ଟୁ ଇଉଇଉ

ଉଇକିପିଡ଼ିଆ‌ରୁ

ଟୁ ଇଉଇଉ(Chinese 屠呦呦; pinyin: Tú Yōuyōu; ଜନ୍ମ ୩୦ ଡିସେମ୍ବର ୧୯୩୦) ଜଣେ ଚୀନୀ ଫାର୍ମାସୁଟିକାଲ ରସାୟନବିଦ ଓ ଶିକ୍ଷାବିଦ । ସେ ଲକ୍ଷ ଲକ୍ଷ ଜୀବନ ବଞ୍ଚାଉଥିବା ମ୍ୟାଲେରିଆର ନିରାକରଣ ନିମନ୍ତେ ବ୍ୟବହାର ହେଉଥିବାଆର୍ଟେମିସିନିନ (qinghaosu ନାମରେ ମଧ୍ୟ ଜଣା) ଓ ଡାଇହାଇଡ୍ରୋଆର୍ଟେମିସିନିନର ଆବିଷ୍କାର ନିମନ୍ତେ ଜଣାଶୁଣା । ତାଙ୍କ ଆର୍ଟେମିସିନିନ ଆବିଷ୍କାର ଓ ଏହାର ମ୍ୟାଲେରିଆ ନିରାକରଣ ପ୍ରଭାବ ବିଂଶ ଶତକରେ ଗ୍ରୀଷ୍ମପ୍ରଧାନ ଔଷଧ ତଥା ଦକ୍ଷିଣ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ଉନ୍ନୟନଶୀଳ ଦେଶର ଲୋକମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ସକାଶେ ଏକ ଯୁଗାନ୍ତକାରୀ କାମ ଭାବେ ସମ୍ମାନୀତ । ତାଙ୍କ କାମ ପାଇଁ ଟୁ ୨୦୧୧ ଲାସକର ଆୱାର୍ଡ଼ ଇନ କ୍ଲିନିକାଲ ମେଡ଼ିସିନ ଓ ଉଇଲିଅମ ସି. କ୍ୟାମ୍ପବେଲ ଓ ସଟୋସି ଓମୁରାଙ୍କ ସହ ମିଳିତ ଭାବେ ୨୦୧୫ ଚିକିତ୍ସା ବିଜ୍ଞାନ ନୋବେଲ ପୁରସ୍କାରରେ ସମ୍ମାନୀତ । ଟୁ ଚିକିତ୍ସା ବିଜ୍ଞାନ ନୋବେଲ ପୁରସ୍କାରରେ ସମ୍ମାନୀତ ପିପୁଲ୍ସ ରିପବ୍ଲିକ ଅଫ ଚାଇନାର ପ୍ରଥମ ନାଗରିକ ଓ କୌଣସି ବିଭାଗରେ ନୋବେଲ ପୁରସ୍କାରରେ ସମ୍ମାନୀତ ପ୍ରଥମ ମହିଳା, ଲାସ୍କର ପୁରସ୍କାରରେ ସମ୍ମାନୀତ ପ୍ରଥମ ଚୀନୀ ବ୍ୟକ୍ତି । ସେ ଚୀନରେ ଜନ୍ମିତ, ସେଠାରେ ଶିକ୍ଷାଲାଭ କରିଥିଲେ ଓ ତାଙ୍କର ଗବେଷଣା କେବଳ ସେଠାରୁ ହିଁ କରିଥିଲେ ।[୧]

Notes[ସମ୍ପାଦନା]

References[ସମ୍ପାଦନା]

  1. Miller, Louis H.; Su, Xinzhuan (2011). "Artemisinin: Discovery from the Chinese herbal garden". Cell. 146 (6): 855–858. doi:10.1016/j.cell.2011.08.024. PMC 3414217. PMID 21907397.