ଜାହ୍ନବୀ ଆଚରେକର
ଜାହ୍ନବୀ ଆଚରେକର | |
---|---|
ବୃତ୍ତି | ଲେଖିକା, ସାମ୍ବାଦିକ, ଭ୍ରମଣକାରୀ |
ଶୈଳୀ | କାଳ୍ପନିକ, ଭ୍ରମଣ କାହାଣୀ |
ସାହିତ୍ୟ କୃତି | ୱାଣ୍ଡର୍ସ, ଅଲ୍, ଉଇଣ୍ଡୋ ସିଟ୍, ମୁନ୍ ମୁମ୍ବାଇ ଆଣ୍ଡ ଗୋଆ, ମୁନ୍ ସ୍ପଟ୍ଲାଇଟ୍ ଗୋଆ |
କାର୍ଯ୍ୟକାଳ | ୨୦୦୯ - ଏବେଯାଏଁ |
ଜାହ୍ନବୀ ଆଚରେକର (ଜନ୍ମ: ୧୯୭୩) ଜଣେ ଭାରତୀୟ କାଳ୍ପନିକ ଲେଖିକା ଏବଂ ଭ୍ରମଣକାରୀ । ପ୍ରଥମେ ତାଙ୍କର ଭ୍ରମଣ କାହାଣୀ ପ୍ରକାଶ ପାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଉପନ୍ୟାସ ଲେଖିଥିଲେ । ତାଙ୍କ ରଚିତ ଉପନ୍ୟାସ ହେଲା ୱାଣ୍ଡର୍ସ, ଅଲ୍, ଯାହାକି ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା । ଏହା ପୂର୍ବରୁ ୨୦୦୯ ମସିହାରେ ତାଙ୍କର ଏକ କ୍ଷୁଦ୍ର ଗଳ୍ପ ସଂକଳନ ଉଇଣ୍ଡୋ ସିଟ୍ ପ୍ରକାଶ ପାଇଥିଲା । ଏହି ଗଳ୍ପ ସଂକଳନ ଏବଂ ଉପନ୍ୟାସ ହାର୍ପର କୋଲିନ୍ସ ପ୍ରକାଶକଙ୍କଦ୍ୱାରା ପ୍ରକାଶିତ ହୋଇଥିଲା । ତାଙ୍କ ରଚିତ ଭ୍ରମଣ କାହାଣୀ ମୁନ୍ ମୁମ୍ବାଇ ଆଣ୍ଡ ଗୋଆ ଓ ମୁନ୍ ସ୍ପଟ୍ଲାଇଟ୍ ଗୋଆ ଆବାଲନ୍ ପ୍ରକାଶନଦ୍ୱାରା ୨୦୦୯ ଓ ୨୦୧୦ ମସିହାରେ ପ୍ରକାଶିତ ହୋଇଥିଲା ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ଜାହ୍ନବୀ ୧୯୭୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନ ମୁମ୍ବାଇ ଏବଂ କଲିକତା ସହରରେ କଟିଥିଲା । ଜାହ୍ନବୀ ମୁମ୍ବାଇର ସେଣ୍ଟ ଜାଭିଅର କଲେଜରେ ପଢ଼ୁଥିଲେ, ସେଠାରେ ସେ ଇଂରାଜୀରେ ସ୍ନାତକ କରିଥିଲେ । ସେ ମୁମ୍ବାଇ ବିଶ୍ୱ ବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଜାଭିଅର୍ ଇନିଷ୍ଟିଚିଉଟ୍ ଅଫ୍ କମ୍ୟୁନିକେସନ୍ରୁ ଗଣ ଯୋଗାଯୋଗ ବା ମାସ୍ କମ୍ୟୁନିକେସନ୍ରେ ଡିପ୍ଲୋମା କରିଥିଲେ । ସେ ଜାଭିଅର୍ ଇନିଷ୍ଟିଚିଉଟ୍ରେ ତାଙ୍କର ପାଠ ପଢ଼ା ସହିତ ଦ ଇନ୍ଡିପେଣ୍ଡେଣ୍ଟ ଖବର ସଂସ୍ଥା ପାଇଁ ଜଣେ ଫ୍ରି-ଲାନ୍ସର୍ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ତାଙ୍କର ପାଠ ପଢ଼ା ଶେଷ କରିବା ପରେ ଏକ ବିଜ୍ଞାପନ ସଂସ୍ଥା ପାଇଁ ଲେଖୁଥିଲେ ।
ପେଶା
[ସମ୍ପାଦନା]୨୦୧୫ ମସିହାରେ ଜାହ୍ନବୀ ଆଚରେକରଙ୍କ ପ୍ରଥମ ଉପନ୍ୟାସ ୱାଣ୍ଡର୍ସ, ଅଲ୍ ପ୍ରକାଶ ପାଇଥିଲା । ଏହି ଉପନ୍ୟାସଟି ହାର୍ପର କୋଲିନ୍ସ ଇଣ୍ଡିଆ ପ୍ରକାଶନ ସଂସ୍ଥାଦ୍ୱାରା ପ୍ରକାଶ କରାଯାଇଥିଲା ।
ରଚିତ ପୁସ୍ତକ
[ସମ୍ପାଦନା]- ୱାଣ୍ଡର୍ସ, ଅଲ୍ (ହାର୍ପର କୋଲିନ୍ସ ଇଣ୍ଡିଆ, ୨୦୧୫). ISBN 9789351770152.
- ଉଇଣ୍ଡୋ ସିଟ୍ (ହାର୍ପର କୋଲିନ୍ସ ଇଣ୍ଡିଆ, ୨୦୦୯). ISBN 978-81-7223-800-1.
- ମୁନ୍ ମୁମ୍ବାଇ ଆଣ୍ଡ ଗୋଆ (ଆବାଲନ୍, ୨୦୧୦). ISBN 9781598802412.
- ମୁନ୍ ସ୍ପଟ୍ଲାଇଟ୍ ଗୋଆ (ଆବାଲନ୍, ୨୦୧୦). ISBN 1598803581.
- ଦ ଲିଟିଲ୍ ମହାରାଜା ଆଣ୍ଡ୍ ଶେର୍ ଖାନ୍ (କ୍ରସ୍ଓଭର୍, ୨୦୧୦) ISBN 8190659707.
- ଦ ମହାରାଜାସ୍ ଲାଷ୍ଟ ପ୍ରାଙ୍କ୍ (କ୍ରସ୍ଓଭର୍, ୨୦୧୦) ISBN 9788190659710.
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- Janhavi Acharekar’s
- Author Q&A on Mumbai and Goa Archived 2018-11-04 at the Wayback Machine.
- ‘We’re going to the fair’, Article in The Hindu
- ‘Call of the curtain’, Article in The Hindu
- ‘Much ado about reading’, Article in The Hindu
- of the white desert’, Article in The Hindu
- ‘Through 1857’, Review in The Hindu
- The rot within
- Mumbai Tea Party festival takes poetry to city’s tea houses
- To Spiti with love
- Arts and Humanities | About Archived 2017-08-09 at the Wayback Machine.
- Window Seat