ଜୈବପ୍ରଯୁକ୍ତି

ଉଇକିପିଡ଼ିଆ ରୁ
Jump to navigation Jump to search

ଜୈବ ପ୍ରଯୁକ୍ତିବିଦ୍ୟା ବା ବାୟୋଟେକ୍ନୋଲୋଜି ଦୁଇଟି ଶବ୍ଦର ସମିଶ୍ରଣରୁ ସୃଷ୍ଟ: biology (ଅର୍ଥାତ୍ ଜୀବବିଜ୍ଞାନ) ଓ technology (ଅର୍ଥାତ୍ ପ୍ରଯୁକ୍ତିବିଦ୍ୟା)। ଜୀବ ଓ ସେମାନଙ୍କ ଜୈବିକ ପ୍ରକ୍ରିୟା ଯଥା ଜୈବରସାୟନ, ଅଣୁଜୀବ ବିଜ୍ଞାନ, ଜିନୀୟ ଯାନ୍ତ୍ରିକବିଦ୍ୟା ଇତ୍ୟାଦିର ଶିଳ୍ପଭିତ୍ତିକ ପ୍ରୟୋଗଦ୍ୱାରା ମନୁଷ୍ୟ ସମାଜର ହିତ ପାଇଁ ଅଣୁଜୀବର ସର୍ବୋତ୍ତମ ବ୍ୟବହାରକୁ ଜୈବପ୍ରଯୁକ୍ତି ବିଦ୍ୟାର ସଂଜ୍ଞା କୁହାଯାଏ । ବ୍ୟାବସାୟ ଭିତ୍ତିରେ ଖାଦ୍ୟ ତଥା ପାନୀୟ ପ୍ରସ୍ତୁତି, କୃଷି ଉତ୍ପାଦନ ବୃଦ୍ଧି, ଜଟିଳ ରୋଗର ନିଦାନ ଓ ଚିକିତ୍ସା, ଅପରାଧ ନିର୍ଣ୍ଣୟ ଇତ୍ୟାଦିରେ ଜୈବପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଯଦିଓ ପ୍ରାଚୀନ କାଳରୁ ଜୈବପ୍ରଯୁକ୍ତି ବିଦ୍ୟାକୁ ପାରମ୍ପରିକ କୃଷି, ଖାଦ୍ୟ ତଥା ପାନୀୟ ପ୍ରସ୍ତୁତିରେ ବ୍ୟବହାର ହୋଇଆସିଛି, ୧୯୭୦ ଦଶକରେ ଜିନୀୟ ଯାନ୍ତ୍ରିକ ବିଦ୍ୟାର ଅଭ୍ୟୁଥାନ ପରେ ଆଧୁନିକ ଜୈବପ୍ରଯୁକ୍ତି ବିଦ୍ୟାକୁ ଜନ୍ମ ଦେଲା। କାର୍ଲ୍ ଇରେକ୍ୟ (Károly Ereky)ଙ୍କୁ ଜୈବପ୍ରଯୁକ୍ତି ବିଦ୍ୟାର ଜନକ ଭାବେ ଗ୍ରହଣ କରାଯାଏ [୧]

ଇତିହାସ[ସମ୍ପାଦନା]

ଜୈବ ପ୍ରଯୁକ୍ତିବିଦ୍ୟାର ଇତିହାସକୁ ଚାରୋତଟି ପର୍ଯ୍ୟାୟରେ ବର୍ଣ୍ଣନା କରାଯାଇପାରେ[୨]

