ଜୁତି

ଉଇକିପିଡ଼ିଆ ରୁ
Jump to navigation Jump to search
ଜୁତି

ଉତ୍ତର ଭାରତରେ ଲୋକ ମାନଙ୍କ ଦ୍ୱାରା(ବିଶେଷ କରି ପଞ୍ଜାବ , ହରିୟାଣା ,ଗୁଜରାଟ ଆଦି ଅଞ୍ଚଳରେ ) ପାଦରେ ପିନ୍ଧା ଯାଉଥିବା ଜୋତାକୁ ଆଞ୍ଚଳିକ ଭାଷାରେ ଲୋକମାନେ ଜୁତି ବୋଲି କହିଥାନ୍ତି । ସାଧାରଣତଃ ଏଗୁଡ଼ିକୁ ପାରମ୍ପରିକ ଢଙ୍ଗରେ ଚମଡା କିମ୍ବା ରବର ଉପରେ ସୁନେଲି ,ରୁପେଲି ରଙ୍ଗର ପତଳା ତାର ଓ ସୂତାରେ ବାନ୍ଧେଣୀ କାମ କରି ବଡ ସୁନ୍ଦର ଭାବରେ ତିଆରି କରାଯାଇଥାଏ । ଭାରତରେ ଏହି ଜୁତିର ବ୍ୟବହାରକୁ କହିଲେ ମୁଖ୍ୟତଃ ପଞ୍ଜାବରେ ଲୋକମାନେ ବ୍ୟବହାର କରୁଥିବା ଜୁତିକୁ ବୁଝାଏ । କିନ୍ତୁ ପଞ୍ଜାବ ଛଡା ଅମୃତସରପଟିଆଲା ଅଞ୍ଚଳରେ ମଧ୍ୟ ବିଭିନ୍ନ ପ୍ରକାରର ତଥା ବିଭିନ୍ନ ଢଙ୍ଗର ଓ ଉନ୍ନତ ମନର ଜୁତି ପ୍ରସ୍ତୁତ କରାଯାଇଥାଏ । ସେଠାରେ ଲୋକମାନେ ଜୁତିର ପ୍ରସ୍ତୁତିରେ ବିଭିନ୍ନ ଛୋଟ ମୋଟ ଯନ୍ତ୍ରପାତିର ବ୍ୟବହାର କରିଥାନ୍ତି , କିନ୍ତୁ ଅଧିକାଂଶ କମ ହାତରେ କରାଯାଇଥାଏ । ସେସବୁ ସ୍ଥାନରେ ଅଧିକାଂଶ ଲୋକ ଏହି ଜୁତିର ତିଆରିକୁ ନିଜର କୌଳିକ ବୃତ୍ତି ଭାବରେ ମଧ୍ୟ ଆଦରି ନେଇଛନ୍ତି , ତେଣୁକରି ଏଠାରେ ଏହି ହସ୍ତଶିଳ୍ପର ଉତ୍ପାଦ ଭାବରେ ବହୁଳ ମାତ୍ରାରେ ଓ ଉତ୍ତମ ମାନର ଜୁତି ତିଆରି କରାଯାଇଥାଏ । ଏଗୁଡିକ କାରିଗରମାନଙ୍କଦ୍ୱାରା ଆଞ୍ଚଳିକ ବଜାରରେ ସୁଲଭ ମୂଲ୍ୟରେ ବିକ୍ରି କରାଯାଇଥାଏ ଓ ଦେଶ ବିଦେଶକୁ ମଧ୍ୟ ରପ୍ତାନି କରାଯାଇଥାଏ ।[୧][୨] ବିଭିନ୍ନ ଅଞ୍ଚଳର ଭିନ୍ନତା ଅନୁସାରେ ସେଠାରେ ବ୍ୟବହୃତ ଜୁତିର ଆକାର ପ୍ରକାରରେ ମଧ୍ୟ ଭିନ୍ନତା ଦେଖା ଦେଇଥାଏ । ଏପରିକି କାରିଗର ମାନଙ୍କର ନିଜସ୍ୱ ଢାଞ୍ଚାରେ ତିଆରି ହୋଇଥିବା ଜୁତିଗୁଡିକ ମଧ୍ୟ ବିଭିନ୍ନ ଜାଗାରେ ପ୍ରସିଦ୍ଧି ଲାଭ କରିଛନ୍ତି । ଗଠନ ଓ ବ୍ୟବହାର ଅନୁଯାୟୀ ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା ଅଲଗା ପ୍ରକାରର ଜୁତି ତିଆରି କରାଯାଇଥାଏ । ଉଭୟ ପ୍ରକାରର ଜୁତିର ତଳ ଭାଗ ସମତଳ ହୋଇଥାଏ । କିନ୍ତୁ ମହିଳା ମାନଙ୍କ ପାଇଁ ବ୍ୟବହୃତ ଜୁତିର ଅଗ୍ରଭାଗ ଅପେକ୍ଷା ପୁରୁଷ ମାନଙ୍କ ଜୁତିର ଅଗ୍ରଭାଗ ଟିକେ ଅଧିକା ଉପରକୁ ଉଠିକରି କିମ୍ବା ବଙ୍କା ହୋଇ ରହିଥାଏ ।

ପଞ୍ଜାବୀ ପୁରୁଷ ମାନଙ୍କ ପାଇଁ ଜୁତି । ଉପରକୁ ଉଠିକରି ରହିଥିବା ଜୁତିର ଅଗ୍ରଭାଗକୁ "ନୋଖ୍" କୁହାଯାଏ ।

[୩]

ଆଧାର[ସମ୍ପାଦନା]

  1. "A glimpse into Punjabi culture". The Hindu. Feb 13, 2003.
  2. "'The love and care we get in India is unparalleled'". The Times of India. May 2, 2011.
  3. Jutta Jain-Neubauer; Bata Shoe Museum (2000). Feet & footwear in Indian culture. Mapin Publishing Pvt. Ltd. pp. 126, 175. ISBN 81-85822-69-7.