ଜୁବାଇଦା ବାଇ

ଉଇକିପିଡ଼ିଆ‌ରୁ
ଜୁବାଇଦା ବାଇ
ଜନ୍ମ
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନଡାଲାରନା ୟୁନିଭରସିଟି କଲେଜ,
କଲୋରଡୋ ଷ୍ଟେଟ ୟୁନିଭରସିଟି
ବୃତ୍ତି(ସମୂହ)ସାମାଜିକ ଉଦ୍ୟୋଗୀ, ଗ୍ରାମୀଣ ଫାଉଣ୍ଡେସନର ସଭାପତି ତଥା ସିଇଓ
ୱେବସାଇଟwww.ayzh.com and www.zubaidabai.com

ଜୁବାଇଦା ବାଇ ଜଣେ ସାମାଜିକ ଉଦ୍ୟୋଗୀ, ବିକାଶଶୀଳ ଦେଶ ପାଇଁ ସ୍ୱାସ୍ଥ୍ୟ ଉତ୍ପାଦ କ୍ଷେତ୍ରରେ ବିଶେଷଜ୍ଞ ଏବଂ ଗ୍ରାମିଣ ଫାଉଣ୍ଡେସନର ସଭାପତି ତଥା ସିଇଓ ଅଟନ୍ତି । ତାଙ୍କ କମ୍ପାନୀ ଆୟଜ; ଦାରିଦ୍ରରେ ଜୀବନ ବିତାଉଥିବା ମହିଳା ଏବଂ ବାଳିକାମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଉତ୍ପାଦର ପରିକଳ୍ପନା କରିଥାଏ ।[୧][୨][୩][୪][୫][୬]

ଜୀବନୀ[ସମ୍ପାଦନା]

ବାଇ ଭାରତର ଚେନ୍ନାଇରେ ବଢ଼ିଥିଲେ ।[୭] ସେ ତାଙ୍କ ପରିବାରର ପ୍ରଥମ ବ୍ୟକ୍ତି ଯିଏକି ପରବର୍ତ୍ତୀ ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ; ତାଙ୍କର ମହିଳା ସମ୍ପର୍କୀୟମାନେ ସାଧାରଣତଃ ଯୁବାବସ୍ଥାରେ ବିବାହ କରିଥିଲେ । ଶ୍ରୀମତୀ ବାଇ ମଡ୍ୟୁଲାର ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଏବଂ ମଡ୍ୟୁଲାର ଉତ୍ପାଦର ବିକାଶରେ ବିଶେଷଜ୍ଞତା, ସାମାଜିକ ଓ ସ୍ଥାୟୀ ଉଦ୍ୟୋଗରେ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ।

ବୃତ୍ତି[ସମ୍ପାଦନା]

ଅସ୍ୱଚ୍ଛ ଜନ୍ମ ଅବସ୍ଥା ହେତୁ, ବାଇ ତାଙ୍କର ପ୍ରଥମ ସନ୍ତାନ ଜନ୍ମ କରିବା ପରେ ଏକ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ[୮] ସେଥିପାଇଁ ସେ ବର୍ଷ ବର୍ଷ ଧରି ଯନ୍ତ୍ରଣା ଭୋଗୁଥିଲେ ।[୯] ଯେଉଁମାନେ ସ୍ୱାସ୍ଥ୍ୟସେବାର ଆବଶ୍ୟକ କରୁଥିଲେ ସେହି ଗ୍ରାମାଞ୍ଚଳର ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଦୃଢ଼ ନିଷ୍ପତ୍ତି ନେଇଥିଲେ ।

ବାଇ ୨୦୧୦ ମସିହାରେ ଆୟଜ କମ୍ପାନୀ ପ୍ରତିଷ୍ଠା କରିଥିଲେ, ଯାହାର ଲକ୍ଷ୍ୟ ହେଉଛି, ନିରାପଦ ତଥା ସ୍ୱଚ୍ଛ ପ୍ରସବ ସୁନିଶ୍ଚିତ କରି ନିଜ ପର୍ସରେ ସ୍ୱଚ୍ଛ ଜନ୍ମ କିଟ ମାଧ୍ୟମରେ ଭାରତର ଗରିବ ମହିଳାମାନଙ୍କୁ ସରଳତା, ସମ୍ମାନ ଏବଂ ଉପଲବ୍ଧତା ପ୍ରଦାନ କରାଯିବ ।[୧୦]