  1. ପ୍ରାକ୍-ପାଶ୍ଚର ଯୁଗ: ବିଭ୍ଭିନ୍ନ ଦେଶରେ ଏବଂ ବିଭ୍ଭିନ୍ନ ସଭ୍ୟତାରେ ଅଣୁଜୀବ ମାନଙ୍କୁ ଖାଦ୍ୟ ତଥା ପାନୀୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଛି। ଘରେ ମା' ମାନେ ଦୁଧରୁ ଦହି ପ୍ରସ୍ତୁତ କରିଥାନ୍ତି। ଦୋସା, ଇଡିଲି ତଥା ବିରି ତିଆରି ପିଠା ପାଇँ ରାତିରୁ ବିରିକୁ ବାଟି ଖଟା ହେବାପାଇँ ରଖିଦିଅନ୍ତି। ବିଭ୍ଭିନ୍ନ ଫଳକୁ ସଶୁଖାଇ ବା ଆଚାର ମାଧ୍ୟମରେ ଅନେକ ଦିନ ରଖାଯାଇପାରେ। ସେହିପରି କେକ୍, ପାଉँରୁଟି, ବିୟ୍ର୍ ଇତ୍ୟାଦିର ପ୍ରସ୍ତୁତିରେ ଇଷ୍ଟ୍ ପାଉଡର୍ ବ୍ୟବହାର କରଯାଏ। ଏହିସବୁ ପଦ୍ଧତିର ବିକାଶ ସମୟରେ ସେମାନଙ୍କ ପଛରେ ଥିବା ବିଜ୍ଞାନ ଜଣାନାଥିଲା। ପିଢି ପରେ ପିଢି ଏହି ପଦ୍ଧତିସବୁ ପରମ୍ପରା ହିସାବରେ ପ୍ରଚଳିତ ହୋଇଆସୁଥିଲା ଏବଂ ଜୈବ ପ୍ରଯୁକ୍ତିବିଦ୍ୟାର ମୂଳ ଦୂଆ ସ୍ଥାପନ କରିବାରେ ସହାୟକ ହେଲା।
  2. ପାଶ୍ଚର ଯୁଗ: ବିଂଶ ଶତବ୍ଦିର ପ୍ରଥମାର୍ଦ୍ଧରେ ଅଣୁଜୀବ ବିଜ୍ଞାନର ବିକାଶ ହେଲା। ଲୁଇ ପାଶ୍ଚର ଆବିଷ୍କାର କଲେ ଯେ ଅଣୁଜୀବ ମାନେ କିଣ୍ୱନ (fermentation) ପ୍ରକ୍ରିୟାରେ ମୂଖ୍ୟ ଭୁମିକା ଗ୍ରହଣ କରିଥାନ୍ତି। ପରେ ପରେ ବଚ୍ନର୍ ଇଷ୍ଟ୍ରୁ ଏକ ଏନଜାଇମ୍ ବାହର କଲେ ଯାହା କି ଶର୍କରାକୁ ସୁରାରେ ପରିଣତ କରେ। ଏହି ସ୍ୱୁ ଆବିଷ୍କାରମାନ ଅଣୁଜୀବକୁ ବ୍ୟବହାର କରି ବିଭ୍ଭିନ୍ନ ପ୍ରକାରର ରସାୟନ ଯଥା: ସାଇଟ୍ରିକ୍ ଏସିଡ୍, ଲାକ୍ଟିକ୍ ଏସିଡ୍, ଆସେଟୋନ୍, ବ୍ୟୁଟାନୋଲ୍ ଓ ଗ୍ଲିସେରୋଲ୍ର ବହୁଳ ଉତ୍ପାଦନରେ ସାହଯ୍ୟ କଲା।
  3. ଶିଳ୍ପଭିତ୍ତିକ ବିକାଶର ଯୁଗ: ୧୯୨୮ ମସିହରେ ଆଲେକଜାଣ୍ଡେର୍ ଫ୍ଲେମିଂ ଏକ ଫିମ୍ପି ପ୍ରଜାତିରୁ ପେନିସିଲିନ୍ ନାମକ ରସାୟନ ଆବିଷ୍କାର କଲେ ଯାହା କି ବହୁଳ ମାତ୍ରାରେ ଜିବଘ୍ନ ବା ଆଣ୍ଟିବାୟୋଟିକ୍ (antibiotic) ପ୍ରସ୍ତୁତ୍ କରିବାରେ ବ୍ୟବହୃତ ହେଲା।
  4. ଆଧୁନିକ ଯୁଗ: ୧୯୫୩ ମସିହରେ ଡି.ଏନ୍.ଏର ଆବିଷ୍କାର ସହିତ ଆଧୁନିକ ଜୀବବିଜ୍ଞାନର ଆରମ୍ଭହେଲା। ଜୈବ-ଆଣବିକ କ୍ରୀୟା ଯଥା: ଡି.ଏନ୍.ଏ ସ୍ୱ-ପ୍ରତିଫଳନ, ଆର୍.ଏନ୍.ଏ ସଂଶ୍ଲେଷଣ, ପୃଷ୍ଟିସର ବା ପ୍ରୋଟିନ୍ ସଂଶ୍ଲେଷଣ ଇତ୍ୟାଦିର ବିଶଦ ଧରଣା, ପି.ସି,ଆର୍ (PCR) ପଦ୍ଧତିର ବିକାଶ ଫଳରେ ଜିନୀୟ ଯାନ୍ତ୍ରିକବିଦ୍ୟାର ଜନ୍ମନେଲା। ଜିନୀୟ ଯାନ୍ତ୍ରିକବିଦ୍ୟାଦ୍ୱାରା ବ୍ୟାକ୍ଟେରିଆ ପରି ଅଣୁଜୀବ ମାନଙ୍କ ଡି.ଏନ୍.ଏକୁ ଅତିସହଜରେ ପରିବର୍ତ୍ତନ କରି କମ୍ ଖର୍ଚରେ ବିଭ୍ଭିନ୍ନ ବହୁ ଉପଯୋଗି ରସାୟନ ପ୍ରସ୍ତୁତ କରିପାରାଗଲା। ପରେ ପରେ ପ୍ରାଣୀ ଏବଂ ଉଦ୍ଭିଦ ମାନଙ୍କ ଡି.ଏନ୍.ଏକୁ ପରିବର୍ତ୍ତନ କରାଯାଇପାରିଲା। ଏମାନଙ୍କୁ ଜେନେଟିକାଲି ମୋଡିଫାଇଡ୍ ଅରଗାନିଜ୍ମ୍ (GMO) କୁହାଗଲା।

