ଜେଟ ସ୍ରୋତ

ଉଇକିପିଡ଼ିଆ‌ରୁ
The polar jet stream can travel at speeds greater than 180 km/h (110 mph). Here, the fastest winds are coloured red; slower winds are blue.
Clouds along a jet stream over Canada.

ଜେଟ ସ୍ରୋତ (ଇଂରାଜୀ ଭାଷାରେ Jet streams) କ‌ହିଲେ ପୃଥିବୀ ଓ ଅନ୍ୟାନ୍ୟ ଗ୍ରହମାନଙ୍କର ବାୟୁମଣ୍ଡଳରେ (atmospheres) ଥିବା ଦୃତଗାମୀ , ଅଣଓସାରିଆ, ବିଷର୍ପିତ ବାୟୁ ସ୍ରୋତକୁ (air currents) ବୁଝାଏ । [୧] ପୃଥିବୀର ଜେଟ ସ୍ରୋତ ଟ୍ରୋପୋପଜ (tropopause) ଉଚ୍ଚତାରେ ସ୍ଥାନିତ ହୋଇଥାଏ ଓ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହେଉଥାଏ । ତାହାର ସର୍ପିଳ (meandering) ପଥର ଆକାର ଥାଏ । ଜେଟ ସ୍ରୋତ ଆରମ୍ଭ ହୋଇପାରେ, ବନ୍ଦ ହୋଇପାରେ, ଦୁଇ ଭାବରେ ବିଭକ୍ତ ହୋଇପାରେ ବା ସ୍ରୋତର ବିଭିନ୍ନ ଦିଗରେ ଓ ଓଲଟା ଦିଗରେ ମଧ୍ୟ ଗତି କରିପାରେ ।

ସର୍ବଶକ୍ତିଶାଳୀ ଜେଟ ସ୍ରୋତରେ 'ପୋଲାର ଜେଟ' ନାମ ଅଛି ଯାହା ସମୁଦ୍ର ପତ୍ତନର ୯–୧୨ କି.ମି. (୩୦,୦୦୦–୩୯,୦୦୦ ଫୁଟ) ଉପରେ ଓ ତାହାଠାରୁ ଅଧିକ ଉଚ୍ଚତା ଓ କିଛି ଦୁର୍ବଳ ସବଟ୍ରପିକାଲ ଜେଟ ୧୦–୧୬ କି.ମି. (୩୩,୦୦୦–୫୨,୦୦୦ ଫୁଟ) ଉଚ୍ଚତାରେ ଥାଏ । ଉତ୍ତର ଗୋଲାର୍ଦ୍ଧ (Northern Hemisphere) ଓ ଦକ୍ଷିଣ ଗୋଲାର୍ଦ୍ଧ (Southern Hemisphere), ପ୍ରତ୍ୟେକରେ ପୋଲାର ଓ ସବଟ୍ରପିକାଲ ଜେଟ ପ୍ରବାହିତ ହୁଏ । ଉତ୍ତର ଗୋଲାର୍ଦ୍ଧ, ୟୁରୋପ, ଏସିଆ ଓ ମଧ୍ୟବର୍ତ୍ତୀ ସମୁଦ୍ରର ମଧ୍ୟ ଓ ଉତ୍ତର ଦ୍ରାଘିମାରେ ଜେଟ ସ୍ରୋତ ହୁଏ । ଦକ୍ଷିଣ ଗୋଲାର୍ଦ୍ଧ ପୋଲାର ଜେଟ ମୂଖ୍ୟତଃ ଆଣ୍ଟର୍କଟିକା ଉପରେ ବର୍ଷ ସାରା ଘୂରୁଥାଏ ।

