିଲେ ମଧ୍ୟ ଗାଁ ମାନ‌ଙ୍କରେ ଏକ ଶସ୍ତା-ସୁନ୍ଦର-ମଜ୍‌ବୁତ୍ ଉପକରଣ ଭାବରେ ଡିବିର ଲୋକପ୍ରିୟତା ଏବେ ମଧ୍ୟ ବଜାୟ ରହିଛି।

ଆଧାର[ସମ୍ପାଦନା]