ଜୈବ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ[ସମ୍ପାଦନା]

ସ୍ୱାସ୍ଥ୍ୟ ଓ ଔଷଧ[ସମ୍ପାଦନା]

ଜୈବ ପ୍ରଯୁକ୍ତିବିଦ୍ୟା ଚିରଚରିତ ଚିକିସ୍ଛା ପଦ୍ଧତିରେ ଅନେକ ପରିରର୍ତ୍ତନ ଆଣିଛି। ବହୁଳ ଉତ୍ପାଦନ ଯୋଗୁँ ଶସ୍ତା ଔଷଧ ଉପଲ୍ବଧ ହୋଇପରୁଛି। ଜିନୀୟ ଯାନ୍ତ୍ରିକବିଦ୍ୟାଦ୍ୱାରା ଇନ୍ସୁଲିନ୍, ପେନିସିଲିନ୍ ଭଳି ଅତ୍ୟାବଶ୍ୟକୀୟ ଔଷଧର ବହୁଳ ପ୍ରସ୍ତୁତି ଯୋଗୁँ ସୁଲ୍ଭ୍ ମୂଲ୍ୟରେ ଉପଲବ୍ଧ ହେଇପରୁଛି। ଜେନଟେକ୍ ନାମକ ଏକ କମ୍ପାନୀ ୧୯୭୮ ମସିହାରେ ପ୍ରଥମେ ଇସଚେରଚିଆ କୋଲାଇ (Escherichia coli) ବୀଜଣୁରେ ମାନବ ଇନ୍ସୁଲିନ୍ ଜିନ୍ ପ୍ରତ୍ୟରୋପଣ କରି ଇନ୍ସୁଲିନ୍ର ବହୁଳ ଉତ୍ପାଦନ କରିଥିଲା [୩]। ପୁର୍ବରୁ ଗାଇ, ଘୁଷୁରି, ଘୋଡା ପରି ଜୀବ ମାନଙ୍କଠାରୁ ଇନ୍ସୁଲିନ୍ ବାହର କରାଯାଉଥିଲା, ତେଣୁ ଏହି ଔଷଧର ମୂଲ୍ୟ ବହୁତ ପଡୁଥିଲା ଏବଂ ନିରପଦ ମଧ୍ୟ ନଥିଲା [୪]। ପରେ ପରେ ଆହୁରି ବହୁତ ପ୍ରକାରର ଔଷଧ ଏହି ଉପାୟରେ ପ୍ରସ୍ତୁତ କରାଗଲା।

