ଜାହାଜ

ଉଇକିପିଡ଼ିଆ ରୁ
Jump to navigation Jump to search

ଜାହାଜ

ପ୍ରକାର[ସମ୍ପାଦନା]

ଇତିହାସ[ସମ୍ପାଦନା]

ସ୍ଥାପତ୍ୟ[ସମ୍ପାଦନା]

ଓଡ଼ିଶାର ନୌବାଣିଜ୍ୟ ପରମ୍ପରା[ସମ୍ପାଦନା]

ପ୍ରାଚୀନ ଉତ୍କଳରେ ଚିଲିକା ମୁହାଣ,ଚନ୍ଦ୍ରଭାଗା ଓ ତମଲୁକ ଏବଂ ଆଲ୍କବାଲୀ ପୂର୍ବେ ବାଲେଶ୍ୱର ନଗର ବହିବାଣିଜ୍ୟର ପ୍ରଧାନ କେନ୍ଦ୍ରମାନ ଥିଲା ଓ ଓଡ଼ିଆମାନେ ଜାହାଜ ଚଳାଇ ଯାବା, ବାଲିଆଦି ଦ୍ୱୀପ ଓ ଆପ୍ରିକାର ଉପକୂଳକୁ ବାଣିଜ୍ୟ ପ୍ରକାଶେ ଯାଉ— ଥିଲେ ଇଂରେଜମାନେ ପ୍ରଥମେ ଭାରତକୁ ଆସିଥିବା ସମୟରେ ବାଲେଶ୍ୱର ଗୋଟିଏ ବନ୍ଦର ଥିଲା ଏବଂ ସେମାନେ ବାଲେଶ୍ୱର ନିକଟସ୍ଥ ପିପିଲିରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ ଫରାସୀ— ମାନେ ମଧ୍ୟ ଫରାସିଡାଙ୍ଗାରେ ବାଣିଜ୍ୟକୋଠି କରିଥିଲେ ମାତ୍ର କାଳକ୍ରମେ ବଳଙ୍ଗ ନଦୀର ମୁହାଣ ପୋତି ହୋଇ ଯିବାରୁ ବାଲେଶ୍ୱର ବନ୍ଦର ବନ୍ଦ ହେଇଗଲା

ଉତ୍କଳର କାହାଣୀମାନଙ୍କରେ ସାଧବ ଓ ମହାଜନ ମାନେ ଜାହାଜ ବା ବୋଇତରେ ଚଢ଼ି ସମୁଦ୍ର ପରାସ୍ଥ ଦୁଇ ଦେଶକୁ ବାଣିଜ୍ୟ କରିବା ସକାଶେ ଯାଉଥିବା କଥା ବର୍ଣ୍ଣିତ ଅଛି ଭୂବନେଶ୍ୱର ଗ୍ରାମର ପ୍ରାନ୍ତରେ ଥିବା କପାଳୀନି ଠାକୁରାଣୀଙ୍କର ଦେଉଳକୁ ଲୋକେ ବୋଇତାଳ ଦେଉଳ ବୋଲି କହନ୍ତି,କାରଣ ଏହା ତିନିଗୋଟି ମାସ୍ତୁଲ ଥିବା ଜାହାଜର ଆକୃତିର ନିର୍ମିତ ବୋଇତିକଖାରୁ ଓଡ଼ିଶାରେ ପୂର୍ବେ ନଥିଲା ଏହା ବିଦେଶରୁ ବୋଇତରେ ଏଦେଶକୁ ଆମଦାନି ହେଇ ଆସିଥିବାରୁ ଏହାକୁ ବୋଇତକଖାରୁ ବା ବୋଇତାଳୁ ବୋଲାଯାଏ କାର୍ତ୍ତିକ ମାସରେ ଦୀପାବଳୀ (ଦେବାଲୀ) ଅମାବାସ୍ୟାର ରାତି ନ ପାହୁଣୁ ଓଡ଼ିଶାର ହିନ୍ଦୁ ଗୃହିଣୀ ମାନେ ଅଗଣାରେ ବୋଇତର ଚିତ୍ର ଅଙ୍କନ କରି ତହିଁ ଉପରେ ଘରର ବାସ୍କ, ସିନ୍ଧୁକ— ପେଡ଼ି, ପେଟରା ଆଦି ରଖି ଲକ୍ଷ୍ମୀପୂଜା କରନ୍ତି ବୋଧହୁଏ ପୂର୍ବେ ଏହିସମୟରେ ଉତ୍କଳର ସାଧବ (ମହାଜନ) ମାନେ ବାଣିଜ୍ୟାର୍ଥ ବୋଇତରେ ବିଦେଶଯାତ୍ରା କରୁଥିଲେ ରଜସଂକ୍ରାନ୍ତି ତୃତୀୟ ଦିନ ମଧ୍ୟ ସ୍ତ୍ରୀ ଲୋକମାନେ ଅଗଣାରେ ବୋଇତର ଚିତ୍ର ଅଙ୍କନ କରି ପୂଜା କରନ୍ତି ସମ୍ଭବତଃ ସେ ସମୟରେ ବୋଇତ ବିଦେଶରୁ ବାହୁଡ଼ି ଆସୁଥିଲା କାହାଣୀରେ ଅଛି ଯେ ବୋଇତ ଅନୁକୂଳ କରି ଗଲା ବେଳେ ଏବଂ ବାହୁଡ଼ି ଆସିବା ସମୟରେ ମଧ୍ୟ ସାଧବ ଘରର ସଧବା ସ୍ତ୍ରୀ ମାନେ ଯାଇ ତାକୁ ବନ୍ଦାଉଥିଲେ

