ଜମି ଅଧିଗ୍ରହଣ ଅଧିନିୟମ, ୧୮୯୪

ଉଇକିପିଡ଼ିଆ‌ରୁ

ଜମି ଅଧିଗ୍ରହଣ ଅଧିନିୟମ, ୧୮୯୪ ବ୍ରିଟିଶ ସରକାର ଅମଳରୁ ଲାଗୁ କରାଯାଇଥିବା ଏକ ଆଇନ ଯାହା କି ସରକାରଙ୍କୁ ରାଜ୍ୟର ବେସରକାରୀ ଜମି ସର୍ବସାଧାରଣ ମଙ୍ଗଳ ପାଇଁ ବିନିଯୋଗ ସକାଶେ ଅଧିଗ୍ରହଣ କରିବା ପାଇଁ ଆବଶ୍ୟକୀୟ କ୍ଷମତା ଦେବା ଉଦ୍ଦେଶ୍ୟରେ ଅଧିନିୟମିତ ।[୧]

ଅଧିନିୟମ ବିଷୟରେ[ସମ୍ପାଦନା]

ବ୍ରିଟିଶ ରାଜ ସମୟରେ ଲାଗୁ କରାଯାଇଥିବା ଅନେକ ଆଇନ ମଧ୍ୟରୁ ଜମି ଜମା ଅଧିକାର ସମ୍ପର୍କିତ ଏହା ଏକ ବିଶେଷ ଅଧିନିୟମ । ଭାରତ ସ୍ୱାଧୀନତା ହେବା ପରେ ମଧ୍ୟ ତତ୍କାଳୀନ ସରକାର ଏହି ଆଇନକୁ ଗ୍ରହଣ କରି ଏହା ମଧ୍ୟମରେ ବିଭିନ୍ନ ଲୋକହିତକର ଶିଳ୍ପ ବା ପରିଯୋଜନା ନିମିତ୍ତ ଜମି ଅଧିଗ୍ରହଣ ପୂର୍ବକ ଏହି ଆଇନର ପ୍ରୟୋଗ କରିଛନ୍ତି । ତେବେ ପରବର୍ତ୍ତୀ ସମୟରେ କ୍ଷତିପୁରଣ ସମନ୍ଧୀୟ ରାଶି ତଥା ଏହାର ପରିଚାଳନାରେ ବ୍ୟାପକ ପାରଦର୍ଶିତା ଆଣିବା ଉଦ୍ଦେଶ୍ୟରେ ଏହି ଆଇନକୁ ବାତିଲ କରି "Right to Fair Compensation and Transparency in Land Acquisition, Rehabilitation and Resettlement Act, 2013" ଲାଗୁ କରାଯାଇଛି ।[୨]

ବିଶେଷ ପ୍ରାବଧାନ[ସମ୍ପାଦନା]

  • ଅଧିନିୟମର ଧାରା ୪ ଅନୁସାରେ ଯଦି ସରକାର ଅନୁଭବ କରନ୍ତି ଯେ ରାଜ୍ୟ ଅଧୀନସ୍ଥ କୌଣସି ଜମି ସର୍ବସାଧାରନ ହିତରେ କିମ୍ବା କୌଣସି କମ୍ପାନୀଦ୍ୱାରା ଶିଳ୍ପ ବିକାଶ ଉଦ୍ଦେଶ୍ୟରେ ଆବଶ୍ୟକ ହେଉଅଛି, ତେବେ ସରକାର ସେହି ମର୍ମରେ ଏକ ନୋଟିସ ସରକାରୀ ମୁଖପତ୍ରରେ ଏବଂ ଅନ୍ତତଃ ଦୁଇଗୋଟି ଖବର କାଗଜରେ (ତନ୍ମଧ୍ୟରୁ ଗୋଟିଏ ସ୍ଥାନୀୟ ଭାଷାରେ ହୋଇଥିବା ଦରକାର) ବିଜ୍ଞାପନ ମାଧ୍ୟମରେ ପ୍ରକାଶ କରିବେ । ଏତଦ୍ ବ୍ୟତୀତ ସ୍ଥାନୀୟ କଲେକ୍ଟର ଏହି ନୋଟିସ୍ ସଂପୃକ୍ତ ଇଲାକାର ଜନଗହଳୀପୂର୍ଣ୍ଣ ସ୍ଥାନ ବିଶେଷରେ ଜାରୀ କରି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବିହିତ ପଦକ୍ଷେପ ନେବେ ।
  • ଅଧିନିୟମର ଧାରା ୫ ପ୍ରକାରେ ଯେଉଁ ବ୍ୟକ୍ତିବିଶେଷଙ୍କ ଜମି ସରକାର ଅଧିଗ୍ରହଣ କରିବେ, ସେହିମାନଙ୍କୁ ଜମି ଅଧିଗ୍ରହଣ ଜନିତ କ୍ଷତିପୁରଣ ଦେବା ପାଇଁ ପ୍ରକ୍ରୀୟା ଆରମ୍ଭ କରିବେ ।[୩]

ଆଧାର[ସମ୍ପାଦନା]

  1. "The saga of land acquisition". The Hindu (in Indian English). 6 September 2013. Retrieved 9 August 2018.
  2. "President Pranab Mukherjee gives nod to Land Acquisition Bill". NDTV.com. Retrieved 9 August 2018.
  3. "The Land Acquisition Act, 1894". indiankanoon.org. Retrieved 9 August 2018.

ଆହୁରି ପଢନ୍ତୁ[ସମ୍ପାଦନା]