ଜେପୋରାହ ବେର୍ମାନ

ଉଇକିପିଡ଼ିଆ‌ରୁ
ଜେପୋରାହ ବେର୍ମାନ
Tzeporah Berman, 2006
ଜନ୍ମ (1969-02-05) ୫ ଫେବୃଆରୀ ୧୯୬୯ (ବୟସ ୫୫)
ଜାତୀୟତାCanada
ଶିକ୍ଷାRyerson University,
University of Toronto
ବୃତ୍ତି(ସମୂହ)Environmental activist, campaigner, writer, Adjuct Professor
ପ୍ରସିଦ୍ଧିCo-Founder and Deputy Director, Stand.earth; Clayoquot Sound logging protests; co-director of Greenpeace International's Global Climate and Energy Program, Co-founder PowerUp Canada.
ବୈବାହିକ-ସାଥୀChris Hatch
ୱେବସାଇଟwww.tzeporahberman.com

ଜେପୋରାହ ବେର୍ମାନ (ଇଂରାଜୀ ଭାଷାରେ Tzeporah Berman, ଜନ୍ମ ଫେବ୍ରୁଆରୀ ୫, ୧୯୬୯) କାନାଡ଼ା ଦେଶର ଜଣେ ପର୍ଯ୍ୟାବରଣ କର୍ମୀ (environmental activist), ଲେଖିକା ଓ ଆନ୍ଦୋଳନ ସଦସ୍ୟ ଅଟନ୍ତି । ସନ ୧୯୯୨-୯୩ର କଲମ୍ବିଆସ୍ଥିତ କ୍ଲାୟୋକୋଟ ସାଉଣ୍ଡରେ (Clayoquot Sound) କ୍ଲାୟୋକୋଟ ବିରୋଧ/ ପ୍ରୋଟେଷ୍ଟ (logging blockades) ସଂଗଠକ ଭାବରେ ସେ ଜଣାଶୁଣା । ସେତେବେଳେ ନାତିଶୀତୋଷ୍ଣ ବର୍ଷାବଣ (temperate rainforest) ଲଗିଙ୍ଗ ବିରୁଦ୍ଧରେ କାନାଡ଼ା ଇତିହାସରେ ସବୁଠାରୁ ବଡ଼ ନାଗରିକ ଅବଜ୍ଞା (civil disobedience) ଥିଲା । [୧] ଗ୍ରୀନପିସ (Greenpeace) ସ‌ହିତ କାମ କରି କାନାଡ଼ାର ନାତିଶୀତୋଷ୍ଣ ବୃଷ୍ଟିବଣ (rainforest) ଲଗିଙ୍ଗକୁ (clearcut logging) ଆନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିବାରେ ବେର୍ମାନ ସକ୍ଷମ ହୋଇଥିଲେ । ସେ ଗ୍ରେଟ ବିଅର ବୃଷ୍ଟିବଣ ଓ ବୋରିଆଲ ଜଙ୍ଗଲ ଅଭିଯାନରେ କାମ କରିଥିଲେ । ସ୍ୱଚ୍ଛ ଶକ୍ତି, ଅଏଲ ସ୍ୟାଣ୍ଡ ଓ ପାଇପଲାଇନ ବିଷୟରେ ଅନେକ ପରିବେଶ, ପରୋପକାରୀ ସଂଘ ଓ ପ୍ରଥମ ରାଷ୍ଟ୍ରଙ୍କର ସେ ଉପଦେଷ୍ଟା ଥିଲେ । ଗ୍ରୀନପିସ ଇଣ୍ଟରନ୍ୟାସନାଲ ଗ୍ଲୋବାଲ କ୍ଲାଇମେଟ ଆଣ୍ଡ ଏନର୍ଜି ପ୍ରୋଗ୍ରାମର ସେ ଯୁଗ୍ମ ନିର୍ଦ୍ଦେଶିକା, ପାୱାରଅପ କାନାଡ଼ାର ଯୁଗ୍ମ ପ୍ରତିଷ୍ଠାତା ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ, ଫରେଷ୍ଟ ଏଥିକସର ଅଭିଯାନ ନିର୍ଦ୍ଦେଶକ ଓ ଅଧୁନା ସ୍ଟାଣ୍ଡ ଆର୍ଥର (ପୁର୍ବତନ ଫରେଷ୍ଟ ଏଥିକ୍ସ) ଇଣ୍ଟରନ୍ୟାସନାଲ ପ୍ରୋଗ୍ରମ ନିର୍ଦ୍ଦେଶକ ଅଛନ୍ତି ।

