ଜିୟା ମୋଦୀ

ଉଇକିପିଡ଼ିଆ‌ରୁ

ଜିୟା ମୋଦୀ (ଜନ୍ମ ୧୯ ଜୁଲାଇ ୧୯୫୬) ଜଣେ ଭାରତୀୟ ଆଇନ ପରାମର୍ଶ ଦାତା । କର୍ପୋରେଟ ମିଶ୍ରଣ ଏବଂ ଅଧିଗ୍ରହଣ ଆଇନ, ସିକ୍ୟୁରୀଟିଆଇନ, ବେସରକାରୀ ଇକ୍ବିଟି ଏବଂ ପ୍ରୋଜେକ୍ଟ ଫାଇନାନ୍ସ କ୍ଷେତ୍ରରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ସେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଝିଅ ଅଟନ୍ତି । ଜିୟା ଭାରତର ପ୍ରମୁଖ କର୍ପୋରେଟ ଓକିଲମାନଙ୍କ ମଧ୍ୟରୁ ଅନ୍ୟତମ । ଉଭୟ ଭାରତ ତଥା ଆନ୍ତର୍ଜାତିୟ ସ୍ତରରେ ଆଇନି ଜଗତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି ।

ଜୀବନୀ[ସମ୍ପାଦନା]

ମୋଦୀଙ୍କର ପ୍ରାଥମିକ ଶିକ୍ଷା ମୁମ୍ବାଇ[୧] ଏଲିଫିସଟୋନ କଲେଜରୁ ହୋଇଥିଲା । ସେ କେବ୍ରିଜ୍ ସିଲୱିନ୍ କଲେଜରୁ ନିଜର ଆଇନି ଶିକ୍ଷା କରିଥିଲେ ଏବଂ ୧୯୭୯ ମସିହାରେ ହାୱାର୍ଡ ଲ ସ୍କୁଲରୁ[୨] ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ସେ ରାଜ୍ୟ ବାର୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ନ୍ୟୁୟର୍କରେ ଓକିଲ ଭାବେ ଯୋଗ୍ୟତା ଅର୍ଜନ କରିଥିଲେ । ସେ ଭାରତକୁ ଫେରିବା ପୂର୍ବରୁ ସ୍ୱାମୀଙ୍କ ନିର୍ଦ୍ଦେଶରେ ନ୍ୟୁୟର୍କ ସହରରେ ବେକର ଏବଂ ମାକେଞ୍ଜିଙ୍କ ସହ ପାଞ୍ଚ ବର୍ଷ କାର୍ଯ୍ୟ କରିଥିଲେ । ସେ ୧୯୮୪ ମସିହାରେ ନିଜର ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ପରେ ସେ ଅନ୍ୟ କମ୍ପାନୀ AZB ଏବଂ ପାର୍ଟନର (ଭାରତର ଏକ ଆଇନ ସଂସ୍ଥା) ସହିତ ଲିଙ୍କ କରିଥିଲେ ଯେଉଁଠାରେ ସେ ଜଣେ ମ୍ୟାନେଜୀଙ୍ଗ ପାର୍ଟନର ଥିଲେ ।[୩] ପାର୍ସୀ ହୋଇଥିଲେ ମଧ୍ୟ ସେ ବହାଇ ସମ୍ପ୍ରଦାୟରଜଣେ ସକ୍ରିୟ ସଦସ୍ୟ ଅଟନ୍ତି। ସେ ନ୍ୟୁ ଏରା ସ୍କୁଲର ବୋର୍ଡ ସଦସ୍ୟ ଅଟନ୍ତି ।[୪] ମୋଦୀଙ୍କର ୩ଟି ଝିଅ ଅଛନ୍ତି ଏବଂ ତାଙ୍କ ବିବାହ ବ୍ୟବସାୟୀ ଜୟଦେବ ମୋଦୀଙ୍କ ସହିତ ହୋଇଥିଲା । ସେ ମୁମ୍ବାଇରେ ରହନ୍ତି ।

ସଫଳତା[ସମ୍ପାଦନା]

ବିଜନେସ ଟୁଡେ ସେପ୍ଟେମ୍ବର ୨୦୦୪[୫] ମସିହାରେ ମୋଦୀଙ୍କୁ ଭାରତର ସବୁଠାରୁ ଶକ୍ତିଶାଳୀ ଭାରତୀୟ ବ୍ୟବସାୟିକ ମହିଳା ଭାବରେ ତାଲିକାଭୁକ୍ତ କରାଗଲା । ୨୦୦୬ ମସିହାରେ ତାଙ୍କୁ ଦି ଇକୋନୋମିକ ଟାଇମ୍ସଦ୍ୱାରା ଭାରତର ୧୦୦ଟି ଶକ୍ତିଶାଳୀ CEO ରୂପେ ତାଲିକାଭୁକ୍ତ କରାଗଲା ।

ପରୋପକାରୀ କାର୍ଯ୍ୟ[ସମ୍ପାଦନା]

ଜିୟା ମୋଦୀଙ୍କ ଦାନ ସମ୍ପୂର୍ଣ୍ଣ ରୂପେ ବହାଇ ପାଣ୍ଠିକୁ ଯାଇଥାଏ । ତଥାପି, ସେ ଜୟ ଭକିଲ ଫାଉଣ୍ଡେସନରେ ମଧ୍ୟ ନିଜ ଅବଦାନ ରଖିଛନ୍ତି ।[୬]

ଆଧାର[ସମ୍ପାଦନା]

  1. Amarnath, Nichinta; Ghosh, Debashish (2005), "A Mind of Intellect", The Voyage To Excellence: The Ascent of 21 Women Leaders of India Inc, Delhi: Pustak Mahal, ISBN 81-223-0904-6
  2. Perkins, Christine (Spring 2006). "Profile: A Passage in India". Harvard Law Bulletin. Retrieved 26 May 2012.
  3. Layak, Suman (28 November 2010). "Street legal: Zia Mody". Living Media India Limited. Retrieved 26 May 2012.
  4. Bodhi Global - Who We Are - Board of Directors Archived 31 December 2007 at the Wayback Machine.
  5. "Zia Mody Profile". Profiles. AZB & Partners - Mumbai. Retrieved 27 September 2010.
  6. "Supporters - Jai Vakeel Foundation".