ଟଗର
ଦେଖଣା
| ଟଗର | |
|---|---|
| Scientific classification | |
| Kingdom: | |
| (unranked): | |
| (unranked): | |
| (unranked): | |
| Order: | |
| Family: | |
| Subfamily: | |
| Genus: | |
| Species: | T. divaricata |
| Binomial name | |
| Tabernaemontana divaricata R.Br. ex Roem. & Schult. | |
| Synonyms[୧] | |
|
List
| |
ଟଗର ଏକ ଧଳା ଫୁଲ ଅଟେ । ଏହାର ବୈଜ୍ଞାନିକ ନାମ ହେଉଛି tabernaemontana divaricata । ଇଂରାଜୀରେ ଏହାକୁ ପିନହୁଇଲ ଫୁଲ ଓ କ୍ରେପ ଜସ୍ମିନ ବୋଲି କୁହାଯାଏ । ଏହା ପ୍ରମୁଖ ଦକ୍ଷିଣପୂର୍ବ ଏସିଆ ମହାଦେଶରେ ଦେଖଯାଏ ଯେଉଁଠି ଜଳବାୟୁ ଉଷ୍ମ ଥାଏ । ଏହି ଗଛର କାଣ୍ଡରୁ ଧଳା କ୍ଷୀର ଭଳି ତରଳ ପଦାର୍ଥ ବାହାରିଥାଏ,ତେଣୁ ଏହାକୁ ପଶ୍ଚିମବଙ୍ଗରେ କ୍ଷୀର ଫୁଲ ବୋଲି କୁହାଯାଏ ।
ବିବରଣୀ
[ସମ୍ପାଦନା]ସାଧାରଣତଃ ଏହି ଗଛ ୫ରୁ ୬ ଫୁଟ ବଢିଥାଏ । ଏହାର ପତ୍ର ସବୁଜ ଅଟେ ଓ ପ୍ରାୟ ୬ ଇଞ୍ଚ ହୋଇଥାଏ । ଫୁଲରେ ୫ଟି ପାଖୁଡା ଥାଏ । ଏହି ଫୁଲ ବର୍ଷକ ବାର ମାସ ଫୁଟି ଥାଏ ।[୨]
- Tabernaemontana divaricata 'Flore Pleno'
- Tabernaemontana divaricata 'Pinwheel'
ଔଷୋଧୀୟ ଗୁଣ
[ସମ୍ପାଦନା]- ଏହାର ଚେର ପିତା ଲାଗେ ଯାହା ଆୟୁର୍ବେଦିକ ଓଷଧ ତିଆରି ହବାରେ ସାହାଜ୍ୟ କରେ ।
- କାଛୁ କୁଣ୍ଡିଆ ପାଇଁ ବ୍ୟବହୃତ ଓଷଧରେ ଏହାର ଚେର ଉପାଦେୟ ଅଟେ ।
- ନୂଆ କାଣ୍ଡଗୁଡ଼ିକ ଦାନ୍ତ ପାଇଁ ବହୁତ ଭଲ ଅଟେ ।[୩]
- ମଳୟ ପେନିନସୁଲାରେ ଏହାର ପତ୍ର କାଶ ଓଷଧରେ ବ୍ୟବହୃତ ହୁଏ ।
- ଅମ୍ବନ ଦ୍ୱିପରେ ଏହାର ଚେର ଦେହରେ ଚରି ଯାଇଥିବା ବିଷ ଓ ବୃକକ ଷ୍ଟୋନ ଦୂରୀକରଣ ପାଇଁ ବ୍ୟବହୃତ ହୁଏ ।
ଆଧାର
[ସମ୍ପାଦନା]- ↑ "The Plant List: A Working List of All Plant Species". Archived from the original on 2018-11-23. Retrieved 2015-09-27.
- ↑ The Royal Horticultural Society Dictionary of Gardening ed. Chittenden,Fred J. 2nd ed. by Synge,Patrick M. Volume IV : Pt-Zy, p.2074 (as T. coronaria). Pub. Oxford at the Clarendon Press 1965. Reprinted 1984. ISBN 0-19-869106-8
- ↑ Ethnomedicinal Practices for Oral Health and Hygiene of Tribal Populations of Wayanad, Kerala Deepha K.C., Maji Jose, Vishnudas Prabhu International Journal of Research in Ayurveda and Pharmacy, 2(4), 2011 pps.146-150.