Jump to content

ଜନ ଗୁଟେନବର୍ଗ

ଉଇକିପିଡ଼ିଆ‌ରୁ
ଜନ ଗୁଟେନବର୍ଗ
ଜନ୍ମ
ଜୋହାନ୍ନେସ୍ ଗେନ୍ସ୍‍ଫ୍ଲାଇଶ୍ ଜୁର ଲାଡେନ୍ ଗୁଟେନବର୍ଗ

c. ୧୩୯୫
Died୩ ଫେବୃଆରୀ ୧୪୬୮ (୭୦ ବର୍ଷ)
ପେଷାsଖୋଦକ, ଉଦ୍ଭାବକ, and ମୁଦ୍ରକ
ଜୀବନସାଥୀଏଲସ ୱିରିକ୍ ଜୁମ୍ ଗୁଟେନବର୍ଗ

ଜୋହାନ୍ନେସ୍ ଗେନ୍ସ୍‍ଫ୍ଲାଇଶ୍ ଜୁର ଲାଡେନ୍ ଗୁଟେନବର୍ଗ (/joʊˌhɑːn[invalid input: 'i-']s ˈɡuːtənbɜːrɡ/ yoh-HAH-nəs GOO-tən-burɡ; c. ୧୩୯୫ – ୩ ଫେବୃଆରୀ ୧୪୬୮) ଥିଲେ ଜଣେ ଜର୍ମାନ୍ କମାର, ସୁନାରୀ, ମୁଦ୍ରକ ଏବଂ ପ୍ରକାଶକ ଯିଏ ଇଉରୋପରେ ମୁଦ୍ରଣର ପ୍ରାରମ୍ଭ କରିଥିଲେ । ତାଙ୍କର ଚଳନ୍ତି ଟାଇପ୍ ଥିବା ମୁଦ୍ରଣର ଉଦ୍ଭାବନ କେବଳମାତ୍ର ସେଇ ଶତାବ୍ଦୀର ନୁହଁ ବରଂ ଆଧୁନିକ ଯୁଗର ଅନ୍ୟତମ ଯୁଗାନ୍ତକାରୀ ଉଦ୍ଭାବନ । ରେନେସାଁ, ସମାଜ ସୁଧାର, ବୈଜ୍ଞାନିକ କ୍ରାନ୍ତି ଆଦି ତତ୍କାଳୀନ ସାମାଜିକ ପରିବର୍ତ୍ତନରେ ଗୁଟେନବର୍ଗଙ୍କ ଛାପାକଳର ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଜ୍ଞାନର ପ୍ରଚାର-ପ୍ରସାର ଓ ସାଧାରଣ ଲୋକଙ୍କ ସାକ୍ଷରତାର ଏହା ହିଁ ମୂଳଦୁଆ । ଚଳନ୍ତି ଟାଇପ୍ ଥିବା ଛାପାକଳ ବ୍ୟବହାରରେ ସେ ଥିଲେ ପ୍ରଥମ ଇଉରୋପୀୟ (୧୪୩୯ ରେ) ।