ଜେନ ଅଷ୍ଟେନ

ଉଇକିପିଡ଼ିଆ‌ରୁ
Jane Austen
Watercolour-and-pencil portrait of Jane Austen
Portrait, c. 1810[a]
ଜନ୍ମ ଓ ଜନ୍ମସ୍ଥାନ(1775-12-16)୧୬ ଡିସେମ୍ବର ୧୭୭୫
Steventon Rectory, Hampshire, England
ମୃତ୍ୟୁ୧୮ ଜୁଲାଇ ୧୮୧୭(1817-07-18) (ବୟସ ୪୧)
Winchester, Hampshire, England
ସମାଧି ସ୍ଥଳWinchester Cathedral, Hampshire, England
ଶିକ୍ଷାReading Abbey Girls' School
ସମୟ1787 to 1809–11
ସମ୍ପର୍କୀୟ

ଦସ୍ତଖତSignature from Austen's 1817 will

ଜେନ ଅଷ୍ଟେନ ଇଂରାଜୀ ଭାଷାରେ Jane Austen (/ˈɒstɪn, ˈɔːs-/; ୧୬ ଡିସେମ୍ବର ୧୭୭୫– ୧୮ ଜୁଲାଇ ୧୮୧୭) ଜଣେ ଇଂରାଜୀ ଉପନ୍ୟାସକାର; ତାଙ୍କର ୬ଟି ମୂଖ୍ୟ ଉପନ୍ୟାସ ପାଇଁ ବିଖ୍ୟାତ ଥିଲେ ଓ ଅଷ୍ଟାଦଶ ଶତାବ୍ଦୀ ଶେଷ ଆଡ଼କୁ ତାଙ୍କର ଏହି ଲେଖାଗୁଡ଼ିକ ଅନୁବାଦିତ, ଟିପ୍ପଣୀକୃତ ଓ ସମାଲୋଚିତ ହୋଇଥିଲା । ତାଙ୍କର କାହାଣୀଗୁଡ଼ିକରେ ମହିଳାଙ୍କ ସାମାଜିକ ସତ୍ତା ଓ ଅର୍ଥନୈତିକ ନିରାପତ୍ତା ନିମନ୍ତେ ବିବାହ ନିମନ୍ତେ ନିର୍ଭର କରିବା ସମ୍ବନ୍ଧରେ ଲେଖାଥିଲା । ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଓ ଊନବିଂଶ ଶତାବ୍ଦୀ ଆରମ୍ଭରେ ତାଙ୍କର ଭାବୁକତାପୂର୍ଣ୍ଣ ଲେଖାର ଅନେକ ଆଲୋଚନା ହୋଇଥିଲା ।[୨][b] ତାଙ୍କର ବ୍ୟଙ୍ଗ, ହାସ୍ୟ, ସାମାଜିକ ଟିପ୍ପଣୀ ଇତ୍ୟାଦିକୁ ସାଧାରଣ ଜନତା, ସମାଲୋଚକ ଓ ବିଜ୍ଞାଲୋକମାନେ ଉଚ୍ଚ ପ୍ରଶଂସା କରିଥିଲେ । [୪]