ଦୁଇଟ କାରକ ଯଥା:- ସୌର ରାଡିଏସନ (solar radiation) ଯୋଗୁ ବଡ଼ ଧରଣର ବାୟୁମଣ୍ଡଳୀୟ ସଞ୍ଚାଳନ (ଯେପରିକି ପୋଲାର, ଫେରେଲ ଓ ହାଡଲେ) ସେଲ ଓ ସେହି ଘୂର୍ଣ୍ଣାୟମାନ ପିଣ୍ଡ ଉପରେ କାର୍ଯ୍ୟକାରୀ ହେଉଥିବା କୋରିଓଲିସ ବଳ (Coriolis force) ହେବା ଯୋଗୁ ଜେଟ ସ୍ରୋତ ପ୍ରସ୍ତୁତ ହୁଏ । ଗ୍ରହମାନଙ୍କର ନିଜସ୍ୱ ଅକ୍ଷ ଚାରିପାଖରେ ଘୂର୍ଣ୍ଣନ (rotation) ଯୋଗୁ କୋରିଓଲିସ ବଳ ପ୍ରସ୍ତୁତ ହୁଏ । ଅନ୍ୟ ଗ୍ରହମାନଙ୍କରେ ସୋଲାର ଉତ୍ତାପ ବଦଳରେ ଆଭ୍ୟନ୍ତରୀଣ ଉତ୍ତାପ ‌(internal heat) ଯୋଗୁ ଜେଟ ସ୍ରୋତ ତିଆରି ହୁଏ । ପୋଲାର ଓ ଫେରେଲ ସଞ୍ଚାଳନ ସେଲର ସଙ୍ଗମ ସ୍ଥଳରେ ପୋଲାର ଜେଟ ସ୍ରୋତ ତିଆରି ହୁଏ । ଫେରେଲ ଓ ହାଡଲେ ସଞ୍ଚାଳନ ସେଲମାନଙ୍କର ସୀମାରେ ସବଟ୍ରପିକାଲ ଜେଟ ସ୍ରୋତ ତିଆରି ହୁଏ । [୨]

ଅନ୍ୟାନ୍ୟ ଜେଟ ସ୍ରୋତ ମଧ୍ୟ ଅଛି । ଉତ୍ତର ଗୋଲାର୍ଦ୍ଧର ଗ୍ରୀଷ୍ମକାଳରେ ଗ୍ରୀଷ୍ମମଣ୍ଡଳୀୟ ସ୍ଥାନମାନଙ୍କରେ ଇଷ୍ଟରଲି ଜେଟ ତିଆରି ହୁଏ ବିଶେଷତଃ ଯେଉଁଠାରେ ଅଧିକ ଉଚ୍ଚତାରେ ଆର୍ଦ୍ର ବାୟୁ ଓ ଶୁଷ୍କ ବାୟୁ ଧକ୍କା ଖାଆନ୍ତି । ମଧ୍ୟ ସଂଯୁକ୍ତ ରାଷ୍ଟ୍ରମାନଙ୍କରେ ଅନେକ ସ୍ଥାନରେ ନିମ୍ନ ଉଚ୍ଚତା ଜେଟ ତିଆରି ହୁଏ । ଥର୍ମୋସ୍ଫିଅରରେ (thermosphere) ମଧ୍ୟ ଜେଟ ସ୍ରୋତ ତିଆରି ହୁଏ ।

ପାଣିପାଗ ପୂର୍ବାନୁମାନ (weather forecasting) ନିମନ୍ତେ ଅନ୍ତରୀକ୍ଷବିଜ୍ଞାନୀମାନେ କେତେକ ଜେଟ ସ୍ରୋତର ସାହାଯ୍ୟ ନିଅନ୍ତି । ଉଡ଼ାଜାହଜ ଭ୍ରମଣରେ ଏହାର ଏକ ପ୍ରାସଙ୍ଗିକ ବ୍ୟବସାୟିକ ମୂଲ୍ୟ ଅଛି ଯାହା ନାଟକୀୟ ଭାବରେ ଜେଟ ସ୍ରୋତକୁ ପ୍ରଭାବିତ କରି ସମ ଦିଗ ବା ଓଲଟା ଦିଗରେ ପ୍ରବାହିତ ହେବା ଫଳରେ ଏୟାର ଲାଇନର ଉଲ୍ଲେଖନୀୟ ଖର୍ଚ୍ଚ ଓ ସମୟ ବରବାଦ ହୁଏ । ଅନେକ ସମୟରେ ଏହି କାରଣ ଯୋଗୁ ସମ ଦିଗରେ ଉଡ଼ାଜାହଜ ଗତି କରେ । ଏୟାର ଲାଇନ ଓ ଏୟାର ଟ୍ରାଫିକ କଣ୍ଟ୍ରୋଲ କିପରି ସଂଯୁକ୍ତ ଭାବରେ କାମ କରନ୍ତି ତାହାର ଉଦାହରଣ ଏହି ଉତ୍ତର ଆଟଲାଣ୍ଟିକ ଟ୍ରାକରେ (North Atlantic Tracks) ମିଳେ ।

ଆଧାର[ସମ୍ପାଦନା]

  1. National Geographic (July 7, 2013). "Jet stream". nationalgeographic.com.
  2. University of Illinois. "Jet Stream". Retrieved 4 May 2008.