ନଭେମ୍ବର ୨୦୨୨ ମସିହାରେ, ବାଇଙ୍କୁ ଗ୍ରାମୀଣ ଫାଉଣ୍ଡେସନର ସଭାପତି ତଥା ସିଇଓ ଭାବରେ ନିଯୁକ୍ତ କରାଯାଇଥିଲା ।

ପୁରସ୍କାର[ସମ୍ପାଦନା]

ବାଇଙ୍କୁ ୨୦୦୯ ମସିହାରେ TED ଫେଲୋ, ୨୦୧୦–୨୦୧୧ ମସିହାରେ ଅଶୋକା ମାତୃ ସ୍ୱାସ୍ଥ୍ୟ ସହକର୍ମୀ ଏବଂ ୨୦୧୨ ମସିହାରେ ଏକ ଇକୋଇଙ୍ଗ ଗ୍ରୀନ ଫେଲୋ ଭାବରେ ନାମିତ କରାଯାଇଥିଲା ।[୧୧] ୨୦୧୧ ମସିହାରେ, JANMA ପାଇଁ ତାଙ୍କର ଡିଜାଇନ, ଏକ ସ୍ୱଚ୍ଛ ଜନ୍ମ କିଟ, INDEX ପୁରସ୍କାରଦ୍ୱାରା ୬୧ଟି ଉତ୍ପାଦ ମଧ୍ୟରୁ ଗୋଟିଏ ଭାବରେ ମନୋନୀତ ହୋଇଥିଲା ଯାହାକି ବିଶ୍ୱରେ ଜୀବନର ଉନ୍ନତି ପାଇଁ ପରିକଳ୍ପିତ ହୋଇଛି । [୧୨][୧୩]

ଆଧାର[ସମ୍ପାଦନା]

  1. "JANMA Clean Birth Kit in a Purse | D-Lab". d-lab.mit.edu. Archived from the original on 2016-06-30. Retrieved 2016-05-28.
  2. "Zubaida Bai - Global Philanthropy Forum". Global Philanthropy Forum (in ଆମେରିକୀୟ ଇଂରାଜୀ). Archived from the original on 2016-08-11. Retrieved 2016-05-28.
  3. "Ayzh founder Zubaida Bai on the 'birth kits' helping women in rural India have hygienic deliveries". Firstpost. 22 September 2018. Retrieved 2019-09-02.
  4. "Saving mothers' lives: 5 questions with Zubaida Bai". Engineering For Change (in ଆମେରିକୀୟ ଇଂରାଜୀ). 2016-03-17. Retrieved 2016-05-28.
  5. "Chicago Ideas: Zubaida Bai". Chicago Ideas Week. Retrieved 2016-05-28.
  6. "Empowering Women Through a Simple Purse | USAID Impact". blog.usaid.gov. Retrieved 2016-05-28.
  7. Moses, Nelson Vinod (2014-08-09). "Zubaida Bai | A pack of good health". livemint.com/. Retrieved 2016-05-28.
  8. "Women and children first: Fellows Friday with Zubaida Bai, who creates lifesaving kits for maternal health". TED Blog (in ଆମେରିକୀୟ ଇଂରାଜୀ). 2013-08-16. Retrieved 2016-05-28.
  9. "Zubaida Bai (India) with Ashoka USA Fellow Rebecca Onie | Ashoka - Innovators for the Public". www.ashoka.org. Archived from the original on 2015-12-05. Retrieved 2016-05-28.
  10. Tavakoli-Far, Nastaran (2015-01-29). "The entrepreneurs helping girls in the developing world". BBC News (in ବ୍ରିଟିଶ୍‌ ଇଂରାଜୀ). Retrieved 2016-12-08.
  11. "Zubaida Bai | TED Fellow | TED.com". www.ted.com. Retrieved 2016-05-28.
  12. "Indian bags UN honour for corporate sustainability initiative". Business Standard India. Press Trust of India. 2016-06-24. Retrieved 2016-12-08.
  13. "Zubaida Bai | UN Global Compact". www.unglobalcompact.org. Retrieved 2016-12-07.