ପୂର୍ବେ ଓଡ଼ିଆ ମାନ ଯେଉଁ ବୋଇତ ବ୍ୟବହାର କରୁଥିଲେ ତାହା ବାଷ୍ପୀୟ ପୋତ ନୁହେତାହା ପାଲ ଓ କାତକେରୁଆଳଦ୍ୱାରା ଚାଳିତ ହେଉଥିଲା ପ୍ରବାଦ ଅଛି ଯେ ଦରିଆ ମଝିରେ ଜାହାଜ ନ ଚଳିଲେ ସେ ଜାହାଜରେ କୌଣସି ନୀତିବିଗର୍ହିତ କାର୍ଯ୍ୟ ହେବା ଯୋଗୁଁ ଦେବତା କୁପିତ ହେଇଥିବା ଆଶଙ୍କା କରି ଜାହାଜର ଆଧ୍ୟକ୍ଷ ଦେବତାଙ୍କୁ ଭୋଗ ଯାଚୁଥିଲେ ଏବଂ ଅପ— ରାଧୀକୁ ସମୁଦ୍ରକୁ ନିକ୍ଷେପ କରୁଥିଲେ ବା ବଳି ଦେଉଥିଲେ

ଜାହାଜିଆମାନେ ଦିଗ ବାରଣ କରବାକୁ କମ୍ପାସ୍ ବ୍ୟବହାର କରୁ ଥିଲେ ଜାହାଜିଆ ଭାଷାରେ ଦିଗ ଦିଗମାନଙ୍କର ନାମ ଯଥା— ଗାହି=ଉତ୍ତର, ସୋଇଲ= ଦକ୍ଷିଣ, ଡହରା=ପୂର୍ବ, ପିଛାଡ଼ି= ପଶ୍ଚିମ, ଗାହିମତଲେଇ=ଉ. ପୂ., ବେଗଣିୟା ପିଛାଡ଼ି=ଉ, ପ., ଦକ୍ଷିଣ ପିଛାଡ଼ି= ଦ. ପ.,ଦକ୍ଷିଣ ଡହରା=.ଦ. ପୂ.,ଘୋଷ=ଊର୍ଦ୍ଧ୍ୱ., ଦମନ୍=ତଳ, ଉଚ୍ଚା=ଡାହାଣ ଓ ଡାହୁ—ବାମ

ଜାହାଜକୁ ପବନରେ ଚଳାଇବାପାଇଁ ବ୍ୟବହୃତ ପାଲମାନଙ୍କର ଭିନ୍ନ ଭିନ୍ ନାମ ଥିଲା,ଯଥା—ଗାଭି=ମାସ୍ତୁଲରେ ବନ୍ଧାଯିବା ପ୍ରଧାନ ପାଲ, ଟବର=ମାସ୍ତୁଲ ଆଗପାଖରେ ବନ୍ଧାଯିବା ପାଲ, ଓ ଜାଭି= ମାସ୍ତୁଲରେ ସଂଲଗ୍ନ ଲାଗିରେ ଲଟକା ହେବା ପାଲ

ଜାହାଜର ଭିନ୍ନ ଭିନ୍ନ ଅଙ୍ଗର ନାମ ଯଥା—ଶୁକାନି, ମାସ୍ତୁଲ ବା ଦିଗବାରଣ ଖୁଣ୍ଟି, ପାଲ ବା ସେଡ଼, ପାଗଡ଼, ବାହୁଟିଆ, କାତ, କେରୁଆଳ, ମଙ୍ଗ ଓ ଲଙ୍ଗର

ଜାହାଜର କର୍ମଚାରୀମାନଙ୍କର ଉପାଧି. ଯଥା—ତଣ୍ଡେଲ, ଶୁକାନୀ, ଖଲାସୀ ଓ ବୋଇତିଆଳ

ପ୍ରକାରଭେଦରେ ଜାହାଜର ନାମ—ପାଲଟଣା ଜାହାଜ, କଳ ଜାହାଜ ବା ଧୂଆଁକଳ ଜାହାଜ, ଯୁଦ୍ଧ ଜାହାଜ ବା ମନୁଆର ଜାହାଜ, ସଉଦାହରୀ ଜାହାଜ ଓ ଟର୍ପିଡୋ ବା ବୁଡ଼ା ଜାହାଜ]