Jump to content

ଜୋନାଥନ ଫ୍ରାନଜେନ

ଉଇକିପିଡ଼ିଆ‌ରୁ
ଜୋନାଥନ ଫ୍ରାନଜେନ
Franzen at the 2011 Time 100 gala
Franzen at the 2011 Time 100 gala
ଜନ୍ମ ଓ ଜନ୍ମସ୍ଥାନJonathan Earl Franzen
(1959-08-17) ଅଗଷ୍ଟ ୧୭, ୧୯୫୯ (ବୟସ ୬୬)
Western Springs, Illinois, United States
ବୃତ୍ତିNovelist, essayist
ଜାତୀୟତାAmerican
ସମୟ1988–present
ଶୈଳୀLiterary fiction
ସାହିତ୍ୟର ଆନ୍ଦୋଳନSocial realism,[][] New Sincerity
ସାହିତ୍ୟ କୃତିThe Corrections (2001), Freedom (2010)
ପୁରସ୍କାରNational Book Award
2001
James Tait Black Memorial Prize
2002
ୱେବସାଇଟ
jonathanfranzen.com

ସମସାମୟିକ ଆମେରିକୀୟ କଥା ସାହିତ୍ୟର ଏକ ଅତି ଜଣାଶୁଣା ନାମ ହେଉଛି ଜୋନାଥନ ଫ୍ରାନଜେନ । ଜୋନାଥନଙ୍କ ନାମ ସାହିତ୍ୟରେ ଚର୍ଚ୍ଚା ହେବା ମାତ୍ରେ ଆଖି ଆଗକୁ ଆସେ ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ "ଦି କରେକସନ୍ସ" । ୨୦୧୧ରେ ପ୍ରକାଶିତ ଏହି ଉପନ୍ୟାସକୁ ଜୋନାଥନଙ୍କ ଜୀବନର ଏକ ମାଇଲ ଖୁଣ୍ଟ ବୋଲି ବିବେଚନା କରାଯାଏ । ସମାଲୋଚକଙ୍କ ମତରେ ଏହି ଉପନ୍ୟାସ ହେଉଛି ବିଶ୍ୱ ସାହିତ୍ୟକୁ ଜୋନାଥନଙ୍କର ଏକ ଅନବଦ୍ୟ ଉପହାର । ସମସାମୟିକ ସମୟକୁ ଦେଖିବା ପାଇଁ ଏହା ହେଉଛି ଏକ ଦର୍ପଣ । ସଧାରଣ ଭାବେ ଦେଖିଲେ ଏହା ଏକ ଫ୍ୟାମିଲି ଡ୍ରାମା । ଏହି ଉପନ୍ୟାସ ପାଇଁ ଜୋନାଥନଙ୍କୁ ମିଳିଥିଲା ନ୍ୟାସନାଲ ବୁକ ଆୱାର୍ଡ, ପୁଲିଜର ପୁରସ୍କାର, ଜେମ୍ସ ଟେଟ ବ୍ଲାକ ମେମୋରିଆଲ ପ୍ରାଇଜ୍ । ଏହାବ୍ୟତିତ, ଏହି ପୁସ୍ତକ ଇଣ୍ଟରନ୍ୟାସନାଲ ଇମ୍ପାକ ଡବଲୀନ ଲିଟେରାରୀ ଆୱାର୍ଡ ପାଇଁ ମଧ୍ୟ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିଲା । ସେହିପରି ଟଙ୍କାର8 ଆଉ ଏକ ଉପନ୍ୟାସ ହେଉଛି "ଫ୍ରିଡମ" । ୨୦୧୦ରେ ପ୍ରକାଶିତ ଏହି ଉପନ୍ୟାସ ସମ୍ପର୍କରେ 'ଟାଇମ ମାଗାଜିନ୍' କହିଥିବା କଥାଟି ହେଉଛି - "(ଫ୍ରିଡମ)ର ବାର୍ତ୍ତା ଆଧୁନିକ ସମାଜ ପାଇଁ ଏକ ଦିଗବାରେଣୀ ସଦୃଶ ।" ଏହି ଉପନ୍ୟାସ ପ୍ରକାଶ ପାଇବା ପରେ 'ଟାଇମ ମାଗାଜିନ୍' ପକ୍ଷରୁ ଜୋନାଥନଙ୍କୁ "ଗ୍ରେଟ ଆମେରିକାନ୍ ନୋଭେଲିଷ୍ଟ" ତାଲିକାଭୁକ୍ତ କରାଯାଇଥିଲା ।

ପ୍ରାଥମିକ ଜୀବନ

[ସମ୍ପାଦନା]

