ଡାହାଣୀ ଖୋଜା
ଡାହାଣୀ ଖୋଜା, କହିଲେ ଡାହାଣୀ ନାମଧାରୀ କୌଣସି ଲୋକକୁ ବା ଗୁଣି ଗାରେଡ଼ିର ପ୍ରମାଣ ଥିଲେ ତାକୁ ଖୋଜିବାକୁ ବୁଝାଏ । ପ୍ରାୟ ୧୪୫୦-୧୭୫୦ ମସିହାର ମଧ୍ୟରେ ଆଧୁନିକ ୟୁରୋପର ଆରମ୍ଭରେ ଓ ଆମେରିକା କଲୋନୀ ସମୟର ଆଧୁନିକ କାଳରେ ଓ ତିରିଶ ବର୍ଷ କାଳର ଯୁଦ୍ଧ ବେଳେ ଡାହାଣୀ ବିଚାର କରାଯାଇ ପ୍ରାଯ ୩୫,୦୦୦ରୁ ୫୦,୦୦୦ ହତ୍ୟା କରାଯିବାର ପ୍ରମାଣ ପ୍ରୋଟେଷ୍ଟାଣ୍ଟମାନେ ପାଇଥିଲେ ।[୧] ୟୁରୋପରେ ଅଷ୍ଟାଦଶ ଶତାବ୍ଦୀରେ ଶେଷ ଡାହାଣୀ ହତ୍ୟା କରାଯାଇଥିଲା । ଆଫ୍ରିକା ଓ ଏସିଆ ଭଳି ଦେଶମାନଙ୍କରେ, ସବ-ସାହାର ଆଫ୍ରିକା ଓ ପାପୁଆ ନିଉ ଗିନି ଅଞ୍ଚଳରେ ଡାହାଣୀ ଖୋଜା ହେବାର ଖବର ମିଳୁଛି ଓ ସାଉଦି ଆରବ ତଥା କାମେରୁନରେ ଏହା ବିରୁଦ୍ଧରେ କାନୁନ ବିଧେୟକ ପାସ ହୋଇଛି ।
ପ୍ରଚଳିତ ଭାଷାମାନଙ୍କରେ ରାଜଦ୍ରୋହୀ, ଅବିଶ୍ୱାସୀ ଲୋକଙ୍କୁ ରାଜନୈତିକ ପ୍ରତିଦ୍ୱନ୍ଦୀ କାରଣରୁ ଖୋଜାଯିବାକୁ ଏହି 'ଡାହାଣୀ ଖୋଜା' ପରିସରରେ ନିଆଯାଉଛି ଯାହାର ମୂଳ ଲକ୍ଷ ବିରୋଧୀମାନଙ୍କୁ ହତ୍ୟା କରିବା ରହୁଛି ।[୨] ଏଥିରେ ନୈତିକତା ଆତଙ୍କ[୩] ବା ସାମୁହିକା ଉନ୍ମାଦନା ରହୁଛି । [୪]
ମାନବ ବିଜ୍ଞାନ କାରଣ
[ସମ୍ପାଦନା]ସାରା ପୃଥିବୀରେ ଗୁଣିଗାରେଡ଼ି ନିମନ୍ତେ ବିଭିନ୍ନ ସମାଜରେ ଡାହାଣୀ ଖୋଜା ଚାଲିଛି । ରୋଗ ଓ ମୃତ୍ୟୁ ଜନିତ ଦୁର୍ଭଗ୍ୟ କବଳରେ ଥିବା ଲୋକକୁ ଗୁଣିଆମାନେ ଡାହାଣୀ ଲାଗିଥିବା କଥା କହି ଏକ ମନ୍ଦ ଧାରଣା ସୃସ୍ଟି କରିବାରେ ସକ୍ଷମ ହୁଅନ୍ତି ।[୫] ଆମେରିକା, ଏସିଆ ଓ ଆଫ୍ରିକାରେ ଏହିଭଳି କାମ ସାମୟିକ ଭାବରେ ହେଉଥିବାର ରିପୋର୍ଟ ମିଳୁଛି ଯାହା ଗୁଣିଗାରେଡ଼ିର ମାନବିକ ସଂସ୍କୃତିର ଏକ ବିଶ୍ୱାସ ଭାବରେ ପରିଚିତ ହେଉଛି ।[୬]
ଏକ ଅନୁଶୀଳନରୁ ଜଣାଯାଏ, ଗୁଣୀଗାରେଡ଼ି ବିଶ୍ୱାସ ସହିତ ଅଣସାମାଜିକ ମନୋବୃତ୍ତି ଜଡ଼ିତ ଥାଏ ଯେପରିକି ନିମ୍ନ ସ୍ତରର ବିଶ୍ୱାସ ।[୭] ଅନ୍ୟ ଏକ ଅନୁଶୀଳନରୁ ଜଣାଯାଏ, ଅଧିକ ଆୟ ଯୋଗୁ ଅଧିକ ଡାହାଣୀ ହତ୍ୟା ତାଞ୍ଜାନିଆରେ ହୁଏ ।[୮]
କଥାରେ ଅଛି ଜଣେ ଲୋକ ଆଉ ଜଣେ ଲୋକ ଉପରେ ଯାଦୁ କରିଥିଲେ ଓ ଯଦି ତାହା ପ୍ରମାଣିତ ହୋଇ ନାହିଁ, ତା'ହେଲେ ଯାଦୁରେ ପ୍ରଭାବିତ ଲୋକ ଗୋଟିଏ ପବିତ୍ର ନଦୀକୁ ନେଇ ତାହାକୁ ବୁଡ଼େଇ ଦିଆଯାଏ । ଯଦି ସେ ବୁଡ଼ିଯାଏ ତେବେ ଯାଦୁ କରିଥିବା ଲୋକ ତାର ଘର ନେଇଯିବ । ଯଦି ଲୋକର କୌଣସି କ୍ଷତି ନ ହୁଏ, ତେବେ ନଦୀ ତାକୁ ନିରପରାଧ ଥିବା ବିଶ୍ୱାସ କରାଯାଏ ଓ ତେବେ ଯାଦୁ କରିଥିବା ଲୋକକୁ ମୃତ୍ୟୁ ଦିଆଯାଏ ଓ ସେହି ଲୋକର ଘର ଅନ୍ୟ ଲୋକଟି ନେଇଯାଏ ।[୯][୧୦]
ଭାରତ
[ସମ୍ପାଦନା]୧୯୭୨ ମସିହା ପୂର୍ବରୁ ଭାରତରେ ଡାହଣୀ ଖୋଜାର କୌଣସି ଲିପିବଦ୍ଧ ପ୍ରମାଣ ମିଳିନାହିଁ । ୧୯୭୨ ମସିହାର ଭାରତରେ ପ୍ରଥମ ସାନ୍ତାଳୀ ଜନ ଜାତି ଲୋକଙ୍କ ମଧ୍ୟରେ ଡାହାଣୀ ଖୋଜା ପ୍ରମାଣ ମିଳିଛି ।