ରୋଗର ନିରାକରଣ ପରି ରୋଗ ଚିହ୍ନଟ କରିବା ବହୁତ ଗୁରୁତ୍ତ୍ୱପୁର୍ଣ୍ଣ। ଜୈବ ପ୍ରଯୁକ୍ତିବିଦ୍ୟା ଦ୍ୱରା ସଠିକ୍ ଏବଂ ସରଳ ରୋଗ ନିର୍ଣ୍ଣୟ (ଡାଇଗ୍ନୋଷ୍ଟିକ୍) ପଦ୍ଧତି ବିକଶିତ ହୋଇପରିଛି। ଏହ ସମ୍ଭବ ହୋଇପାରିଛି ଆଣବିକ ଜୀବବିଜ୍ଞାନରେ ଉନ୍ନତି ଯୋଗୁँ। ମ୍ୟାଲେରିଆ, ଗର୍ଭଧାରଣ ଇତ୍ୟାଦିରେ ବ୍ୟବହୃତ କିଟ୍ (sandwich ELISA) ଆଜି ଘରେ ଘରେ ପରିଚିତ।

ଆଧୁନିକ ଚିକିତ୍ସା ବ୍ୟବସ୍ଥରେ ଟୀକା ଏବଂ ଜିବଘ୍ନର ବିଶେଷ ଭୁମିକା ରହିଛି। ଯେକୈଣସି ରୋଗକାରକ ଅଣୁଜୀବ ଆମ ଶରୀରରେ ପ୍ରବେଶ କଲେ ସେଗୁଡିକୁ ପ୍ରତିରୋଧ କରିବାପାଇँ ଶରୀର ଭିତରେ ପ୍ରତିପିଣ୍ଡ (antibody) ତିଆରି ହୋଇଥାଏ। ପୁର୍ବରୁ ଟୀକାକରଣ ପାଇँ ମୃତ କିମ୍ବା ଦୁର୍ବଳ ଅଣୁଜୀବକୁ ଶରୀରରେ ପ୍ରବେଶ କରିବାକୁ ଦିଆଯାଉଥିଲା, ଯହାକି ସଂପୁର୍ଣ୍ଣ ନିରାପଦ ନଥିଲା। ଜିନୀୟ ଯାନ୍ତ୍ରିକବିଦ୍ୟା ଦ୍ୱରା କେବଳ ପ୍ରତିପିଣ୍ଡ ସୃଷ୍ଟିକାରୀ ପଦର୍ଥ ଯେପରିକି ପ୍ରୋଟିନ୍, ଶର୍କରା ଇତ୍ୟଦି ଉତ୍ପନ୍ନ କରଯାଇପାରିବ। ସଂପୂର୍ଣ୍ଣ ଅଣୁଜୀବ ପରିବର୍ତ୍ତେ ପ୍ରତିପିଣ୍ଡ ସୃଷ୍ଟିକାରୀ ପଦର୍ଥକୁ ନିରାପଦରେ ଟୀକାକରଣ ପାଇँ ବ୍ୟବହର କରାଯାଉଛି।