୧୯୫୯ ମସିହା ଅଗଷ୍ଟ ୧୭ ତାରିଖରେ ଇଲିନଏର ୱେସ୍ଟର୍ଣ୍ଣ ସ୍ପ୍ରିଙ୍ଗସଠାରେ ଜନ୍ମ ହୋଇଥିଲେ ଜୋନାଥନ [] । ବାପାଙ୍କ ନାମ ଆର୍ଲ ଟି. ଫ୍ରାନଜେନ ଏବଂ ମା'ଙ୍କ ନାମ ଇରାନୀ ଫ୍ରାନଜେନ [][] । ଆର୍ଲ ଟି. ଫ୍ରାନଜେନ ମୂଳତଃ ଜଣେ ସ୍ୱିଡ଼େନ୍ ନିବାସୀ । ତାଙ୍କ ପରିବାରରେ ଉଭୟ ସ୍ୱିଡ଼େନ୍ ତଥା ନରୱେର ଲୋକମାନଙ୍କୁ ଦେଖିବାକୁ ମିଳିଥାଏ । ଜୋନାଥନ, ଇଲିନଏରରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର ବାଲ୍ୟକାଳ ମିସୌରିର ସେଣ୍ଟ ଲୁଇସଠାରେ ବିତିଥିଲା । ସେ ସ୍ୱାର୍ଦମର କଲେଜରୁ ଜର୍ମାନ ଭାଷା ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସ୍ନାତକ କରୁଥିବା ବେଳେ ସେ ବୃତ୍ତି ପାଇ ଜର୍ମାନୀ ଯାତ୍ରା କରିଥିଲେ ଓ ସେଠାକାର ଏକ ଷ୍ଟେଟ ୟୁନିଭରସିଟି କିଛିଦିନ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଲାଭ କରିଥିଲେ । ସେଠାରେ ତାଙ୍କର ମାଇକେଲ ଏ. ମାର୍ଟନ୍ ନାମକ ଜଣେ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇଥିଲା । ମାର୍ଟନଙ୍କ ବ୍ୟକ୍ତିତ୍ୱରେ ସେ ଏଭଳି ପ୍ରଭାବିତ ହୋଇଥିଲେ ଯେ, ତାଙ୍କର ଚର୍ଚ୍ଚିତ ଉପନ୍ୟାସ "ଫ୍ରିଡମ"ରେ ସେ ତାଙ୍କୁ ଏକ ପ୍ରମୁଖ ଚରିତ୍ର ଭାବେ ସ୍ଥାନ ଦେଇଥିଲେ । "ଫ୍ରିଡମ" ଉପନ୍ୟାସରେ ପାଠକମାନେ ଯେଉଁ ୱାର୍ଲଟର୍ ବର୍ଗୁଲାଣ୍ଡ ଚରିତ୍ରଙ୍କୁ ଭେଟନ୍ତି ସେ ଆଉ କେହି ନୁହନ୍ତି; ସେ ହେଉଛନ୍ତି ମାଇକେଲ ଏ. ମାର୍ଟନ୍ । ମାଇକେଲ ଓ ତାଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ଥିଲା । ମାଇକେଲ ମଧ୍ୟ ତାଙ୍କୁ ଜର୍ମାନୀ ଭାଷା ଶିଖିବାରେ ଯଥେଷ୍ଟ ସହାୟତା କରିଥିଲେ । ଗ୍ରାଜୁଏସନ୍ କରିବା ବେଳେ ସେ ବିବାହ କରିଥିଲେ ଓ ଜଣେ ଔପନାସିକ ଭାବରେ କ୍ୟାରିଅର କରିବା ପାଇଁ ବୋଷ୍ଟନ୍ ଯାତ୍ରା କରିଥିଲେ । "ଦି ଟ୍ୱେଣ୍ଟି-ସେଭେନ୍ ସିଟି" ହେଉଛି ଜୋନାଥନଙ୍କ ପ୍ରଥମ ଉପନ୍ୟାସ , ଯାହା ତାଙ୍କୁ ପ୍ରଥମ ଉପାର୍ଜନର ସ୍ୱାଦ ଆଣିଦେଇଥିଲା ।

ଦି ନ୍ୟୁୟର୍କର ଏବଂ ଜୋନାଥନ

[ସମ୍ପାଦନା]