[୧୧][୧୨] କମ୍ପାନୀ ଶାସନ ସମୟରେ ସିଙ୍ଗଭୂମ ଜିଲ୍ଲାର ଛୋଟନାଗପୁର ଡିଭିଜାନରେ ଡାହାଣୀ ଭାବରେ ଦୋଷୀ କରାଯାଇଥିବା ଲୋକକୁ କେବଳ ମାରିଦିଆଯାଏ ନାହିଁ, ତାହାର ସମସ୍ତ ସମ୍ପର୍କୀୟମାନଙ୍କୁ ମଧ୍ୟ ମାରିଦିଆଯାଏ ଯେପରି ଭବିଷ୍ୟତାରେ ସେମାନେ ପ୍ରତିଶୋଧ ନେବେ ନାହିଁ । ଛୋଟନାଗପୁର କ୍ଷେତ୍ରରେ ଅଧିକାଂଶ ଲୋକ ଆଦିବାସୀ ସାନ୍ତାଳୀ ଥିଲେ । ସେହି ସାନ୍ତାଳୀ ଲୋକମାନଙ୍କର ଡାହାଣୀ ବିଶ୍ୱାସ ଥିଲା । ସେମାନଙ୍କୁ ଡରୁଥିଲେ ଓ ସେମାନେ ଅଣସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବିଶ୍ୱାସ ଥିଲା । ସେମାନଙ୍କର ଗାଈ ଗୋରୁଙ୍କୁ ଜ୍ୱର କରେଇ ମାରିଦେବା କ୍ଷମତା ଥିବା ଅନ୍ଧ ବିଶ୍ୱାସ ଥିଲେ । ସୁତରାଂ ରୋଗରୁ ମୁକ୍ତି ପାଇବା ପାଇଁ ଡାହାଣୀଙ୍କୁ ମାରିଦେଉଥିଲେ । [୧୩]
ଆଧାର
[ସମ୍ପାଦନା]- ↑ Golden, Richard M. (1997). "Satan in Europe: The Geography of Witch Hunts". In Wolfe, Michael (ed.). Changing Identities in Early Modern France. Duke University Press. p. 234.
- ↑ "witch hunt". New Dictionary of the American Language. Simon & Schuster. p. 1633.
- ↑ Goode, Erich; Ben-Yehuda, Nachman (2010). Moral Panics: The Social Construction of Deviance. Wiley. p. 195. ISBN 9781444307931.
- ↑ Martin, Lois (2010). A Brief History of Witchcraft. Running Press. p. 5. ISBN 9780762439898.[permanent dead link]
- ↑ La Fontaine, Jean Sybil (1998). Speak of the Devil: Tales of satanic abuse in contemporary England. Cambridge University Press. pp. 34–37. ISBN 978-0-521-62934-8.
- ↑ Behringer, Wolfgang (2004). Witches and Witch-Hunts: A global history. p. 50. ISBN 9780745627175.
- ↑ Gershman, Boris (2016). "Witchcraft Beliefs and the Erosion of Social Capital: Evidence from Sub-Saharan Africa and Beyond". Journal of Development Economics. 120: 182–208. doi:10.1016/j.jdeveco.2015.11.005. Archived from the original on 2021-07-18. Retrieved 2022-02-12.
- ↑ Miguel, Edward (1 October 2005). "Poverty and witch killing". The Review of Economic Studies. 72 (4): 1153–1172. CiteSeerX 10.1.1.370.6294. doi:10.1111/0034-6527.00365. ISSN 0034-6527.
- ↑ "Witchcraft". Catholic Encyclopedia.
- ↑ "The Avalon Project: Documents in Law, History, and Diplomacy". Archived from the original on 16 September 2007.
- ↑ Archer, W G (1979). The Santals: Readings in Tribal Life. New Delhi: Concept Publishing Company.
- ↑ Crooke, W (1969). The Popular Religion and Folklore of Northern India. Delhi: Munshiram Manoharlal.
- ↑ Sinha, Shashank (2007). "Witch hunts, Adivasis, and the Uprising in Chhotanagpur". Economic and Political Weekly. 42 (19): 1672–1676. JSTOR 4419566.