ଚିକିତ୍ସା ବିଜ୍ଞାନର ନୂତନ ଦିଗନ୍ତ ହେଉଛି ଜେନେଟିକ୍ ଥେରାପି। ଜିନ୍ ଉପରେ ପ୍ରାଣୀର ସମସ୍ତ ଲକ୍ଷଣର ପରିପ୍ରକାଶ ନିର୍ଭର କରେ। ଜିନୀୟ ସ୍ତରରେ କୈଣସି ପ୍ରକାରର ଅସ୍ୱଭାବିକ ପରିବର୍ତ୍ତନ ହେଲେ କ୍ୟାନସର୍ ବା କର୍କଟ ପରି ଦୁଃସାଧ୍ୟ ରୋଗ ହୋଇଥାଏ। ଜିନ୍ ଥେରାପି ଚିକିତ୍ସାରେ ରୋଗିର ଜୀବକୋଷରୁ ରୋଗଗ୍ରସ୍ତ ଜିନ୍କୁ ସାଧରଣ ଜିନ୍ ଦ୍ୱରା ପରିବର୍ତ୍ତନ କରିଦିଆଯାଏ। ତେଣୁ କ୍ୟାନସର୍ ଏବଂ ବ୍ରେନ୍ ଟ୍ୟୁମର୍ ଭଳି ଦୁଃସାଧ୍ୟ ରୋଗର ମଧ୍ୟ ଚିକିତ୍ସା ସମ୍ଭବ ହୋଇପାରିବ। ଭବିଷ୍ୟତରେ ଜିନ୍ ଥେରାପିଦ୍ୱାରା ହିଁ ଚିକିତ୍ସା କ୍ଷେତ୍ରରେ ଉନ୍ନତି ହୋଇପାରିବ ବୋଲି ଅନେକ ଡାକ୍ତର ମତବ୍ୟକ୍ତ କଲେଣି [୫]। ଅନେକ ଦୁଃସାଧ୍ୟ ତଥା ଅନୁବଂଶିୟ ରୋଗରେ ଜିନ୍ର ଗୁରୁତ୍ୱ ଜଣାପଡିବା ପରେ ପ୍ରତ୍ୟେକ ମାନବ ଜିନୋମ୍ ସିକ୍ୟେନ୍ସିଙ୍ଗ୍ର କାର୍ଯ୍ୟ ଆରମ୍ଭ ହେଲା। ୧୯୯୦ ମସିହରେ ଆରମ୍ଭହୋଇ ୨୦୦୩ ମସିହାରେ ଏହି ପ୍ରୋଜେକ୍ଟ ଶେଷ ହୋଇଥିଲା। ଏହି ଜଟିଳ ତଥ୍ୟକୁ ଅନୁଶୀଳନ କରିବାପାଇ କମ୍ପୁଟର ବ୍ୟବହର କରାଯାଇଥିଲା ତଥା ବିଭ୍ଭିନ୍ନ ସଫ୍ଟୱେୟାର ଓ ଆଲଗୋରିଦମ୍ ବିକାଶ କରାଗଲା। ଫଳରେ ଜୈବ ସୂଚନାପ୍ରଯୁକ୍ତିବିଦ୍ୟା ବା ବାୟୋଇନଫର୍ମାଟିକ୍ସ (bioinformatics)ର ଗୁରୁତ୍ୱ ବୃଦ୍ଧି ପାଇଲା। ମାନବ ଜିନୋମ୍ ସିକ୍ୟେନ୍ସିଙ୍ଗ୍ର ସମସ୍ତ ତଥ୍ୟ ଇଣ୍ଟରନେଟ୍ରେ ଉପଲବ୍ଧ [୬]। ବର୍ତ୍ତମାନ ୧୮୦୦ରୁ ଉର୍ଦ୍ଧ୍ୱ ରୋଗ ସୃଷ୍ଟିକାରୀ ଜିନ୍ ଖୋଜାଜାଇସରିଲାଣି [୭]

କୃଷି[ସମ୍ପାଦନା]

ଜନସଂଖ୍ୟାବିସ୍ଫୋରଣ ତଥ ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ଖଦ୍ୟାଭାବ ବଢିବାରେ ଲାଗିଛ୍ହି। ପାରମ୍ପରିକ ପଦ୍ଧତିରେ ବଢିଛଲିଥିବା ଖଦ୍ୟାଭାବକୁ ଦୁରେଇବା କଷ୍ଟକର କାମ। ଜିନୀୟ ଯାନ୍ତ୍ରିକବିଦ୍ୟା ଦ୍ୱରା ଜିନୀୟ ସ୍ତରରେ ଅଦଳ ବଦଳ କରି ଅନେକ ଉନ୍ନତ କିସମ୍ର ଉଦ୍ଭିଦ ତିଆରି କରାଯାଇପରୁଛି। ଫଳରେ "ଜିନ୍ ବିପ୍ଲବ"ର ଗୁରୁତ୍ୱ ବୃଦ୍ଧି ପାଇବରେ ଲଗିଛ୍ହି। ଏହି ପଦ୍ଧତିରେ ଅଧିକ ଅମଳକ୍ଷମ ଫସଲର କିସମ ଯେପରିକି:

  1. ତୃଣକମାରୀ ଗୁଣବିଶିଷ୍ଟ
  2. କୀଟ ପ୍ରତିରୋଧ ଗୁଣବିଶିଷ୍ଟ
  3. ରୋଗ ସୃଷ୍ଟକାରୀ ଅଣୁଜୀବ (ଭୁତଣୁ, ବୀଜାଣୁ) ଏବଂ କବକ (ଫିମ୍ପି) ପ୍ରତିରୋଧୀ
  4. ଅଧିକା ଖାଦ୍ୟସାର ପ୍ରଦନକରୀ
  5. ଅନ୍ୟାନ୍ୟ ବ୍ୟବସାୟିକ ଗୁଣବିଶିଷ୍ଟ

ଉଦ୍ଭିଦ ସୃଷ୍ଟି କରାଯାଉଛି। ଏହି ପଦ୍ଧତିରେ ସୃଷ୍ଟ ଉଦ୍ଭିଦ/ଶସ୍ୟକୁ "ଟ୍ରାନ୍ସଜେନିକ୍" ବା ଜିନ୍ ପରିବର୍ତ୍ତିତ ଉଦ୍ଭିଦ ବା ଜେନେଟିକାଲି ମୋଡିଫାଇଡ୍ ଅରଗାନିଜ୍ମ୍ (GMO) କୁହାଯାଏ [୮]। କେତେକ ବିଶେଷ ଟ୍ରାନ୍ସଜେନିକ୍ ଉଦ୍ଭିଦ ଗୁଡିକ ହେଲା:

ସୁବର୍ଣ୍ଣ ଧାନ[୯] ଧାନର ଏକ ଟ୍ରାନ୍ସଜେନିକ୍ କିସମ ଯେଉଥିରେ ଖଦ୍ୟସାର-କ (vitamin-A) ଥଏ। ଦେଖିବକୁ ଏହା ସଧରଣ ଚାଉଳ ପାରି ହୋଇଥିଲେ ହେ, ଏହାର ରଙ୍ଗ ଇଷତ୍ ହଳଦିଆ ଦେଖାଯଏ। କାରଣ ଏହି ଧନର ଭୃଣପୋଷ (endosperm)ରେ ଥିବା ବିଟା-କାରୋଟିନ। ବିଟା-କାରୋଟିନ ଆମ ଶରୀରକୁ ଯାଇ ଖଦ୍ୟସାର-କରେ ପରିବର୍ତ୍ତିତ ହୋଇଥାଏ। ଏହି ରସୟନ ଉଦ୍ଭିଦରେ ପତ୍ରରେ ତିଆରି ହେଉଥିଲେ ହେ ଭୃଣପୋଷରେ ତିଆରି ହୋଇପରେନି। ଦୁଇଟି ଜିନ୍ ଫାଇଟିନ୍ ସିନ୍ଥେଜ୍ (phytoene synthase, psy) ଓ ଫାଇଟିନ୍ ଡିସାଚୁରେଜ୍ (phytoene desaturase, crt I)କୁ ଭୃଣପୋଷରେ ପରିପ୍ରକାଶ କରିବା ଦ୍ୱରା ଶସ୍ୟରେ ବିଟା-କାରୋଟିନ ସାଇତା ଯାଇପାରିବ। ପ୍ରଥମ ଜିନ୍ଟି ଡାଫେଡିଲ୍ ଫୁଲ ଗଛରୁ ଏବଂ ଦ୍ୱିତିୟ ଜିନ୍ଟି ବୀଜଣୁ Pantoea ananatis (ପୁରୁଣା ନାମ Erwinia uredovora)ରୁ ଆଣି ଧାନ ଭୃଣପୋଷରେ ପରିପ୍ରକାଶ କରଗଲା। ଫଳରେ ୧୯୯୯ ମସିହାରେ ସୁବର୍ଣ୍ଣ ଧାନ-୧କୁ ବିକଶିତ କରାଗଲା। ୨୦୦୫ ମସିହାରେ ମକା ଗଛର ଫାଇଟିନ୍ ସିନ୍ଥେଜ୍ ଜିନ୍କୁ ନେଇ ସୁବର୍ଣ୍ଣ ଧାନ-୨ ବିକଶିତ ହେଲା।