ଜୋନାଥନଙ୍କ ସର୍ଜନଶିଳା ପ୍ରତିଭାକୁ ବିକଶିତ କରିବା ଦିଗରେ ଯଦି କାହାର ବେଶୀ ହାତ ଥାଏ ତାହା ହେଲେ ତା'ହେଉଛି ପ୍ରସିଦ୍ଧ "ଦି ନ୍ୟୁୟର୍କର" ମାଗାଜିନ୍ । ଏକଦା ଏମିତି ଏକ ସମୟ ଥିଲା, ଯେତେବେଳେ ଜୋନାଥନ ଥିଲେ "ଦି ନ୍ୟୁୟର୍କର"ର ମୁଖ୍ୟ ଲେଖକ । ତାଙ୍କୁ ସେଥିପାଇଁ ପେଟ ଲେଖକର ନିନ୍ଦା ମଧ୍ୟ ଶୁଣିବାକୁ ପଡ଼ିଥିଲା । ଲେଖକ ହେବାର ଲକ୍ଷ ନେଇ ବୋଷ୍ଟନ୍ ଯିବା ପରେ ଜୋନାଥନ ଯେତେବେଳେ ଯାତ୍ରା କରୁଥିଲେ , ସେତେବେଳେ ଏହି ମାଗାଜିନ୍ ସହାୟତାର ହାତ ବଢ଼ାଇ ଥିଲା । କେବଳ ଉପନ୍ୟାସ ନୁହେଁ ଅନେକ ପ୍ରବନ୍ଧ ଓ ଲଘୁ ଆଲୋଚନା ମଧ୍ୟ ସେ ଲେଖିଥିଲେ , ଯାହା ପାଠକମାନଙ୍କ ନିକଟରେ ଆଦୃତ ହୋଇଥିଲା । ୨୦୦୨ ମସିହାରେ କେତେକ ଶ୍ରେଷ୍ଠ ଲେଖକଙ୍କ ଉପନ୍ୟାସକୁ ନେଇ ଏକ ସମାଲୋଚନା ମୂଳକ ଅଲେଖ୍ୟ ରଚନା କରିଥିଲେ ଜୋନାଥନ । ଏହା ପ୍ରକାଶ ପାଇଥିଲା "ଦି ନ୍ୟୁୟର୍କର"ରେ । ସେ ଏହାକୁ ଧାରାବାହିକ ଭାବେ ଲେଖୁଥିଲେ । ତାଙ୍କର ଏହି ସ୍ତମ୍ଭର ନାମ ଥିଲା "ମିଷ୍ଟର ଡ଼ିଫିକଲ୍ଟ" । ଏଥିରେ ପ୍ରଥମ ଔପନାସିକ ଭାବେ ନେଇଥିଲେ "ୱିଲିୟମ ଗାଦିସ"ଙ୍କୁ । ଏହି ଧାରାବାହିକ ସ୍ତମ୍ଭଟି ବେଶ ଲୋକପ୍ରିୟତା ହାସଲ କରିଥିଲା ଓ ପାଠକମାନେ ଏହାକୁ ଏକ ଉଚ୍ଚକୋଟୀର ସମାଲୋଚନା ବୋଲି ବିବେଚନା କରିଥିଲେ ।

୧୯୮୨ ମସିହାରେ ଜୋନାଥନଙ୍କ ବିବାହ "ଭାଲେରି କର୍ନେଲ"ଙ୍କ ସହ ହୋଇଥିଲା । ୧୯୯୪ ମସିହାରେ ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା [] । ସମ୍ପ୍ରତି ନିଜର ଗାର୍ଲଫ୍ରେଣ୍ଡ ତଥା ଲେଖିକା "କ୍ୟାଥି ଚେକୋଭି"ଙ୍କ ସହିତ ଜୋନାଥନ୍ କାଲିଫର୍ନିଆର ଅଧିବାସୀ [][][]

  1. "Time 100 Candidates: Jonathan Franzen". Time Magazine. April 4, 2011. Archived from the original on 2013-08-23. Retrieved 2014-11-19.
  2. Hayden East (November 18, 2014). "New Jonathan Franzen novel Purity features Snowden-like hacker". The Telegraph. Retrieved 2014-11-19.
  3. "Jonathan Franzen Biography – Bio of Jonathan Franzen". Contemporary Literature. Archived from the original on 2011-07-23. Retrieved 2016-09-15.
  4. Matassa Flores, Michele (September 15, 2010). "A sweaty-palmed night with Jonathan Franzen". Crosscut.com. Archived from the original on 2011-07-21. Retrieved 2011-08-20.
  5. "Jonathan Franzen's struggle for 'Freedom'". Star Tribune. Archived from the original on 2013-10-22. Retrieved 2016-09-15.
  6. Eakin, Emily (2001-09-02). "Jonathan Franzen's Big Book". The New York Times.
  7. "Jonathan Franzen". The New Yorker. Archived from the original on 2009-11-30. Retrieved 2016-09-15.
  8. "How to Read a Novelist". Work in Progress. Retrieved 3 June 2015.
  9. "Interview with Jonathan Franzen". Telegraph.co.uk. 1 October 2010. Retrieved 3 June 2015.