ପ୍ରାକ୍ ଜୀବନ[ସମ୍ପାଦନା]

ବର୍ମାନ ଏକ ମଧ୍ୟବିତ୍ତ ଜିଉ ପରିବାରର ୪ ସନ୍ତାନଙ୍କ ମଧ୍ୟରୁ ଜଣେ ଥିଲେ ଓ ଲଣ୍ଡନ, ଓଣ୍ଟାରିଓରେ (London) ବଢ଼ିଥିଲେ । ତାଙ୍କ ପିତାଙ୍କର ଏହା ବିଜ୍ଞାପନ କମ୍ପାନୀ ଥିଲା ଓ ମାତାଙ୍କର ପ୍ରମୋଶନାଲ ଫ୍ଲାଗ ଓ ପେନାଣ୍ଟ ବେପାର ଥିଲା ।[୨] ଗ୍ରୀଷ୍ମ କାଳରେ ସେ ତାଙ୍କ ମାତାଙ୍କ ପରିବାର ସ‌ହ ଲେକ ଅଫ ଦି ଉଡସରେ (Lake of the Woods) ବିତଉ ଥିଲେ । ବର୍ମାନ ତାଙ୍କ ପ୍ରାକ କିଶୋରୀ ଅବସ୍ଥାରେ ପିତାଙ୍କୁ ହରେଇ ଥିଲେ ଓ ଦୁଇ ବର୍ଷ ପରେ ମାତାଙ୍କୁ ମଧ୍ୟ ହରେଇଥିଲେ ।

ହାଇସ୍କୁଲ ଶିକ୍ଷା ସମାପ୍ତ ହେବା ପରେ ସେ ଫେସନ ଆର୍ଟସ ଡିଜାଇନ ପ୍ରୋଗ୍ରାମ ପାଠ କରିବାକୁ ଟରୋଣ୍ଟୋର ରୟେରସନ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ହାରି ରୋଜେନ ଡିଜାଇନ କରି ସଫଳ ହେବା ପରେ ତାଙ୍କ ଜ‌ଜ୍ ତାଙ୍କୁ କାନାଡ଼ାର ଫେସନ ଦୃଷ୍ଟିପଟରେ ଏକ ଉଜ୍ଜ୍ୱଳ ଆଲୋକ ନାମରେ ଡାକୁଥିଲେ । ଏହା ପରେ ସେ ୟୋର୍କ ବିଶ୍ୱବିଦ୍ୟାଳୟରେ ପର୍ଯ୍ୟବରଣ ବିଦ୍ୟା ପଢ଼ିବାକୁ ଚାଲିଗଲେ ।

ଟରଣ୍ଟୋର ୟୋର୍କ ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ ଏନଭିରନମେଣ୍ଟାଲ ସ୍ଟଡିଜରେ ସେ ଆଡଜଙ୍କ୍‌ଟ ପ୍ରଫେସର ଥିଲେ । ବ୍ରିଟିଶ କଲମ୍ବିଆର ବିଶ୍ୱବିଦ୍ୟାଳୟ ତାଙ୍କୁ କାନୁନରେ ଅନରାରୀ ଡକ୍ଟରେଟ ଉପାଧିରେ ପୁରଷ୍କୃତ କରିଥିଲେ । [୩]

ଆଧାର[ସମ୍ପାଦନା]

  1. The Canadian Encyclopedia. Clayoquot Sound Archived 2012-10-18 at the Wayback Machine.. Historica Dominion. Retrieved on: 2012-11-08.
  2. Glave, James (November 1, 2009). "Tzeporah Berman's Green Idea." Archived 2014-12-27 at the Wayback Machine. Vancouver Magazine. Retrieved: 2013-08-06.
  3. "Biography". TzeporahBerman.com. Archived from the original on 2020-01-29.