ବିଟି କଟନ୍ ଏବଂ ବିଟି ବାଇଗଣ[୧୦] ରୋଗପ୍ରତିରୋଧି ଟ୍ରାନ୍ସଜେନିକ୍ କିସମ। ସାଧରଣତ୍ କୀଟପତଙ୍ଗ, ବୀଜଣୁ, କବକ ଦ୍ୱରା ପ୍ରଚୁର ଫସଲ କ୍ଷୟ ହୁଏ। କିଛି କ୍ଷେତ୍ରରେ କୀଟନଶକ ମଧ୍ୟ ଫଳପ୍ରଦ ହୁଏନହି। ଏହିପରି ପରିସ୍ଥିତିରେ ବାସିଲସ୍ ଥୁରିନଜିଏନସିସ୍ (Bacillus thuringiensis) ନାମକ ମୃତ୍ତିକାସ୍ଥ ମୃତୋପଜୀବୀ ବୀଜଣୁର ଏକ ଜିନ୍ (Cry) ନେଇ କପା ତଥା ବାଇଗଣରେ ରୋପଣ କରି ବିଟି-କଟନ୍ ଓ ବିଟି ବାଇଗଣ ସୃଷ୍ଟି କରାଯାଇଛି। ଏହି କିସମ ରସାୟନିକ କୀଟନଶକ ଉପରେ କମ୍ ନିର୍ଭରଶୀଳ ହେବା ସହ ଅଧିକ ଉତ୍ପାଦନକ୍ଷମ।

ଫ୍ଲାଭର୍ ସେଭର୍ (Flavr Savr) ଟ୍ରାନ୍ସଜେନିକ୍ ଟମାଟୋ କିସମରେ ଆଣ୍ଟି-ସେନ୍ସ ଜିନ୍ ପ୍ରକ୍ରିୟାରେ ଏଥିଲିନ୍ ନାମକ ହର୍ମୋନ୍ର ପ୍ରସ୍ତୁତିକୁ ବିଳମ୍ବ କରାଯାଇପାରୁଛି। ଫଳରେ ଟମାଟୋ ଶୀଘ୍ର ପାଚିନଯାଇ ଅଧିକ ଦିନ ପର୍ଯ୍ୟନ୍ତ ରଖାଯାଇପାରୁଛି। ଏହା ୧୯୯୨ ମସିହାରେ କାର୍ଲିଫୋର୍ନିଆ ସ୍ଥିତ କାଲଜେନ୍ ନାମକ କମ୍ପାନୀ ବିକାଶ କରିଥିଲା।

ଶିଳ୍ପ[ସମ୍ପାଦନା]

ଜୈବ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଔଦ୍ୟୋଗିକ ପ୍ରତିଷ୍ଟାନରେ ବିଭ୍ଭିନ୍ନ ପ୍ରକାରାର ପଦର୍ଥ ପ୍ରସ୍ତୁତ କରାଯାଉଛି। ପ୍ରଚୁର ପରିମାଣରେ ଦୁଗ୍ଧ ଜାତ ଦ୍ର‍୍ୟବ୍ୟ ଯେପରିକି ଦହି, ଛେନା ଉତ୍ପଦନ କରଯାଉଛି। ବିୟର୍ ପ୍ରସ୍ତୁତିରେ ଜୈବ ପ୍ରଯୁକ୍ତିବିଦ୍ୟା ବିଶେଷ ଅବଦାନ ରହିଛି।

ଜାଟ୍ରୋଫା ଏବଂ ବାୟୋଡିଜେଲ୍

ପରିବେଶ[ସମ୍ପାଦନା]