ସେ ବିଭିନ୍ନ ଉପନ୍ୟାସ ଯଥା ସେନ୍ସ ଆଣ୍ଡ ସେନ୍ସିବିଲିଟି (୧୮୧୧), ପ୍ରାଇଡ ଆଣ୍ଡ ପ୍ରେଜୁଡାଇସ (୧୮୧୩), ମ୍ୟାନ୍ସଫିଲ୍ଡ ପାର୍କ (୧୮୧୪) ଓ ଏମା (୧୮୧୬) ଛପେଇ ବ‌ହୁତ ସଫଳ ହୋଇଥିଲେ । ଏହା ବ୍ୟତୀତ ଆଉ ଦୁଇଟି ବ‌ହି, ନର୍ଥାଙ୍ଗର ଆବେ ଓ ପର୍ସୁଏସନ ଲେଖିଥିଲେ ଯାହା ତାଙ୍କ ଅନ୍ତେ ୧୮୧୮ରେ ଛପା ହୋଇଥିଲା ଓ ସାଣ୍ଡିଟନ ନାମକ ଆଉ ଗୋଟିଏ ଉପନ୍ୟାସ ମୃତ୍ୟୁ ପୂର୍ବରୁ ଲେଖିବାକୁ ଆରମ୍ଭ କରିଥିଲେ କିନ୍ତୁ ଶେଷ କରିପାଇନଥିଲେ । ତାଙ୍କର ଆଉ ତିନୋଟି ପାଣ୍ଡୁଲିପି ମଧ୍ୟରୁ ଏକ ଛୋଟ ଏପିସ୍ଟୋଲାରି ଉପନ୍ୟାସ, ଲେଡି ସୁସାନ ଓ ଅସମ୍ପୁର୍ଣ୍ଣ ଦି ୱାଟସନ ଲେଖିଥିଲେ ତାଙ୍କ ଜୀବଦ୍ଦସାରେ ସେ ଆଉ ଛଅଟି ଉପନ୍ୟାସ ଲେଖିଥିଲେ ଯାହା ବେନାମୀ ଭାବରେ ଛପା ହୋଇ ତାଙ୍କ ଜୀବଦ୍ଦସାରେ ମଧ୍ୟମ ଧରଣର ସାଫଲ୍ୟ ଅର୍ଜନ କରିଥିଲା ।

ମୃତ୍ୟୁ ପରେ ତାଙ୍କ ଲିଖିତ ବ‌ହି ଗୁଡ଼ିକ ରିଚାର୍ଡ଼ ବେଣ୍ଟଲି ଏକ ଉପନ୍ୟାସ ସିରିଜ ଆକାରରେ ଛପେଇଥିଲେ, ଯାହାକୁ ଫର୍ଡ଼ିନାଣ୍ଡ ପିକରିଙ୍ଗ ଚିତ୍ରିତ କରିଥିଲେ, ଓ ଏକ ସେଟ ଆକାରରେ ବିକ୍ରୟ ହୋଇଥିଲା ।[୫] ଏହି ବ‌ହି ଗୁଡ଼ିକ ଧୀରେ ଧୀରେ ଆଦୃତ ଓ ଜନପ୍ରିୟ ହୋଇଥିଲା । ମୃତ୍ୟୁର ବାଉନ ବର୍ଷ ପରେ ତାଙ୍କ ନେଫିଉ ତାଙ୍କ ଲେଖିକା ଜୀବନ ଓ ଏକ ଅଣ‌ଘଟଣା ବ‌ହୁଳ ଲେଖିକା ପେଷା ବିଷୟରେ 'ଏ ମେମୋଏର ଅଫ ଜେନ ଅଷ୍ଟିନ' (A Memoir of Jane Austen) ବ‌ହି ଲେଖି ସନ ୧୮୬୯ରେ ପ୍ରିୟ ପାଠକମାନଙ୍କୁ ଭେଟି ଦେଇଥିଲେ ।

ତାଙ୍କ ସାହିତ୍ୟ ଓ ରଚନା ଅନେକ ଲୋକଙ୍କୁ ପ୍ରେରଣା ଯୋଗେଇ ଥିଲା । ତାଙ୍କ ଉପନ୍ୟାସ ଆଧାରରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ରମାନଙ୍କର ନାମ ଯଥାକ୍ରମେ ସନ ୧୯୪୦ରେ ପ୍ରାଇଡ ଆଣ୍ଡ ପ୍ରେଜୁଡାଇସ (Pride and Prejudice) ଓ ସାମ୍ପ୍ରତିକ ସେନ୍ସ ଆଣ୍ଡ ସେନ୍ସିବିଲିଟି ୧୯୫୫ (Sense and Sensibility), ଏମ୍ମା ୧୯୯୬ (Emma), ମ୍ୟାନ୍ସଫିଲ୍ଡ ପାର୍କ (Mansfield Park) ୧୯୯୯, ପ୍ରାଇଡ ଆଣ୍ଡ ପ୍ରେଜୁଡାଇସ ୨୦୦୫ ଓ ଲଭ ଆଣ୍ଡ ଫ୍ରେଣ୍ଡସିପ ୨୦୧୬ (Love & Friendship) ।

