ଟର (ବେନାମୀ ନେଟୱାର୍କ)

ଉଇକିପିଡ଼ିଆ‌ରୁ

ଟର ଏକ ମୁକ୍ତ ଏବଂ ଓପନ-ସୋର୍ସ ସଫ୍ଟୱେର । ନେଟୱାର୍କ ନିରୀକ୍ଷଣ (ସର୍ଭେଲାନ୍ସ) କିମ୍ବା ଟ୍ରାଫିକ ବିଶ୍ଳେଷଣ କରୁଥିବା କାହାଠାରୁ ବ୍ୟବହାରକାରୀର ଅବସ୍ଥିତି ଓ ବ୍ୟବହାର ଲୁଚାଇବା ପାଇଁ ସାତ ହଜାରରୁ ଅଧିକ ରିଲେ ଥିବା[୧] ଏକ ମୁକ୍ତ, ବିଶ୍ୱବ୍ୟାପୀ, ସ୍ୱେଚ୍ଛାସେବୀ ଓଭରଲେ ନେଟୱାର୍କ ଦେଇ ଇଣ୍ଟରନେଟ ଟ୍ରାଫିକକୁ ନିର୍ଦ୍ଦେଶିତ କରି ଅଜ୍ଞାତ ଯୋଗାଯୋଗକୁ ସଚଳ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଟର ବ୍ୟବହାର କରିବା ବ୍ୟବହାରକାରୀଙ୍କ ଇଣ୍ଟରନେଟ କାର୍ଯ୍ୟକଳାପକୁ ଖୋଜିବା ପାଇଁ ଅଧିକ କଷ୍ଟକର କରିଥାଏ: ଏହା ମଧ୍ୟରେ "ୱେବସାଇଟ, ଅନଲାଇନ ପୋଷ୍ଟ, ଇନଷ୍ଟାଣ୍ଟ ମେସେଜ ଏବଂ ଅନ୍ୟାନ୍ୟ ଯୋଗାଯୋଗ ପଦ୍ଧତି" ଅନ୍ତର୍ଭୁକ୍ତ ।[୨] ଟରର ମୂଳ ଉଦ୍ଦେଶ୍ୟ ଏହାର ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ତଥା ସେମାନଙ୍କର ଇଣ୍ଟରନେଟ କାର୍ଯ୍ୟକଳାପକୁ ନିରୀକ୍ଷଣ ନକରି ଗୋପନୀୟ ଯୋଗାଯୋଗ କରିବାର ସ୍ୱାଧୀନତା ଏବଂ କ୍ଷମତାକୁ ରକ୍ଷା କରିବା ।

ଟର ଏକ ଅନଲାଇନ ସେବାକୁ ଟର ମାଧ୍ୟମରେ ଉପଲବ୍ଧ କରାଯାଉଛି ବୋଲି ସ୍ଥିର କରିବାରେ ଅଟକାଏ ନାହିଁ । ଫଳରେ କିଛି ୱେବସାଇଟ ଟର ମାଧ୍ୟମରେ ପ୍ରବେଶକୁ ସୀମିତ କିମ୍ବା ଅସ୍ୱୀକାର କରିଥାନ୍ତି । ଉଦାହରଣ ସ୍ୱରୂପ, ବିଶେଷ ଅନୁମତି ନ ମାଗିବା ପର୍ଯ୍ୟନ୍ତ ଟର ବ୍ୟବହାରକାରୀଙ୍କଦ୍ୱାରା ଲେଖାଗୁଡ଼ିକୁ ସମ୍ପାଦନା କରିବା ପାଇଁ ଉଇକିପିଡ଼ିଆ ଅଟକାଇ ଥାଏ ।[୩]

ଆଧାର[ସମ୍ପାଦନା]

  1. "Tor Network Status". Retrieved 14 January 2016.
  2. Glater, Jonathan D. (25 January 2006). "Privacy for People Who Don't Show Their Navels". The New York Times. Archived from the original on 31 January 2013. Retrieved 13 May 2011.
  3. Kingsley, Patrick (10 June 2017). "Turks Click Away, but Wikipedia Is Gone". The New York Times. Archived from the original on 25 October 2019. Retrieved 11 June 2017.