ଅଣୁଜୀବ ମାନଙ୍କଦ୍ୱାରା ପ୍ରଦ୍ୟୁଷିତ ଜଳର ବିଶୋଧନ[୧୧]

ବିଭ୍ଭିନ୍ନ ଶୈବଳକୁ ବ୍ୟବହାର କରି କୃତ୍ରିମ ଉପାୟରେ ବୟୁମଣ୍ଡଳରୁ ଅଙ୍ଗାରକାମ୍ଲର ମାତ୍ରା କମ କରାଯାଉଛି।

ଭାରତରେ ଜୈବ ପ୍ରଯୁକ୍ତିବିଦ୍ୟାର ସ୍ଥିତି[ସମ୍ପାଦନା]

୧୯୮୨ ମସିହରେ ଭାରତୀୟ ସାଇନ୍ସ କଂଗ୍ରେସର ୬୯ତମ ଅଧିବେଶନରେ ଜୈବ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ତ୍ୱ ଦିଆଗଲା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ (Department of Science and Technology)ଦ୍ୱାରା ଜାତୀୟ ଜୈବ ପ୍ରଯୁକ୍ତିବିଦ୍ୟା ବୋର୍ଡ (NBTB)ର ଗଠନ କରଗଲା। ତତକାଳିନ ପ୍ରଧାନମନ୍ତ୍ରି ରାଜୀବ ଗାନ୍ଧୀ ଏକ ସ୍ୱତନ୍ତ୍ର ବିଭାଗର ଆବଶ୍ୟକତା ଅନୁଭବକଲେ, ଫଳରେ ଜୈବ ପ୍ରଯୁକ୍ତିବିଦ୍ୟା ନାମରେ ଏକ ସ୍ୱତନ୍ତ୍ର ବିଭାଗର ସ୍ଥାପନା ହେଲା। ବର୍ତ୍ତମାନ ଭାରତରେ ଜୈବ ପ୍ରଯୁକ୍ତିବିଦ୍ୟାର ବିକାଶ ଏହି ବିଭାଗର ତତ୍ୱାବଧାନରେ ହଉଛି [୧୨]

ICGEB, ନୂଆ ଦିଲ୍ଲୀ[୧୩]

  1. Fári, Miklós Gábor, and Ubul Pál Kralovánszky. "The founding father of biotechnology: Károly (Karl) Ereky." International Journal of Horticultural Science 12.1 (2006): 9-12.
  2. Singh, B., 2007. Fundamentals of Plant Biotechnology. 1st ed. SALASAR IMAGING SYSTEMS, DELHI-35: Satish Serial Publishing House.
  3. "Human Insulin: Seizing the Golden Plasmid". Science News. 114 (12): 195. 1978-09-16.
  4. http://www.med.uni-giessen.de/itr/history/inshist.html
  5. https://www.prameyanews7.com/genetic-therapy-is-anew-way-of-medical-science-dr-ashok-mohapatra/
  6. https://www.ncbi.nlm.nih.gov/projects/genome/guide/human/index.shtml
  7. https://report.nih.gov/NIHfactsheets/ViewFactSheet.aspx
  8. http://rcbbsr.nios.ac.in/PDF/333/333_CH_21.pdf
  9. ପାଣି, ପି.କେ.,ମଇ ୨୦୧୭. ସୁବର୍ଣ୍ଣ ଧାନ. ବିଜ୍ଞାନ ଦିଗନ୍ତ, ୫ମ, ୧୬୬
  10. ବ.କୁ. ଚୈଧୂରୀ. "ବାଡି ବାଇଗଣ ନା ବିଟି ବାଇଗଣ." ବିଜ୍ଞାନ ଦିଗନ୍ତ ୪ (୨୦୧୭): ୧୮୭.
  11. http://magazines.odisha.gov.in/utkalprasanga/2012/Jan/oriyapdf/60-61.pdf
  12. http://www.dbtindia.nic.in/creation-of-dbt/
  13. https://www.icgeb.org/outreach.html

ବାହାର ଲିଙ୍କ[ସମ୍ପାଦନା]