ଜୀବନ[ସମ୍ପାଦନା]

ପରିବାର[ସମ୍ପାଦନା]

ଜେନ ୧୬ ଡିସେମ୍ଭର ୧୭୭୫ରେ ସ୍ଟିଭେଣ୍ଟନ, ହାମ୍ପସାୟରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ସମୟର ଆଶାଠାରୁ ସେ ମାସେ ବିଳମ୍ବରେ ସଂସାରକୁ ଆସିଥିଲେ । "ସେ ତାଙ୍କ ଭଉଣୀର ଭବିଷ୍ୟତ ସାଥୀ", ଏହା ତାଙ୍କ ପିତା ଲେଖଥିଲେ । [୬] ୧୭୭୬ରେ ପ୍ରବଳ ଶୀତ ହେଉଥିବାରୁ ତାଙ୍କୁ ଜୁନ ମାସରେ ଏକ ସ୍ଥାନୀୟ ଚର୍ଚ୍ଚରେ ବାପଟାଇଜ କରାଯାଇଥିଲା । [୭]

ଜେନଙ୍କ ପିତା ଜର୍ଜ ଅଷ୍ଟେନ ସ୍ଟିଭେନଣ୍ଟନ ଓ ତାହାର ପାଖାପାଖି ସ୍ଥାନ ଡିନରେ ଥିବା (୧୭୩୧–୧୮୦୫) ଚର୍ଚ୍ଚ ଅଫ ଇଂଲଣ୍ଡର ପାରିସମାନଙ୍କରେ ରେକ୍ଟର କାମ କରୁଥିଲେ ।[୮][c] ସେ ଏକ ଧନୀ, ସମ୍ମାନନୀୟ ପୁରୁଣା ପରିବାରର ଉଲ ବ୍ୟବସାୟୀ ଥିଲେ । ଶତାବ୍ଦୀ ଶତାବ୍ଦୀ ଧରି ବଡ଼ ପୁଅ ପରିବାରର ଧନ ସମ୍ପତ୍ତି ଉତ୍ତରାଧିକାର ସୂତ୍ରରେ ପାଉଥିବାରୁ ଜର୍ଜଙ୍କ ଶାଖା ପରିବାର ଦାରିଦ୍ର୍ୟ ଭୋଗ କଲେ । ସେ ଓ ତାଙ୍କ ଦୁଇ ଭଉଣୀ ଅନାଥ ଥିବାରୁ ସମ୍ପର୍କୀୟମାନେ ଲାଳନ ପାଳନ କଲେ । ତାଙ୍କ ଭଉଣୀ ଫିଲାଡେଲଫିଆ ଭାରତ ଆସି ବିବାହ କରିଥିଲେ । ସେଣ୍ଟ ଜନ୍ସ କଲେଜ ଅକ୍ସଫୋର୍ଡ଼ରେ ଜର୍ଜ ଫେଲୋସିପ ପାଇ ପଢ଼ିଲେ । ସେଠାରେ ବିଶିଷ୍ଟ ଲି ପରିବାରର କାସାଣ୍ଡ୍ରା ଲିଙ୍କୁ ଭେଟିଥିଲା ।

Steventon Church, as depicted in A Memoir of Jane Austen[୧୦]

ଆଧାର[ସମ୍ପାଦନା]

  1. Kirkham (2005), 68–72.
  2. Grundy (2014), 195–197
  3. MacDonagh (1991), 65, 136–137.
  4. Looser, Devoney (2017). The Making of Jane Austen. Baltimore, MD: Johns Hopkins University Press. p. 2. ISBN 978-1-4214-2282-4.
  5. Looser, Devoney (2017). The Making of Jane Austen. Baltimore, MD: Johns Hopkins University Press. ISBN 978-1-4214-2282-4.
  6. Le Faye (2004), 27; Nokes (1998), 51
  7. Le Faye (2004), 27
  8. Todd (2015), 2
  9. Collins (1994), 86
  10. Le Faye (2004), 20


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।