ଜାପାନୀ ଧର୍ମକଥା

ଉଇକିପିଡ଼ିଆ‌ରୁ

ଜାପାନୀ ଧର୍ମକଥାଗୁଡ଼ିକ ଶିନ୍ତୋ ଓ ବୌଦ୍ଧ ପରମ୍ପରା ସଙ୍ଗେ ସଙ୍ଗେ ଲୋକ ପରମ୍ପରାରୁ ଆସିଅଛି । ଶିନ୍ତୋ ସମ୍ପ୍ରଦାୟରୁ ଅସଙ୍ଖ୍ୟ କାମି(ଜାପାନୀରେ 'ପ୍ରେତ' ବା 'ଦେବ'‌) ଥାଏ ।  

କୋଜିକି, ବା 'ପୁରାତନ ବିଷୟ ସଙ୍ଗ୍ରହ' ଜାପାନୀ ଧର୍ମକଥାର ସବୁଠୁଁ ପୁରାତନ ପୁସ୍ତକ ଅଟେ । ଶିନ୍ତୋଷୁ ପୁସ୍ତକରେ ଜାପାନୀ ଦେବତାଙ୍କ ସର୍ଜନାକୁ ବୌଦ୍ଧ ଦୃଷ୍ଟିକୋଣରୁ ବର୍ଣ୍ଣନା କରାଯାଇଛି । 

ସର୍ଜନା କଥା[ସମ୍ପାଦନା]

ଇଜାନାଗୀ ଓ ଇଜାନାମୀ

ଜାପାନୀ ସର୍ଜନା କଥାଗୁଡ଼ିକରେ ସୃଷ୍ଟିର ନିର୍ମାଣକାଳରେ ଜାତ ହୋଇଥିବା ପ୍ରଥମ ଦେବତାଙ୍କୁ ମିଳିତ ଭାବେ କୋଟୋମାତ୍ସୁକାମି କୁହାଯାଏ । ତାହା ପରେ ସ୍ୱର୍ଗ ଓ ପୃଥିବୀର ସର୍ଜନା ହୋଇଥିଲା । ପରେ ପରେ, କାମିଙ୍କର ସାତ ବଂଶ, ବା କାମିୟୋନାନାୟୋ ଉଦ୍ଭବ ହେବାର ବର୍ଣ୍ଣନା ରହିଛି । ପ୍ରଥମ ଦୁଇ ବଂଶଙ୍କୁ ହିତୋରିଗାମି କୁହାଯାଏ । ତାଙ୍କ ପର ପାଞ୍ଚଗୋଟି ବଂଶ ପୁରୁଷ/ସ୍ତ୍ରୀ ଭାବେ ଜନ୍ମ ହୋଇଥିଲେ - ଏମାନେ ଭାଇ ଭଉଣୀ ହେବା ସହ ବିବାହିତ ଯୋଡ଼ି ମଧ୍ଯ ଥିଲେ ବୋଲି ବିଶ୍ୱାସ ରହିଛି । 

କୁନିଉମି ଓ କାମିଉମି[ସମ୍ପାଦନା]

ଜାପାନୀ ସର୍ଜନା କଥାକୁ ପୁଣିଥରେ ଦୁଇ ଭାଗରେ ବିଭକ୍ତ କରାଯାଇପାରେ- ଦିଅଁଙ୍କ ଜନ୍ମ ବା କାମିଉମି ଏବଂ ଭୁଇଁର ଜନ୍ମ ବା କୁନିଉମି । 

ସପ୍ତମ ବଂଶର ଦାୟିତ୍ୱ ଥିଲା ଜାପାନୀ ଆର୍କିପେଲାଗୋର ସୃଷ୍ଟି କରିବା- ଏହି କାର୍ଯ୍ୟ ସିଦ୍ଧ କରିବାକୁ ଇଜାନାଗୀ ନାମକ ଦେବ ଓ ଇଜାନାମୀ ନାମକ ଦେବୀଙ୍କୁ କୁହାଯାଇଥିଲା । ଏହି ଦୁଇଜଣ ସମୟକ୍ରମେ ପରସ୍ପର ସହ ପ୍ରେମ କରି ପରେ ବିବାହ କାମନା କଲେ । ତେଣୁ ସେମାନେ ଆମେନୋମିହାଶିରା ନାମକ ନଅର ଗଢ଼ିଥିଲେ । ସେହି ନଅରର ଗୋଟିଏ ଖମ୍ବର ଦୁଇ ପଟରୁ ଦୁଇଜଣ ଯାଇଥିଲେ; ଆର ପଟ ଉଭୟଙ୍କ ଭେଟ ପରେ ଇଜାନାମୀ ଦେବୀ ପ୍ରଥମେ ଚାଟୁ କରି କହିଥିଲେ ।ଇଜାନାମୀ ମାନସିକ ଭାବେ ଏହାର ସମର୍ଥନ ନ କରୁଥିଲେ ମଧ୍ଯ ଇଜାନାଗୀଙ୍କ ସହ ରମିବା ପରେ ତାଙ୍କର ଦୁଇଗୋଟି ସନ୍ତାନ ଜନ୍ମିଥିଲେ । ଏହି ଦୁଇ ସନ୍ତାନ ବିଚିତ୍ର ଓ ଅସୁସ୍ଥ ଥିବାରୁ ସେମାନେ ପିଲାମାନଙ୍କୁ ଗୋଟିଏ ନାଆରେ ରଖି ସମୁଦ୍ରରେ ଭସାଇ ଦେଇଥିଲେ । ପରେ, ସେମାନେ ଅନ୍ଯ ଦେବତାଙ୍କୁ ନିଜ ସନ୍ତାନଙ୍କ ଦୁର୍ଦ୍ଦଶାର କାରଣ ପଚାରିଥିଲେ । ଦେବତାମାନେ ଏହା କହିଲେ ଯେ ରମଣ ପୂର୍ବରୁ ଦେବୀ ପ୍ରଥମେ ବଚନ କହିଥିଲେ- ଏଣୁ ଅବିଧି ହୋଇଥିଲା । ତେଣୁ ସନ୍ତାନମାନେ ବିକଳାଙ୍ଗ ଥିଲେ ।

ଦ୍ୱିତୀୟ ବାର ଇଜାନାଗୀ ପ୍ରଥମେ ବୋଲିବାରୁ ତାଙ୍କ ଅନ୍ୟ ସନ୍ତାନମାନେ ସୁଗଠିତ ହେଇଥିଲେ । 

ତାଙ୍କ ମିଳନରୁ ଓୟାଶିମା, ବା ଜାପାନର ଆଠଟି ମହାନ ଦ୍ୱୀପ ଜାତ ହେଲେ-

  • ଆବାଜୀ
  • ଈୟୋ
  • ଓକି
  • କ୍ୟୂଶୂ
  • ଇକି
  • ତ୍ସୁଶିମା
  • ସାଦୋ
  • ୟାମାଟୋ

ଆଧାର[ସମ୍ପାଦନା]