ଟ୍ରିପଲ ଏକ୍ସ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ଟ୍ରିପଲ ଏକ୍ସ ସିଣ୍ଡ୍ରୋମ
ଇଂରାଜୀ ପ୍ରତିଶବ୍ଦ - triplo-X syndrome, trisomy X, XXX syndrome, 47 XXX syndrome[୧]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିମେଡିକାଲ ଜେନେଟିକ୍ସ
ଆଇସିଡ଼ି-୧୦Q97.0
ରୋଗ ଡାଟାବେସ13386
MeSHC535318

ଟ୍ରିପଲ ଏକ୍ସ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Triple X syndrome ବା trisomy X ବା 47 XXX) ରୋଗ ମହିଳାଙ୍କୁ ହୁଏ ଓ ତାଙ୍କର ପ୍ରତ୍ୟେକ ଜୀବକୋଷରେ (cell) ଗୋଟିଏ ଅଧିକ ଏକ୍ସ କ୍ରୋମୋଜୋମ (X chromosome) ଥାଏ ।[୧] ଏହି ରୋଗୀ ସାଧାରଣତଃ ଡେଙ୍ଗା ହୁଅନ୍ତି । ଅନ୍ୟ କୌଣସି ଶାରୀରିକ ପାର୍ଥକ୍ୟ ଦେଖାଯାଏ ନାହିଁ ଓ ସାଧାରଣ ପ୍ରଜନନ କ୍ଷମତା (fertility) ଥାଏ । ବେଳେବେଳେ ଶିକ୍ଷା ସମସ୍ୟା (learning difficulties), ହାଇପୋଟୋନିଆ (decreased muscle tone), ଅପସ୍ମାର ବାତ (seizure) ଓ ବୃକ୍‌କ ସମସ୍ୟା (kidney problems) ଦେଖାଯାଏ ।[୧]

ଟ୍ରିପଲ ଏକ୍ସ ରୋଗ କ୍ୱଚିତ ହୁଏ ।[୧] ମାତାର ପ୍ରଜନନକ୍ଷମ କୋଷର (reproductive cells) ବିଭାଜନ ସମୟରେ ବା ଭୃଣର ପ୍ରାକ୍ ବିକାଶ ସମୟରେ ଟ୍ରିପଲ ଏକ୍ସ ହୁଏ ।[୨] ବଂଶାନୁକ୍ରମରେ (inherited) ଏହା ପରବର୍ତ୍ତୀ ପିଢ଼ିକୁ ଯାଏନାହିଁ । ବେଳେବେଳେ ଦେହର କିଛି ଅଂଶରେ ଟ୍ରିପଲ ଏକ୍ସ ଦେଖାଯାଏ ।[୧] କ୍ରମୋଜୋମାଲ ଆନାଲିସିସ (chromosomal analysis) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୩]

ବାକ୍ ଶକ୍ତି ଥେରାପି, ଶାରୀରିକ ଥେରାପି ଓ କାଉନସେଲିଙ୍ଗ (counseling) ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[୩] ପ୍ରତି ୧୦୦୦ ଝିଅ ଜନ୍ମରେ ଜଣକର ଏହି ଟ୍ରିପଲ ଏକ୍ସ ଥାଏ ।[୨] ୯୦% ମହିଳାଙ୍କର ରୋଗ ଥିଲେ ମଧ୍ୟ ଲକ୍ଷଣ ଅଭାବ ବା ସାମାନ୍ୟ ଲକ୍ଷଣ ଥିବାରୁ ରୋଗ ନିର୍ଣ୍ଣୟ ହୋଇପାରେନି ।[୨] ସନ ୧୯୫୯ରେ ଏହି ରୋଗ ପ୍ରଥମେ ଚିହ୍ନଟ ହୋଇଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "triple X syndrome". GHR. June 2014. Retrieved 26 September 2016.
  2. ୨.୦ ୨.୧ ୨.୨ ୨.୩ Tartaglia, NR; Howell, S; Sutherland, A; Wilson, R; Wilson, L (11 May 2010). "A review of trisomy X (47,XXX)". Orphanet journal of rare diseases. 5: 8. doi:10.1186/1750-1172-5-8. PMC 2883963. PMID 20459843.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ "47 XXX syndrome". GARD. 16 March 2016. Archived from the original on 5 November 2016. Retrieved 26 September 2016.
  4. Wright, David (2011). Downs: The history of a disability (in ଇଂରାଜୀ). OUP Oxford. p. 159. ISBN 9780191619786.